ନକଲି ପ୍ରୋଭିଜିନାଲ ଆଡ୍‌ମିଶନ ତାଲିକାରେ ରହିଛି ସନ୍ନି ଲିଓନିଙ୍କ ନାମ

କୋଲକାତା, ୩୦।୮: ପଶ୍ଚିମବଙ୍ଗର ନର୍ଥ ୨୪ ପ୍ରଗଣାସ୍ଥିତ ବର୍‌ସାତ୍‌ ସରକାରୀ କଲେଜର ଆଡ୍‌ମିଶନ ଲାଗି ନକଲି ପ୍ରୋଭିଜିନାଲ ମେରିଟ୍‌ ଲିଷ୍ଟ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଯେଉଁଥିରେ ଜଣାଶୁଣା ପର୍ନଷ୍ଟାର୍‌ ତଥା ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନିଙ୍କ ନାମ ରହିଥିବା ଦେଖିବାକୁ ମିଳିଛି। ସନ୍ନିଙ୍କ ବ୍ୟତୀତ ମିଆ ଖାଲିଫା ଓ ଡାନି ଡାନିଏଲ୍ସଙ୍କ ନାମ ମଧ୍ୟ ଏହି ନକଲି ପ୍ରୋଭିଜିନାଲ ଆଡ୍‌ମିଶନ ତାଲିକାରେ ରହିଥିବା ଦେଖିବାକୁ ମିଳିଛି। ଏହାପରେ ବର୍‌ସାତ୍‌ ସରକାରୀ କଲେଜ କର୍ତ୍ତୃପକ୍ଷ ପୋଲିସ ନିକଟରେ ଏକ ମାମଲା ରୁଜୁ କରିଛନ୍ତି। ‘କିଛି ଅଭିନେତ୍ରୀ ଓ ଷ୍ଟାର୍‌ଙ୍କ ନାମ ଥିବା ଏକ ନକଲି ପ୍ରୋଭିଜିନାଲ ଆଡ୍‌ମିଶନ ତାଲିକା ସୋସିଆଲ ମିଡିଆରେ ପ୍ରଚାର କରାଯାଉଛି। କିନ୍ତୁ ମୂଳ ମେରିଟ୍‌ ଲିଷ୍ଟରେ ଏହି ନାମଗୁଡ଼ିକ ସ୍ଥାନ ପାଇନାହିଁ। କେହିଜଣେ ମେରିଟ୍‌ ଲିଷ୍ଟ ଡାଉନଲୋଡ୍‌ କରି ଏହାକୁ ଏଡିଟ୍‌ କରିବାପରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଦେଇଛି। ଏନେଇ ଆମେ ପୋଲିସ ନିକଟରେ ଅଭିଯୋଗ କରିଛୁ’ ବୋଲି କଲେଜ ଅଧ୍ୟକ୍ଷ ଦେବେଶ ରୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିପୂର୍ବରୁ ଅନ୍ୟଏକ କୋଲକାତାଭିତ୍ତିକ କଲେଜର ନକଲି ମେରିଟ୍‌ ଲିଷ୍ଟ ତାଲିକାରେ ମଧ୍ୟ ସନ୍ନିଙ୍କ ନାମ ସ୍ଥାନ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ସ୍ତ୍ରୀଙ୍କୁ ହତ୍ୟା କଲେ ରୋଗୀ

ଇନ୍ଦୋର, ୬।୬: ମଧ୍ୟପ୍ରଦେଶର ଇନ୍ଦୋରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କ ସ୍ତ୍ରୀଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ...

ଅଷ୍ଟମ ଶ୍ରେଣୀରୁ ପାଠପଢା ଛାଡି ଦେଇଥିଲେ, ୧୦ ବର୍ଷ ପରେ ପୁଣି ପାଠ ପଢି ହେଲେ ବଡ଼ ଅଫିସର

ଜୟପୁର,୨୩।୭: କୁହାଯାଏ ଭାଗ୍ୟ ସହାୟତା କଲେ ମଣିଷ ଯେକୌଣସି ପରିସ୍ଥିତିରେ ମଧ୍ୟ ସଫଳତା ହାସଲ କରିଥାଏ। କିନ୍ତୁ ଏଥିପାଇଁ ନିରନ୍ତର ପ୍ରୟାସ ଜାରି ରଖିବା ଆବଶ୍ୟକ।...

କୋଟା ହସ୍ପିଟାଲ ପରିଦର୍ଶନ କଲେ ଓମ୍‌ ବିର୍ଲା

ଜୟପୁର,୨୯।୧୨: ରାଜସ୍ଥାନ କୋଟାର ଏକ ହସ୍ପିଟାଲରେ କିଛିଦିନ ତଳେ ନବଜାତକଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ହସ୍ପିଟାଲ ପକ୍ଷରୁ ଏହାକୁ ଯେତିକି ଗୁରୁତ୍ୱ ଦିଆଯାଇ...

ଟିକା ରପ୍ତାନିକାରୀରୁ ଆମଦାନିକାରୀ ହେଲା ଭାରତ

ନୂଆଦିଲ୍ଲୀ, ୧୭।୪: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଭୟଙ୍କର ଭାବେ ବଢ଼ିଚାଲିଛି। ଏପରିସ୍ଥଳେ ଦେଶରେ କୋଭିଡ୍‌ ଟିକାର ଅଭାବ ଦେଖାଦେଇଛି। ବିଭିନ୍ନ ଦେଶକୁ କୋଭିଡ୍‌...

ବୁଡ଼ି ଯାଉଥିଲେ ଯୁବକ, ଉଦ୍ଧାର ପାଇଁ ପାଣିକୁ ଡେଇଁଲେ ଏସ୍‌ଆଇ; ଆଉ ତା’ ପରେ…

ଲକ୍ଷ୍ନୌ,୨୧ା୬: ଉତ୍ତରପ୍ରଦେଶର ସାହସୀ ଏସ୍‌ଆଇ ନିଜ ଜୀବନକୁ ବାଜି ଲଗାଇ ପାଣିରେ ବୁଡ଼ି ଯାଉଥିବା ଜଣେ ଯୁବକଙ୍କ ଜୀବନ ରକ୍ଷା କରିଛନ୍ତି। ଏସ୍‌ଆଇ ବା ସବ୍‌-ଇନ୍ସପେକ୍ଟରଙ୍କ...

ମଝି ରାସ୍ତାରେ ଟ୍ୟାଙ୍କରରେ ଲାଗିଲା ନିଆଁ

ମୁମ୍ବାଇ,୨୭।୫: ମହାରାଷ୍ଟ୍ର ଗୁୁରୁଗାଓଁରେ ଏକ ତେଲ ବୋଝେଇ ଟ୍ୟାଙ୍କରରେ ସୋମବାର ନିଆଁଲାଗିଯାଇଛି। ସ୍ଥାନୀୟ ଏକ ବ୍ରିଜ୍‌ ଉପରେ ଯାଉଥିବାବେଳେ ମଝି ରାସ୍ତାରେ ହଠାତ୍‌ ଟ୍ୟାଙ୍କର ଜଳି...

ସରକାର ଭୟଭୀତ: ରାହୁଲ

ନୂଆଦିଲ୍ଲୀ,୨୯।୧୧: ତିନୋଟି କୃଷି ଆଇନ ପ୍ରତ୍ୟାହାର ବିଲ ଲୋକ ସଭା ଓ ରାଜ୍ୟ ସଭାରେ ସୋମବାର ପାରିତ ହୋଇଛି। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ...

ଟିକା ନେବା ତାଲିକାରେ ମୃତ ନର୍ସଙ୍କ ନାମ

ଲକ୍ଷ୍ନୌ,୧୩।୧: ପ୍ରଥମ ପର୍ଯ୍ୟାୟରେ କରୋନା ଟିକାକରଣ ପାଇଁ ପ୍ରସ୍ତୁତ ହୋଇଥିବା ତାଲିକାରେ କେତେକ ଅନିୟମିତତା ସମ୍ପର୍କରେ ଜଣାପଡ଼ିଛି। ଉତ୍ତରପ୍ରଦେଶରେ ଟିକା ନେବା ତାଲିକାରେ ମୃତ ନର୍ସଙ୍କ...

Advertisement
Archives

Model This Week