Posted inଖେଳ

କୋହଲି-ଫିଞ୍ଚ୍‌ଙ୍କ ସମକକ୍ଷ ହେଲେ ଏହି ପାକିସ୍ତାନ କ୍ରିକେଟର୍‌

ମାଞ୍ଚେଷ୍ଟର, ୩୦।୮: ଘରୋଇ ଇଂଲଣ୍ଡ ବିପକ୍ଷରେ ଏଠାରେ ଅନୁଷ୍ଠିତ ୨ୟ ଟି୨୦ ମ୍ୟାଚ୍‌ ଅବସରରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଏକ ଦର୍ଶନୀୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ଟସ୍‌ ହାରି ବ୍ୟାଟିଂ ସୁଯୋଗ ପାଇଥିବା ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ୍‌ ହରାଇ ୧୯୫ ରନ୍‌ ସଂଗ୍ରହ କରିଛି। ଓପନର୍‌ ତଥା ଟି୨୦ କ୍ରିକେଟ୍‌ର ଏକ ନମ୍ବର ମାନ୍ୟତାପ୍ରାପ୍ତ ବ୍ୟାଟ୍ସମ୍ୟାନ ବାବର୍‌ ୪୪ ବଲରୁ ୫୬ ରନ୍‌ ସଂଗ୍ରହ କରିଛନ୍ତି। ଇତ୍ୟବସରରେ ସେ ଟି୨୦ କ୍ରିକେଟ୍‌ରେ ୧୫୦୦ ରନ୍‌ ପୂରଣ କରିଛନ୍ତି। ଟି୨୦ କ୍ରିକେଟ୍‌ରେ କମ୍‌ ଇନିଂସରେ ୧୫ ଶହ ରନ୍‌ ପୂରଣ କରିବାରେ ସେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ୍‌ଙ୍କ ସମକକ୍ଷ ହୋଇଛନ୍ତି। ଆଜମ ମାତ୍ର ୩୯ ଇନିଂସରୁ ୧୫୦୦ ରନ୍‌ ପୂରଣ କରିଛନ୍ତି। ଏଥିପୂର୍ବରୁ କୋହଲି ଓ ଫିଞ୍ଚ୍‌ ମଧ୍ୟ ସମାନ ସଂଖ୍ୟକ ଇନିଂସ ସହାୟତାରେ ଏହି ମାଇଲଷ୍ଟୋନ୍‌ ଛୁଇଁଥିଲେ। ଫଳରେ ଏହି ୩ ବ୍ୟାଟ୍ସମ୍ୟାନ ମିଳିତ ଭାବେ ଏହି ତାଲିକାର ଶୀର୍ଷରେ ରହିଛନ୍ତି। ଏହି ତାଲିକାର ୨ୟ ସ୍ଥାନରେ କ୍ରିସ୍‌ ଗେଲ୍‌ (୪୪ ଇନିଂସ) ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଟାଲିଆନ ଓପନ୍‌: ସ୍ବିଟେକ ଚାମ୍ପିୟନ

ରୋମ,୧୭।୫: ଇଟାଲିଆନ ଓପନ ଟେନିସ ଟୁର୍ନାମେଣ୍ଟରେ ପୋଲାଣ୍ଡର ଇଗା ସ୍ବିଟେକ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ଫ୍ରେଞ୍ଚ ଓପନ୍‌ ଚାମ୍ପିୟନ...

ଆଇପିଏଲ୍‌ ପ୍ରଥମ ଭାଗ ଖେଳିବେନି ଆର୍ଚର

ଅହମଦାବାଦ, ୨୨।୩ (ପି.ଟି.)-ଡାହାଣ କହୁଣିରେ ଆଘାତ ଲାଗିଥିବାରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରଥମ ଭାଗ ଖେଳିବେନି ଇଂଲଣ୍ଡର ଷ୍ଟାର ପେସ୍‌ ବୋଲର ଜୋଫ୍ରା ଆର୍ଚର।...

ଭାରତୀୟ ରୋଇଂ ଦଳକୁ ଅଲିମ୍ପିକ ଯୋଗ୍ୟତା

ନୂଆଦିଲ୍ଲୀ, ୮।୫(ପି.ଟି.): ଅର୍ଜୁନ ଲାଲ ଓ ଅରବିନ୍ଦ ସିଂଙ୍କୁ ନେଇ ଗଠିତ ଭାରତୀୟ ରୋଇଂ ଦଳ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛି।...

ଶତକୀୟ ମ୍ୟାଚ୍‌ରେ ମାଇଲଷ୍ଟୋନ ଛୁଇଁଲେ କୋହଲି

ମୋହାଲି,୪।୩: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଶୁକ୍ରବାର କ୍ୟାରିୟରର ୧୦୦ତମ ଟେଷ୍ଟରେ ଏକ ମାଇଲଷ୍ଟୋନ ହାସଲ କରିଛନ୍ତି। ୩୩ ବର୍ଷୀୟ ବ୍ୟାଟର ପ୍ରଥମ ଇନିଂସରେ...

ବଦଳିଲା ଡବ୍ଲ୍ୟୁଟିସିର ପଏଣ୍ଟ ସିଷ୍ଟମ; ଭାରତ ଖେଳିବ ୧୯ ମ୍ୟାଚ୍‌

ନୂଆଦିଲ୍ଲୀ,୩୦।୬ : ଆଗକୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଳ୍ୟୁଟିସି)ର ଦ୍ୱିତୀୟ ସଂସ୍କରଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୂଆ ପଏଣ୍ଟ...

ସିଡ୍‌ନୀ ସିକ୍ସର୍ସ ଜିତିଲା ବିବିଏଲ୍‌ ଟାଇଟଲ୍‌

ସିଡ୍‌ନୀ,୮।୨(ଏଏଫ୍‌ପି): ଅଷ୍ଟ୍ରେଲିଆର ଘରୋଇ ଟି୨୦ ଟୁର୍ନାମେଣ୍ଟ ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ର ଚଳିତ ସଂସ୍କରଣରେ ସିଡ୍‌ନୀ ସିକ୍ସର୍ସ ଚାମ୍ପିୟନ ହୋଇଛି। ଶନିବାର ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ...

ପେନ୍‌ଙ୍କୁ ଜରିମାନା

ଦୁବାଇ,୧୧।୧(ପି.ଟି.): ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରି ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ ଜରିମାନାର ସମ୍ମୁଖୀନ ହୋଇଛନ୍ତି। ସିଡ୍‌ନୀରେ ଚାଲିଥିବା ଭାରତ ବିପକ୍ଷ ତୃତୀୟ ଟେଷ୍ଟର...

ସୁମାକରଙ୍କ ରେକର୍ଡ ସମକକ୍ଷ ହେଲେ ହାମିଲଟନ

ନର୍‌ବର୍ଗ (ଜର୍ମାନୀ),୧୨ା୧୦:ମର୍ସିଡିଜ୍‌ର ଲୁଇସ ହାମିଲଟନ ଏଠାରେ ରବିବାର ଅନୁଷ୍ଠିତ ଇଫେଲ୍‌ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଏହାଦ୍ୱାରା ଫର୍ମୁଲା ଓ୍ବାନ୍‌ରେ ସବୁଠାରୁ...

Advertisement
Archives

Model This Week