ବିହାରରୁ ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର,୧୯।୨(ବ୍ୟୁରୋ): କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏକ ବଡ଼ ଠକେଇ ରାକେଟ୍‌ର ପର୍ଦ୍ଦାଫାଶ କରିଛି। ଚାକିରି ଦେବା ନାଁରେ ଓଡ଼ିଶା ସମେତ ୧୭ ରାଜ୍ୟର ପ୍ରାୟ ଦେଢ଼ଲକ୍ଷ ଆଶାୟୀଙ୍କଠାରୁ ୬.୬ କୋଟି ଟଙ୍କା ଠକେଇ କରିଥିବା ମାଷ୍ଟରମାଇଣ୍ଡଙ୍କୁ ବିହାରରୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବିହାର ଗୋପାଳଗଞ୍ଜ ଜିଲାର ଧରମପାଲ ସିଂ। ଗିରଫ ପରେ ଇଓଡବ୍ଲ୍ୟୁ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରି ୫ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଆଣୁଛି। ତେବେ ଏହି ଠକେଇ ରାକେଟ୍‌ ଦିଲ୍ଲୀରୁ ଅପରେଟ୍‌ ହେଉଥିବାବେଳେ ଏଥିରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ଇଓଡବ୍ଲ୍ୟୁ ଆଇଜି ଜୟନାରାୟଣ ପଙ୍କଜ କହିଛନ୍ତି। ଅଭିଯୁକ୍ତ ଧରମପାଲ ଉକ୍ତ ଠକେଇ ଟଙ୍କାକୁ ୬ଟି କମ୍ପାନୀରେ ବିନିଯୋଗ କରିବା ସହ ମୁମ୍ବାଇର ଏକ ଚଳଚ୍ଚିତ୍ର ପ୍ରଡକ୍ସନ କମ୍ପାନୀ ସୁମିତ୍ରା ପ୍ରଡକ୍ସନରେ ମଧ୍ୟ ଲଗାଇଥିବା ତଦନ୍ତବେଳେ ଜଣାପଡ଼ିଛି ବୋଲି ଆଇଜି ସୂଚନା ଦେଇଛନ୍ତି।
ତାଙ୍କ ସୂଚନାନୁସାରେ, ଅଭିଯୁକ୍ତ ଧରମପାଲ ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାଁରେ ଏକ ନକଲି ସରକାରୀ ୱେବ୍‌ସାଇଟ୍‌ www.grks.org ଖୋଲିଥିଲେ। ଦିଲ୍ଲୀରେ ଏହାର ପଞ୍ଜୀକୃତ କାର୍ଯ୍ୟାଳୟ ଥିବାବେଳେ ମୁମ୍ବାଇ, ଭୋପାଳ ଓ ଡେରାଡୁନ୍‌ରେ ମଧ୍ୟ ଶାଖା ଖୋଲିଥିଲେ। ଧରମପାଲ ଏହି ସଂସ୍ଥାନର ସମ୍ପାଦକ ରହିଥିବାବେଳେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡୁ, ତେଲଙ୍ଗାନା, ଆସାମ, ହିମାଚଳପ୍ରଦେଶ, ପଞ୍ଜାବ ଆଦି ୧୭ଟି ରାଜ୍ୟରେ ନିଜର ନେଟ୍‌ଓ୍ବର୍କ ତିଆରି କରିଥିଲେ। ପରେ ଉକ୍ତ ୱେବ୍‌ସାଇଟ୍‌ରେ ସରକାରୀ ବିଜ୍ଞାପନ ଢାଞ୍ଚାରେ ବିଜ୍ଞାପନ ଦେଇ ବେକାର ଯୁବତୀଯୁବକ ଓ ଚାକିରି ଆଶାୟୀଙ୍କୁ ଫସାଇବାକୁ ଜାଲ ବିଛାଇଥିଲେ। ଏପରି କି ବିଶ୍ୱାସ ଜନ୍ମାଇବା ଲାଗି କିଛି ଖବରକାଗଜ ଜରିଆରେ ବିଜ୍ଞାପନ ଦେଉଥିଲେ। ଏଥିରେ ଜିଲା ଓ ବ୍ଲକ୍‌ କୋଅର୍ଡିନେଟର, କମ୍ପ୍ୟୁଟର ଅପରେଟର ଆଦି ବହୁ ପଦବୀ ପାଇଁ ନିଯୁକ୍ତି ବାହାର କରୁଥିଲେ। ୱେବ୍‌ସାଇଟ ମାଧ୍ୟମରେ ଆଶାୟୀମାନେ କେବଳ ଆବେଦନ କରିପାରିବେ ବୋଲି ସେଥିରେ ଉଲ୍ଲେଖ ଥିଲା। ଅନ୍‌ଲାଇନ୍‌ ଫି’ ବାବଦକୁ ଜେନେରାଲ ଏବଂ ଓବିସି ବର୍ଗ ପାଇଁ ୩୭୦ ଟଙ୍କା ଥିବାବେଳେ ଜନଜାତି ପିଲାଙ୍କ ଲାଗି ୧୭୦ ଟଙ୍କା ରହିଥିଲା। ଯେଉଁ ଆଶାୟୀମାନେ ଅନ୍‌ଲାଇନରେ ଫି’ ଦାଖଲ ସହ ଆବେଦନ କରୁଥିଲେ ସେମାନଙ୍କୁ ଅନ୍‌ଲାଇନ ଜରିଆରେ ପରୀକ୍ଷା ଓ ସାକ୍ଷାତ୍‌କାର ନେବାକୁ ଅଭିଯୁକ୍ତମାନେ କହୁଥିଲେ। ପରବର୍ତ୍ତୀ ସମୟରେ ସମସ୍ତ ଆଶାୟୀଙ୍କୁ ଅଯୋଗ୍ୟ କହି କାଟିଦେବା ସହ କୌଣସି ଚାକିରି ଦେଉ ନ ଥିଲେ। ତେବେ ଆବେଦନ ଫି’ ବାବଦକୁ ଏପରି ଭାବେ ସେ ବହୁ କୋଟି ଟଙ୍କା ଠକି ନେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?