ରାଜ୍ୟକୁ କମୁଛନ୍ତି ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର,୧୯।୨(ବ୍ୟୁରୋ): କୋଭିଡ୍‌ ମହାମାରୀ ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ବିଗାଡ଼ି ଦେଇଛି। କୋଭିଡ୍‌ ଭୟ ଯୋଗୁ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଆଶାତୀତ ଭାବେ ହ୍ରାସପାଇଛି। ଏପରି କି ୨୦୨୧ରେ ରାଜ୍ୟକୁ ମାତ୍ର ୨୨୬୯ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ୨୦୨୨ରେ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ୭୭ ପ୍ରତିଶତ ହ୍ରାସ ଘଟିଛି।
କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଭାରତ ପର୍ଯ୍ୟଟକ ପରିସଂଖ୍ୟାନ-୨୦୨୨ ରିପୋର୍ଟ ଅନୁଯାୟୀ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ୨୦୨୦ ଏବଂ ୨୦୨୧ରେ ୭୭.୭ ପ୍ରତିଶତ ହ୍ରାସ ପାଇଥିବା ବେଳେ ୨୦୨୨ରେ ଏହା ୭୭ ପ୍ରତିଶତରେ ରହିଛି।
ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୯ ମସିହାରେ ଓଡ଼ିଶାକୁ ୧,୧୫,୧୨୮ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ୨୦୨୦ରେ କୋଭିଡ୍‌ ଯୋଗୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ୧୦,୨୦୬ରେ ସୀମିତ ଥିବାବେଳେ ୨୦୨୧ରେ ଏହା ୨୨୬୯କୁ ହ୍ରାସ ପାଇଥିଲା। ମନ୍ତ୍ରଣାଳୟର ଉକ୍ତ ପରିସଂଖ୍ୟାନ ରିପୋର୍ଟ ଅନୁଯାୟୀ ପର୍ଯ୍ୟଟକ ଆଗମନ ତାଲିକାରେ ଦେଶରେ ଓଡ଼ିଶା ଘରୋଇ ପର୍ଯ୍ୟଟକ କ୍ଷେତ୍ରରେ ୧୮ ତମ ସ୍ଥାନରେ ରହିଥିବା ବେଳେ ବିଦେଶୀ ପର୍ଯ୍ୟଟକ ଆଗମନ କ୍ଷେତ୍ରରେ ୨୦ ତମ ର଼୍ୟାଙ୍କ୍‌ରେ ରହିଛି। ଗତ କିଛି ବର୍ଷ ଧରି କୋଣାର୍କର ସୂର୍ଯ୍ୟମନ୍ଦିର ୫ ଶ୍ରେଷ୍ଠ ସେଣ୍ଟ୍ରାଲ ମନୁମେଣ୍ଟରେ ସ୍ଥାନ ପାଇ ନ ଥିଲା। ରାଜ୍ୟକୁ ପର୍ଯ୍ୟଟକ ହ୍ରାସ ଦିଗରେ ଏହା ଅନ୍ୟ ଏକ କାରଣ ଦର୍ଶାଯାଉଥିବା ବେଳେ ଆବଶ୍ୟକ ଭିତ୍ତିଭୂମି ଓ ତାରକା ହୋଟେଲର ଅଭାବ ଯୋଗୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହ୍ରାସପାଉଥିବା କୁହାଯାଉଛି।
୨୦୨୦-୨୧ରେ କୋଣାର୍କକୁ ୫.୩ ଲକ୍ଷ ଘରୋଇ ପର୍ଯ୍ୟଟକ ଆସିଥିବା ବେଳେ ମାତ୍ର ୧୪୨ ଜଣ ବିଦେଶୀ ପର୍ଯ୍ୟଟକ ପରିଦର୍ଶନ କରିଥିବା କୁହାଯାଇଛି। ଅନ୍ୟପକ୍ଷରେ ରତ୍ନଗିରିକୁ ମଧ୍ୟ ପର୍ଯ୍ୟଟକଙ୍କ ସଂଖ୍ୟାରେ ଦ୍ରୁତ ହ୍ରାସ ଘଟିଛି। ୨୦୨୦ରୁ ୨୦୨୨ ମଧ୍ୟରେ ଏହି ସ୍ଥାନକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ୨୦.୨୯ ପ୍ରତିଶତ ହ୍ରାସ ହୋଇଥିବା ପରିସଂଖ୍ୟାନ ରିପୋର୍ଟରେ କୁହାଯାଇଛି। ରାଜ୍ୟରେ ବିଦେଶୀ ପର୍ଯ୍ୟଟକମାନଙ୍କ ରହଣି ପାଇଁ ପର୍ଯ୍ୟାପ୍ତ ତାରକା ହୋଟେଲର ଅଭାବ ରହିଛି। ରାଜ୍ୟରେ ୨୨ଟି ତାରକା ହୋଟେଲରେ ମାତ୍ର ୧,୧୨୪ ରୁମ୍‌ ରହିଛି। ୨୦୧୯ରେ ଭାରତକୁ ୩.୧୪ କୋଟିରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି। ୨୦୨୦ରେ ଏହି ସଂଖ୍ୟା ୪.୪୬ ଲକ୍ଷକୁ ହ୍ରାସ ପାଇଥିବାବେଳେ ୨୦୨୧ରେ କରୋନା ପ୍ରଭାବ ଯୋଗୁ ଏହା ୩୫ ହଜାର ଟପିପାରି ନ ଥିଲା। ଅବସ୍ଥା ଏଭଳି ହୋଇଥିଲା ଯେ ୨୦୨୧ରେ ଲକ୍ଷାଦ୍ୱୀପକୁ ମାତ୍ର ୪ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ତ୍ରିପୁରାକୁ ୫ ଜଣ, ଛତିଶଗଡ଼କୁ ୮ଜଣ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା।
ତେବେ ୨୦୨୧ରେ କରୋନା ମହାମାରୀ ସତ୍ତ୍ୱେ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ୨୭,୫୫୧ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ପଶ୍ଚିମବଙ୍ଗକୁ ୩୪,୮୨୮ ଜଣ ଆସିଥିଲେ। ତେବେ ଏହି ଦୁଇ ରାଜ୍ୟକୁ ସିଧାସଳଖ ଭାବେ ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁଥିବାରୁ ଅଧିକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଆସୁଥିବା କୁହାଯାଉଛି। ପର୍ଯ୍ୟଟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କୋଭିଡ୍‌ ପରେ ରାଜ୍ୟକୁ କିପରି ପର୍ଯ୍ୟଟକମାନଙ୍କର ଆଗମନ ବଢ଼ିବ ସେ ନେଇ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରାଯାଇଥିବା ବେଳେ ପର୍ଯ୍ୟଟନର ପ୍ରଚାର ପ୍ରସାର ସହିତ ଇକୋ ରିଟ୍ରିଟ୍‌ର ମୂଲ୍ୟକୁ ହ୍ରାସ କରାଯାଇଛି। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୨୨ରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅନେକ ପୁଞ୍ଜିନିବେଶକାରୀ ଆଗ୍ରହ ଦେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?