Posted inଜାତୀୟ

ପବ୍‌ଜୀ ଖେଳାଳିଙ୍କ ପ୍ରେମରେ ସ୍ବାମୀଙ୍କୁ ଛାଡ଼ି ବିହାର ପହଞ୍ଚିଲେ ମହିଳା

ମହାରାଜଗଞ୍ଜ,୧୭।୩: ଆଜିକାଲିର ସମୟରେ ସମୟ ଅତିବାହିତ କରିବାର ମାଧ୍ୟମ ପାଲଟିଛି ଅନ୍‌ଲାଇନ୍‌ ଗେମ୍‌। ହେଲେ ଏହାର ଅନେକ କୁପ୍ରଭାବ ପଡ଼ୁଥିବା ନଜର ଆସୁଛି। କେହି ଠକାମୀର ଶିକାର ହେଉଥିବା ବେଳେ କିଛି ଖେଳୁଖେଳୁ ପ୍ରେମରେ ପଡ଼ୁଥିବା ଘଟଣା ସାମ୍ନାକୁ ଆସୁଛି। ସେଭଳି ଏକ ସଦ୍ୟ ଘଟଣା ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲାରେ ଦେଖିବାକୁ ମିଳିଛି। ଜିଲାର ଶ୍ୟାମଡୁରୁଓ୍ବା ପୋଲିସ ଥାନା ଅଞ୍ଚଳରେ ରହୁଥିବା ଜଣେ ବିବାହିତା ମହିଳା ପବ୍‌ଜୀ ଖେଳୁଥିବା ବେଳେ ପ୍ରେମରେ ପଡ଼ିଥିଲେ। ଏପରିକି ସେ ପ୍ରେମିକଙ୍କୁ ଭେଟିବା ଲାଗି ବିହାରରେ ପହଞ୍ଚିଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ମହିଳାଙ୍କୁ ଉଦ୍ଧାର କରି ସ୍ବାମୀଙ୍କ ନିକଟକୁ ପଠାଇଛି।

ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ମହିଳାଜଣଙ୍କ ନିଜର ଖାଲି ସମୟରେ ପବ୍‌ଜି ଖେଳୁଥିଲେ। ଏହି ସମୟରେ ବିହାରର ମୁଜଫ୍ଫରନଗରରେ ରହୁଥିବା ଜଣେ ପବ୍‌ଜୀ ଖେଳାଳିଙ୍କୁ ଭଲପାଇ ବସିଥିଲେ। ମାର୍ଚ୍ଚ ୩ ରାତିରେ ସେ ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ। ସ୍ତ୍ରୀଙ୍କ ନିଖୋଜ ନେଇ ସ୍ବାମୀ ଅଭିଯୋଗ କରିଥିଲେ। ପରେ ପୋଲିସ ଖୋଜାଖୋଜି କରିବା ପରେ ସେ ପ୍ରେମିକଙ୍କୁ ଭେଟିବାକୁ ଯାଇଥିବା ଜାଣିବାକୁ ପାଇଥିଲା। ପରେ ତାଙ୍କୁ ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ଅଭିଯୋଗକୁ ନେଇ ତାତିଲେ ଛାତ୍ରୀଛାତ୍ର, କ୍ୟାମ୍ପସ୍‌ରେ ଭଙ୍ଗାରୁଜା

ଫଗଓ୍ବାରା,୨୭ା୯: ପଞ୍ଜାବର ଫଗଓ୍ବାରାସ୍ଥିତ ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟି (ଏଲ୍‌ପିୟୁ)ର ଜଣେ ଛାତ୍ରୀଙ୍କୁ କ୍ୟାମ୍ପସ୍‌ ଭିତରେ ଜଣେ ବାହାର ଲୋକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହାକୁ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଲ୍ଟିମେଟମ ଦେଲେ ଅଭିଜିତ, ଏମିତି ନ କଲେ ଆସାମରେ ହେବ…

ନୂଆଦିଲ୍ଲୀ,୨୭।୯: ଗୁଆହାଟୀରେ କକ୍ରୋଚ ଜନତା ପାର୍ଟି (CJP)ର ସହ-ସଂସ୍ଥାପକ ଆଶୁତୋଷ ରାଙ୍କାଙ୍କ ସମେତ ଅନ୍ୟ କିଛି କର୍ମୀଙ୍କୁ ଆସାମ ପୋଲିସ ଅଟକ ରଖିବା ପରେ CJP ସଂସ୍ଥାପକ…

‘ତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା କରିବି…’, ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିଧାୟକ, ଚାରିଆଡ଼େ ଚର୍ଚ୍ଚା

କୋଲକାତା,୨୭।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଆମଜନତା ଉନ୍ନୟନ ପାର୍ଟି (AJUP) ଅଧ୍ୟକ୍ଷ ତଥା ନଓଦା ବିଧାୟକ ହୁମାୟୁନ କବୀରଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ…

ରାଜନୀତିରେ ହଇଚଇ! ଯୁବକଙ୍କୁ ରାସ୍ତାରେ ଚାପୁଡ଼ା ମାରିଲେ ମନ୍ତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀର PWD ମନ୍ତ୍ରୀ ପ୍ରବେଶ ବର୍ମାଙ୍କ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓରେ ସେ ଜଣେ ଯୁବକଙ୍କୁ ଚାପୁଡ଼ା ମାରୁଥିବା…

BJP ଟିକେଟ ଅଫର କରିଥିଲେ ଜ୍ଞାନେଶ କୁମାର! ଦାବିକୁ ନେଇ ରାଜନୀତିରେ ହଇଚଇ, ରାହୁଲ କହିଲେ…

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)ର ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ଏବେ ଏକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?