ଡବ୍ଲ୍ୟୁଏଚ୍‌ଓର ସତର୍କ ସୂଚନା, ଭାରତକୁ କରୋନା ନେଇ ଚେତାବନୀ…

ଜେନେଭା/ନୂଆଦିଲ୍ଲୀ,୧୭।୩ : ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ସମଗ୍ର ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଅବଶ୍ୟ, ଗତ କିଛି ସପ୍ତାହ ଧରି ଭାତରରେ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି। କିନ୍ତୁ ବର୍ତ୍ତମାନ ବିଶ୍ୱ ସୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଦ୍ୱାରା ଏକ ବଡ଼ ଚେତାବନୀ ଦିଆଯାଇଛି। ଡବ୍ଲ୍ୟୁଏଚ୍‌ଓ ପୃଥିବୀର ବିଭିନ୍ନ ଦେଶକୁ ଚେତାବନୀ ଦେଇ କହିଛି ଯେ ଆଗାମୀ ଦିନରେ କରୋନା ଏକ ବଡ ଲମ୍ଫ ଦେବାର ଆଶଙ୍କା ରହିଛି।

ନ୍ୟୁଜ୍‌ ଏଜେନ୍ସି ଆଇଏଏନଏସ୍‌ ଅନୁଯାୟୀ, ଡବ୍ଲ୍ୟୁଏଚ୍‌ଓ କହିଛି ଯେ ପୃଥିବୀରେ ପୁଣି କରୋନା ମାମଲା ବୃଦ୍ଧି ପାଇପାରେ। ଏହାର କାରଣ ହେଉଛି କରୋନା ପରୀକ୍ଷା କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ ଗତ କିଛି ସପ୍ତାହ ଧରି କମ ମାମଲା ପଞ୍ଜିକୃତ ହେଉଛି। ଏହା ବ୍ୟତୀତ କେଉଁ ଦେଶରେ ସର୍ବାଧିକ ସଂଖ୍ୟକ ମାମଲା ରହିବାର ଆଶଙ୍କା ରହିଛି ସେନେଇ ଡବ୍ଲ୍ୟୁଏଚ୍‌ଓ ଚେତାବନୀ ଦେଇଛି।

ଡବ୍ଲ୍ୟୁଏଚ୍‌ଓ ଅନୁଯାୟୀ, ଏସିଆର ବହୁ ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇପାରେ। ଯାହା ଏବେ କିଛି ଦେଶରେ ବୃଦ୍ଧି ପାଇବାରେ ଲାଗିଛି । ଡବ୍ଲ୍ୟୁଏଚ୍‌ଓର ଚେତାବନୀ ଏପରି ଏକ ସମୟରେ ଆସିଛି ଯେତେବେଳେ ଚାଇନାରେ କରୋନା ମାମଲା ଦ୍ରୁତ ଗତିରେ ବଢୁୁଛି। କରୋନା ପୁଣିଥରେ ଚାଇନାରେ ସମସ୍ତଙ୍କୁ ଅସୁବିଧାରେ ପକାଇଛି। ଫଳରେ ୧୩ ଟି ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଠାରେ ଓମିକ୍ରନର ସବ-ଭାରିଆଣ୍ଟ ବିଏ.୨ ର ମାମଲା ପଞ୍ଜିକୃତ ହେଉଛି। ଯଦିଓ ଏହା ମାରାତ୍ମକ ବୋଲି ବିବେଚନା କରାଯାଇ ନାହିଁ। କିନ୍ତୁ ଏହା ଦ୍ରୁତ ଗତିରେ ବ୍ୟାପିଥାଏ। ଚାଇନା ବ୍ୟତୀତ ଅନ୍ୟ କେତେକ ଦେଶରେ ମଧ୍ୟ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ପୃଥିବୀର ସମସ୍ତ ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଲାଗି ମଧ୍ୟ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦାବି ହେଉଛି ଯେ ଜୁନ ସୁଦ୍ଧା ଚତୁର୍ଥ ଲହରର ପ୍ରଭାବ ଭାରତରେ ଦେଖିବାକୁ ମିଳିବ। ସେଥିପାଇଁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କରୋନା ସମ୍ବନ୍ଧରେ ନିରନ୍ତର ସମୀକ୍ଷା ବୈଠକ କରାଯାଉଛି। ଏହା ସହିତ କରୋନା ସ୍ଥିତି ଉପରେ ନଜର ରଖିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅବଶ୍ୟ, ବର୍ତ୍ତମାନ ସମୟରେ ଦେଶରେ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ ଏହା ଉପରେ ଲାଗିଥିବା ପ୍ରତିବନ୍ଧକ ମଧ୍ୟ ହଟାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri