Posted inଜାତୀୟ

ସୀମାରେ ଚାହିଁ ବସିଛି ଶତ୍ରୁ, ପ୍ରତିରକ୍ଷା ଗବେଷଣା ଅନୁସନ୍ଧାନ ଖର୍ଚ୍ଚ ମାତ୍ର ୦.୦୮୩ ପ୍ରତିଶତ…

ନୂଆଦିଲ୍ଲୀ,୧୭।୩ : ପୂର୍ବ ଲଦାଖର ଏଲ୍‌ଏସି ଏବଂ ଜମ୍ମୁ-କଶ୍ମୀରର ଏଲ୍‌ଓସିରେ ଶତ୍ରୁ ପକ୍ଷ ଚାହିଁ ବସିଥିବାବେଳେ ଭାରତରେ ପ୍ରତିରକ୍ଷା ଗବେଷଣା ଅନୁସନ୍ଧାନ ଖର୍ଚ୍ଚ କମିବାରେ ଲାଗିଛି। ଏଥି ପାଇଁ ମାତ୍ର ୦.୦୮୩ ପ୍ରତିଶତ ଖର୍ଚ୍ଚ ବଜେଟରେ ଆବଣ୍ଟିତ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଠାରୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ବ୍ୟୟ ବୃଦ୍ଧି ପାଇଁ ଦାବି ହୋଇ ଆସୁଛି। ତେବେ ଏହାକୁ କ୍ରେନ୍ଦ୍ର ସରକାର ଅଣଦେଖା କରିବାରେ ଲାଗିଥିବା ଅଭିଯୋଗ ହେଉଛି।

ତାଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ମଧ୍ୟ ଅଧାରୁ ଅଧିକ ଶେଷ ହୋଇଛି। କିନ୍ତୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ କ୍ଷେତ୍ରରେ ଖର୍ଚ୍ଚରେ ବୃଦ୍ଧି ହେବା ପରିବର୍ତ୍ତେ ହ୍ରାସ ଘଟିଛି। ଯେତେବେଳେ ଭାରତ ସୀମାରେ ସୁରକ୍ଷା ସହ ଜଡିତ ଆହ୍ବାନ ସହିତ ମୁକାବିଲା କରୁଛି ସେତେବେଳେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ଖର୍ଚ୍ଚ କମିବା ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଯଦି ଆମେ ଏକ ତୁଳନାତ୍ମକ ଅଧ୍ୟୟନ କରିବା, ତେବେ ସୀମାରେ ଉତ୍ତେଜନା ବୃଦ୍ଧି ହେବାର ଆଶଙ୍କା ମଧ୍ୟରେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପାଇଁ ଖର୍ଚ୍ଚ କରିବାରେ ଭାରତ ଚାଇନା ଏବଂ ଆମେରିକା ଭଳି ଦେଶଠାରୁ ବହୁ ପଛରେ ଅଛି । ଏକ ରିପୋର୍ଟରେ ଏକ ସଂସଦୀୟ ପ୍ୟାନେଲ ଏହା କହିଛନ୍ତି।

ପାର୍ଲାମେଣ୍ଟରେ ଡିଆର୍‌ଡ଼ିଓ ପାଇଁ ଅନୁଦାନର ଦାବି ଉପରେ ଷ୍ଟାଣ୍ଡିଂ କମିଟିର ରିପୋର୍ଟରେ ଦର୍ଶାଯାଇଛି ଯେ ପୂର୍ବ ବର୍ଷଗୁଡ଼ିକରେ ସାମଗ୍ରିକ ଜିଡିପିରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ଖର୍ଚ୍ଚରେ କୌଣସି ବୃଦ୍ଧି ଘଟିନାହିଁ। ରିପୋର୍ଟରେ କୁହାଯାଇଛି ଯେ ୨୦୧୬-୧୭ରେ ଏହା ୦.୦୮୮ ପ୍ରତିଶତ ଥିଲା। ୨୦୨୦-୨୧ରେ ଏହା ୦.୦୮୩ ପ୍ରତିଶତକୁ ଖସି ଆସିଛି। ଏହି ପ୍ୟାନେଲ ଭାରତ ଏବଂ ଅନ୍ୟାନ୍ୟ ବିକଶିତ ଦେଶର ମୋଟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ଖର୍ଚ୍ଚ ବିଶ୍ଳେଷଣ କରିଛି। ରିପୋର୍ଟରେ କୁହାଯାଇଛି ଯେ ଚାଇନା ଭଳି ଅନ୍ୟ ବିକଶିତ ଦେଶ ତୁଳନାରେ ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ଖର୍ଚ୍ଚ ଅତି କମ୍‌ ରହିଛି। ଆମେରିକା ଜିଡ଼ିପିର ୨୦ ପ୍ରତିଶତ ପ୍ରତିରକ୍ଷା ପାଇଁ ଖର୍ଚ୍ଚ କରୁଛି। ସେହିପରି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ଲାଗି ୧୨ ପ୍ରତିଶତ ଖର୍ଚ୍ଚ କରୁଛି।

ବର୍ତ୍ତମାନର ଅନ୍ତର୍ଜାତୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମଗ୍ର ବିଶ୍ୱରେ ଚାଲିଥିବା ଦ୍ୱନ୍ଦ୍ୱ ଯୋଗୁଁ ବିପଦ ଆଶଙ୍କା ବଢୁଛି ବୋଲି କମିଟି ମତ ରଖିଛି। ଏଭଳି ପରିସ୍ଥିତିରେ ଜାତୀୟ ସୁରକ୍ଷା ସ୍ବାର୍ଥକୁ ପ୍ରାଧାନ୍ୟ ଦେବା ଆବଶ୍ୟକ। ପ୍ରତିରକ୍ଷା ଅନୁସନ୍ଧାନ ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ଦିଆଯିବା ପାଇଁ ପ୍ୟାନେଲ ପରାମର୍ଶ ଦେଇଛି। ଯାହା ଦ୍ୱାରା ରଣନୈତିକ ପ୍ରକଳ୍ପଗୁଡିକ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରାଯାଇପାରିବ। ଡିଆରଡିଓର ବଜେଟ ଆବଣ୍ଟନକୁ ନେଇ ପ୍ୟାନେଲ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

୨୦୨୨-୨୩ ଆର୍ଥିକ ବର୍ଷରେ ଡିଆରଡିଓ ବଜେଟ ଆବଣ୍ଟନରେ ୧୬୫୯.୮୦ କୋଟି ଟଙ୍କାର ଅଭାବ ରହିଛି। ରିପୋର୍ଟରେ କୁହାଯାଇଛି ଯେ ଗତ କିଛି ବର୍ଷ ମଧ୍ୟରେ ଡିଆରିଡିଓର ବଜେଟ ପ୍ରତିରକ୍ଷା ବଜେଟର ପ୍ରାୟ ୫-୬ ପ୍ରତିଶତ ରହିଛି। ଯଦିଓ ଏହା ବୃଦ୍ଧି ପାଉନାହିଁ ଏବଂ ମୁଦ୍ରାସ୍ଫୀତିର ମୂଲ୍ୟ ସହିତ ମେଳ ଖାଉଛି ଏବଂ ଏହାକୁ ଦୃଷ୍ଟିରେ ରଖି ରଣନୀତିକ ଯୋଜନା ଏବଂ ସିସଏସ୍‌ ପ୍ରକଳ୍ପ ଏବଂ କାର୍ଯ୍ୟକ୍ରମ, ଦରମା ଏବଂ ଭତ୍ତା ଏବଂ ଅନ୍ୟାନ୍ୟ ବେତନ ରାଜସ୍ବ ଖର୍ଚ୍ଚ ପାଇଁ ବିପୁଳ ପରିମାଣର ଖର୍ଚ୍ଚ ହେଉଛି । ପ୍ରତିବର୍ଷ ଏହା ବଢ଼ିବାରେ ଲାଗିଛି।

୨୦୨୧-୨୨ ଆର୍ଥିକ ବର୍ଷରେ ଡିଆର୍‌ ଡିଓର ପରିମାଣ ୨୩୪୬୦.୪୪ କୋଟି ଥିଲାବେଳେ ଅନ୍ତିମ ଆବଣ୍ଟନ ୧୮,୨୨୭.୪୪ କୋଟି ଥିଲା। ଯାହା ପ୍ରାରମ୍ଭିକ ଆକଳନଠାରୁ ୫୧୨୨.୫୬ କୋଟି କମ। ଏହି ଆବଣ୍ଟନ୨୦୨୧-୨୨ ବର୍ଷ ପାଇଁ ବଜେଟ ଆକଳନ ଆବଣ୍ଟନଠାର ମଧ୍ୟ କମ ରହିଛି।

୨୦୨୨-୨୩ ପାଇଁ ବଜେଟ ଆକଳନରେ ଡିଆର୍‌ଡିଓ ୨୨,୯୯୦ କୋଟି ଟଙ୍କା ଦାବି କରିଥିବାବେଳେ ଆବଣ୍ଟନ ୨୧,୩୩୦.୨୦ କୋଟି ଟଙ୍କା ରହିଛି। ଏହି ଆବଣ୍ଟନରେ ୧୬୫୯.୮୦ କୋଟି ଟଙ୍କା ଅଭାବ ରହିଛି।।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri