Posted inଜାତୀୟ

ଭକ୍ତଙ୍କୁ ଆଇ ଫୋନ୍‌ ଫେରାଇବାକୁ ମନାକଲା କନ୍ଦସ୍ବାମୀ ମନ୍ଦିର ପ୍ରଶାସନ

ଚେନ୍ନାଇ, ୨୧।୧୨: ତାମିଲନାଡ଼ୁର ଚେନ୍ନାଇ ଉପକଣ୍ଠ ଥିରୁପୋରୁରସ୍ଥିତ ଅରୁଲ୍‌ମିଗୁ କନ୍ଦସ୍ବାମୀ ମନ୍ଦିରରୁ ଏକ ଅଜବ ଘଟଣା ସାମ୍‌ନାକୁ ଆସିଛି। ବିନାୟଗପୁରମ ନିବାସୀ ଦୀନେଶ ଗତ ମାସରେ ସପରିବାର ଏହି ମନ୍ଦିରକୁ ଦର୍ଶନ କରିବା ପାଇଁ ଆସିଥିଲେ। ଦର୍ଶନ ସାରି ସେ ମନ୍ଦିରକୁ ଦାନ କରିବା ଉଦ୍ଦେଶ୍ୟର ଦାନବାକ୍ସ ନିକଟକୁ ଯାଇଥିଲେ। ଦାନ ଦେବା ବେଳେ ଅସାବଧାନତା ବଶତଃ ତାଙ୍କ ଶାର୍ଟ ପକେଟରେ ଥିବା ଆଇ ଫୋନ୍‌ଟି ଭୁଲ୍‌ରେ ଦାନବାକ୍ସ ମଧ୍ୟରେ ଖସିପଡ଼ିଥିଲା। ଘଟଣା ସମ୍ପର୍କରେ ଦୀନେଶ ତୁରନ୍ତ ମନ୍ଦିରରେ ଅଧିକାରୀଙ୍କୁ ଜଣାଇଥିଲେ ଏବଂ ତାଙ୍କ ଆଇ ଫୋନ୍‌ ଫେରାଇବାକୁ ଅନୁରୋଧ କରିଥିଲେ। ତେବେ ଆଇ ଫୋନ୍‌ ଫେରାଇବାକୁ ମନ୍ଦିର ପ୍ରଶାସନ ଅରାଜି ହୋଇଥିଲା। ଦାନବାକ୍ସରେ ଦିଆଯାଇଥିବା ପ୍ରତ୍ୟେକ ବସ୍ତୁକୁ ଈଶ୍ୱରଙ୍କର ସମ୍ପତ୍ତି ଭାବେ ଧରାଯାଇଥାଏ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଉତ୍ତର ମିଳିଥିଲା।

ସେହିପରି ଦାନବାକ୍ସ ୨ ମାସକୁ କେବଳ ଥରଟିଏ ପାଇଁ ଖୋଲାଯାଇଥାଏ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଦୀନେଶଙ୍କୁ କୁହାଯାଇଥିଲା। ଘଟଣା ସମ୍ପର୍କରେ ଦୀନେଶ ହିନ୍ଦୁ ରିଲିଜିଅନ ଆଣ୍ଡ ଚାରିଟେବଲ ଏଣ୍ଡାଓମେଣ୍ଟସ୍‌ (ଏଚ୍‌ଆର୍‌ ଆଣ୍ଡ ସିଇ) ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଡିସେମ୍ବର ୨୧ରେ ଦାନବାକ୍ସ ଖୋଲାଯିବ, ତେଣୁ ସେହିଦିନ ମନ୍ଦିର ଆସିବାକୁ ଦୀନେଶଙ୍କୁ ‘ଏଚ୍‌ଆର୍‌ ଆଣ୍ଡ ସିଇ’ର ଅଧିକାରୀମାନେ ପରାମର୍ଶ ଦେଇଥିଲେ। ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ, ଶନିବାର ମନ୍ଦିରର ଦାନବାକ୍ସ ଖୋଲାଯାଇଥିଲା, କିନ୍ତୁ ଦୀନେଶଙ୍କୁ ତାଙ୍କ ଆଇ ଫୋନ୍‌ ମିଳି ନ ଥିଲା। ଫୋନ୍‌ ବଦଳରେ କେବଳ ଜରୁରୀ ଡେଟା ଡାଉନ୍‌ଲୋଡ୍‌ କରାଯାଇ ସିମ୍‌କାର୍ଡ ଯୋଗେ ଦିଆଯାଇପାରିବ ବୋଲି ଦୀନେଶଙ୍କୁ ଏଚ୍‌ଆର୍‌ ଆଣ୍ଡ ସିଇ ଅଧିକାରୀଙ୍କ ପକ୍ଷରୁ ବିକଳ୍ପ ଦିଆଯାଇଥିଲା। ଇତିମଧ୍ୟରେ ଏକ ନୂଆ ସିମ୍‌ କିଣି ସାରିଥିବା ଦୀନେଶ ଅଧିକାରୀଙ୍କ ଏହି ବିକଳ୍ପକୁ ଅଗ୍ରାହ୍ୟ କରିଦେଇଥିଲେ।

ଘଟଣାକୁ ନେଇ ତାମିଲନାଡ଼ୁ ଏଚ୍‌ଆର୍‌ ଆଣ୍ଡ ସିଇ ମନ୍ତ୍ରୀ ପି.କେ. ଶେକର ବାବୁ କହିଛନ୍ତି, ଇଚ୍ଛାଧୀନ ଭାବେ ହେଉ ଅଥବା ଅନିଚ୍ଛାକୃତ ଭାବେ ଦାନବାକ୍ସ ମଧ୍ୟରେ ପଡ଼ିଥିବା ବସ୍ତୁଗୁଡ଼ିକୁ ଭକ୍ତଙ୍କୁ ଫେରାଇବା ନେଇ କୌଣସି ନିୟମ ନାହିଁ। ମନ୍ଦିର ପ୍ରଶାସନ ନିୟମ ବିରୋଧରେ ଯାଇପାରିବ ନାହିଁ। ତେବେ ଏହି ମାମଲାରେ ଦୀନେଶଙ୍କୁ କ୍ଷତିପୂରଣ ଦିଆଯାଇ ପାରିବ। ବିଭାଗର ପରବର୍ତ୍ତୀ ବୈଠକରେ ଏନେଇ ଆଲୋଚନା କରାଯିବ ବୋଲି ସେ କହିଛନ୍ତି। ମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି, ଆଇ ଫୋନ୍‌ଟିକୁ ଦାନ ହିସାବରେ ଦାନବାକ୍ସ ମଧ୍ୟରେ ପକାଯାଇଛି କି ଏହା ଭୁଲ୍‌ରେ ପଡ଼ିଯାଇଛି, ତାହା ମନ୍ଦିର ପ୍ରଶାସନ ସ୍ଥିର କରିପାରିବ ନାହିଁ। ତେଣୁ ଦାନବାକ୍ସ ମଧ୍ୟରୁ ମିଳିଥିବା ଆଇ ଫୋନ୍‌ ଉପରେ କେବଳ ଠାକୁରଙ୍କର ଅଧିକାର ରହିଛି ବୋଲି ସେ କହିଛନ୍ତି। ଉକ୍ତ ଘଟଣା ଏବେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋନମ ୱାଙ୍ଗଚୁକ, କହିଲେ- ସେଦିନ ରାତିରେ…

ନୂଆଦିଲ୍ଲୀ,୬।୮: NEET ପେପର ଲିକ ଘଟଣା ଏବଂ ଛାତ୍ରୀଛାତ୍ରଙ୍କ ପ୍ରତିବାଦକୁ ସମର୍ଥନ କରି ୨୬ ଦିନ ଧରି ଅନଶନ କରିଥିବା ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ନିଜର…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

ନୂଆଦିଲ୍ଲୀ,୫।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

କ୍ଷମା ମାଗିଲେ ଜୁକରବର୍ଗ: ମୋଦି ସରକାରଙ୍କୁ କହିଲେ, ବହୁତ ଟଙ୍କା ମିଳିଥିଲା…

ନୂଆଦିଲ୍ଲୀ,୫।୮: ମାର୍କ ଜୁକରବର୍ଗ CSAM କଣ୍ଟେଣ୍ଟ, ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri