ଆମ୍ବକୁ ବିପଦ ରେଡ୍‌ବ୍ୟାଣ୍ଡ୍‌ ପୋକ

ଢେଙ୍କାନାଳ,୧୯ା୩(ରତନ ନାୟାର):ଆମ୍ବ ଚାଷରେ ଢେଙ୍କାନାଳ ଜିଲା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଜିଲାର ଜଳବାୟୁ ଫଳଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ପ୍ରତିବର୍ଷ ପ୍ରାୟ ୪୦ରୁ ୫୦ ହଜାର ମେଟ୍ରିକ୍‌୍‌ ଟନ ଆମ୍ବ ଢେଙ୍କାନାଳରୁ ଉପତ୍ାଦିତ ହୋଇଥାଏ। ଏହି ଆମ୍ବ ଦିଲ୍ଲୀ, ଛତିଶଗଡ଼, କଲିକତା, ବିହାର, ଉତ୍ତରପ୍ରଦେଶ ସମେତ ବାହାର ଦେଶ ବାଂଲାଦେଶ ଓ ଦୁବାଇକୁ ମଧ୍ୟ ରପତ୍ାନି ହୋଇଥାଏ। ଜିଲାରେ ୧୦ ହଜାର ହେକ୍ଟର ଜମିରେ ଆମ୍ବଚାଷ ହେଉଛି। ହେଲେ ଚଳିତବର୍ଷ ଆମ୍ବ ଚାଷକୁ ବିପଦ ମାଡ଼ିଆସିଛି। ରେଡ୍‌ବ୍ୟାଣ୍ଡ୍‌ ନାମକ ପୋକ ଆମ୍ବ ଫସଲକୁ ପ୍ରାରମ୍ଭରୁ ପ୍ରଭାବିତ କରିଛି। ଏପରି କି ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାରୁ ଆମ୍ବ ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଅନ୍ୟ ରାଜ୍ୟ ଭଳି ଓଡ଼ିଶା ସରକାର ଫଳ ଚାଷ ବୀମା ବ୍ୟବସ୍ଥା କଲେ ରୋଗପୋକ ଯୋଗୁ ପ୍ରଭାବିତ ହେଉଥିବା ଫଳ ଚାଷୀମାନେ ଉପକୃତ ହୋଇପାରିବେ ବୋଲି ଚାଷୀମାନେ ଦାବି କରିଛନ୍ତି।
୨୦୨୨ରେ ଆମ୍ବଚାଷରେ ଏହି ପୋକ ସଂକ୍ରମଣ ଉତ୍ତରପ୍ରଦେଶ ଓ ବିହାର ରାଜ୍ୟରେ ଦେଖାଦେଇଥିଲା। ଚଳିତବର୍ଷ ଏହା ଓଡ଼ିଶାର ଢେଙ୍କାନାଳ, ଅନୁଗୋଳ ଓ କେନ୍ଦୁଝର ଆଦି ଜିଲାକୁ ବ୍ୟାପୁଥିବା ଆମ୍ବ ଚାଷୀମାନେ କହିଛନ୍ତି। ଏହାକୁ ନେଇ କେବଳ ଆମ୍ବ ଚାଷୀ ନୁହନ୍ତି, ଉଦ୍ୟାନ ବିଭାଗ ଅଧିକାରୀମାନେ ମଧ୍ୟ ଚିନ୍ତାରେ ପଡ଼ିିଯାଇଛନ୍ତି। ବିଶେଷକରି ଏହି ନୂଆ ପ୍ରଜାତିର ପୋକ କଷି ଆମ୍ବରେ ଦେଖାଯାଉଛି। ବହୁ ପ୍ରକାର କୀଟନାଶକ ପ୍ରୟୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନି। ଫଳରେ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଏହି କାରଣରୁ ଚଳିତବର୍ଷ ଢେଙ୍କାନାଳ ଜିଲାରେ ଆମ୍ବଚାଷ ପ୍ରଭାବିତ ହେବା ସହିତ ବିଭିନ୍ନ ରାଜ୍ୟ ଓ ବିଦେଶକୁ ଆମ୍ବ ରପତ୍ାନି ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ଢେଙ୍କାନାଳ ସଦର ବ୍ଲକ ମୋଟରୀ ଓ ବିମ୍ବୋଳ ଅଞ୍ଚଳର ଆମ୍ବ ଚାଷୀ ପ୍ରଦୋଷ ମହାପାତ୍ର କହିଛନ୍ତି, ୧୫ ଏକର ଜାଗାରେ ଆମ୍ବଚାଷ କରିଛି। ଚଳିତବର୍ଷ ଏକ ଭିନ୍ନ ପ୍ରଜାତିର ପୋକ ଆମ୍ବ ଫସଲକୁ ଆରମ୍ଭରୁ ନଷ୍ଟ କରିସାରିଲାଣି। ପାଖାପାଖି ୮୦ ପ୍ରତିଶତ ଆମ୍ବ ଚଣା ଅବସ୍ଥାରେ ନଷ୍ଟ ହେଲାଣି। ଓଡ଼ାପଡ଼ା ବ୍ଲକ ଗୋବିନ୍ଦପ୍ରସାଦ ଅଞ୍ଚଳର ୨୦ ଏକରରେ ଆମ୍ବଚାଷ କରିଥିବା ଚାଷୀ ବିଶ୍ୱଜିତ ଆର୍ଯ୍ୟେନ୍ଦୁ ଜେନା କହିଛନ୍ତି, ୪ ଥର କୀଟନାଶକ ପକାଇବା ପରେ ମଧ୍ୟ ସୁଫଳ ମିଳୁନାହିଁ। ଏ ସଂକ୍ରାନ୍ତରେ ଜିଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଗୀତାଶ୍ରୀ ପାଢ଼ୀ କହିଛନ୍ତି, ଏଭଳି ପୋକ ବହୁବର୍ଷ ପୂର୍ବରୁ ଆମ୍ବରେ ହେଉଥିଲା। ଏହାକୁ ରେଡ୍‌ବ୍ୟାଣ୍ଡ୍‌ ପୋକ ବୋଲି କୁହାଯାଏ। ଏହି ପୋକର ସଂକ୍ରମଣ ଦ୍ରୁତଗତିରେ ବଢ଼ିବ। ମାଟି ଭିତରୁ ଏହି ପୋକ ବାହାରିଛି। ଏଥିପାଇଁ ଇମାମାକ୍‌ଟିନ୍‌ ବେଜୈଏଟ୍‌ କୀଟନାଶକ ସିଞ୍ଚନ ତୁରନ୍ତ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ୧ ଲିଟର ପାଣିରେ ୨ ଗ୍ରାମ ଔଷଧ ପକାଯିବା ଆବଶ୍ୟକ। ଏଥିସହ ଆମ୍ବ ବଗିଚା ସଫାସୁତରା ରଖିବା, କୀଟନାଶକ ସିଞ୍ଚନ ପରେ ପଡ଼ିଯାଉଥିବା ପୋକଗୁଡ଼ିକୁ ତୁରନ୍ତ ପୋଡ଼ିଦେବାକୁ କୁହାଯାଇଛି। ଢେଙ୍କାନାଳ ମହିଷାପାଟସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରାଯାଇଛି। ଖୁବ୍‌ଶୀଘ୍ର କ୍ଷେତ୍ର ପରିଦର୍ଶନ କରାଯିବ ବୋଲି ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri