ଦେବଗଡ,୯।୧୧(ଶଶାଙ୍କ ଶେଖର ଝାଙ୍କର୍): ୫ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଶିଶୁକନ୍ୟାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଦେବଗଡ ସହର ଉପକଣ୍ଠ ଦେବଗଡ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଘଟଣାରେ କୁଣ୍ଢେଇଗୋଳା ଥାନାଞ୍ଚଳ କରଲଗା ଗ୍ରାମର ଯୁବକଙ୍କୁ ବାନ୍ଧିଛି ପୋଲିସ ।
ସୂଚନା ଅନୁସାରେ, ଯୁବକ ଜଣକ ଗାଁ ଗାଁ ବୁଲି କନ୍ଥା ସିଲେଇ କରୁଥିବା ବେଳେ ରବିବାର ଦେବଗଡ ଥାନାଂଚଳର ଉକ୍ତ ନିର୍ଦ୍ଦିଷ୍ଟ ଗ୍ରାମକୁ କନ୍ଥା ସିଲେଇ ପାଇଁ ଆସିଥିଲା । ତେବେ ଘରେ କେହି ନଥିବା ବେଳେ ନାବାଳିକାକୁ ଏକୁଟିଆ ପାଇ ବଳାତ୍କାର କରଥିବା ଅଭିଯୋଗ ହୋଇଛି । ପୀଡିତା ନାବାଳିକାଙ୍କ ମା’ ଘରକୁ ଫେରି ଏକଥା ଜାଣିବା ପରେ ଶୁଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ଗୁରୁତର ଥିବରୁ ଅଧିକ ଚିକିତ୍ସା ନିମନ୍ତେ ତାକୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ପୀଡତାର ମା’ଙ୍କ ଅଭିଯୋଗ ଅଧାରରେ ପୋକ୍ସୋ ସମେତ ବିଭିନ୍ନ ଦଫାରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚାଳାଇବା ସହ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ଏ ଘଟଣା ସମଗ୍ର ଜିଲାରେ ଆଲୋଡନ ସୃଷ୍ଟି କରିଛି ।

