୪ ଶହ ମିଟର ଛାଡ଼ିଦେଲେ, ପୋଲ କଲେନି

ବଇଣ୍ଡା, ୬ା୮(ଡି.ଏନ.ଏ.) ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁରୁମଟାପ ପଞ୍ଚାୟତର କୁରୁମଟାପ ଛକଠାରୁ ମନ୍ଦରବାହାଳ ପର୍ଯ୍ୟନ୍ତ ମୁଖ୍ୟରାସ୍ତାକୁ ସମ୍ପୂର୍ଣ୍ଣ ପକ୍କା କରାଯାଉ ନାହିଁ। ନିର୍ମାଣ କାର୍ଯ୍ୟ ବେଳେ ୪ ଶହ ମିଟର ଛାଡ଼ି ଦିଆଯାଇଥିବାରୁ ଯାତୟାତରେ ଅସୁବିଧା ଉପୁଜୁଛି। ସେହିପରି ଏକ ନାଳ ଉପରେ ଥିବା କଲଭର୍ଟ ସ୍ଥାନରେ ପୋଲଟିଏ କରା ନ ଯିବାରୁ ବର୍ଷା ବେଳେ ଅସୁବିଧା ହେଉଥିବା ବାଲିପଟା ଗ୍ରାମବାସୀ ବୁଧବାର ଅନୁଗୋଳ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି।
ଅଭିଯୋଗପତ୍ରରେ ଦର୍ଶାଯାଇଛି, କୁରୁମଟାପରୁ ବାଲିପଟା ଭାୟା ଦାମୋଦରପୁର ଦେଇ ମନ୍ଦରବାହାଳ ପର୍ଯ୍ୟନ୍ତ ୪. ୭୧୦ କିଲୋମିଟର ରାସ୍ତାକୁ ପକ୍କା କରିବା ପାଇଁ ୨୦୧୩ ଏପ୍ରିଲରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କାମ ଆରମ୍ଭ ହୋଇଥିଲା। ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨ କୋଟି ୧୬ ଲକ୍ଷ ୭୩ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ୨୦୧୪ ମାର୍ଚ୍ଚ ୧୧ରେ କାମ ଶେଷ ହୋଇଥିଲେ ମଧ୍ୟ ରାସ୍ତାର ୪ ଶହ ମିଟରକୁ ପକ୍କା ନ କରାଯାଇ ଛାଡ଼ି ଦିଆଯାଇଛି। ନିର୍ମାଣ ସମୟରେ ମୁଖ୍ୟ ରାସ୍ତାର କିଛି ଜମି ବେସରକାରୀ ଥିବାରୁ ସେତେବେଳେ ବିବାଦ ଦେଖାଦେଇଥିଲା। ହେଲେ ବିଭାଗୀୟ ଅଧିକାରୀମାନେ ଉକ୍ତ ଜମିକୁ ଚିହ୍ନଟ ନ କରି ୪ ଶହ ମିଟର ଛାଡି ପକ୍କା ରାସ୍ତା ଆରମ୍ଭ କରିଦେଇଥିଲେ। ସେହିପରି ଉକ୍ତ ରାସ୍ତାରେ ପଡୁଥିବା ଏକ ନାଳ ଉପରେ ପୋଲଟିଏ ପାଇଁ ଗ୍ରାମବାସୀ ଦାବି କରିଆସୁଥିଲେ ହେଁ ତାହା ନିର୍ମାଣ କରାଗଲା ନାହିଁ। ବର୍ଷା ପରେ କଲଭର୍ଟ ଉପର ଦେଇ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ କଷ୍ଟକର ହୋଇପଡ଼ିଥିବା ସରପଞ୍ଚ ସୁମନ୍ତ ବେହେରା, ଭଗବାନ ସାହୁ, ପୀତବାସ ସାହୁ, ଡିଲେଶ୍ୱର ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆ କୁହନ୍ତି, ମୁଖ୍ୟରାସ୍ତାର ଜାଗା ବିବାଦୀୟ ଥିବାଯୋଗୁ ପକ୍କା ରାସ୍ତା ନିର୍ମାଣ ହୋଇପାରିନାହିଁ। ଅର୍ଥ ଆସିଲେ ସେଠାରେ ପୋଲ ନିର୍ମାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ଅଭିଯୁକ୍ତ ସରପଞ୍ଚଙ୍କ ସ୍ବାମୀ ଫେରାର

ଆର.ଉଦୟଗିରି,୧୩।୧୧(ଡି.ଏନ.ଏ.): ଗଜପତି ଜିଲା ଅଡବା ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏବଂ ପରେ ନାବାଳିକା ଜଣକ ଗର୍ଭବତୀ...

ସଡ଼କ ଦୁର୍ଘଟଣା: ଦମ୍ପତିଙ୍କ ସହ ବଳଦ ମୃତ

ଦେବଗଡ଼,୨୪ା୧୧(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ତିଳେଇବଣି ନିକଟ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଶଗଡ଼ ଉପରେ...

ବିଳମ୍ବରେ ଚେତିଲା ପୌରପାଳିକା:ବେଆଇନ ପୋଷ୍ଟର କାଟିଲା, ସଂସ୍ଥାକୁ ତାଗିଦ

ଅନୁଗୋଳ ଅଫିସ, ୧୫।୧୨ ବିଳମ୍ବରେ ଚେତିଛି ଅନୁଗୋଳ ପୌରପାଳିକା। ସହରର ଗଳି କନ୍ଦିରେ ଲାଗିଥିବା ବେଆଇନ ପୋଷ୍ଟର ଓ ହୋର୍ଡିଂ କାଟିବା କାର୍ଯ୍ୟ ଶନିବାର ପୌରସଂସ୍ଥା...

ସ୍ବାଭିମାନ ଅଞ୍ଚଳରେ କଡ଼ା ବିରୋଧ: ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ମାଓବାଦୀ ମୃତ, ଜଣେ ଗୁରୁତର

ମାଲକାନଗିରି,୨୬।୧(ସ୍ବ.ପ୍ର.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ଶନିବାର ରାତିରେ ମାଓବାଦୀଙ୍କୁ କଡ଼ା ବିରୋଧ କରାଯାଇଛି। ଉକ୍ତ ଅଞ୍ଚଳର ଜନ୍ତୁରାଇ ଗାଁକୁ ମାଓବାଦୀ ଆସି ଉନ୍ନୟନମୂଳକ କାର୍ଯ୍ୟକୁ...

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୨୨।୧: କଟ୍‌ନୀ ଛଟ୍‌ନୀ ଓ ଅନ୍ୟ ସମସ୍ୟାକୁ ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ଗତ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଣଧାରଣା ଦେଇଥିଲା।...

୩ ପ୍ରମୁଖ ଦଳର ପ୍ରଚାର ଜୋର୍‌ଦାର: ମୁଖ୍ୟ ପ୍ରସଙ୍ଗ ମେଡିକାଲ କଲେଜ

ଭଦ୍ରକ ଅଫିସ, ୨୫।୪ – ଭଦ୍ରକ ଲୋକ ସଭା ଓ ବିଧାନସଭା ପାଇଁ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପ୍ରଚାର ଜୋର୍‌ଦାର ଚାଲିଛି। ଏଥିରୁ ବାଦ୍‌...

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ଜୀବନଗଲା

ପଦ୍ମପୁର,୨୨।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଅଧୀନ ଏକର ସାହି ଗ୍ରାମ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଅର୍ଜୁନ ସେନାପତି (୭୫)।...

ମନ୍ତ୍ରୀ ପଦ ପାଇଁ ପୂଜାପାଠ

ଭୋଗରାଇ, ୨୫।୫(ଡି.ଏନ.ଏ.)-ନିର୍ବାଚନ ଫଳାଫଳ ଘୋଷଣା ପରେ ଉଭୟ ଭାଜପା ଓ ବିଜେଡିର ବିଜେତା ପ୍ରାର୍ଥୀଙ୍କୁ ମନ୍ତ୍ରୀପଦ ମିଳିବା ନେଇ ଦଳୀୟ କର୍ମୀଙ୍କୁ ଚିନ୍ତା ଘାରିଛି। ଭାଜପା...

Advertisement
Archives

Model This Week