ଖାକି ପୋଷାକ ପଛରେ ଅକୁହା ଯନ୍ତ୍ରଣା: ୧୩ ବର୍ଷରେ ୩୦ରୁ ଅଧିକଙ୍କ ଗଲାଣି ଜୀବନ

ଭୁବନେଶ୍ୱର,୨୨ା୧୧(ତ୍ରିନାଥ ମହାନ୍ତି): ଓଡ଼ିଶାରେ ପ୍ରାୟ ୬୦ ପ୍ରତିଶତ ପୋଲିସ କର୍ମଚାରୀ ୧୬ ଘଣ୍ଟାରୁ ଅଧିକ ଏବଂ ୨୨ପ୍ରତିଶତ କର୍ମଚାରୀ ଦିନକୁ ୧୩ ଘଣ୍ଟାରୁ ଅଧିକ କାମ କରନ୍ତି। କେବଳ ୪ପ୍ରତିଶତ ପୋଲିସ ୮ ଘଣ୍ଟା କାମ କରନ୍ତି। ମଡେଲ ପୋଲିସ ଆକ୍ଟ ୨୦୦୬ ଦ୍ୱାରା ୮ ଘଣ୍ଟା ଡ୍ୟୁଟି କରିବାକୁ ସ୍ଥିର ହୋଇଥିବାବେଳେ ବାସ୍ତବରେ କର୍ମଚାରୀଙ୍କ ଅଭାବରୁ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ। ଯେଉଁଥିପାଇଁ ମାନସିକ ଚାପରେ ଆସି ଏକାଧିକ ପୋଲିସ କର୍ମଚାରୀ ଜଣଙ୍କ ପରେ ଜଣେ ଆମତ୍ହତ୍ୟା କରୁଥିବା କୁହାଯାଉଛି।

ଖାକି ପୋଷାକ ପଛରେ ରହିଛି ଅକୁହା ଯନ୍ତ୍ରଣା। କର୍ମକ୍ଷେତ୍ରରେ ମାନସିକ ଚାପରେ ଆସି ଏକାଧିକ ପୋଲିସ କର୍ମଚାରୀ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି। ଅନ୍ୟର ଜୀବନ ବଞ୍ଚାଉଥିବା ପୋଲିସ ଶେଷରେ ଅସହାୟ ମନେକରି ଆତ୍ମହତ୍ୟା କରିବାକୁ ପଛାଉ ନାହାନ୍ତି। ଗତ ଜୁଲାଇ ୪ରେ ଚାଉଳିଆଗଞ୍ଜ ଥାନା ଅଧିକାରିଣୀ ବିୟୁଟି ମହାନ୍ତି ଥାନା କ୍ୱାର୍ଟର୍ସରେ ଆତ୍ମହତ୍ୟା କରିଥିଲେ। ଏବେ ଶନିବାର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପରିସରସ୍ଥ ସରକାରୀ କ୍ୱାର୍ଟର୍ସରେ ମହିଳା ଏସ୍‌ଆଇ ପ୍ରଭାସିନୀ ସାହୁଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। କାର୍ଯ୍ୟକ୍ଷେତ୍ରରେ କୌଣସି ଚାପ ନ ଥିବା ଗଞ୍ଜାମ ଏସ୍‌ପି ହରିଶ ବିସି କହିଥିବାବେଳେ କେଉଁ କାରଣ ପାଇଁ ପ୍ରଭାସିନୀ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ। କେବଳ ବିଉଟି ମହାନ୍ତି କି ପ୍ରଭାସିନୀ ସାହୁ ନୁହନ୍ତି, ଗତ ୧୩ ବର୍ଷରେ ୩୦ରୁ ଅଧିକ ପୋଲିସ ଅଧିକାରୀ ଆତ୍ମହତ୍ୟା କଲେଣି। ଏପରି କି ୫ଜଣ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ବର୍ତ୍ତି ଯାଇଛନ୍ତି। କର୍ମକ୍ଷେତ୍ରରେ ମାନସିକ ଚାପ ବଢୁଥିବାରୁ କେହି ସର୍ଭିସ ରିଭଲଭର୍‌ ତ ଆଉ କେହି ବେକରେ ରଶି ଲଗାଇ ଆତ୍ମହତ୍ୟା କରୁଛନ୍ତି। ମଡେଲ ପୋଲିସ ଆକ୍ଟ ୨୦୦୬ ଅନୁଯାୟୀ ପୋଲିସ ୮ଘଣ୍ଟା ଡ୍ୟୁଟି କରିବା କଥା। କିନ୍ତୁ ଓଡ଼ିଶା ପୋଲିସରେ ଧାର୍ଯ୍ୟ ସଂଖ୍ୟାଠାରୁ କମ୍‌ କର୍ମଚାରୀ ଥିବାରୁ ସେମାନଙ୍କ ଡ୍ୟୁଟି ୧୮ ଘଣ୍ଟାକୁ ମଧ୍ୟ ଛୁଇଁଯାଉଛି। ଘର ପରିବାର ଲୋକଙ୍କ ସହିତ ସମୟ ବିତାଇବାରୁ ପୋଲିସ ବଞ୍ଚତ୍ତ ହେଉଥିବାରୁ ଏଭଳି ସମସ୍ୟା ବଢୁଥିବା ଏକାଧିକ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୋଲିସ ଅନୁସନ୍ଧାନ ଓ ବିକାଶ ବ୍ୟୁରୋ(ବିପିଆର୍‌ଡି) ଅନୁସାରେ, ପ୍ରତି ୧ଲକ୍ଷ ଜନସଂଖ୍ୟାରେ ୧୫୨.୮ ପୋଲିସ କର୍ମଚାରୀ ରହିବା କଥା। ଓଡ଼ିଶାରେ ମଞ୍ଜୁରୀପ୍ରାପ୍ତ ପୋଲିସ ପଦବୀ ସଂଖ୍ୟା ପ୍ରତି ୧ଲକ୍ଷ ଲୋକରେ ୧୪୭.୭୬ ଥିବାବେଳେ ଅଛନ୍ତି ୧୨୨.୫୯। ଏମାନଙ୍କ ମଧ୍ୟରେ ଏକାଧିକ ପୋଲିସ ନିଲମ୍ୱିତ ହୋଇ ବସିଥିବା ବେଳେ ଅନେକ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟି ନେଇ ରହୁଥିବାରୁ ଏହି ସଂଖ୍ୟା ଆହୁରି କମିଯାଉଛି। ଫଳରେ ଯେଉଁମାନେ ଥାନାରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ଉପରେ ଚାପ ବଢ଼ିଯାଉଛି। ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଏବଂ ମାମଲାର ତଦନ୍ତ, ଭିଆଇପି ଡ୍ୟୁଟି ସେମାନଙ୍କ ମାନସିକ ଚାପକୁ ବଢ଼ାଇ ଦେଉଛି। ଓଡ଼ିଶା ହେଉଛି ଭାରତର ଏକମାତ୍ର ରାଜ୍ୟ ଯେଉଁଠି ପୋଲିସ ସର୍ୱାଧିକ ୧୮ଘଣ୍ଟାରୁ ଅଧିକ ଡ୍ୟୁଟି କରୁଛି। ଓଡ଼ିଶାରେ ହାରାହାରି ଦୁଇ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଜଣେ ନିୟମିତ ଭାବେ ଅଧିକ ସମୟ କାମ କରନ୍ତି। ଓଡ଼ିଶାରେ ପ୍ରାୟ ୬୦ ପ୍ରତିଶତ ପୋଲିସ କର୍ମଚାରୀ ୧୬ ଘଣ୍ଟାରୁ ଅଧିକ ଏବଂ ୨୨ପ୍ରତିଶତ କର୍ମଚାରୀ ଦିନକୁ ୧୩ ଘଣ୍ଟାରୁ ଅଧିକ କାମ କରନ୍ତି। କେବଳ ୪ପ୍ରତିଶତ ପୋଲିସ ୮ ଘଣ୍ଟା କାମ କରନ୍ତି। ମଡେଲ ପୋଲିସ ଆକ୍ଟ ୨୦୦୬ ଦ୍ୱାରା ୮ ଘଣ୍ଟା ଡ୍ୟୁଟି କରିବାକୁ ସ୍ଥିର ହୋଇଥିବା ବେଳେ ବାସ୍ତବରେ କର୍ମଚାରୀଙ୍କ ଅଭାବରୁ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ। ଯେଉଁଥି ପାଇଁ ମାନସିକ ଚାପରେ ଆସି ଏକାଧିକ ପୋଲିସ କର୍ମଚାରୀ ଜଣଙ୍କ ପରେ ଜଣେ ଆମତ୍ହତ୍ୟା କରୁଛନ୍ତି। ଆହୁରି ମଧ୍ୟ ଅନେକ ମହିଳା ପୋଲିସ କର୍ମଚାରୀଙ୍କୁ କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀ ଯୌନ ନିର୍ଯାତନା ଦେଉଛନ୍ତି। ଫଳରେ ସେମାନେ ଏହାକୁ ନେଇ ମୁହଁ ଖୋଲିପାରୁ ନାହାନ୍ତି। ତାଙ୍କ ମନରେ ଥିବା ଅକୁହା କଥାକୁ ମନରେ ଚାପି ଆମତ୍ହତ୍ୟା ଭଳି ଚରମ ରାସ୍ତା ବାଛି ନେଉଛନ୍ତି। କିନ୍ତୁ ପୋଲିସ ବିଭାଗ ବଦନାମ ଭୟରେ ଏହାର ତଦନ୍ତ କରାଯାଏ ନାହିଁ। ଆଉ ଦିନ ଗଡ଼ାଇ ଫାଇଲ୍‌ ବନ୍ଦ କରି ଦିଆଯାଏ, ଯାହାକି ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତି ଏବଂ ଅନ୍ୟ ପୋଲିସ ଅଧିକାରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି।
ଗତ ଅକ୍ଟୋବର ୨୪ରେ କଟକ ରେଳ ଧାରଣାରୁ ଏଏସ୍‌ଆଇ ଜିତେନ୍ଦ୍ର ସାମନ୍ତରାୟଙ୍କ ମୃତଦେହ ଜବତ କରାଯାଇଥିଲା। ସେ ଟ୍ରେନ୍‌ ଆଗକୁ ଡେଇଁ ଆମତ୍ହତ୍ୟା କରିଥିଲେ। ନଭେମ୍ୱର ୭ରେ ଆମ୍ୱାଦୋଳା ଥାନା ପରିସରସ୍ଥ କ୍ୱାର୍ଟର୍ସରେ ଥାନା ଏସ୍‌ଆଇ ଅଶୋକ ପ୍ରଧାନ ବେକରେ ରଶି ଲଗାଇ ଆମତ୍ହତ୍ୟା କରିଥିଲେ। ସେହିପରି ଗତ ଏପ୍ରିଲ ୩ରେ କନ୍‌ଷ୍ଟେବଲ ଅକ୍ଷୟ କୁମାର ନାୟକ ଆମତ୍ହତ୍ୟା କରିଥିଲେ। ଫେବୃୟାରୀ ୫ରେ ଏପିଆର କନଷ୍ଟେବଲ ସୁନୀଲ ସେଠି, ଜୁନ ୧୭ରେ ଧଉଳି ଥାନାର କନଷ୍ଟେବଲ ମୋଚିରାମ ମାରାଣ୍ଡି ଆମତ୍ହତ୍ୟା କରିଥିଲେ। ୨୦୨୪ ଅଗଷ୍ଟ ୬ରେ କନ୍‌ଷ୍ଟେବଲ୍‌ (ପିଏସ୍‌ଓ) ମନୋଜ ଝାଙ୍କର, ୨୦୧୬ ମାର୍ଚ୍ଚ ୨୯ରେ ଓଏପିଏଫ୍‌ କନ୍‌ଷ୍ଟେବଲ ସୁରେନ୍ଦ୍ର କାହ୍ନାର, ୨୦୧୪ ନଭେମ୍ୱର ୧୭ରେ ଏସ୍‌ଆଇ ଅବନୀ କୁମାର ବାରିକ, ୨୦୧୧ ଏପ୍ରିଲ ୧ରେ ଏସିପି ପ୍ରମୋଦ କୁମାର ଶତପଥୀ ଆମତ୍ହତ୍ୟା କରିଥିଲେ। ଏନେଇ ପୋଲିସ ଡିଜି ବିନୟତୋଷ ମିଶ୍ର କହିଛନ୍ତି, ପୋଲିସ କର୍ମଚାରୀଙ୍କୁ ଚାପ ଲାଘବ ପାଇଁ ଛୁଟି ଦିଆଯାଉଛି। କେଉଁ କାରଣ ପାଇଁ ଆମତ୍ହତ୍ୟା କରୁଛନ୍ତି ତାହାର କାରଣ ଖୋଜାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ: ଆଇଏମ୍‌ଡି ଡିଜି

ଭୁବନେଶ୍ୱର,ସମ୍ୱଲପୁର,୨୨ା୧୧(ବନ୍ଦନା ସେଠୀ/ପ୍ରମୋଦ ବହିଦାର): ବଙ୍ଗୋପସାଗରରେ ପ୍ରତିବର୍ଷ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ ଏବଂ ଏହାର ପ୍ରଭାବ ଓଡ଼ିଶାରେ ପଡ଼େ। ଚଳିତବର୍ଷ ଅକ୍ଟୋବର-ନଭେମ୍ୱର ମଧ୍ୟରେ ଏପର୍ଯ୍ୟନ୍ତ ୩ଟି ବାତ୍ୟା…

ବନ୍ୟା ରୋକିବାକୁ ଦୀର୍ଘମିଆଦୀ ରୋଡ୍‌ମ୍ୟାପ୍‌: ମନ୍ତ୍ରୀ ପୂଜାରୀ

ଭୁବନେଶ୍ୱର,୨୨ା୧୧(ସୁନିତ୍‌ ମିଶ୍ର): ବନ୍ୟା ରୋକିବାକୁ ରାଜ୍ୟ ସରକାର ଦୀର୍ଘମିଆଦୀ ଯୋଜନା କରିବା ସହ ପ୍ରଥମ ପର୍ଯ୍ୟାୟରେ ୮ଟି ନଦୀ ସିଷ୍ଟମର ଭିତ୍ତିଭୂମି ବିକାଶ ପାଇଁ ରୋଡ୍‌ ମ୍ୟାପ୍‌…

ନବୀନ, ପାଣ୍ଡିଆନ, ରବିକାନ୍ତଙ୍କ ବିଦେଶ ଗସ୍ତର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨।୧୧(ସୁନିତ୍‌ ମିଶ୍ର): ପୂର୍ୱତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନ ଏବଂ ଆଇପିଏସ୍‌ ଅଫିସର ରବି…

ରାଜନୀତି ମଇଦାନରେ କ୍ରିକେଟର ୟୁଜବେନ୍ଦ୍ର ଚହଲ; ଭାଜପାରେ ହେଲେ ସାମିଲ, ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୨।୧୧: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ତାଙ୍କର ରାଜନୈତିକ ଇନିଂସ ଆରମ୍ଭ କରିବାର ଘୋଷଣା କରିଛନ୍ତି। ସେ ଶନିବାର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ତାଙ୍କୁ…

ସୋନିଆ ଗାନ୍ଧୀଙ୍କ ଇଟାଲୀସ୍ଥିତ ଘର ହେବ ସଂଗ୍ରହାଳୟ; ମାଲିକ ସୁଖଦେବ ସିଂହ କାଙ୍ଗ କଲେ ବଡ଼ ଘୋଷଣା

ଇଟାଲୀ,୨୧ା୧୧: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ପିଲାଦିନର ଘରକୁ ନେଇ ଇଟାଲୀରୁ ଏକ ରୋଚକ କଥା ସାମ୍ନାକୁ ଆସିଛି। ଇଟାଲୀରେ ରହୁଥିବା ଶିଖ୍ ବ୍ୟବସାୟୀ ସୁଖଦେବ ସିଂହ…

ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ସୀମା ବିବାଦ: କୋଟିଆର ତଳ ଗଞ୍ଜେଇପଦର ପାଇଁ ଆନ୍ଧ୍ରରେ ପ୍ରାର୍ଥୀପତ୍ର ଦାଖଲ କଲେ ଦୁଇ ପ୍ରାର୍ଥୀ

ପଟ୍ଟାଙ୍ଗି,୨୧।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର ଗ୍ରାମ ପାଇଁ ଦୁଇ ଜଣ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ…

ବାଳିଆ ମାଛ ଧରିବାକୁ ପକାଇଥିଲେ ବନିସୀ, ଲାଗିଲା ସାଢ଼େ ଚାରି ଫୁଟିଆ କୁମ୍ଭୀର: ଚିକିତ୍ସା ପରେ ଉଦ୍ଧାର କଲା…

ଆଳି,୨୧।୧୧(ବନମାଳୀ ସେନାପତି ): ନଦୀରେ ମାଛ ଧରିବା ପାଇଁ ପକାଯାଇଥିବା ବନିସୀ କଣ୍ଟାରେ ମାଛ ବଦଳରେ ଲାଗିଛି ଏକ ସାଢ଼େ ଚାରି ଫୁଟିଆ କୁମ୍ଭୀର। କେନ୍ଦ୍ରାପଡ଼ା ଜିଲା…

Kartik Purnima 2026: ସ୍ନାନ-ଦାନଠାରୁ ଆରମ୍ଭ କରି ଦୀପଦାନ ପର୍ଯ୍ୟନ୍ତ, ଏହି ଦିନ ନିଶ୍ଚୟ କରନ୍ତୁ ଏହି ୫ଟି ଶୁଭ କାର୍ଯ୍ୟ!

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପାଳିତ ହେଉଥିବା କାର୍ତ୍ତିକ ପୂର୍ଣ୍ଣିମାକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ଓ ମହତ୍ତ୍ୱପୂର୍ଣ୍ଣ ମନେ କରାଯାଏ। ସ୍ନାନ, ଦାନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?