Posted inଫୁରସତ

ଲାସ୍ୟବାନଙ୍କ ଚିତ୍ର ଦୁନିଆ

ଫୁରସତ୍‌ ମିଳିବା ମାତ୍ରେ ସେ ଧରି ବସନ୍ତି କାଗଜ ଓ ପେନ୍‌ସିଲ। କେବଳ ଏଇ ଦୁଇଟି ସାମଗ୍ରୀକୁ ବ୍ୟବହାର କରି ସେ ତିଆରି କରନ୍ତି ଜୀବନ୍ତ ସ୍କେଚ୍‌। ବଲିଉଡ, ଓଲିଉଡଠୁ ଆରମ୍ଭ କରି ନେତା,ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କର ସ୍କେଚ୍‌ କରି ସେ ସାଉଁଟିଛନ୍ତି ଅନେକ ପ୍ରଶଂସା। ସେ ହେଲେ ଲାସ୍ୟବାନ କଶ୍ୟପ…

ପେସାରେ ସେ ଇଞ୍ଜିନିୟର। ହେଲେ ନିଶା ତାଙ୍କର ଚିତ୍ର କରିବା। ଫୁରସତ୍‌ ମିଳିବା ମାତ୍ରେ ସେ ଧରି ବସନ୍ତି କାଗଜ ଓ ପେନ୍‌ସିଲ। କେବଳ ଏଇ ଦୁଇଟି ସାମଗ୍ରୀକୁ ବ୍ୟବହାର କରି ସେ ତିଆରି କରନ୍ତି ଜୀବନ୍ତ ସ୍କେଚ୍‌। ବଲିଉଡ, ଓଲିଉଡଠୁ ଆରମ୍ଭ କରି ନେତା ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କର ସ୍କେଚ୍‌ କରି ସେ ସାଉଁଟିଛନ୍ତି ଅନେକ ପ୍ରଶଂସା। ସେ ହେଲେ ଲାସ୍ୟବାନ କଶ୍ୟପ..

କାର୍ଟୁନ୍‌ରୁ ଫେସ୍‌ସ୍କେଚିଂ: ୩୩ ବର୍ଷୀୟ ଲାସ୍ୟବାନଙ୍କ ଗାଁ ଜଗତସିଂହ ପୁରର ତିର୍ତ୍ତୋଲରେ। ହେଲେ ଛୋଟବେଳୁ ସେ ରହିଛନ୍ତି ଭୁବନେଶ୍ୱରର ଶହୀଦ ନଗରରେ। ଲାସ୍ୟବାନ କୁହନ୍ତି, ‘ସ୍କୁଲରେ ମୁଁ ବ୍ୟାକ୍‌ବେଞ୍ଚର୍‌ ଥିଲି। ଏମିତି ନୁହେଁ କି ମୁଁ ଭଲ ପଢୁ ନ ଥିଲି। ହେଲେ ମତେ ପଛ ବେଞ୍ଚରେ ବସିବାକୁ ଭଲ ଲାଗୁଥିଲା। ଆଉ ସେଇ ପଛ ସିଟ୍‌ରେ ବସି ମୁଁ ଖାତାରେ ଆଙ୍କୁଥିଲି ବିଭିନ୍ନ ପ୍ରକାରର କାର୍ଟୁନ୍‌ ଓ ଶକ୍ତିମାନଙ୍କ ଚିତ୍ର। ମୋର ମନେ ଅଛି ୨୦୦୪, ସପ୍ତମ ଶ୍ରେଣୀରେ ପଢିବାବେଳେ ଥରେ ମୋର ଜଣେ ସାଙ୍ଗ ମତେ କହିଲା, ଏତେ ଚିତ୍ର କରୁଛୁ ମୋର ଗୋଟେ ସ୍କେଚ୍‌ କଲୁ। ଆଉ ବହୁତ ଚେଷ୍ଟା କରିବା ପରେ ସେହି ସାଙ୍ଗର ମୁହଁକୁ ମୁଁ ସେଦିନ ଅବିକଳ ନ ହେଲେ ବି ପାଖାପାଖି କାଗଜରେ ଉତାରିବାରେ ସଫଳ ହେଇଥିଲି। ଯାହାକୁ ଦେଖି ସବୁ ସାଙ୍ଗ ମତେ ବହୁତ ପ୍ରଶଂସା କରିଥିଲେ। ଫଳରେ ମୋ ମନ ଭିତରର କଳାକାର ସକ୍ରିୟ ହେଇଗଲା। କାହା ପାଖରେ ତାଲିମ ନ ନେଇ ମୁଁ ନିଜେ ଚେଷ୍ଟା କଲି ଭଲ ସ୍କେଚ୍‌ କରିବା ପାଇଁ।

ପ୍ରଥମ ପାଉଣା: ଦଶମ ଶ୍ରେଣୀରେ ପଢିବାବେଳର କଥା। ଥରେ ମୁଁ ଓ ମୋ ସାଙ୍ଗ ଶହୀଦ ନଗରର ଏକ କାଫେଶପ୍‌ରେ ବସିଥାଉ। ଆମେ ଦେଖିଲୁ ସେଠାରେ ଏକ ସୁନ୍ଦର କପଲ୍‌ ବସିଥିଲେ। ମୋ ସାଙ୍ଗ ମତେ କହିଲା ଯା’ ସେମାନଙ୍କୁ ଆପ୍ରୋଚ୍‌ କରିବୁ ଯେ, ତୁ ତାଙ୍କ ସ୍କେଚ କରିବାକୁ ଚାହୁଁଛୁ। ଡ଼ରି ଡ଼ରି ତାଙ୍କ ପାଖକୁ ଯାଇ ମୁଁ ତାଙ୍କ ସ୍କେଚ୍‌ କରିବାକୁ ଚାହୁଁଛି ବୋଲି କହିଲି। ଆଉ ସେମାନେ ରାଜି ବି ହୋଇଗଲେ। ମୁଁ ସେମାନଙ୍କର ଏକ ସୁନ୍ଦର ସ୍କେଚ୍‌ କଲି। ଯାହାକୁ ଦେଖି ସେମାନେ ଏତେ ଖୁସି ହୋଇଗଲେ ଯେ, ମତେ ୫୦୦ଟଙ୍କା ଦେଲେ। ପ୍ରଥମ ଥର ଏତେ ଟଙ୍କା ପାଇଥିବାରୁ ଭାରି ଖୁସି ଲାଗିଥିଲା। ଏହାପରେ ମୋର ଜୋଶ୍‌ ଆହୁରି ବଢି ଗଲା। ଆଉ ଫେସ୍‌ ସ୍କେଚିଂରେ ପାରଙ୍ଗମ ହେବାକୁ ପ୍ରାୟ ୭ ବର୍ଷ ପରିଶ୍ରମ କଲି। ତା’ସହ ଅବଷ୍ଟ୍ରାକ୍ଟ ପେଣ୍ଟିଂ, ମଡର୍ଣ୍ଣ ଆର୍ଟ ବି କଲି। ଇଞ୍ଜିନିୟରିଂ ପଢିବାବେଳେ ଓଏଲଏକ୍ସ, କୁଇକର୍‌ ଭଳି ବିଭିନ୍ନ ଆପ୍‌ ମାଧ୍ୟମରେ ସ୍କେଚ୍‌ର ସାମ୍ପଲ ପୋଷ୍ଟ କରି ପ୍ରାଇସ୍‌ ଲେଖିଲି, ଯେମିତିକି ଆଗ୍ରହୀ ବ୍ୟକ୍ତି ଅର୍ଡର୍‌ ଦେବେ। ସତକୁ ସତ ଅର୍ଡର ଆସିବାକୁ ଲାଗିଲା। ଏହାବାଦ୍‌ ମୁଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଡିଜିପି ଆର୍‌.ପି.ଶର୍ମା ଆଦିଙ୍କ ପୋର୍ଟ୍ରେଟ୍‌ କରି ସେମାନଙ୍କୁ ଉପହାରସ୍ବରୂପ ପ୍ରଦାନ କରି ଅନେକ ପ୍ରଶଂସା ପାଇଲି। ବଲିଉଡ ସେଲିବ୍ରିଟି ଯେମିତିକି ସୁଶାନ୍ତ ସିଂ ରାଜପୁତ, ବିନିତ ସିଂ, ଜୟଦେବ ଅଲାଓ୍ବତ, ରଣଦୀପ ହୁଡା, ଅମିତାଭ ବଚ୍ଚନଙ୍କ ସ୍କେଚ୍‌ କରି ଫେସ୍‌ବୁକ୍‌, ମେସେଞ୍ଜର ଆଦିରେ ତାଙ୍କୁ ପଠାଇଲି। ସେମାନେ ମୋ ସ୍କେଚ୍‌ ପାଇବା ପରେ ଖୁସି ହେବାସହ କେହି କେହି ରିପ୍ଲାଏ ବି କରିଥିଲେ। ଆଉ କିଛି ବଲିଉଡ୍‌ ଅଭିନେତା, ନିର୍ଦ୍ଦେଶକ ମତେ ବଲିଉଡ୍‌ ଆସି ଭାଗ୍ୟ ପରୀକ୍ଷା କରିବାକୁ ଡାକିଥିଲେ।

ସ୍କେଚିଂରୁ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଯୋଜକ: ବଲିଉଡ୍‌ରେ କିଛି କରି ଦେଖାଇଦେବା ଝୁଙ୍କରେ ମୁଁ ମୁମ୍ବାଇ ଗଲି। ସେଠାରେ ଅନେକ ଡାଇରେକ୍ଟର ପ୍ରଡ୍ୟୁସର, ଅଭିନେତା, ଅଭିନେତ୍ରୀଙ୍କ ସଂସ୍ପର୍ଶରେ ଆସିଲି। ଆଉ କଶ୍ମୀରରେ ଶିଶୁ ଭ୍ରୁଣ ହତ୍ୟା ଉପରେ ଆଧାରିତ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ମାଫିନାମା’ରେ ସହ ପ୍ରଯୋଜକ ବି ହେଲି। ଉକ୍ତ ଚଳଚ୍ଚିତ୍ରଟି ଉତ୍ତରାଖଣ୍ଡ ଫିଲ୍ମ ଫେଷ୍ଟିଭାଲ ଓ ସିନେଫିଲ୍‌ରେ ବି ସମ୍ମାନିତ ହୋଇଥିଲା। ହେଲେ ପରେ ଅନୁଭବ କଲି ମୁମ୍ବାଇରେ ସଂଘର୍ଷ କରି ସଫଳ ହେବା ବହୁତ କଷ୍ଟକର। ତେଣୁ ପୁଣି ଫେରି ଆସିଲି ଭୁବନେଶ୍ୱର। ଆଉ ଚାକିରି କରିବା ସହ ପେଣ୍ଟିଂ କରିବା ଜାରି ରଖିଲି।
ଚିତ୍ର ହିଁ ମୋ ଦୁନିଆ: ଏବେ ବାଙ୍ଗାଲୋରର ଏକ କର୍ପୋରେଟ୍‌ ସେକ୍ଟରରେ କାମ କରିବା ସହ ପେଣ୍ଟିଂ ଜାରି ରଖିଛି। ମୋ ପାଖକୁ ଖାସ୍‌ କରି କପଲ୍‌ମାନେ ସ୍କେଚ୍‌ କରିବା ଲାଗି ଅର୍ଡର ଦିଅନ୍ତି। ଭାଲେଣ୍ଟାଇନ୍ସ ଡେ’ରେ ତ ବହୁତ ଅର୍ଡର ଆସେ। ଲୋକମାନେ ମୋ କଳାକୁ ସମ୍ମାନ ଦେଇ ମୋ ଉପରେ ଭରସା ରଖି ଅର୍ଡର ଦେଉଥିବାରୁ ମତେ ବହୁତ ଖୁସି ଲାଗେ। ଆଉ ମତେ ଆତ୍ମସନ୍ତୋଷ ବି ମିଳେ। କହିବାକୁଗଲେ ଚିତ୍ର ହିଁ ମୋ ଦୁନିଆ। ସେଥିପାଇଁ ତାକୁ ନେଇ ମୁଁ ଆଗକୁ ଯିବାକୁ ଚାହେଁ।

-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?