ବ୍ରିଟିଶ୍‌ ସଂଗ୍ରହାଳୟରୁ ୨ହଜାର ଅମୂଲ୍ୟ କଳାକୃତି ଚୋରି, ଅନଲାଇନରେ ବିକ୍ରି ହେଉଛି ଜିନିଷ

ଲଣ୍ଡନ,୨୭।୮: ଲଣ୍ଡନର ବିଶ୍ୱ ପ୍ରସିଦ୍ଧ ବ୍ରିଟିଶ ସଂଗ୍ରହାଳୟରୁ ସୁନା ଅଳଙ୍କାର ଏବଂ ରତ୍ନ ସମେତ ପ୍ରାୟ ୨ହଜାର କଳାକୃତି ଚୋରି ହୋଇଛି। ସେଗୁଡିକୁ ଫେରାଇ ଆଣିବା ପାଇଁ ପୂର୍ବରୁ ଉଦ୍ୟମ ଚାଲିଛି। ଲକ୍ଷ ଲକ୍ଷ ପାଉଣ୍ଡ ମୂଲ୍ୟର ପ୍ରାୟ ୨ହଜାର କଳାକୃତି ଚୋରିରେ ବ୍ରିଟିଶ ସଂଗ୍ରହାଳୟର ବରିଷ୍ଠ କ୍ୟୁରେଟରଙ୍କୁ ସନ୍ଦେହ କରାଯାଉଛି। ଗତ ସପ୍ତାହରେ ସଂଗ୍ରହାଳୟ ସୂଚନା ଦେଇଥିଲା ଯେ, ସଂଗ୍ରାହଳୟରୁ କଳାକୃତି ଚୋରି ହୋଇଛି ଏବଂ ଜଣେ ଅଜ୍ଞାତ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବ୍ରିଟିଶ ସଂଗ୍ରହାଳୟର ସଭାପତି ଜର୍ଜ ଓସବୋର୍ନ କହିଛନ୍ତି ଯେ ସଂଗ୍ରହାଳୟରୁ ଚୋରି ହୋଇ ଅନଲାଇନରେ ବିକ୍ରି ହୋଇଥିବା କିଛି ଜିନିଷକୁ ପୁନରୁଦ୍ଧାର କରାଯାଇଛି।

ପୂର୍ବରୁ ଚୋରି ସାମଗ୍ରୀର ସଂଖ୍ୟା ସ୍ପଷ୍ଟ ହୋଇ ନ ଥିଲା। ବ୍ରିଟିଶ ସଂଗ୍ରହାଳୟ କହିଛି ଯେ, ନିଖୋଜ ଥିବା ଅଧିକାଂଶ ଜିନିଷ ଏକ ଷ୍ଟୋର ରୁମରେ ରଖାଯାଇଥିବା ଛୋଟ ଖଣ୍ଡ। ଏଥି ମଧ୍ୟରେ ସୁନା ଅଳଙ୍କାର, ମୂଲ୍ୟବାନ ପଥର ରତ୍ନ ଏବଂ ଖ୍ରୀଷ୍ଟପୂର୍ବ ପଞ୍ଚଦଶ ଶତାବ୍ଦୀରୁ ଉନବିଂଶ ଶତାବ୍ଦୀରନ୍ତ କାଚ ସାମଗ୍ରୀ ମଧ୍ୟ ଅନ୍ତର୍ଭୁକ୍ତ। ତେବେ ଏହି ଚୋରି ଏବେର ନୁହେଁ। ଏହି ଘୋଟାଲା ୨୦୨୧ ମସିହାରୁ ଆରମ୍ଭ ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ବ୍ରିଟିଶ ସଂଗ୍ରହାଳୟ ଦୁନିଆର ସବୁଠାରୁ ପ୍ରସିଦ୍ଧ ଏବଂ ପ୍ରତିଷ୍ଠିତ ସଂଗ୍ରହାଳୟ ମଧ୍ୟରୁ ଅନ୍ୟତମ। ଏଠାରେ ଥିବା ରୋଜେଟା ଷ୍ଟୋନ ଏବଂ ପାର୍ଟେନନ ପ୍ରତିମୂର୍ତ୍ତି ପରି ଐତିହାସିକ କଳାକୃତିର ପ୍ରଦର୍ଶନ ବିଶ୍ୱର ପର୍ଯ୍ୟଟକଙ୍କୁୁ ଆକର୍ଷିତ କରିଥାଏ। ଏହି ଘୋଟାଲା ବ୍ରିଟିଶ ସଂଗ୍ରହାଳୟ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ବୋଲି ପ୍ରମାଣିତ ହୋଇଛି। ଏହି ଦୁର୍ନୀତି ପ୍ରକାଶ ପାଇବା ପରେ ସଂଗ୍ରହାଳୟର ନିର୍ଦ୍ଦେଶକ ହାର୍ଟୱିଗ ଫିସର ଶୁକ୍ରବାର ଦିନ ଇସ୍ତଫା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜି୍ୟକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଏସ୍‌ଇବିସି ପାଇଁ କମିଶନ ଗଢ଼ିଲେ ସରକାର

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…

ବିଭାଜିତ ରାୟ ପ୍ରତ୍ୟାହାର ଆବେଦନର ପୁନର୍ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ା୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପାଇଁ ଅଣାଯାଇଥିବା ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକୁ ବୃହତ୍ତର ସାମ୍ବିଧାନିକ ପୀଠକୁ…

ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

ଚୀରନିଦ୍ରାରେ ବଲିଉଡ଼ର ଭେଟେରାନ ଆକ୍ଟର ‘ନାନା ପାଟେକର’

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୋଆର ଡୋନା ପାଉଲା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?