ପ୍ରତିଭା ଅଭାବ

ଏସ୍‌.କେ.ଜି. ରାହାତେ ଅବସର ନେବା ପରେ ବରିଷ୍ଠ ଏଜିଏମ୍‌ୟୁଟି କ୍ୟାଡର ଆଇଏଏସ୍‌ ଅଧିକାରୀ ରାଜକୁମାର ଗୋୟଲଙ୍କୁ ନ୍ୟାୟ ସଚିବ ଭାବରେ ସାମୟିକ ଦାୟିତ୍ୱ ଦିଆଯାଇଛି। ଏଭଳି ପଦକ୍ଷେପ ପ୍ରଶାସନିକ ଆବଶ୍ୟକତା ପୂରଣ କରିବାର ଦକ୍ଷତା ବଜାୟ ରଖିବାରେ ମୋଦି ସରକାରଙ୍କ ସଂଗ୍ରାମକୁ ସୂଚିତକରେ। ଅବଶ୍ୟ ଏହା ବର୍ତ୍ତମାନ ଚାଲିଥିବା ଲୋକ ସଭା ନିର୍ବାଚନକୁ ନେଇ ସରକାରଙ୍କ ବ୍ୟସ୍ତତା ହେତୁ ହୋଇଥାଇପାରେ, କିନ୍ତୁ ପ୍ରମୁଖ ପଦବୀ ପାଇଁ ଯୋଗ୍ୟ ଉତ୍ତରାଧିକାରୀ ପାଇବା ଲାଗି ସମ୍ମୁଖୀନ ହେଉଥିବା ଆହ୍ବାନକୁ ଦର୍ଶାଉଛି। ଗୋୟଲଙ୍କ ନିଯୁକ୍ତି ଏକ ସାମୟିକ ସମାଧାନ ହୋଇପାରେ, କିନ୍ତୁ ଏହା ଏହିପରି ବ୍ୟବସ୍ଥାର ଦୀର୍ଘମିଆଦୀ ସ୍ଥିରତା ଉପରେ ପ୍ରଶ୍ନବାଚୀ ସୃଷ୍ଟିକରେ। ପ୍ରତିଭାର ଅଭାବ ହେତୁ ଏଭଳି ଘଟୁଛି ବୋଲି ଅନେକ ପର୍ଯ୍ୟବେକ୍ଷକ ଦର୍ଶାଇଛନ୍ତି। ବାହାର କ୍ଷେତ୍ରରୁ ବିଶେଷଜ୍ଞକୁ ଆଣି ସରକାରରେ ନିଯୁକ୍ତ କରିବା (ଲାଟେରାଲ ଏଣ୍ଟ୍ରି ) ଏବଂ ଏକ ସାମଗ୍ରିକ କର୍ମଚାରୀ ସମୀକ୍ଷା ପ୍ରକ୍ରିୟା ଭଳି ପ୍ରମୁଖ ସଂସ୍କାର ଅଣାଯାଇଛି। ବର୍ତ୍ତମାନ ମୋଦି ଲାଟେରାଲ ଏଣ୍ଟ୍ରି ପାଇଁ ନୂତନ ପଦକ୍ଷେପ ନେଇ ବିଶେଷଜ୍ଞଙ୍କୁ ଚୟନକରି ସରକାରୀ ବିଭାଗର ଶୀର୍ଷ ପଦବୀରେ ନିଯୁକ୍ତ ଦେବା ଉପରେ ଗୁରୁତ୍ୱ ଦେଉଛନ୍ତି। ଅମଲାତନ୍ତ୍ରରେ ପ୍ରତିଭା ଅଭାବ ପଛରେ ରହିଥିବା କାରଣଗୁଡ଼ିକର ସମାଧାନ କରିବା ଏକାନ୍ତ ଆବଶ୍ୟକ । କୌତୂହଳର ବିଷୟ, ପରବର୍ତ୍ତୀ ସରକାର ଗଠନ ହେବା ପରେ ନ୍ୟାୟିକ ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ଦିଗକୁ ପରିବର୍ତ୍ତନ କରିବାକୁ ସରକାର ଆଗ୍ରହୀ ଥିବାର ସୂଚନା ମିଳିଛି।

ଅଧିକାରୀଙ୍କୁ ନ୍ୟାୟ

ଛତିଶଗଡ଼ର ଆଇପିଏସ୍‌ ଅଧିକାରୀ ଗୁରୁଜିନ୍ଦର ପାଲ ସିଂ ରାଜ୍ୟ ସରକାରରେ କ୍ଷମତାଶାଳୀ ତଥା ଗୁରୁତ୍ୱପୂର୍ଣ୍ଣ ପଦାଧିକାରୀଙ୍କ ସହ କାମ କରିବା ଲାଗି ଅନିଚ୍ଛୁକ ହେବାରୁ ତାଙ୍କ ବିରୋଧରେ ୨୦୨୧ରେ ତିନୋଟି ଏଫ୍‌ଆଇଆର୍‌ ଦାୟର ହୋଇଥିଲା। ସିଂ ବର୍ତ୍ତମାନ କାର୍ଯ୍ୟକୁ ଫେରିବା ପାଇଁ ସବୁଜ ସଙ୍କେତ ପାଇଛନ୍ତି। ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ (ସିଏଟି ବା କ୍ୟାଟ୍‌) ୪ ସପ୍ତାହ ମଧ୍ୟରେ ତାଙ୍କୁ ପୁନଃ ଅବସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୧ରେ ସିଂ ଜଟିଳ ପରିସ୍ଥିତିରେ ପଡ଼ିଥିଲେ ଓ ତାଙ୍କ ବିରୋଧରେ ଦାୟର ହୋଇଥିବା ୩ଟି ଏଫ୍‌ଆଇଆର୍‌(ଗୋଟିଏ ଦୁର୍ନୀତି ପାଇଁ, ଗୋଟିଏ ଦେଶଦ୍ରୋହ ପାଇଁ ଏବଂ ଗୋଟିଏ ଧମକ ଦେଇ ଅର୍ଥ ଆଦାୟ କରିବ)କୁ ଦୃଷ୍ଟିରେ ରଖି ତାଙ୍କୁ ନିଲମ୍ବନ କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ବିରୋଧରେ ଆସିଥିବା ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ବହୁ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗର ରହସ୍ୟ ଉନ୍ମୋଚନ ପାଇଁ ସିଂ ନେତୃତ୍ୱ ନେଇଥିଲେ। ଯେତେବେଳେ ରମଣ ସିଂଙ୍କ ବିରୋଧରେ କୌଣସି ପ୍ରମାଣ ପାଇଲେ ନାହିଁ, ସେତେବେଳେ ରାଜ୍ୟ ସରକାର ପ୍ରତିଶୋଧ ପରାୟଣ ହୋଇ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାୟର କରିଥିଲେ। ତେବେ ସିଏଟି ଆଦେଶରେ ଦର୍ଶାଯାଇଛି ଯେ, ସିଂଙ୍କ ଆବେଦନରେ ଏକ ବିଷୟ ଥିଲା ଯେଉଁଥିରେ ତାଙ୍କୁ ଆପରାଧିକ ମାମଲାରେ ପକାଇବା ଲାଗି ତଦନ୍ତକାରୀ ଅଧିକାରୀ ବେଆଇନ ଭାବେ ୨ କି.ଗ୍ରା. ସୁନା ଏବଂ ଦେଶଦ୍ରୋହୀ ବିଷୟକୁ ଦର୍ଶାଇଥିଲେ। ଆଶା କରାଯାଏ, ସିଂ ବର୍ତ୍ତମାନ ତାଙ୍କ ଖରାପ ଅନୁଭବକୁ ଭୁଲିଯିବା ସହ ସେ ଚାହଁୁଥିବା ନ୍ୟାୟ ପାଇପାରିବେ।

ଖେମ୍‌କାଙ୍କ ବିରୋଧରେ ଅଭିଯୋଗ

ଏବେ ହରିୟାଣାରେ ଭଦ୍ରା-ଡିଏଲ୍‌ଏଫ୍‌ ଜମି କିଣାବିକା ଘଟଣା ଭିନ୍ନ ମୋଡ଼ ନେଇଛି। ବରିଷ୍ଠ ଆଇଏଏସ୍‌ ଅଧିକାରୀ ସଞ୍ଜୀବ ବର୍ମା ବିଶିଷ୍ଟ ହୁଇସିଲ ବ୍ଲୋୟର ଏବଂ ସହକର୍ମୀ ଅଶୋକ ଖେମ୍‌କାଙ୍କ ବିରୋଧରେ ଶୃଙ୍ଖଳାଗତ ତଥା ଆପରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଟି.ଭି.ଏସ୍‌.ଏନ୍‌. ପ୍ରସାଦଙ୍କ ପାଖରେ ଲିଖିତ ଅଭିଯୋଗ କରିବା ପରେ ଚାପା ଉତ୍ତେଜନା ପ୍ରକଶ ପାଇଛି। ଖେମ୍‌କା ଦୁର୍ନୀତି ବିରୋଧରେ ତାଙ୍କର ନିର୍ଭୀକ ଆଭିମୁଖ୍ୟ ପାଇଁ ଜଣାଶୁଣା। ଖେମ୍‌କା ବିବାଦୀୟ ଜମି କିଣାବିକାରେ ତଦନ୍ତର ମନ୍ଥର ଗତି ଉପରେ ମଧ୍ୟ ପ୍ରଶ୍ନ କରିଥିଲେ। ୨୦୧୨ରେ ଭଦ୍ରା-ଡିଏଲ୍‌ଏଫ୍‌ ଜମି କିଣାବିକା ପରିଚାଳନାରେ ସ୍ବଚ୍ଛତା ଏବଂ ନ୍ୟାୟ ପ୍ରତି ଖେମ୍‌କାଙ୍କର ପ୍ରତିବଦ୍ଧତା ହିଁ ଏଭଳି ଅଭିଯୋଗର ମୂଳ କାରଣ। ଏକ ହାଇ ପ୍ରୋଫାଇଲ ଜମି କିଣାବିକାର ମ୍ୟୁଟେଶନକୁ ରଦ୍ଦ କରିବା ନିଷ୍ପତ୍ତକୁ ଭିତ୍ତିକରି ଅନେକ ଘଟଣା ସାମ୍ନାକୁ ଅସିଛି , ଯାହା ରାଜ୍ୟର ରାଜନୈତିକ ଏବଂ ବାବୁ ପରିସର ମଧ୍ୟରେ ପୁନର୍ବାର ଗୁଞ୍ଜରଣ ସୃଷ୍ଟି କରିଛି। କୌତୂହଳର ବିଷୟ ହେଉଛି, ଉଭୟ ଆଇଏଏସ୍‌ ଅଧିକାରୀ ବର୍ମା ଏବଂ ଖେମ୍‌କାଙ୍କ ମଧ୍ୟରେ ତଥାକଥିତ ରାଜ୍ୟ ଗୋଦାମ ନିଗମ ନିଯୁକ୍ତିରେ ଅନିୟମିତତାକୁ ନେଇ ବିବାଦ ରହିଆସିଛି। ଏହା ହରିୟାଣାର ବାବୁ ସାମ୍ରାଜ୍ୟରେ କ୍ଷମତା ଲଢ଼େଇକୁ ସୂଚିତ କରିବା ସହ ବୋଧହୁଏ ରାଜ୍ୟରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାକୁ ପ୍ରତିପାଦିତ କରିଛି। କୌତୂହଳର ବିଷୟ, ଖେମ୍‌କା କେତେଜଣ ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରୁ ଜଣେ ଯିଏ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ପାଳନ କରି ସମସ୍ତ ରାଜନୈତିକ ବ୍ୟବସ୍ଥାକୁ ଅସୁବିଧାରେ ପକାଇବାରେ ସଫଳ ହୋଇଛନ୍ତି। ତାଙ୍କର ଅନେକ ଶତ୍ରୁ ଥିଲେ ବି ଏହା ନିଶ୍ଚିତ ଯେ, ସେ ନିଶ୍ଚୟ କିଛି କରୁଛନ୍ତି!

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?