ଅକ୍ଷୟତୃତୀୟା କାରବାର ଉତ୍ସାହଜନକ

ଭୁବନେଶ୍ୱର,୧୧।୫ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷର ଅକ୍ଷୟ ତୃତୀୟା କାରବାର ମଧ୍ୟ ବେଶ୍‌ ଉତ୍ସାହଜନକ ରହିଥିଲାବେଳେ ସର୍ବଭାରତୀୟ ସ୍ତରରେ ସୁନା କାରବାର ୧୫ରୁ ୨୦% ବୃଦ୍ଧି ପାଇଛି ବୋଲି ଇଣ୍ଡିଆନ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ ପକ୍ଷରୁ ଆକଳନ କରାଯାଇଛି। ଏପରିକି ଓଡ଼ିଶା ବଜାରରେ ମଧ୍ୟ ୧୦୦ କୋଟିରୁ ଅଧିକ ଟଙ୍କାରେ ସୁନା କାରବାର ହୋଇଥିବା ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଉଭୟ ରାଜ୍ୟ ଓ ଜାତୀୟସ୍ତର(ଘରୋଇ ବଜାର)ର ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ଆକର୍ଷଣୀୟ ଅଫର ଓ ରିହାତି ସାଙ୍ଗକୁ ଲକି ଡ୍ର ଏବଂ ଉପହାରର ବ୍ୟବସ୍ଥା କରାଯାଇଥିଲାବେଳେ ଅକ୍ଷୟ ତୃତୀୟା ପାଇଁ ସବୁବର୍ଗର ଗ୍ରାହକ ଅଳ୍ପ ବହୁତ (ସକ୍ଷମ ଅନୁଯାୟୀ) ସୁନା, ରୁପା, ହୀରା ଓ ମୂଲ୍ୟବାନ୍‌ ଅଳଙ୍କାର ଏବଂ ରତ୍ନପଥର କ୍ରୟ କରିଛନ୍ତି।
ଅପରପକ୍ଷରେ ଶୁକ୍ରବାର ସୁନା ଦର ୫୦୦ରୁ ୮୫୦ ଟଙ୍କା ବଢ଼ିଥିବା ସତ୍ତ୍ୱେ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଅଳଙ୍କାର ପ୍ରତିଷ୍ଠାନଗୁଡିକରେ ଜମି ରହିଥିବା ଭିଡରୁ ସୁନା କ୍ରୟ ବୃଦ୍ଧି ହୋଇଥିବା ସ୍ପଷ୍ଟ ଜଣାପଡୁଥିଲା।
ସେହିଭଳି ଅକ୍ଷୟ ତୃତୀୟା କାରବାର ଆଶାନୁଯାୟୀ ହୋଇଥିବାବେଳେ ଭୁବନେଶ୍ୱରର ସୁନା ଦର ୨୪କ୍ୟାରେଟ ପ୍ରତି ଗ୍ରାମ ପିଛା ୭୩,୦୯୦ ଟଙ୍କା ଏବଂ ୨୨କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୬୭,୦୦୦ ଟଙ୍କାରେ ବିକ୍ରି ହେଉଥିଲା। ସେହିପରି ରୁପା ଦର କି.ଗ୍ରା. ପ୍ରତି ୮୬,୦୦୦ଟଙ୍କା ରହିଥିଲାବେଳେ ହୀରା ଓ ରତ୍ନପଥରର ମୂଲ୍ୟ ମଧ୍ୟ ଉଚ୍ଚା ଥିଲା। ବିଶେଷକରି ଅକ୍ଷୟ ତୃତୀୟା ଓ ବିବାହ ପାଇଁ ଗ୍ରାହକ ଉଭୟ ୨୨ ଓ ୧୮ କ୍ୟାରେଟ (୧୮କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ ପିଛା ୫୫,୧୭୦ଟଙ୍କା)ର ସୁନାକୁ ଅଧିକ ପରିମାଣରେ କ୍ରୟ କରୁଥିବା ଅଳଙ୍କାର ପ୍ରତିଷ୍ଠାନ ଗୁଡିକ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଯଥା ଖିମ୍‌ଜୀ ଜୁଏଲର୍ସ, ଲାଲ୍‌ଚାନ୍ଦ ଜୁଏଲର୍ସ, ଅରୁନ୍ଧତୀ ଜୁଏଲର୍ସ, ମାଲାବାର ଜୁଏଲର୍ସ, ଜୟଆଲୁକ୍କାସ ଜୁଏଲର୍ସ, କଲ୍ୟାଣ ଜୁଏଲର୍ସ, ତନିସ୍କ ଜୁଏଲର୍ସ, ରାଧାଗୋବିନ୍ଦ ରାୟ ଗ୍ରାଣ୍ଡସନ ଜୁଏଲର୍ସ, ଜାଭେରୀ ଜୁଏଲର୍ସ, ପି.ସି. ଚନ୍ଦ୍ରା ଜୁଏଲର୍ସ, କନକ ଜୁଏଲର୍ସ, ଲୋକନାଥ ଜୁଏଲର୍ସ, ଡି ପି ଜେ ପି ଜୁଏଲର୍ସ, ମା’ ଗୌରୀ ଜୁଏଲର୍ସ, ବିଷମ ଜୁଏଲର୍ସ,ନାରାୟଣୀ ଜୁଏଲର୍ସ, ଧରିତ୍ରୀ ଜୁଏଲର୍ସ ଏବଂ ରିଲାଏନ୍ସ ଜୁଏଲର୍ସ ଭଳି ଶୋ’ରୁମ୍‌ରେ ଅକ୍ଷୟ ତୃତୀୟା ଭିଡ଼ ଲାଗିରହିଥିଲା ବେଳେ ଉପରୋକ୍ତ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକର ଆକର୍ଷଣୀୟ ଅଫର ଓ ରିହାତି ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?