ଦୌଡ଼କୁଦ ନିମନ୍ତେ ଭିତ୍ତିଭୂମିର ଅଭାବ

ବ୍ରହ୍ମପୁର ଅଫିସ,୨୯।୮: ପ୍ରତିବର୍ଷ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। କ୍ରୀଡ଼ା ତଥା କ୍ରୀଡ଼ାବିତ୍‌ଙ୍କ ବିକାଶ ନିମନ୍ତେ ୨୦୧୨ରୁ ଏହି ଦିବସ ପାଳନ କରାଯାଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ନିମନ୍ତେ ବହୁ ଯୋଜନା ମଧ୍ୟ ପ୍ରସ୍ତୁତ କରୁଛନ୍ତି। ନିର୍ବାଚନ ସମୟରେ ଓ ଏହାପରେ ମଧ୍ୟ ରାଜ୍ୟ ସରକାର ବ୍ରହ୍ମପୁର ସହରରେ କ୍ରୀଡ଼ାବିତ୍‌ଙ୍କ ବିକାଶ ନିମନ୍ତେ କେବଳ ଇନ୍‌ଡ଼ୋର ଷ୍ଟାଡ଼ିୟମର ପରିସର ଓ ଇନ୍‌ଡୋର କ୍ରୀଡ଼ା ବିକାଶକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଆଉଟଡୋର କ୍ରୀଡ଼ାର ବିକାଶକୁ ଭୁଲି ଯାଇଥିବା କ୍ରୀଡ଼ାବିତଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଯାହାଦ୍ୱାରା ଦୌଡ଼କୁଦ କ୍ରୀଡ଼ାରେ ରୁଚି ଓ ଦକ୍ଷତା ଥିବା ବହୁ କ୍ରୀଡ଼ାବିତ୍‌ଙ୍କ ଅଭ୍ୟାସ ପ୍ରଭାବିତ ହେଉଥିବା ଜଣାପଡ଼ିଛି। ସହରରେ ଦୌଡ଼କୁଦ କ୍ରୀଡ଼ା ଯେପରିକି ଲଙ୍ଗ ଜମ୍ପ, ହାଇ ଜମ୍ପ, ଟ୍ରିପଲ ଜମ୍ପ, ଜାଭେଲିନ ଥ୍ରୋ, ହାମର ଥ୍ରୋ, ଡିସ୍‌କସ୍‌ ଥ୍ରୋ, ପୋଲଭୋଲ୍ଟ, ୧୦୦,୨୦୦, ୪୦୦ ମିଟର ଦୌଡ଼, ବାଧାଦୌଡ଼, ୮୦୦ ମିଟର ଦୌଡ଼, ୩୦୦ମିଟର ଷ୍ଟିପଲଚେଜ, ମାରାଥନ, ୧୦୦୦୦କି.ମି., ୫୦୦୦ କି.ମି.ଦୌଡ଼ ଓ ମାରାଥନ କ୍ରୀଡ଼ାବିତ୍‌ଙ୍କ ଅଭ୍ୟାସ ନିମନ୍ତେ କ୍ରୀଡ଼ା ଭିତ୍ତିଭୂମିର ଅଭାବ ରହିଛି। ଏହି ସବୁ କ୍ରୀଡ଼ା ଅଭ୍ୟାସ ନିମନ୍ତେ ଆବଶ୍ୟକ ଥିବା ଜମ୍ପିଂ ପିଟ, ରନିଂ ଟ୍ରାକ, ସିମେଣ୍ଟେଡ଼ ସର୍କଲ, ହଡଲ ରନିଂ ଉପକରଣ ଭଳି କୌଣସି କ୍ରୀଡ଼ା ଉପକରଣ ସହରର କେଉଁଠାରେ ମଧ୍ୟ ଏହି ବ୍ୟବସ୍ଥା ନାହିଁ।
ଦୀର୍ଘ ୪ ବର୍ଷ ହେବ ବ୍ରହ୍ମପୁର ଷ୍ଟାଡିୟମରେ ମଧ୍ୟ ଏହାର ବିକାଶ ନିମନ୍ତେ ନିର୍ମାଣାଧୀନ ଥିବା ଦର୍ଶାଇ ବନ୍ଦକରି ଦିଆଯାଇଛି। ବର୍ତ୍ତମାନ ଭିଡ଼ ଦୃଷ୍ଟିରୁ ଦୌଡ଼ କୁଦ ଅଭ୍ୟାସ କରୁଥିବା ଅଧିକାଂଶ କ୍ରୀଡ଼ାବିତ ୟୁସିପି କଲେଜ ପଡ଼ିଆ ଉପରେ ନିିର୍ଭର କରୁଛନ୍ତି। କିନ୍ତୁ ଏହା ଖେଳପଡ଼ିଆ କମ, ଚାରଣ ଭୂମି ଭଳି ଅଧିକା ପରିଲକ୍ଷିତ ହେଉଛି। ପଡ଼ିଆ ସାରା ଘାସ ବୁଦାରେ ଭର୍ତ୍ତି ରହିଛି। ଅନ୍ୟପଟେ ବିଏମ୍‌ସି କର୍ତ୍ତୃପକ୍ଷ ମଧ୍ୟ କ୍ରୀଡ଼ା ବିକାଶ ନଁାରେ ସହରରେ ଗୋଟିଏ ପରେ ଗୋଟିଏ ଇନ୍‌ଡୋର ହଲ ପ୍ରସ୍ତୁତ କରି ଚାଲିଛନ୍ତି। ବାସ୍କେଟବଲ, କବାଡ଼ି, ଟେନିସ ଓ ବ୍ୟାଡ୍‌ମିଣ୍ଟନ ଭଳି ଇନ୍‌ଡୋର କ୍ରୀଡ଼ା ଅଭ୍ୟାସ ନିମନ୍ତେ ଆମ୍ବପୁଆ,ତୁଳସୀ ନଗରରେ ଦୁଇଟି ଇନ୍‌ଡୋର ହଲ ନିର୍ମିତ ହୋଇଥିବା ବେଳେ ଗେଟବଜାର ସ୍ଥିତ ସ୍ପୋଟର୍‌ସ ଏରେନାରେ ଇନ୍‌ଡୋର କ୍ରୀଡ଼ା,ବ୍ୟାୟାମ ଓ ଯୋଗକୁ ସୁହାଇବା ଭଳି ନିର୍ମିତ ହୋଇଛି। ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ପୂର୍ବରୁ ଇନ୍‌ଡୋର ଷ୍ଟାଡ଼ିୟମ ଥିବା ବେଳେ ବର୍ତ୍ତମାନ ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ(ୟୁସିପି)କଲେଜ ଖେଳ ପଡ଼ିଆରେ ଓ ବ୍ରହ୍ମପୁର ଷ୍ଟାଡିୟମରେ ମଧ୍ୟ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣାଧୀନ ରହିଛି। ଏଭଳି ସ୍ଥିତିରେ ସହରରେ ସ୍କୁଲ, କଲେଜ ଓ ଯୁବ କ୍ରୀଡ଼ାବିତ୍‌ ଯେଉଁମାନେ ଦୌଡ଼କୁଦ କ୍ଷେତ୍ରରେ ରୁଚି ରଖୁଛନ୍ତି ସେମାନଙ୍କ ନିକଟରେ ଦକ୍ଷତା ଥାଇ ସୁଦ୍ଧା ଏହି କ୍ରୀଡ଼ାବିତ୍‌ମାନେ ଉପଯୁକ୍ତ ଭିତ୍ତିଭୂମି ଓ କ୍ରୀଡ଼ା ଉପକରଣ ଅଭାବରୁ ପଛେଇ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଜୀଙ୍କ ଲକ୍ଷ୍ୟ କାର୍ଯ୍ୟକାରୀ କରିବ ବିଶ୍ୱ ହିନ୍ଦୁ ପରିଷଦ: ଅକ୍ଟୋବର ୩୦ରେ…

ଭଞ୍ଜନଗର, ୨୬।୮(ବାବୁଲା ପ୍ରଧାନ):ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅଧୁରା ଲକ୍ଷ୍ୟକୁ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକାରୀ କରିବ ବୋଲି ଘୁମୁସର ଜିଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି।…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୨୬।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉତ୍କଳମଣି ସାହୁଙ୍କ ବୁଧବାର ଭୋର ପ୍ରାୟ ୪ଟା ସମୟରେ ୭୫ ବର୍ଷ ବୟସରେ…

ସୂର୍ଯ୍ୟ-ବୁଧ-କେତୁଙ୍କ ଅଦ୍ଭୁତ ସଂଯୋଗ: ସୁନା ଭଳି ଚମକିବ ୩ ରାଶିଙ୍କ ଭାଗ୍ୟ, ଯାହା ଚାହିଁବେ ତାହା ହେବ!

ବର୍ତ୍ତମାନ ଗ୍ରହମାନଙ୍କ ରାଜା ସୂର୍ଯ୍ୟ ଏବଂ ରାଜକୁମାର ବୁଧ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ସଂଯୋଗବଶତଃ କେତୁ ମଧ୍ୟ ଏହି ନକ୍ଷତ୍ରରେ ରହିଥିବାରୁ ଏକ ବିଶେଷ ଗ୍ରହ…

ଭାରତ ଠାରୁ ପାକିସ୍ତାନରେ ଏତେ ଶସ୍ତା ଚିନି! ତା’ ହେଲେ ଭାରତରେ ମହଙ୍ଗା କାହିଁକି?

ନୂଆଦିଲ୍ଲୀ, ୨୬।୮: ଚିନିକୁ ନେଇ ଭାରତ ଏବଂ ପାକିସ୍ତାନରେ ଆଜିକାଲି ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ଯେଉଁଠି ଭାରତର ଖୁଚୁରା ବଜାରରେ ଚିନିର ଦର କିଲୋଗ୍ରାମ…

ଶ୍ରୀମନ୍ଦିର ପରିସରରେ ଦୁଇ ଭକ୍ତ ଗୋଷ୍ଠୀ ମଧ୍ୟରେ ହାତାହାତି

ପୁରୀ,୨୫ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିସରରେ ବୁଧବାର ସକାଳେ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦର୍ଶନକୁ ନେଇ ଦୁଇ ଗୋଷ୍ଠୀ ଭକ୍ତଙ୍କ ମଧ୍ୟରେ ହାତାହାତି…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ପୁଣି ମହଙ୍ଗା ହେଲା ଚିନି ଦର, ଜାଣନ୍ତୁ ଏବେ କେତେ ରେଟ୍‌

ନୂଆଦିଲ୍ଲୀ, ୨୬।୮: ପର୍ବପର୍ବାଣୀ ଯେତିକି ପାଖେଇ ଆସୁଛି, ଚିନି ଦର ସେତିକି କମିବା ବଦଳରେ ବଢ଼ିବାରେ ଲାଗିଛି। ଚିନି ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଚିନ୍ତା…

TMCରେ ବଡ଼ ହଲଚଲ: ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ଅଡୁଆ ବଢ଼ିଲା! ୭ ଦିନରେ…

କୋଲକାତା,୨୬।୮: ବିଦ୍ରୋହୀ ସାଂସଦମାନଙ୍କ ଜବାବ ମିଳିବା ପରେ ଲୋକସଭା ବାଚସ୍ପତିଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବିଦ୍ରୋହୀ ସାଂସଦମାନେ NCPIରେ ଯୋଗଦେବା ନିଷ୍ପତ୍ତିକୁ ସମ୍ବିଧାନର ଦଶମ…

ରାକ୍ଷୀରେ କୁମ୍ଭ ରାଶିରେ ଲାଗିବ ଚନ୍ଦ୍ର ଗ୍ରହଣ, ୨୮ ଅଗଷ୍ଟରୁ ୫ ରାଶିଙ୍କ ଖରାପ ଟାଇମ୍‌ ଆରମ୍ଭ, ଅଯଥା ଖର୍ଚ୍ଚାନ୍ତରେ ପଡିବେ…

ଏହି ଚନ୍ଦ୍ରଗ୍ରହଣ ଏକ ଆଂଶିକ ଗ୍ରହଣ ହେବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ ଅନେକ ରାଶିର ଲୋକଙ୍କ ଜୀବନରେ ପ୍ରଭାବ ପଡ଼ିବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ କେତେକ ରାଶିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri