ଦୌଡ଼କୁଦ ନିମନ୍ତେ ଭିତ୍ତିଭୂମିର ଅଭାବ

ବ୍ରହ୍ମପୁର ଅଫିସ,୨୯।୮: ପ୍ରତିବର୍ଷ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। କ୍ରୀଡ଼ା ତଥା କ୍ରୀଡ଼ାବିତ୍‌ଙ୍କ ବିକାଶ ନିମନ୍ତେ ୨୦୧୨ରୁ ଏହି ଦିବସ ପାଳନ କରାଯାଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ନିମନ୍ତେ ବହୁ ଯୋଜନା ମଧ୍ୟ ପ୍ରସ୍ତୁତ କରୁଛନ୍ତି। ନିର୍ବାଚନ ସମୟରେ ଓ ଏହାପରେ ମଧ୍ୟ ରାଜ୍ୟ ସରକାର ବ୍ରହ୍ମପୁର ସହରରେ କ୍ରୀଡ଼ାବିତ୍‌ଙ୍କ ବିକାଶ ନିମନ୍ତେ କେବଳ ଇନ୍‌ଡ଼ୋର ଷ୍ଟାଡ଼ିୟମର ପରିସର ଓ ଇନ୍‌ଡୋର କ୍ରୀଡ଼ା ବିକାଶକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଆଉଟଡୋର କ୍ରୀଡ଼ାର ବିକାଶକୁ ଭୁଲି ଯାଇଥିବା କ୍ରୀଡ଼ାବିତଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଯାହାଦ୍ୱାରା ଦୌଡ଼କୁଦ କ୍ରୀଡ଼ାରେ ରୁଚି ଓ ଦକ୍ଷତା ଥିବା ବହୁ କ୍ରୀଡ଼ାବିତ୍‌ଙ୍କ ଅଭ୍ୟାସ ପ୍ରଭାବିତ ହେଉଥିବା ଜଣାପଡ଼ିଛି। ସହରରେ ଦୌଡ଼କୁଦ କ୍ରୀଡ଼ା ଯେପରିକି ଲଙ୍ଗ ଜମ୍ପ, ହାଇ ଜମ୍ପ, ଟ୍ରିପଲ ଜମ୍ପ, ଜାଭେଲିନ ଥ୍ରୋ, ହାମର ଥ୍ରୋ, ଡିସ୍‌କସ୍‌ ଥ୍ରୋ, ପୋଲଭୋଲ୍ଟ, ୧୦୦,୨୦୦, ୪୦୦ ମିଟର ଦୌଡ଼, ବାଧାଦୌଡ଼, ୮୦୦ ମିଟର ଦୌଡ଼, ୩୦୦ମିଟର ଷ୍ଟିପଲଚେଜ, ମାରାଥନ, ୧୦୦୦୦କି.ମି., ୫୦୦୦ କି.ମି.ଦୌଡ଼ ଓ ମାରାଥନ କ୍ରୀଡ଼ାବିତ୍‌ଙ୍କ ଅଭ୍ୟାସ ନିମନ୍ତେ କ୍ରୀଡ଼ା ଭିତ୍ତିଭୂମିର ଅଭାବ ରହିଛି। ଏହି ସବୁ କ୍ରୀଡ଼ା ଅଭ୍ୟାସ ନିମନ୍ତେ ଆବଶ୍ୟକ ଥିବା ଜମ୍ପିଂ ପିଟ, ରନିଂ ଟ୍ରାକ, ସିମେଣ୍ଟେଡ଼ ସର୍କଲ, ହଡଲ ରନିଂ ଉପକରଣ ଭଳି କୌଣସି କ୍ରୀଡ଼ା ଉପକରଣ ସହରର କେଉଁଠାରେ ମଧ୍ୟ ଏହି ବ୍ୟବସ୍ଥା ନାହିଁ।
ଦୀର୍ଘ ୪ ବର୍ଷ ହେବ ବ୍ରହ୍ମପୁର ଷ୍ଟାଡିୟମରେ ମଧ୍ୟ ଏହାର ବିକାଶ ନିମନ୍ତେ ନିର୍ମାଣାଧୀନ ଥିବା ଦର୍ଶାଇ ବନ୍ଦକରି ଦିଆଯାଇଛି। ବର୍ତ୍ତମାନ ଭିଡ଼ ଦୃଷ୍ଟିରୁ ଦୌଡ଼ କୁଦ ଅଭ୍ୟାସ କରୁଥିବା ଅଧିକାଂଶ କ୍ରୀଡ଼ାବିତ ୟୁସିପି କଲେଜ ପଡ଼ିଆ ଉପରେ ନିିର୍ଭର କରୁଛନ୍ତି। କିନ୍ତୁ ଏହା ଖେଳପଡ଼ିଆ କମ, ଚାରଣ ଭୂମି ଭଳି ଅଧିକା ପରିଲକ୍ଷିତ ହେଉଛି। ପଡ଼ିଆ ସାରା ଘାସ ବୁଦାରେ ଭର୍ତ୍ତି ରହିଛି। ଅନ୍ୟପଟେ ବିଏମ୍‌ସି କର୍ତ୍ତୃପକ୍ଷ ମଧ୍ୟ କ୍ରୀଡ଼ା ବିକାଶ ନଁାରେ ସହରରେ ଗୋଟିଏ ପରେ ଗୋଟିଏ ଇନ୍‌ଡୋର ହଲ ପ୍ରସ୍ତୁତ କରି ଚାଲିଛନ୍ତି। ବାସ୍କେଟବଲ, କବାଡ଼ି, ଟେନିସ ଓ ବ୍ୟାଡ୍‌ମିଣ୍ଟନ ଭଳି ଇନ୍‌ଡୋର କ୍ରୀଡ଼ା ଅଭ୍ୟାସ ନିମନ୍ତେ ଆମ୍ବପୁଆ,ତୁଳସୀ ନଗରରେ ଦୁଇଟି ଇନ୍‌ଡୋର ହଲ ନିର୍ମିତ ହୋଇଥିବା ବେଳେ ଗେଟବଜାର ସ୍ଥିତ ସ୍ପୋଟର୍‌ସ ଏରେନାରେ ଇନ୍‌ଡୋର କ୍ରୀଡ଼ା,ବ୍ୟାୟାମ ଓ ଯୋଗକୁ ସୁହାଇବା ଭଳି ନିର୍ମିତ ହୋଇଛି। ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ପୂର୍ବରୁ ଇନ୍‌ଡୋର ଷ୍ଟାଡ଼ିୟମ ଥିବା ବେଳେ ବର୍ତ୍ତମାନ ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ(ୟୁସିପି)କଲେଜ ଖେଳ ପଡ଼ିଆରେ ଓ ବ୍ରହ୍ମପୁର ଷ୍ଟାଡିୟମରେ ମଧ୍ୟ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣାଧୀନ ରହିଛି। ଏଭଳି ସ୍ଥିତିରେ ସହରରେ ସ୍କୁଲ, କଲେଜ ଓ ଯୁବ କ୍ରୀଡ଼ାବିତ୍‌ ଯେଉଁମାନେ ଦୌଡ଼କୁଦ କ୍ଷେତ୍ରରେ ରୁଚି ରଖୁଛନ୍ତି ସେମାନଙ୍କ ନିକଟରେ ଦକ୍ଷତା ଥାଇ ସୁଦ୍ଧା ଏହି କ୍ରୀଡ଼ାବିତ୍‌ମାନେ ଉପଯୁକ୍ତ ଭିତ୍ତିଭୂମି ଓ କ୍ରୀଡ଼ା ଉପକରଣ ଅଭାବରୁ ପଛେଇ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri