Posted inଜାତୀୟ

ଉପରାଜ୍ୟପାଳଙ୍କ ଦ୍ୱାରା ହୋଇଛି ୧୪୦୦ କୋଟି ଦୁର୍ନୀତି, ଏଏପି ବିଧାୟକଙ୍କ ଅଭିଯୋଗ…

ନୂଆଦିଲ୍ଲୀ, ୨୯।୮ : ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଦୁର୍ଗେଶ ପାଠକ ଦିଲ୍ଲୀର ଉପରାଜ୍ୟପାଳି ବିନୟ କୁମାର ସାକ୍ସେନାଙ୍କ ବିରୋଧରେ ୧୪୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି। ବିଧାନସଭାରେ ସେ ଦାବି କରିଛନ୍ତି ଯେ ବିମୁଦ୍ରୀକରଣ ସମୟରେ ଖଦୀ ଗ୍ରାମ୍ୟ ଇଣ୍ଡଷ୍ଟ୍ରିଜ୍‌ରେ ମୁଖ୍ୟ ଥିବା ସାକ୍ସେନା କଳା ଟଙ୍କାକୁ ଧଳାରେ ପରିଣତ କରିଛନ୍ତି। ଏହାର ସିବିଆଇ-ଇଡି ଯାଞ୍ଚ କରିବା ସହ ତାଙ୍କ ବିରୋଧରେ ଚଢ଼ାଉ କରିବାକୁ ଦୁର୍ଗେଶ ଦାବି କରିଛନ୍ତି।

ଏନେଇ ସମସ୍ତ ବିଧାୟକ ପ୍ରଥମେ ବିଧାନସଭା ଭିତରେ ଏବଂ ପରେ ବାହାରେ ପୋଷ୍ଟର ଏବଂ ବ୍ୟାନର ଧରି ପ୍ରଦର୍ଶନ କରିଥିଲେ। ଏଥିରେ ବିନୟ ସାକ୍ସେନା ଚୋର, ବିନୟ ସାକ୍ସେନାଙ୍କୁ ଗିରଫ କର’ ଭଳି ସ୍ଲୋଗାନ ଲେଖାଯାଇଥିଲା।

ସୋମବାର ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା ବେଳେ ଦୁର୍ଗେଶ କହିଛନ୍ତି ଯେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଏବଂ ଖଦୀ ନାମରେ ଏହି ଦୁର୍ନୀତିଘଟିଛି। ମୁଁ ବହୁତ ଦୁଃଖ ଓ ଲଜ୍ଜାର ସହିତ କହୁଛି ଯେ ଯେତେବେଳେ ଉପରାଜ୍ୟପାଳ ଖଦୀର ଅଧ୍ୟକ୍ଷ ଥିଲେ ସେତେବେଳେ ଏହି ଦୁର୍ଡ଼ୀତି ଘଟିଛି।

ଦୁର୍ନୀତି ଅଭିଯୋଗରେ ଦୁର୍ଗେଶ କହିଛନ୍ତି ଯେ ସିବିଆଇ ଏହି ମାମଲାରେ ଏକ ମାମଲା ରୁଜୁ କରିଛି କିନ୍ତୁ ଏଥିରେ ସାକ୍ସେନାଙ୍କ ନାମ ଲେଖାଯାଇ ନାହିଁ। ସେ କହିଛନ୍ତି ଯେ ସିବିଆଇ ପକ୍ଷରୁ ଏନେଇ କୌଣସି ଚଢ଼ାଉ କିମ୍ବା ପଚରାଉଚରା କରାଯାଇ ନାହିଁ। ଯେଉଁମାନେ ଏହି ଦୁନୀତିର ପର୍ଦ୍ଦାଫାଶ୍‌ କରିଥିଲେ ସେମାନଙ୍କୁ ନିଲମ୍ବିତ କରାଯାଇଥିଲା। ଆମେ ମହାଭାରତ ଏବଂ ରାମାୟଣର କାହାଣୀ ଶୁଣିଛୁ, ଯେଉଁଥିରେ କୁହାଯାଇଛି ଯେ ସତ୍ୟ କେବେ ହାରେ ନାହିଁ। କିନ୍ତୁ ଏହି କ୍ଷେତ୍ରରେ ଏହି ମନ୍ତବ୍ୟ ସତ୍ୟ ହରାଉଥିବା ଜଣାପଡିଛି।

ଦୁର୍ଗେଶ କହିଛନ୍ତି, ମୁଁ ଏହି ବିଧାନସଭା ମାଧ୍ୟମରେ ଦାବି କରୁଛି ଯେ ସାକ୍ସେନାଙ୍କ ନାମ ସିବିଆଇ ଏଫଆଇଆରରେ ଅନ୍ତର୍ଭୂକ୍ତ କରାଯାଉ। ସେମାନଙ୍କ ବିରୋଧରେ ଇଡି ଚଢ଼ାଉ କରାଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

ମଙ୍ଗଳ ସୂତ୍ର ପରେ ଉତ୍ତରାଧିକାର ଟ୍ୟାଙ୍କ ଲଢେଇ, ପିଟ୍ରୋଡାଙ୍କ ବୟାନକୁ ନେଇ ଭାଜପା ଖପ୍ପା, ଜବାବ ରଖିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନ୍ରେତିକ ମାହୋଲ ବେଶ ସରଗରମ ରହିଛି। କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିକୁ ଭାଜପା ଟାର୍ଗେଟ କଲାବେଳେ...

‘କଂଗ୍ରେସର ଲୁଟ ଜିନ୍ଦେଗିକେ ସାଥ ଭି, ଜିନ୍ଦେଗିକେ ବାଦ ଭି’, ପିଟ୍ରୋଡାଙ୍କ ବୟାନକୁ ନେଇ ମୋଦିଙ୍କ ଜବାବ

ନୂଆଦିଲ୍ଲୀ, ୨୪।୪: କଂଗ୍ରେସର ବରିଷ୍ଠ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଜବାବ ରଖିଛନ୍ତି। ବୁଧବାର (ଏପ୍ରିଲ ୨୪, ୨୦୨୪)...

ଆମେଠୀରୁ ଲଢିବେ ରର୍ବଟ ଭଦ୍ରା! ପୋଷ୍ଟରକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଅନ୍ୟପଟେ ଉତ୍ତରପ୍ରଦେଶର ଆମେଠୀ ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ।...

ଯଦି କଂଗ୍ରେସ କିଛି ନୁହେଁ ତେବେ ମୋଦି ଡରୁଛନ୍ତି କାହିଁକି: ଖାର୍ଗେ

ଥିରୁଭାନନ୍ତପୁରମ,୨୪।୪: ବୁଧବାର କେରଳର ଥିରୁଭାନନ୍ତପୁରମରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗତ କିଛି ଦିନ...

ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଗୋଟିଏ ବୟାନ ବଢାଇଲା କଂଗ୍ରେସର ଟେନସନ!

ନୂଆଦିଲ୍ଲୀ,୨୪।୪: ବର୍ତ୍ତମାନ ସମ୍ପତ୍ତି ବଣ୍ଟନ ଏବଂ ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଦେଶରେ ଅନେକ ରାଜନୈତିକ ବାକ୍‌ଯୁଦ୍ଧ ଚାଲିଛି। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri