Posted inଜାତୀୟ

ଉପରାଜ୍ୟପାଳଙ୍କ ଦ୍ୱାରା ହୋଇଛି ୧୪୦୦ କୋଟି ଦୁର୍ନୀତି, ଏଏପି ବିଧାୟକଙ୍କ ଅଭିଯୋଗ…

ନୂଆଦିଲ୍ଲୀ, ୨୯।୮ : ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଦୁର୍ଗେଶ ପାଠକ ଦିଲ୍ଲୀର ଉପରାଜ୍ୟପାଳି ବିନୟ କୁମାର ସାକ୍ସେନାଙ୍କ ବିରୋଧରେ ୧୪୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି। ବିଧାନସଭାରେ ସେ ଦାବି କରିଛନ୍ତି ଯେ ବିମୁଦ୍ରୀକରଣ ସମୟରେ ଖଦୀ ଗ୍ରାମ୍ୟ ଇଣ୍ଡଷ୍ଟ୍ରିଜ୍‌ରେ ମୁଖ୍ୟ ଥିବା ସାକ୍ସେନା କଳା ଟଙ୍କାକୁ ଧଳାରେ ପରିଣତ କରିଛନ୍ତି। ଏହାର ସିବିଆଇ-ଇଡି ଯାଞ୍ଚ କରିବା ସହ ତାଙ୍କ ବିରୋଧରେ ଚଢ଼ାଉ କରିବାକୁ ଦୁର୍ଗେଶ ଦାବି କରିଛନ୍ତି।

ଏନେଇ ସମସ୍ତ ବିଧାୟକ ପ୍ରଥମେ ବିଧାନସଭା ଭିତରେ ଏବଂ ପରେ ବାହାରେ ପୋଷ୍ଟର ଏବଂ ବ୍ୟାନର ଧରି ପ୍ରଦର୍ଶନ କରିଥିଲେ। ଏଥିରେ ବିନୟ ସାକ୍ସେନା ଚୋର, ବିନୟ ସାକ୍ସେନାଙ୍କୁ ଗିରଫ କର’ ଭଳି ସ୍ଲୋଗାନ ଲେଖାଯାଇଥିଲା।

ସୋମବାର ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା ବେଳେ ଦୁର୍ଗେଶ କହିଛନ୍ତି ଯେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଏବଂ ଖଦୀ ନାମରେ ଏହି ଦୁର୍ନୀତିଘଟିଛି। ମୁଁ ବହୁତ ଦୁଃଖ ଓ ଲଜ୍ଜାର ସହିତ କହୁଛି ଯେ ଯେତେବେଳେ ଉପରାଜ୍ୟପାଳ ଖଦୀର ଅଧ୍ୟକ୍ଷ ଥିଲେ ସେତେବେଳେ ଏହି ଦୁର୍ଡ଼ୀତି ଘଟିଛି।

ଦୁର୍ନୀତି ଅଭିଯୋଗରେ ଦୁର୍ଗେଶ କହିଛନ୍ତି ଯେ ସିବିଆଇ ଏହି ମାମଲାରେ ଏକ ମାମଲା ରୁଜୁ କରିଛି କିନ୍ତୁ ଏଥିରେ ସାକ୍ସେନାଙ୍କ ନାମ ଲେଖାଯାଇ ନାହିଁ। ସେ କହିଛନ୍ତି ଯେ ସିବିଆଇ ପକ୍ଷରୁ ଏନେଇ କୌଣସି ଚଢ଼ାଉ କିମ୍ବା ପଚରାଉଚରା କରାଯାଇ ନାହିଁ। ଯେଉଁମାନେ ଏହି ଦୁନୀତିର ପର୍ଦ୍ଦାଫାଶ୍‌ କରିଥିଲେ ସେମାନଙ୍କୁ ନିଲମ୍ବିତ କରାଯାଇଥିଲା। ଆମେ ମହାଭାରତ ଏବଂ ରାମାୟଣର କାହାଣୀ ଶୁଣିଛୁ, ଯେଉଁଥିରେ କୁହାଯାଇଛି ଯେ ସତ୍ୟ କେବେ ହାରେ ନାହିଁ। କିନ୍ତୁ ଏହି କ୍ଷେତ୍ରରେ ଏହି ମନ୍ତବ୍ୟ ସତ୍ୟ ହରାଉଥିବା ଜଣାପଡିଛି।

ଦୁର୍ଗେଶ କହିଛନ୍ତି, ମୁଁ ଏହି ବିଧାନସଭା ମାଧ୍ୟମରେ ଦାବି କରୁଛି ଯେ ସାକ୍ସେନାଙ୍କ ନାମ ସିବିଆଇ ଏଫଆଇଆରରେ ଅନ୍ତର୍ଭୂକ୍ତ କରାଯାଉ। ସେମାନଙ୍କ ବିରୋଧରେ ଇଡି ଚଢ଼ାଉ କରାଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼: ବଢ଼ିଲା ଅଣ୍ଡା ଦର, ଏତିକି ଟଙ୍କା ହେବ ଚିକେନ ଦାମ୍

ନୂଆଦିଲ୍ଲୀ,୨୬।୮: ଦୈନନ୍ଦିନ ଖାଦ୍ୟସାମଗ୍ରୀର ବୃଦ୍ଧିପାଉଥିବା ଦରଦାମ୍ ମଧ୍ୟରେ ଏବେ ଅଣ୍ଡା ଦର ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇଦେଇଛି । ବିଗତ ଗୋଟିଏ ବର୍ଷ ମଧ୍ୟରେ ଅଣ୍ଡା ମୂଲ୍ୟରେ…

ବୋମା ଗିଳିଦେଲା ଷଣ୍ଢ, ଚାଲିଗଲା ଜୀବନ

ବାଙ୍କୀ,୨୬ା୮(ଶୁଭେନ୍ଦୁ ମହାପାତ୍ର): ବାର୍‌ହା ଶିକାର ପାଇଁ ଖଞ୍ଜା ହୋଇଥିଲା ବୋମା। କିନ୍ତୁ ବାର୍‌ହା ବଦଳରେ ଶିକାର ସାଜିଲା ଷଣ୍ଢ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ…

ବଡ଼ ଆଲର୍ଟ ଜାରି କଲା RBI, ଚିନି-ପିଆଜ ପରେ ଆହୁରି ମହଙ୍ଗା ହେବ…

ନୂଆଦିଲ୍ଲୀ, ୨୬।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୨୫ ଅଗଷ୍ଟ ୨୦୨୬ରେ ଜାରି କରିଥିବା ନିଜର ମାସିକ ବୁଲେଟିନ୍‌ରେ ଅଗଷ୍ଟ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ…

ସ୍ବାମୀଜୀଙ୍କ ଲକ୍ଷ୍ୟ କାର୍ଯ୍ୟକାରୀ କରିବ ବିଶ୍ୱ ହିନ୍ଦୁ ପରିଷଦ: ଅକ୍ଟୋବର ୩୦ରେ…

ଭଞ୍ଜନଗର, ୨୬।୮(ବାବୁଲା ପ୍ରଧାନ):ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅଧୁରା ଲକ୍ଷ୍ୟକୁ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକାରୀ କରିବ ବୋଲି ଘୁମୁସର ଜିଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି।…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୨୬।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉତ୍କଳମଣି ସାହୁଙ୍କ ବୁଧବାର ଭୋର ପ୍ରାୟ ୪ଟା ସମୟରେ ୭୫ ବର୍ଷ ବୟସରେ…

ଶ୍ରୀମନ୍ଦିର ପରିସରରେ ଦୁଇ ଭକ୍ତ ଗୋଷ୍ଠୀ ମଧ୍ୟରେ ହାତାହାତି

ପୁରୀ,୨୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିସରରେ ବୁଧବାର ସକାଳେ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦର୍ଶନକୁ ନେଇ ଦୁଇ ଗୋଷ୍ଠୀ ଭକ୍ତଙ୍କ ମଧ୍ୟରେ ହାତାହାତି…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ପୁଣି ମହଙ୍ଗା ହେଲା ଚିନି ଦର, ଜାଣନ୍ତୁ ଏବେ କେତେ ରେଟ୍‌

ନୂଆଦିଲ୍ଲୀ, ୨୬।୮: ପର୍ବପର୍ବାଣୀ ଯେତିକି ପାଖେଇ ଆସୁଛି, ଚିନି ଦର ସେତିକି କମିବା ବଦଳରେ ବଢ଼ିବାରେ ଲାଗିଛି। ଚିନି ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଚିନ୍ତା…

TMCରେ ବଡ଼ ହଲଚଲ: ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ଅଡୁଆ ବଢ଼ିଲା! ୭ ଦିନରେ…

କୋଲକାତା,୨୬।୮: ବିଦ୍ରୋହୀ ସାଂସଦମାନଙ୍କ ଜବାବ ମିଳିବା ପରେ ଲୋକସଭା ବାଚସ୍ପତିଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବିଦ୍ରୋହୀ ସାଂସଦମାନେ NCPIରେ ଯୋଗଦେବା ନିଷ୍ପତ୍ତିକୁ ସମ୍ବିଧାନର ଦଶମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri