କ୍ରିଷ୍ଣା ବିକାଶ ଗ୍ରୁପ୍‌ର ନୂଆ ରେକର୍ଡ: ସିବିିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଆଦ୍ୟାଶା ସାହୁ ରାଜ୍ୟ ଟପ୍ପର

ବରଗଡ଼,୧୫ା୫(ପ୍ରେମାନନ୍ଦ ଖମାରୀ): ସଦ୍ୟ ପ୍ରକାଶିତ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳରେ କ୍ରିଷ୍ଣା ବିକାଶ ଗ୍ରୁପ୍‌ ଅଧୀନ ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିକାଶ ଆବାସିକ ବିଦ୍ୟାଳୟ, ଦୀର୍ଘ ୨୫ ବର୍ଷର ଯାତ୍ରାରେ ନୂଆ ରେକର୍ଡ ସୃଷ୍ଟି କରିଛି। ଉକ୍ତ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଆଦ୍ୟାଶା ସାହୁ ରାଜ୍ୟ ଟପ୍ପର ହୋଇଛନ୍ତି। ଏହି ସଫଳତାରେ କ୍ରିଷ୍ଣା ଗ୍ରୁପର ଦୀର୍ଘଦିନର ସ୍ବପ୍ନ ସାକାର ହୋଇଛି ବୋଲି ଚେୟାରମ୍ୟାନ ଡି ମୂରଲୀ କ୍ରିଷ୍ଣା କହିଛନ୍ତି।

ସେହିପରି ଉକ୍ତ ବିଦ୍ୟାଳୟ ଶତ ପ୍ରତିଶତ ସଫଳତା ହାସଲ କରିଛି । ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖିଥିବା ଛାତ୍ରୀଛାତ୍ର ଏବଂ ଅଭିଭାବକମାନଙ୍କୁ ସ୍କୁଲ ତରଫରୁ କ୍ରୀଷ୍ଣା ବିକାଶ ଅଡିଟୋରିୟମ୍‌ରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଦ୍ୱାଦଶ ଶ୍ରେଣୀର ସଫଳ ଛାତ୍ରୀଛାତ୍ରଙ୍କ ସମେତ ସେମାନଙ୍କର ମା’, ବାପା ଏବଂ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ କ୍ରିଷ୍ଣା ବିକାଶର ଚେୟାରମ୍ୟାନ୍‌ ଦାଶରୀ ମୂରଲୀ କ୍ରିଷ୍ଣା ସମସ୍ତ ଅଧ୍ୟକ୍ଷ-ଉପାଧ୍ୟକ୍ଷଙ୍କ ଉପସ୍ଥିତିରେ ପୁଷ୍ପଗୁଚ୍ଛ ଓ ମିଷ୍ଟାନ୍ନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଚେୟାରମେନ ଡି ମୂରଲୀ କ୍ରିଷ୍ଣା ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଆଦ୍ୟାଶା ସାହୁ ରାଜ୍ୟ ଟପ୍ପର ହେବାର ଖୁସି ବ୍ୟକ୍ତ କରିବା ସହିତ ସମ୍ପୂର୍ଣ୍ଣ ଫଳାଫଳକୁ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।

ପ୍ରକାଶ ଥାଉକି, ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳରେ ବିକାଶ ଆବାସିକ ବିଦ୍ୟାଳୟର ୩୩ ଜଣ ଛାତ୍ରୀଛାତ୍ରଙ୍କ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ, ୧୦୨ ଜଣ ଛାତ୍ରୀଛାତ୍ର ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ଏବଂ ୩୧୮ ଜଣ ଛାତ୍ରୀଛାତ୍ର ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖି ସ୍କୁଲ୍କୁ ଓ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପ୍ରତିଷ୍ଠିତ କରିଛନ୍ତି । ଚେୟାରମ୍ୟାନ ମୂରଲୀ କ୍ରିଷ୍ଣା ସମସ୍ତ କୃତୀ ଛାତ୍ରୀଛାତ୍ର ଏବଂ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ ଉଚ୍ଚମାନର ଫଳାଫଳ ପାଇଁ ତାଙ୍କର କଠିନ ପରିଶ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ବିକାଶ ଆବାସିକ ବିଦ୍ୟାଳୟ ସିନିୟର ସେକେଣ୍ଡାରୀର ଅଧ୍ୟକ୍ଷ ଚିତ୍ତରଞ୍ଜନ ପତି ସମ୍ବର୍ଦ୍ଧନା ଉତ୍ସବରେ ସ୍ବାଗତ ଭାଷଣ ଦେଇ ସଭାକୁ ପରିଚାଳନା କରିଥିଲେ। ବିକାଶ ଆବାସିକ ବିଦ୍ୟାଳୟର ଏକ୍‌ଜିକ୍ୟୁଟିଭ୍‌ ପ୍ରିନ୍ସିପାଲ ଶିଶିର ପ୍ରସାଦ ରାଉଳ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନର ଡାଇରେକ୍ଟର ଡ. ସମରେନ୍ଦ୍ରନାଥ ପଣ୍ଡା ସଫଳ ଛାତ୍ରୀଛାତ୍ରଙ୍କ କଠିନ ପରିଶ୍ରମ, ସେମାନଙକର ଦୃଢ ମନୋବଳକୁ ପ୍ରଶଂସା କରିବା ସହ କୃତୀ ଛାତ୍ରୀଛାତ୍ରଙ୍କ ନାମ ଘୋଷଣା କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥ, କ୍ରୀଷ୍ଣା ବିକାଶ ଗ୍ରୁପ୍ର ପିପୁଲ ଏଣ୍ଡ କଲଚର ହେଡ୍‌ ଅଶ୍ୱିନୀ ନାୟକ, ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ଡ. ମନୋଜ କୁମାର ତ୍ରିପାଠୀ ସମସ୍ତ ସଫଳ ଛାତ୍ରୀଛାତ୍ର, ଅଧ୍ୟାପିକା ଅଧ୍ୟାପକ ଏବଂ ସମସ୍ତ କର୍ମଚାରୀ ଓ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?