Posted inଜାତୀୟ

କର୍ନାଟକ ସ୍କୁଲର ମଧ୍ୟାହ୍ନ ଭୋଜନରେ ସାମିଲ ହେବ ଅଣ୍ଡା

ବେଙ୍ଗାଲୁରୁ,୧୩।୪: କେତେକ ଧାର୍ମିକ ଗୋଷ୍ଠୀ ଏବଂ ସମ୍ପ୍ରଦାୟର ବିରୋଧ ସତ୍ତ୍ୱେ ମଧ୍ୟ କର୍ନାଟକରେ ମଧ୍ୟାହ୍ନ ଭୋଜନରେ ଅଣ୍ଡାକୁ ସାମିଲ କରାଯାଇପାରେ। ଆଗାମୀ ଏକାଡେମିକ ସେସନରେ ଭାଜପା ସରକାର ଏହାକୁ ଆରମ୍ଭ କରିପାରନ୍ତି। ଭାଜପା ସରକାର ଏକ ପାଇଲଟ ପଦକ୍ଷେପ ଉପରେ କାର୍ଯ୍ୟ କରୁଛନ୍ତି। ଯେଉଁଥିରେ ଶିଶୁଙ୍କୁ ପୁଷ୍ଟିହୀନତାରୁ ରକ୍ଷା କରିହେବ। ଏଥିପାଇଁ ଡିସେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ଉତ୍ତର କର୍ନାଟକର ୭ଟି ପଛୁଆ ଜିଲାରେ ଅଣ୍ଡା ଦିଆଯାଇଥିଲା। ତେବେ ଯେଉଁମାନେ ଅଣ୍ଡା ଖାଆନ୍ତିନାହିଁ ସେମାନଙ୍କୁ ଫଳ କିମ୍ବା ଅନ୍ୟାନ୍ୟ ବିକଳ୍ପ ଦିଆଯିବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ସମ୍ପ୍ରଦାୟ ବିରୋଧ କରିଥିଲେ। ତଥାପି, ଛାତ୍ର ଓ ଅଭିଭାବକମାନଙ୍କଠାରୁ ମିଳିଥିବା ସକରାତ୍ମକ ପ୍ରତିକ୍ରିୟା ପରେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ସରକାର ନିର୍ଣ୍ଣୟ ନେଇଛନ୍ତି। ଏହି ପ୍ରସ୍ତାବ ଚୂଡ଼ାନ୍ତ ହେବା ପରେ କ୍ୟାବିନେଟରେ ଉପସ୍ଥାପନ କରାଯିବ। ତେବେ ଅଣ୍ଡାର ମୂଲ୍ୟ ସରକାର ବହନ କରିବେ ବୋଲି ଜଣାପଡ଼ିଛି। କ୍ୟାବିନେଟରୁ ଅନୁମୋଦନ ମିଳିବା ପରେ କନର୍ର୍ାଟକ ଭାଜପା ଶାସନର ପ୍ରଥମ ରାଜ୍ୟ ହେବ, ଯେଉଁଠାରେ ସ୍କୁଲର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଅଣ୍ଡା ସାମିଲ ହେବ। ମିଳିଥିବା ଖବର ଅନୁଯାୟୀ, ଗୋଟିଏ ଦିନ ଛାଡ଼ି ଛାତ୍ରମାନଙ୍କୁ ସ୍କୁଲରେ ଅଣ୍ଡା ଦିଆଯିବ। ଯଦିଓ ଆମେ ଏହି ଯୋଜନାକୁ ସମଗ୍ର ରାଜ୍ୟରେ ଏକାଥରକେ କାର୍ଯ୍ୟକାରୀ କରିବାକୁ ଅସମର୍ଥ ହେବୁ ତେବେ ଏହି ତାଲିକାରେ ଅଧିକ ଜିଲାକୁ ଯୋଡାଯିବ ବୋଲି ରାଜ୍ୟସରକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମେଣ୍ଟ ଏମପିଙ୍କୁ ପଶ୍ଚିମବଙ୍ଗ-ରାଜସ୍ଥାନ ବି ଯିବା ଦରକାର’, ଅନୁରାଗ ଠାକୁର କହିଲେ ଗୁଣ୍ଡା ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି ମମତା

ନୂଆଦିଲ୍ଲୀ,୨୯।୭: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଏମପିଙ୍କ ଦଳ ଶନିବାର ମଣିପୁର ଗସ୍ତ କରିଛନ୍ତି। ଆଉ ଏବେ ଏହାକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ...

ମଧ୍ୟପ୍ରଦେଶ ରେକର୍ଡ ଭାଙ୍ଗିଲା ଉତ୍ତରପ୍ରଦେଶ: ଗୋଟିଏ ଦିନରେ ୨୭ଲକ୍ଷ ଟିକାକରଣ

ଲକ୍ଷ୍ନୌ,୪।୮: ଉତ୍ତରପ୍ରଦେଶର ଯୋଗୀ ସରକାର ଟିକାକରଣକୁ ନେଇ ଏକ ଇତିହାସ ରଚିଛନ୍ତି। ରାଜ୍ୟରେ ଅଗଷ୍ଟ ୩ରେ ଗୋଟିଏ ଦିନରେ ୨୭ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଇଛି।...

ଜାମିନ ଆବେଦନ ସ୍ଥଗିତ, ଏପ୍ରିଲ ୫ ଯାଏ ଜେଲରେ ରହିବେ ସିସୋଡିଆ

ନୂଆଦିଲ୍ଲୀ,୨୫।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡିର ନ୍ୟାୟିକ ହେପାଜତରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି...

ଭାରତ ସହିତ ମୁକ୍ତ ବାଣିଜ୍ୟ କରିବାକୁ ରୁଷିଆ ଆଗ୍ରହୀ: ଜୟଶଙ୍କରଙ୍କୁ ଭେଟିଲେ ମଣ୍ଟୁରୋଭ…

ନୂଆଦିଲ୍ଲୀ,୧୮।୪ : ମଙ୍ଗଳବାର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଦିଲ୍ଲୀରେ ରୁଷିଆର ଉପପ୍ରଧାନମନ୍ତ୍ରୀ ଡେନିସ ମଣ୍ଟୁରୋଭଙ୍କୁ ଭେଟିଛନ୍ତି। ଭାରତ ସହିତ ମୁକ୍ତ ବାଣିଜ୍ୟ କରିବାକୁ ରୁଷିଆ...

ପଦୋନ୍ନତିରେ ସଂରକ୍ଷଣ ବନ୍ଦ ହେଲେ ସାଢ଼େ ୪ ଲକ୍ଷ କର୍ମଚାରୀ ହେବେ ପ୍ରଭାବିତ, ବଢ଼ିବ ଅଶାନ୍ତି…

ନୂଆଦିଲ୍ଲୀ, ୩୧।୩ : ସରକାରୀ ଚାକିରିରେ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସଂରକ୍ଷଣକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଉତ୍ତର ରଖିଛନ୍ତି। ସରକାର କୋର୍ଟଙ୍କୁ କହିଛନ୍ତି ଯେ ୨୦୦୭...

୫୦୦ ବିମାନ କିଣିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୧।୨: ଟାଟା ସନ୍ସ ମାଲିକାନାରେ ଥିବା ଏୟାର ଇଣ୍ଡିଆ ୫୦୦ ବିମାନ କିଣିବ। ଏୟାରଲାଇନ୍ସର ଏହି ସର୍ବବୃହତ୍‌ ଅର୍ଡର ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ଅର୍ଡର ମଧ୍ୟରେ...

ସକାଳ ସାଢେ ସାତଟାରୁ ପୂଜାରୁ ଆରମ୍ଭ ହେବ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୫।୫: ନୂଆ ସଂସଦ ଭବନର ଉଦଘାଟନ ୨୮ ମେ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯିବ। ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ ଦିନ ୧୨ଟାରେ କରିବାର କାର୍ଯ୍ୟକ୍ରମ...

ମୋଦିଙ୍କୁ ଭେଟିବେ ଶିବରାଜ: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ,୨୯।୬: ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ମଙ୍ଗଳବାର କରାଯିବ ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ଏହାକୁ ନେଇ ବିଳମ୍ବିର ରାତ୍ରି ପର୍ଯ୍ୟନ୍ତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ...

Advertisement
Archives

Model This Week