ରାଞ୍ଚିରେ ଆନ୍ଦୋଳନର ବଡ଼ ପ୍ରଭାବ! ରଦ୍ଦ ହେବ ୧୪ତମ JPSC ପରୀକ୍ଷା! ୯୦ ଦିନରେ CID ତଦନ୍ତ…

ରାଞ୍ଚି,୯ା୮: ଝାଡ଼ଖଣ୍ଡରେ JPSC ପରୀକ୍ଷାକୁ ନେଇ ଛାତ୍ରୀଛାତ୍ରମାନଙ୍କ ଦାବି ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଛି । ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଅଟକି ରହିଥିବା ପରୀକ୍ଷା ଏବଂ ନିଯୁକ୍ତି ବ୍ୟବସ୍ଥାରେ ସୁଧାର ଦାବି କରି ପରୀକ୍ଷାର୍ଥୀମାନେ ଲଗାତାର ଆନ୍ଦୋଳନ କରୁଛନ୍ତି ।

ଏହାରି ମଧ୍ୟରେ ସରକାରୀ କମିଟି ଏବଂ ଛାତ୍ର ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ତୃତୀୟ ପର୍ଯ୍ୟାୟ ଆଲୋଚନାକୁ ନେଇ ବଡ଼ ସୂଚନା ସାମ୍ନାକୁ ଆସିଛି। ସୂତ୍ର ଅନୁସାରେ, ଛାତ୍ରମାନଙ୍କ ଅନେକ ଦାବି ଉପରେ ସରକାରୀ କମିଟି ସକାରାତ୍ମକ ଆଭିମୁଖ୍ୟ ଦେଖାଇଛି ।  ତୃତୀୟ ପର୍ଯ୍ୟାୟ ଆଲୋଚନାରେ ସରକାରୀ କମିଟି ଛାତ୍ରମାନଙ୍କୁ କହିଛି ଯେ ୧୪ତମ JPSC ପରୀକ୍ଷା ରଦ୍ଦ କରାଯିବ । ଏହା ସହ ୨୦୨୩-୨୫ର ବ୍ୟାକଲଗ୍ JPSC ପରୀକ୍ଷାଗୁଡ଼ିକୁ ମଧ୍ୟ ରଦ୍ଦ କରିବା ନେଇ ସୂଚନା ମିଳିଛି। ତେବେ ଏନେଇ ଅଧିକାରିକ ଆଦେଶ ଜାରି ହେବା ପରେ ହିଁ ସ୍ଥିତି ସମ୍ପୂର୍ଣ୍ଣ ସ୍ପଷ୍ଟ ହେବ।

ବୈଠକରେ ସରକାରୀ କମିଟି ପକ୍ଷରୁ ସମଗ୍ର ମାମଲାର CID ତଦନ୍ତ ୯୦ ଦିନ ମଧ୍ୟରେ ଶେଷ କରାଯିବ ବୋଲି କୁହାଯାଇଥିବା ସୂଚନା ମିଳିଛି। ଏହା ସହ ମାମଲାର ଆର୍ଥିକ ଦିଗଗୁଡ଼ିକର ତଦନ୍ତ ED କରିବ ବୋଲି ମଧ୍ୟ କୁହାଯାଇଛି। ଏହା ବ୍ୟତୀତ ଆଉଟସୋର୍ସିଂ ଏଜେନ୍ସି TDPL ଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷାର ମଧ୍ୟ ତଦନ୍ତ କରାଯିବା ନେଇ ସୂଚନା ସାମ୍ନାକୁ ଆସିଛି । ପରୀକ୍ଷା ପ୍ରକ୍ରିୟାରେ ପାରଦର୍ଶିତା ଏବଂ ନିରପେକ୍ଷତା ଦାବିରେ ଛାତ୍ରମାନେ ଦୀର୍ଘଦିନ ଧରି ସ୍ୱର ଉଠାଇ ଆସୁଛନ୍ତି । ଏବେ ସରକାରୀ କମିଟି ପକ୍ଷରୁ ପରୀକ୍ଷା ରଦ୍ଦ ଏବଂ ତଦନ୍ତ ନେଇ ଆଶ୍ୱାସନ ମିଳିଥିବା ଖବର ପରେ ଆଗାମୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?