ପୃଥିବୀର ପ୍ରତିରକ୍ଷା ପ୍ରାଚୀର ଭେଦକଲେ ‘କିଲର ଇଲେକ୍ଟ୍ରୋନ୍‌’

ଟୋକିଓ, ୮ା୧୧
ବିଜ୍ଞାନ ଜଗତରେ ଏକ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ପୃଥିବୀର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ପ୍ରାକୃତିକ ବିକିରଣ ପ୍ରାଚୀର ବା ରେଡିଏଶନ ବ୍ୟାରିଅର ଶକ୍ତିଶାଳୀ ସୌରଝଡ଼ ଯୋଗୁ ଭାଙ୍ଗିଯାଇଛି। ଫଳରେ ପୃଥିବୀ ଚାରିପଟେ ଥିବା ମହାକାଶ ଅଞ୍ଚଳରେ ଅତ୍ୟନ୍ତ ବିପଜ୍ଜନକ ‘କିଲର ଇଲେକ୍ଟ୍ରୋନ୍‌’ ସଂଖ୍ୟା ପ୍ରାୟ ୫,୦୦୦ ଗୁଣ ବୃଦ୍ଧି ପାଇଛି, ଯାହା ବୈଜ୍ଞାନିକମାନଙ୍କ ଚିନ୍ତା ବଢ଼ାଇ ଦେଇଛି।
ଏହି ଗବେଷଣା ତଥ୍ୟ ପ୍ରସିଦ୍ଧ ବିଜ୍ଞାନ ପତ୍ରିକା ‘ଜିଓଫିଜିକାଲ ରିସର୍ଚ୍ଚ ଲେଟର୍ସ’ରେ ପ୍ରକାଶିତ ହୋଇଛି। ଗବେଷଣା ତଥ୍ୟ ଅନୁଯାୟୀ, ୨୦୨୪ ମେ’ରେ ଆସିଥିବା ଏକ ଶକ୍ତିଶାଳୀ ‘ଜି୫’ ଶ୍ରେଣୀର ସୌରଝଡ଼ ଯୋଗୁ ଏହି ସ୍ଥିତି ସୃଷ୍ଟି ହୋଇଛି। ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଦ୍ୱାରା ଆବଦ୍ଧ ଦୁଇଟି ବଳୟକୁ ‘ଭାନ୍‌ ଆଲେନ୍‌ ରେଡିଏଶନ ବେଲ୍ଟ’ କୁହାଯାଏ। ଏହାର ଭିତର ବଳୟଟି ପୃଥିବୀକୁ ମହାକାଶର ବିପଜ୍ଜନକ ରଶ୍ମିରୁ ରକ୍ଷା କରିଥାଏ। ଦୀର୍ଘ ଦଶନ୍ଧି ଧରି ବୈଜ୍ଞାନିକମାନେ ବିଶ୍ୱାସ କରୁଥିଲେ ଯେ, ଏହି ଭିତର ବଳୟକୁ ଭେଦକରି କୌଣସି ଉଚ୍ଚଶକ୍ତିସମ୍ପନ୍ନ ଇଲେକ୍ଟ୍ରୋନ୍‌ ପୃଥିବୀ ନିକଟକୁ ଆସିପାରିବ ନାହିଁ। ମାତ୍ର ଜାପାନର ‘ଆରାସେ’ ସାଟେଲାଇଟ୍‌ ଦ୍ୱାରା ସଂଗୃହୀତ ତଥ୍ୟ ଏହି ପୁରୁଣା ଧାରଣାକୁ ଭୁଲ୍‌ ପ୍ରମାଣିତ କରିଛି।
ଜାପାନର ନାଗୋୟା ବିଶ୍ୱବିଦ୍ୟାଳୟର ମହାକାଶ ଭୌତିକବିଜ୍ଞାନୀ ୟୋଶିଜୁମି ମିୟୋଶିଙ୍କ ନେତୃତ୍ୱରେ ହୋଇଥିବା ଏହି ଅଧ୍ୟୟନରୁ ଜଣାପଡ଼ିଛି, ସୌରଝଡ଼ ଯୋଗୁ ପୃଥିବୀ ଚାରିପଟେ ଥିବା ପ୍ଲାଜ୍‌ମାସ୍ଫିୟରରେ ଥଣ୍ଡା ପ୍ଲାଜ୍‌ମାର ପରିମାଣ ହ୍ରାସ ପାଇଥିଲା। ଫଳରେ ସୃଷ୍ଟିହୋଇଥିବା ଏକ ବିଶେଷ ବିଦ୍ୟତ୍‌ ଚୁମ୍ବକୀୟ ତରଙ୍ଗ ଯୋଗୁ ଇଲେକ୍ଟ୍ରୋନ୍‌ଗୁଡ଼ିକର ଗତି ବେଗ ଅତ୍ୟଧିକ ବୃଦ୍ଧି ପାଇ ଆଲୋକର ଗତି ସହ ସମାନ ହୋଇଯାଇଥିଲା।
ଏହି କିଲର ଇଲେକ୍ଟ୍ରୋନ୍‌ଗୁଡ଼ିକ ଏତେ ଶକ୍ତିଶାଳୀ ଯେ ସେଗୁଡ଼ିକ କୃତ୍ରିମ ଉପଗ୍ରହର ସୁରକ୍ଷା କବଚକୁ ଭେଦକରି ଏହାର ବୈଦ୍ୟୁତିକ ସରଞ୍ଜାମକୁ ନଷ୍ଟ କରିଦେଇପାରନ୍ତି। ଏହାସହ ମହାକାଶଚାରୀଙ୍କ ପାଇଁ ମଧ୍ୟ ଏହା ଗମ୍ଭୀର ବିକିରଣ ବିପଦ ସୃଷ୍ଟି କରିଥାଏ। ଅଧ୍ୟୟନ ମୁତାବକ, ୨୦୨୪ ମେ’ ମାସର ଏହି ପ୍ରଭାବ କିଛିଦିନର ନ ଥିଲା, ବରଂ ସେହି ବର୍ଷ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା, ଯେତେବେଳେ କି ଆଉ ଏକ ସୌରଝଡ଼ ଏହି ଅଞ୍ଚଳକୁ ପ୍ରଭାବିତ କରିଥିଲା।

ଏହି ଆବିଷ୍କାର ଆଗାମୀ ଦିନରେ ମହାକାଶ ପାଣିପାଗର ପୂର୍ବାନୁମାନ କରିବା ଏବଂ ମହାକାଶଯାନ ଓ ମହାକାଶଚାରୀଙ୍କୁ ସୁରକ୍ଷିତ ରଖିବା ପାଇଁ ନୂତନ କୌଶଳ ପ୍ରସ୍ତୁତ କରିବାରେ ବୈଜ୍ଞାନିକମାନଙ୍କୁ ସାହାଯ୍ୟ କରିବ।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଶାଦ୍ରବ୍ୟ କାରବାର ମାମଲାରେ ଅଭିଯୁକ୍ତ ଅଟକ, ରହିଛି ପଶ୍ଚିମବଙ୍ଗ ଲିଙ୍କ

ହାଟଡିହୀ/ଛେନାପଦୀ,୮ା୧୧(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):ନିଶାଦ୍ରବ୍ୟ କାରବାର ସମ୍ପର୍କିତ ଏକ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପଶ୍ଚିମବଙ୍ଗ ହୁଗୁଳି ଜିଲା ଅନ୍ତର୍ଗତ ହରିପାଳ ଥାନା ପୁଲିସ ଟିମ କେନ୍ଦୁଝର…

ଏଇ ଭାରତରେ

ଗୁଜରାଟରେ ସବୁଠୁ ଅଧିକ ଜଳାଭାବର ସମ୍ମୁଖୀନ ହେଉଥିବା ଆଦିବାସୀ ଅଧ୍ୟୁଷିତ ଡାଙ୍ଗ, ନର୍ମଦା ଓ ବରୁଚ ଜିଲାରେ ନୀତା ପଟେଲ ଚେକ୍‌ ଡ୍ୟାମ ଓ ଜଳାଶୟର ପୁନରୁଦ୍ଧାର…

ପ୍ରଜ୍ୱଳିତ ପ୍ରଦୀପର ମହାପାର୍ବଣ

ଦୀପାବଳି ହେଉଛି ଶୁଭରାତ୍ରି ଓ ମହାନିଶା। ଦୀପାବଳି ଶବ୍ଦର ଅନେକ ଅର୍ଥ ରହିଥିଲେ ମଧ୍ୟ ଏହାର ଅନ୍ତର୍ନିହିତ ଚିନ୍ତା ଚେତନାଟି ହେଉଛି ଅନ୍ଧକାର ଉପରେ ପ୍ରକାଶ ଏବଂ…

ପତନମୁଖୀ ସାମ୍ରାଜ୍ୟବାଦୀ ନେତୃତ୍ୱ

ବିଶ୍ୱ ନେତୃତ୍ୱ ବହନ କରିଆସିଥିବା ଆମେରିକା ଏବେ ୧୨୦ ବର୍ଷ ପରେ କଠିନ ପରୀକ୍ଷାର ସମ୍ମୁଖୀନ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ନିଜର ଅହଂକାରିତା ଓ…

ସୀମିତ ଅଧିକାର

ପଶ୍ଚିମବଙ୍ଗରେ ଭାଜପା କ୍ଷମତାକୁ ଆସିବା ପରେ ବଙ୍ଗୀୟ ଖ୍ରୀଷ୍ଟିଆନଙ୍କ ଚର୍ଚ୍ଚଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି। ଗତ ସପ୍ତାହରେ କାରୱାନ-ଇ-ମୋହବତ (ପୂର୍ବତନ ଆଇଏଏସ୍‌ ଅଧିକାରୀ ହର୍ଷ ମନ୍ଦରଙ୍କ…

ପାର୍କିଂକୁ ନେଇ ବିଜ୍‌ନେସ୍‌ ଏକ୍‌ଜିକ୍ୟୁଟିଭ୍‌ଙ୍କୁ ଗୁଳିକରି ହତ୍ୟା

ଫରିଦାବାଦ,୮ା୧୧: ପୁତୁରା ବାହାଘର ପାଇଁ ସିଙ୍ଗାପୁରରୁ ହରିୟାଣାର ଫରିଦାବାଦସ୍ଥିତ ଘରକୁ ଫେରିଥିବା ପ୍ରଯୁକ୍ତି ବିଜ୍‌ନେସ ଏକ୍‌ଜିକ୍ୟୁଟିଭ ପରମଜିତ୍‌ଙ୍କୁ ଶୁକ୍ରବାର ରାତିରେ ତାଙ୍କ ପଡ଼ୋଶୀ ଗୁଳିକରି ହତ୍ୟା କରିଛନ୍ତି।…

୩ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୮।୧୧,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୃତୀୟ ଦିନରେ ରାଜ୍ୟର କୃଷି, ସ୍ବାସ୍ଥ୍ୟ, ବ୍ୟାଙ୍କିଙ୍ଗ୍‌ ଏବଂ ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମିକୁ…

ଗୋଟିଏ ରାତିରେ ୨ ହତ୍ୟାକାଣ୍ଡ

ଭୁବନେଶ୍ୱର,୮।୧୧(ତ୍ରିନାଥ ମହାନ୍ତି): ବମିଖାଲ କଟକ ରୋଡ ଝାରପଡ଼ା ବ୍ରିଜ୍‌ ନିକଟରେ ଅଭିଯୁକ୍ତମାନେ ଜଣେ ଯୁବକଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ହତ୍ୟା କରିଛନ୍ତି। ମୃତ ଯୁବକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?