ପତନମୁଖୀ ସାମ୍ରାଜ୍ୟବାଦୀ ନେତୃତ୍ୱ

ବିଶ୍ୱ ନେତୃତ୍ୱ ବହନ କରିଆସିଥିବା ଆମେରିକା ଏବେ ୧୨୦ ବର୍ଷ ପରେ କଠିନ ପରୀକ୍ଷାର ସମ୍ମୁଖୀନ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ନିଜର ଅହଂକାରିତା ଓ ବିଶ୍ୱବାସୀଙ୍କୁ ହେୟ ମନେ କରିବାର ପରିଣାମ ଭୋଗ କରିବାକୁ ଯାଉଛନ୍ତି। ଆମେରିକା ଇତିହାସର ଏହା ଏକ ଗୁରୁତ୍ୱପୁର୍ଣ୍ଣ ଅଧ୍ୟାୟ ରଚନା କରିଛି। ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ଟ୍ରମ୍ପଙ୍କ ନେତୃତ୍ୱାଧୀନ ରିପବ୍ଲିକାନ ପାର୍ଟି ଅବିଶ୍ୱସନୀୟ ପରାଜୟ ବରଣ କରିଛି। ରିପବ୍ଲିକାନ ପାର୍ଟି ଆମେରିକା କଂଗ୍ରେସରେ ସଂଖ୍ୟାଗରିଷ୍ଠତା ହରାଇଛି। ଅନ୍ୟପଟେ ବିରୋଧୀ ଡେମୋକ୍ରାର୍ଟିକ ପାର୍ଟି କଂଗ୍ରେସର ଉଭୟ ଗୃହରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ନିର୍ବାଚନରୁ ଜଣାପଡ଼ିଛି ଯେ ରିପବ୍ଲିକାନ ପାର୍ଟିର ଦୁର୍ଗଗୁଡ଼ିକ ଭୁଶୁଡ଼ି ପଡ଼ିଛି। ସେଠାରେ ମଧ୍ୟ ରିପବ୍ଲିକାନ ପାର୍ଟିର ଗଭର୍ନର ପଦବୀ ହରାଇଛି। ଫଳରେ ଡେମୋକ୍ରାଟିକ ପାର୍ଟି ସଦସ୍ୟ ସଂଖ୍ୟା ୫୪ରେ ପହଞ୍ଚିଛି। ରିପବ୍ଲିକାନ ୪୪ରେ ରହିଛି। ଏବେସୁଦ୍ଧା କଂଗ୍ରେସରେ ରିପବ୍ଲିକାନ ପାର୍ଟି ୧୬୨ରେ ଥିବା ବେଳେ ଡେମୋକ୍ରାଟ ୨୫୪ ଆସନ ହାସଲ କରିଛି। ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ଆମେରିକାବାସୀ ବାଲଟ ପେପର ମାଧ୍ୟମରେ ଟ୍ରମ୍ପଙ୍କ ନୀତି ଓ ନିଷ୍ପତ୍ତି ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡ଼ିଛି। ବିଶେଷକରି ଇରାନ ବିରୋଧୀ ଯୁଦ୍ଧକୁ ନେଇ ଆମେରିକାରେ ଦରଦାମ ବୃଦ୍ଧି ଲୋକଙ୍କୁ କ୍ଷତିଗ୍ରସ୍ତ କରାଇଛି। ଆହୁରି ଅନେକ କାରଣ ପାଇଁ ଆମେରିକାବାସୀ ଟ୍ରମ୍ପଙ୍କ ଉପରେ କ୍ଷୁବ୍ଧ ଥିବା ଅନୁଭବ କରାଯାଏ। ତେଣୁ ଟ୍ରମ୍ପଙ୍କ ଆଗାମୀ ଦୁଇ ବର୍ଷର ଶାସନକୁ ନିୟନ୍ତ୍ରଣ କରିବା ପାଇଁ ଭୋଟର ଡେମୋକ୍ରାଟିକ ପାର୍ଟି ସପକ୍ଷରେ ଭୋଟ ଦେଇଛନ୍ତି। କଂଗ୍ରେସ ସଂଖ୍ୟା ଗରିଷ୍ଠତା ହରାଇବା ଦ୍ୱାରା ଟ୍ରମ୍ପ ନିଜ ଇଚ୍ଛାରେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। କାରଣ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି କାର୍ଯ୍ୟକାରିତାରେ କଂଗ୍ରେସ ପ୍ରତିବନ୍ଧକ ସୃଷ୍ଟି କରିବ। ତେବେ ଟ୍ରମ୍ପଙ୍କ ପାଖରେ ଏକମାତ୍ର ଅସ୍ତ୍ର ରହିଛି ତାହା ହେଲା ଭିଟୋ କ୍ଷମତା। ଏହା ବଳରେ ସେ ନିଜ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିପାରିିବେ। ବାସ୍ତବରେ ଦେଖିବାକୁ ଗଲେ ଟ୍ରମ୍ପଙ୍କ ଅହଂକାର ଭାଙ୍ଗିଯାଇଛି। ନମ୍ରତାର ସହ କହିଛନ୍ତି ଯେ, ସେ ଡେମୋକ୍ରାଟିକ ପାର୍ଟି ସହ ମିଶି କାମ କରିବେ। ଡେମୋକ୍ରାଟଙ୍କୁ ନେଇ ସେ ଦେଶର ବିକାଶ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ନିର୍ବାଚନରେ ତାଙ୍କ କାର୍ଯ୍ୟକଳାପ ପ୍ରତି ଦେଶବାସୀଙ୍କ ଜନମତ ପ୍ରତିଫଳିତ ହୋଇଛି।
ଟ୍ରମ୍ପ ଜନମତକୁ ଗୁରୁତ୍ୱ ଦେଇ ତାଙ୍କ ଆଚରଣ ଓ କାର୍ଯ୍ୟକଳାପରେ ପରିବର୍ତ୍ତନ ଆଣିବା ସୁସ୍ପଷ୍ଟ ନୁହେଁ। କାରଣ ସେ ସମସ୍ତ ଆଇନ କାନୁନକୁ ଗୋଟେ ପଟେ ରଖି ନିଜର ଜିଦକୁ ଗୁରୁତ୍ୱ ଦେଇଥାଆନ୍ତି। ତେବେ ତାଙ୍କ ସମୟରେ ଇରାନ ଓ ଅନ୍ୟ ଦେଶ ସହିତ ଚାଳିଥିବା ବିବାଦରୁ ଓହରି ଯିବେ ବୋଲି ଅନୁମାନ କରାଯାଇ ପାରୁନାହିଁ। ସେ ଚାହୁଁଥିବା ଇରାନ ଯୁଦ୍ଧ ଏବଂ ଇରାନକୁ ନିରସ୍ତ୍ର କରିବା ନୀତିକୁ କେବେ ଛାଡ଼ିବେ ନାହିଁ। ବିକାଶଶୀଳ ରାଷ୍ଟ୍ରଙ୍କ ଉପରେ ଟିକସ ଲଦିଦେବା ନୀତିରୁ ଓହରିବାର ଲକ୍ଷଣ ଜଣାପଡୁନାହିଁ। ଏହା ବ୍ୟତୀତ ଅନ୍ୟଦେଶ ପ୍ରତି ଭିଜା କଟକଣା ନୀତିକୁ ଯେ ବଦଳାଇ ଦେବେ ତାହା ମଧ୍ୟ ସମ୍ଭବ ବୋଲି କୁହାଯାଇନପାରେ। ଟ୍ରମ୍ପଙ୍କର ବିଶ୍ୱ ନୀତି ସମ୍ପର୍କରେ ଯାହା କୁହାଯାଉଛି ତାହା କେତେକାଂଶରେ ସତ ହେଲେ ବି ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଟ୍ରମ୍ପଙ୍କ ସାମ୍ରାଜ୍ୟବାଦ ନୀତି ଭୂ ସୀମାକୁ ବୁଝାଏ ନାହିଁ। ଚାଇନାର ସାମ୍ରାଜ୍ୟବାଦ ନୀତି ଓ ଆମେରିକା ସାମ୍ରାଜ୍ୟବାଦ ନୀତିରେ ବଡ଼ ପ୍ରଭେଦ ରହିଛି। ଚାଇନା ତା’ର ସୀମାକୁ ବୃଦ୍ଧି କରିବା ପାଇଁ ଅହରହ ଉଦ୍ୟମ ଚଳାଇଥାଏ। କିନ୍ତୁ ଟ୍ରମ୍ପ ଯେଉଁ ସାମ୍ରାଜ୍ୟବାଦକୁ ନେଇ ଗତି କରୁୁଛନ୍ତି ତାହା କେବଳ ବୈଷୟିକ ଅର୍ଥନୀତିକୁ ବିସ୍ତାର କରିବା ପାଇଁ। ସେଥିପାଇଁ ତାଙ୍କ ଦୃଷ୍ଟି ରହିଥାଏ ଅନ୍ୟଦେଶର ତୈଳସମ୍ପଦକୁ ନିଜ ଅକ୍ତିଆରକୁ ନେବା। ଇରାନ ସହ ଯୁଦ୍ଧ ଓ ୟୁକ୍ରେନକୁ ସହାୟତା ଦେବାର ମୂଳ ଲକ୍ଷ୍ୟ ହେଉଛି ତୈଳସମ୍ପଦକୁ ଦଖଲ କରିବା । ତାଙ୍କର ଅନ୍ୟ ଲକ୍ଷ୍ୟ ହେଉଛି ନିଜ ଦେଶର ପରମାଣୁ ଶକ୍ତିକୁ ବଜାୟ ରଖି ଅନ୍ୟ ଦେଶର ପରମାଣୁ ଅସ୍ତ୍ରଶସ୍ତ୍ରକୁ ନିରସ୍ତ୍ରୀକରଣ କରିବା। ଅନ୍ୟସବୁ ଦେଶ ଆମେରିକା ଉପରେ ନିର୍ଭରଶୀଳ ହେବା ସେ ଚାହାନ୍ତି। ଟ୍ରମ୍ପଙ୍କର ଅନ୍ୟ ଏକ ମାରାମତ୍କ ନୀତି ହେଲା କୌଣସି ଦେଶକୁ ସେ ନିଜର ବନ୍ଧୁରାଷ୍ଟ୍ରର ସ୍ବୀକୃତି ଦିଅନ୍ତି ନାହିଁ। ସାରା ବିଶ୍ୱରେ ଆମେରିକାର ଅସ୍ତ୍ରଶସ୍ତ୍ର ଓ ସୂଚନା ପ୍ରଯୁକ୍ତି ପ୍ରସାର କରି ନିଜ ଦେଶର ବିକାଶ କରିବା ସପକ୍ଷରେ ଟ୍ରମ୍ପ୍‌ ଥାଆନ୍ତି। ଏଥିପାଇଁ ସେ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରନ୍ତି। ତାଙ୍କର ବିକାଶଶୀଳ ଦେଶ ପ୍ରତି ଅସହିଷ୍ଣୁତା ଭାବ ରହିଛି। ଟ୍ରମ୍ପ୍‌ ରାଷ୍ଟ୍ରପତି ପଦ ହାସଲକଲା ପରେ ନିଜ ବ୍ୟବସାୟିକ ଗୋଷ୍ଠୀର ସୁରକ୍ଷା ଓ ଆମେରିକାର ଅର୍ଥନୀତିକୁ ଦୃଷ୍ଟିରେ ରଖି ନିରନ୍ତର ବୈଷୟିକ ସାମ୍ରାଜ୍ୟବାଦକୁ ଆପଣେଇ ଚାଲିଛନ୍ତି। ବିଶ୍ୱର ନେତୃତ୍ୱ ନେବା ସମ୍ପର୍କୀୟ ବିଚାରଧାରାକୁ ସେ ଗୁରୁତ୍ୱ ଦେଉ ନଥିବା ମନେହୁଏ। ଏହି ପରିପ୍ରେକ୍ଷୀରେ ବିଶ୍ୱବାସୀ କ’ଣ ଚାହୁଁଛନ୍ତି, ବିଶ୍ୱର ବିଭିନ୍ନ ଅର୍ଥନୈତିକ ସମସ୍ୟା କିପରି ଗମ୍ଭୀର ହେବାରେ ଲାଗିଛି ସେଥିପ୍ରତି ତାଙ୍କର ଦୃଷ୍ଟିଭଙ୍ଗୀ ନଥିବା କୁହାଯାଇପାରେ। ପରିବର୍ତ୍ତନଶୀଳ ଦୁନିଆରେ ଆଦିମ ଯୁଗରୁ ମଣିଷ ଦେଖି ଆସୁଛି ସେହି ଯୁଦ୍ଧର ପ୍ରକ୍ରିୟା। ଏବେ ମଣିଷ ଯୁଦ୍ଧ ପ୍ରତି ବୀତସ୍ଫୃହ ହୋଇପଡ଼ିଛିି। ମଣିଷ ଚାହୁଁଛି ଶାନ୍ତି, ଐଶ୍ୱଯର୍‌ୟ, ବିଜ୍ଞାନଭିତ୍ତିକ ସୁଖ ଓ ସମୃଦ୍ଧି। ଏପରି ସ୍ଥଳେ ଯଦି ବିଶ୍ୱରେ ଆତଙ୍କବାଦ, ଯୁଦ୍ଧ, ସଙ୍କଟ ଲାଗିରହେ ତେବେ ମଣିଷ କେବେହେଲେ ସେଭଳି ନେତୃତ୍ୱକୁ କିମ୍ବା ରାଜନୀତିକୁ ପ୍ରଶ୍ରୟ ଦେବ ନାହିଁ। ମାନବ ସମାଜ ପ୍ରତି ପ୍ରତ୍ୟେକ ଦେଶର ନେତୃତ୍ୱ ସମ୍ବେଦନଶୀଳ ଓ ମାନବୀୟ ଧାରାରେ ଚାଲିବା ଉଚିତ। ତେଣୁ ଆମେରିକା ଶାସନରେ ଯେଉଁ ବିପର୍ଯ୍ୟୟ ସୃଷ୍ଟି ହୋଇଛି ସେଥିପ୍ରତି ସେଠାକାର ବୈଦେଶିକ ବିଭାଗ ସଚେତନ ହେବା ବାଞ୍ଛନୀୟ।
ଆମେରିକା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ଇସ୍ରାଏଲରେ। ଇସ୍ରାଏଲ ପାର୍ଲାମେଣ୍ଟ ନିର୍ବାଚନରେ ଏଥର ୭୩ ପ୍ରତିଶତ ମତଦାନ ହୋଇଛି। ଦେଶରେ ଜାରି ରହିଥିବା ବିବାଦ, ଇସ୍ରାଏଲର ଭବିଷ୍ୟତକୁ ନେଇ ମତଭେଦ ଓ ଗାଜାରେ ଇସ୍ରାଏଲର ସାମରିକ ଆକ୍ରମଣକୁ ନେଇ ସେହି ଶକ୍ତିଶାଳୀ ଦେଶ ଅନ୍ତର୍ଜାତୀୟ ସମାଲୋଚନାର ଶରବ୍ୟ ହୋଇଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ନେତୃତ୍ୱ ପ୍ରତି ଏକ ଆହ୍ବାନ ଆସି ପହଞ୍ଚିଛି। ଇସ୍ରାଏଲରେ ସବୁଠାରୁ ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀ ହୋଇଥିବା ନେତାନ୍ୟାହୁ କ୍ଷମତା ବଜାୟ ରଖିବାକୁ ଅସମର୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ପୂର୍ବତନ ସେନା ମୁଖ୍ୟଙ୍କ ନେତୃତ୍ୱରେ ବିଭିନ୍ନ ରାଜନୈତିକ ଦଳ ଏକଜୁଟ ହୋଇଛନ୍ତି। ଏହି ନିର୍ବାଚନର ଫଳାଫଳରୁ ଯାହା ଜଣାପଡ଼ିଛି ଇସ୍ରାଏଲରେ ଏକ ତ୍ରିଶଙ୍କୁ ଅବସ୍ଥା ସୃଷ୍ଟି ହୋଇଛି। ୧୨୦ ସଂଖ୍ୟା ବିଶିଷ୍ଟ ଇସ୍ରାଏଲ ସଂସଦରୁ ନେତାନ୍ୟାହୁ ୫୩ ଆସନ ଆଇଜେନକୋଟଙ୍କ ବିରୋଧୀ ମେଣ୍ଟ ୪୮ ଆସନ ଏବଂ ଆରବ ଦଳଗୁଡିକ ୧୯ ଆସନରେ ଜିତିଛନ୍ତି। ଏହି ନିର୍ବାଚନରେ ଦକ୍ଷିଣପନ୍ଥୀ ଇହୁଦି ଲିକୁଡ ପାର୍ଟିର ନେତା ନେତାନ୍ୟାହୁଙ୍କ ପାଇଁ ପରାଜୟ ଆଣିଛି। ଦିନେ ଏହି ଦଳ ଗ୍ରେଟର ଇସ୍ରାଏଲ ଗଠନ ଓ ଆରବ ଜଗତରେ ଇସ୍ରାଏଲର ଭୂମିକାକୁ ପ୍ରଭାବଶାଳୀ କରିବା ଉଦ୍ୟମ କରିଥିଲା। ନିଜ ଦେଶର ପୁନର୍ଗଠନରେ ନେତାନ୍ୟାହୁଙ୍କ ଭୂମିକା ଅତୀବ ଉଲ୍ଲେଖନୀୟ ବୋଲି କୁହାଯାଇପାରେ। ଇସ୍ରାଏଲ ପକ୍ଷରୁ ପାଲେଷ୍ଟାଇନର ଗାଜାପଟି, ୟେମେନ ଉପରେ ଘନ ଘନ ଆକ୍ରମଣ ଏବଂ ଶେଷରେ ଆମେରିକା ସହିତ ଇରାନ ଉପରେ ମଧ୍ୟ ଆକ୍ରମଣ କରିଛି। କିନ୍ତୁ ଏହି ଯୁଦ୍ଧର ପରିଣାମ ଏବେ ନେତନ୍ୟାହୁଙ୍କୁ ଭୋଗିବାକୁ ପଡୁଛି। ଫଳରେ ଇହୁଦି ଜଗତ ନୈତିକ ସଙ୍କଟ ମଧ୍ୟରେ ପଡ଼ିଛି। ଏହି ସଙ୍କଟ ଦୂର ହୋଇଯାଇପାରେ। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଇସ୍ରାଏଲ ଏକାକୀ ନିଜ ଉଦ୍ୟମରେ ଶକ୍ତିଶାଳୀ ହୋଇଥିବା ବେଳେ ଏବେ ନେତୃତ୍ୱର ସଙ୍କଟ କାହିଁକି ଦେଖାଦେଲା? ଏଥିରୁ ବୁଝିବା ଦରକାର ଯେ ଶାନ୍ତି ବଦଳରେ ଯୁଦ୍ଧ ଆଉ ବେଶିଦିନ ଚାଲିବ ନାହିଁ। ସାମ୍ରାଜ୍ୟବାଦ ପ୍ରତି ବିଶ୍ୱବାସୀ ମଧ୍ୟ ବିମୁଖ ହୋଇଗଲେଣି।

ହରେକୃଷ୍ଣ ପଣ୍ଡା
ସୟେଦପୁର, ଯାଜପୁର
ମୋ: ୯୪୩୭୩୧୫୬୨୩

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଶାଦ୍ରବ୍ୟ କାରବାର ମାମଲାରେ ଅଭିଯୁକ୍ତ ଅଟକ, ରହିଛି ପଶ୍ଚିମବଙ୍ଗ ଲିଙ୍କ

ହାଟଡିହୀ/ଛେନାପଦୀ,୮ା୧୧(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):ନିଶାଦ୍ରବ୍ୟ କାରବାର ସମ୍ପର୍କିତ ଏକ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପଶ୍ଚିମବଙ୍ଗ ହୁଗୁଳି ଜିଲା ଅନ୍ତର୍ଗତ ହରିପାଳ ଥାନା ପୁଲିସ ଟିମ କେନ୍ଦୁଝର…

ଏଇ ଭାରତରେ

ଗୁଜରାଟରେ ସବୁଠୁ ଅଧିକ ଜଳାଭାବର ସମ୍ମୁଖୀନ ହେଉଥିବା ଆଦିବାସୀ ଅଧ୍ୟୁଷିତ ଡାଙ୍ଗ, ନର୍ମଦା ଓ ବରୁଚ ଜିଲାରେ ନୀତା ପଟେଲ ଚେକ୍‌ ଡ୍ୟାମ ଓ ଜଳାଶୟର ପୁନରୁଦ୍ଧାର…

ପ୍ରଜ୍ୱଳିତ ପ୍ରଦୀପର ମହାପାର୍ବଣ

ଦୀପାବଳି ହେଉଛି ଶୁଭରାତ୍ରି ଓ ମହାନିଶା। ଦୀପାବଳି ଶବ୍ଦର ଅନେକ ଅର୍ଥ ରହିଥିଲେ ମଧ୍ୟ ଏହାର ଅନ୍ତର୍ନିହିତ ଚିନ୍ତା ଚେତନାଟି ହେଉଛି ଅନ୍ଧକାର ଉପରେ ପ୍ରକାଶ ଏବଂ…

ସୀମିତ ଅଧିକାର

ପଶ୍ଚିମବଙ୍ଗରେ ଭାଜପା କ୍ଷମତାକୁ ଆସିବା ପରେ ବଙ୍ଗୀୟ ଖ୍ରୀଷ୍ଟିଆନଙ୍କ ଚର୍ଚ୍ଚଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି। ଗତ ସପ୍ତାହରେ କାରୱାନ-ଇ-ମୋହବତ (ପୂର୍ବତନ ଆଇଏଏସ୍‌ ଅଧିକାରୀ ହର୍ଷ ମନ୍ଦରଙ୍କ…

ପାର୍କିଂକୁ ନେଇ ବିଜ୍‌ନେସ୍‌ ଏକ୍‌ଜିକ୍ୟୁଟିଭ୍‌ଙ୍କୁ ଗୁଳିକରି ହତ୍ୟା

ଫରିଦାବାଦ,୮ା୧୧: ପୁତୁରା ବାହାଘର ପାଇଁ ସିଙ୍ଗାପୁରରୁ ହରିୟାଣାର ଫରିଦାବାଦସ୍ଥିତ ଘରକୁ ଫେରିଥିବା ପ୍ରଯୁକ୍ତି ବିଜ୍‌ନେସ ଏକ୍‌ଜିକ୍ୟୁଟିଭ ପରମଜିତ୍‌ଙ୍କୁ ଶୁକ୍ରବାର ରାତିରେ ତାଙ୍କ ପଡ଼ୋଶୀ ଗୁଳିକରି ହତ୍ୟା କରିଛନ୍ତି।…

ପୃଥିବୀର ପ୍ରତିରକ୍ଷା ପ୍ରାଚୀର ଭେଦକଲେ ‘କିଲର ଇଲେକ୍ଟ୍ରୋନ୍‌’

ଟୋକିଓ, ୮ା୧୧ ବିଜ୍ଞାନ ଜଗତରେ ଏକ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ପୃଥିବୀର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ପ୍ରାକୃତିକ ବିକିରଣ ପ୍ରାଚୀର ବା ରେଡିଏଶନ ବ୍ୟାରିଅର…

୩ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୮।୧୧,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୃତୀୟ ଦିନରେ ରାଜ୍ୟର କୃଷି, ସ୍ବାସ୍ଥ୍ୟ, ବ୍ୟାଙ୍କିଙ୍ଗ୍‌ ଏବଂ ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମିକୁ…

ଗୋଟିଏ ରାତିରେ ୨ ହତ୍ୟାକାଣ୍ଡ

ଭୁବନେଶ୍ୱର,୮।୧୧(ତ୍ରିନାଥ ମହାନ୍ତି): ବମିଖାଲ କଟକ ରୋଡ ଝାରପଡ଼ା ବ୍ରିଜ୍‌ ନିକଟରେ ଅଭିଯୁକ୍ତମାନେ ଜଣେ ଯୁବକଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ହତ୍ୟା କରିଛନ୍ତି। ମୃତ ଯୁବକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?