ନିଶାଦ୍ରବ୍ୟ କାରବାର ମାମଲାରେ ଅଭିଯୁକ୍ତ ଅଟକ, ରହିଛି ପଶ୍ଚିମବଙ୍ଗ ଲିଙ୍କ

ହାଟଡିହୀ/ଛେନାପଦୀ,୮ା୧୧(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):ନିଶାଦ୍ରବ୍ୟ କାରବାର ସମ୍ପର୍କିତ ଏକ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପଶ୍ଚିମବଙ୍ଗ ହୁଗୁଳି ଜିଲା ଅନ୍ତର୍ଗତ ହରିପାଳ ଥାନା ପୁଲିସ ଟିମ କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ପହଞ୍ଚିଛି। ନନ୍ଦିପଦା ପୁଲିସ ସହାୟତାରେ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି। ସୂଚନା ଅନୁଯାୟୀ,ପଶ୍ଚିମବଙ୍ଗ ହରିପାଳ ଥାନା କେସ ନଂ ୭୮୮/ ୩୧ ଅକ୍ଟୋବର ୨୦୨୬ ଏବଂ ଏନଡ଼ିପିଏସ ଆଇନର ଧାରା ୨୦(ବି)(ଆଇଆଇ)(ସି) ଅନୁଯାୟୀ ମାମଲା ପଞ୍ଜିକରଣ ହୋଇଥିଲା । ଏହି ମାମଲାରେ କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅନ୍ତର୍ଗତ ଶାସଙ୍ଗ ଗ୍ରାମର ସୁବାଷ ଚନ୍ଦ୍ର ସ୍ବାଇଁଙ୍କ ପୁଅ ଅଜିତ କୁମାର ସ୍ବାଇଁ ଅଭିଯୁକ୍ତ ଅଟନ୍ତି । ଅଭିଯୁକ୍ତ ଅଜିତ ନନ୍ଦିପଦା ଥାନା ଅଞ୍ଚଳରେ ରହୁଥିବା ନେଇ ସୂଚନା ପାଇବା ପରେ ହରିପାଳ ଥାନା ଏସଆଇ ଉଜ୍ଜ୍ୱଳ ଦେଙ୍କ ନେତୃତ୍ୱରେ ଏକ ଚାରିଜଣିଆ ପୋଲିସ ଟିମ ନନ୍ଦିପଦା ଥାନାରେ ପହଞ୍ଚିଥିଲେ । ସକାଳୁ ସକାଳୁ ସ୍ଥାନୀୟ ନନ୍ଦିପଦା ପୋଲିସର ସହଯୋଗରେ ଶାସଙ୍ଗ ଗ୍ରାମକୁ ଘେରି ରହିଥିଲେ । ଫେରାର ହେବାକୁ ଚେଷ୍ଟା କରି ଅଭିଯୁକ୍ତ ଅଜିତକୁ ଶେଷରେ ଗିରଫ କରାଯାଇଛି। ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦିପଦା ଥାନା ଇନସ୍ପେକ୍ଟର ବଳିଆ ବାରିକ,ଏସଆଇ ବିନିତା ଲାକ୍ରା,କଳିନ୍ଦ୍ର ପ୍ରଧାନ,ଏଏସଆଇ ଅନୁପ ଲୁଗୁନ,ଲକ୍ଷ୍ମୀପ୍ରିୟା ବଳ,ତ୍ରିପୁରା ପ୍ରିୟଦର୍ଶିନୀ,ପ୍ରବୋଧ ଚନ୍ଦ୍ର ମହାନ୍ତି,ଅଜୟ ନାୟକ ମହେଶ୍ୱର ଖୁଣ୍ଟିଆ,ଜିତେନ୍ଦ୍ର ଜେନା ପ୍ରମୁଖ ପଶ୍ଚିମବଙ୍ଗ ପୁଲିସ ସହ ଚଢ଼ାଉରେ ସାମିଲ ଥିଲେ। ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି କହିଛନ୍ତି ଯେ ଗିରଫ ଅଭିଯୁକ୍ତ ଅଜିତକୁ ରବିବାର ସ୍ଥାନୀୟ ଅଦାଲତରେ ହାଜର କରାଯିବ। ଅଦାଲତଙ୍କ ଅନୁମତି ମିଳିଲେ ତାଙ୍କୁ ଟ୍ରାନ୍ଜିଟ ରିମାଣ୍ଡରେ ପଶ୍ଚିମବଙ୍ଗ ପୁଲିସ ନେବେ ।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ୟାମେରାରେ କଏଦ ହେଲା ବିରାଟ କୋହଲିଙ୍କ ରାଗ; ଆଙ୍ଗୁଠି ଦେଖାଇ ପ୍ରଶଂସକଙ୍କୁ ଇଙ୍ଗିତ କରି କହିଲେ…

ନୂଆଦିଲ୍ଲୀ,୮।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚ ସମୟରେ ଏପରି ଏକ ଘଟଣା ଘଟିଲା, ଯେଉଁଥିରେ ବିରାଟ କୋହଲିଙ୍କ ଏକ ଅତ୍ୟନ୍ତ ଗମ୍ଭୀର…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ଏବେଠାରୁ ସର୍ତକ ନ ହେଲେ ଆଗକୁ ବଡ଼ ବିପଦ

ଏବେଠାରୁ ସର୍ତକ ନ ହେଲେ ଆଗକୁ ବଡ଼ ବିପଦ କଳକାରାଖାନା ସହ ଗାଡିମୋଟର ସଂଖ୍ୟା ହୁହୁ ହୋଇ ବଢ଼ି ଚାଲିଛି। ବାୟୁମଣ୍ଡଳରେ ଧୂଆଁ ଆସ୍ତରଣ ଓ ଅଙ୍ଗାରକାମ୍ଳ…

ଏଇ ଭାରତରେ

ଗୁଜରାଟରେ ସବୁଠୁ ଅଧିକ ଜଳାଭାବର ସମ୍ମୁଖୀନ ହେଉଥିବା ଆଦିବାସୀ ଅଧ୍ୟୁଷିତ ଡାଙ୍ଗ, ନର୍ମଦା ଓ ବରୁଚ ଜିଲାରେ ନୀତା ପଟେଲ ଚେକ୍‌ ଡ୍ୟାମ ଓ ଜଳାଶୟର ପୁନରୁଦ୍ଧାର…

ପ୍ରଜ୍ୱଳିତ ପ୍ରଦୀପର ମହାପାର୍ବଣ

ଦୀପାବଳି ହେଉଛି ଶୁଭରାତ୍ରି ଓ ମହାନିଶା। ଦୀପାବଳି ଶବ୍ଦର ଅନେକ ଅର୍ଥ ରହିଥିଲେ ମଧ୍ୟ ଏହାର ଅନ୍ତର୍ନିହିତ ଚିନ୍ତା ଚେତନାଟି ହେଉଛି ଅନ୍ଧକାର ଉପରେ ପ୍ରକାଶ ଏବଂ…

ପତନମୁଖୀ ସାମ୍ରାଜ୍ୟବାଦୀ ନେତୃତ୍ୱ

ବିଶ୍ୱ ନେତୃତ୍ୱ ବହନ କରିଆସିଥିବା ଆମେରିକା ଏବେ ୧୨୦ ବର୍ଷ ପରେ କଠିନ ପରୀକ୍ଷାର ସମ୍ମୁଖୀନ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ନିଜର ଅହଂକାରିତା ଓ…

ସୀମିତ ଅଧିକାର

ପଶ୍ଚିମବଙ୍ଗରେ ଭାଜପା କ୍ଷମତାକୁ ଆସିବା ପରେ ବଙ୍ଗୀୟ ଖ୍ରୀଷ୍ଟିଆନଙ୍କ ଚର୍ଚ୍ଚଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି। ଗତ ସପ୍ତାହରେ କାରୱାନ-ଇ-ମୋହବତ (ପୂର୍ବତନ ଆଇଏଏସ୍‌ ଅଧିକାରୀ ହର୍ଷ ମନ୍ଦରଙ୍କ…

ପାର୍କିଂକୁ ନେଇ ବିଜ୍‌ନେସ୍‌ ଏକ୍‌ଜିକ୍ୟୁଟିଭ୍‌ଙ୍କୁ ଗୁଳିକରି ହତ୍ୟା

ଫରିଦାବାଦ,୮ା୧୧: ପୁତୁରା ବାହାଘର ପାଇଁ ସିଙ୍ଗାପୁରରୁ ହରିୟାଣାର ଫରିଦାବାଦସ୍ଥିତ ଘରକୁ ଫେରିଥିବା ପ୍ରଯୁକ୍ତି ବିଜ୍‌ନେସ ଏକ୍‌ଜିକ୍ୟୁଟିଭ ପରମଜିତ୍‌ଙ୍କୁ ଶୁକ୍ରବାର ରାତିରେ ତାଙ୍କ ପଡ଼ୋଶୀ ଗୁଳିକରି ହତ୍ୟା କରିଛନ୍ତି।…

ପୃଥିବୀର ପ୍ରତିରକ୍ଷା ପ୍ରାଚୀର ଭେଦକଲେ ‘କିଲର ଇଲେକ୍ଟ୍ରୋନ୍‌’

ଟୋକିଓ, ୮ା୧୧ ବିଜ୍ଞାନ ଜଗତରେ ଏକ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ପୃଥିବୀର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ପ୍ରାକୃତିକ ବିକିରଣ ପ୍ରାଚୀର ବା ରେଡିଏଶନ ବ୍ୟାରିଅର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?