୩ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୮।୧୧,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୃତୀୟ ଦିନରେ ରାଜ୍ୟର କୃଷି, ସ୍ବାସ୍ଥ୍ୟ, ବ୍ୟାଙ୍କିଙ୍ଗ୍‌ ଏବଂ ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି। ଶନିବାର ସଦର ବ୍ଲକ୍‌ ରାଇକଳା ପଞ୍ଚାୟତ ତଥା ସମଗ୍ର କେନ୍ଦୁଝର ଓ ମୟୂରଭଞ୍ଜ କ୍ଲଷ୍ଟରର ବିକାଶ ନିମନ୍ତେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ ୩ଟି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର କରିଥିବା ବେଳେ ଝୁମ୍ପୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି। ଏଥିସହ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ କରିଥିଲେ।
ମୁଖ୍ୟମନ୍ତ୍ରୀ କେନ୍ଦୁଝର, ମୟୂରଭଞ୍ଜ କ୍ଲଷ୍ଟରକୁ ସଂଯୋଗ କରୁଥିବା ୩ଟି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରାୟ ୧୨୦ କୋଟି ଟଙ୍କାର ଏହି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଅଧୀନରେ ରାଇକଳା, ସତିକୁଦର ଏବଂ ଜାରକାଣି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଉଛି। ଏହା ୨୦୨୮ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପଗୁଡ଼ିକ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ୪ ହଜାର ୨୮୦ ହେକ୍ଟର ଶୁଷ୍କ ଚାଷଜମିକୁ ଜଳସେଚନର ସୁବିଧା ଯୋଗାଇବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏ ସରକାର ଗରିବ, ଚାଷୀ ଓ ମୂଲିଆଙ୍କ ସରକାର। ଚାଷୀଙ୍କ କଲ୍ୟାଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଥିବା କହିଥିଲେ। ପୂର୍ବ ସରକାରଙ୍କ ପକ୍ଷରୁ ୩୫ ପ୍ରତିଶତ ଜମିକୁ ପାଣି ଯୋଗାଇଦେବା ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି କେବଳ କାଗଜ କଲମରେ ରହିଥିଲା। ବର୍ତ୍ତମାନର ସରକାର ଆସନ୍ତା ୫ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମିକୁ ପାଣି ଯୋଗାଇଦେବା ପାଇଁ ବ୍ୟବସ୍ଥା କରୁଥିବା କହିଥିଲେ। ଚଳିତ ବର୍ଷ ବଜେଟରେ ଜଳସେଚନ ପ୍ରକଳ୍ପ ପାଇଁ ୧୪ ହଜାର ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସରକାର ୬ଟି ଅନ୍ତ-ନଦୀଜଳାଶୟ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ସହ ୧୯୪୧ କିଲୋମିଟର ଦୀର୍ଘ ଫିଲ୍ଡ ଚ୍ୟାନେଲର ଆର୍‌ସିସି ଲାଇନିଂ ସମ୍ପୂର୍ଣ୍ଣ କରିଛନ୍ତି। ଏହାଦ୍ୱାରା ପ୍ରାୟ ୮୦ ହଜାର ହେକ୍ଟର କମାଣ୍ଡ ଏରିଆକୁ ଉନ୍ନତ ଜଳସେଚନ ସୁବିଧା ମିଳିଛି। ଆନନ୍ଦପୁର ବ୍ୟାରେଜ, ଲୋୟର ସୁକତେଲ ଓ କୁସୁମୀ ବ୍ୟାରେଜ ଅଧୀନରେ ଅଣ୍ଡରଗ୍ରାଉଣ୍ଡ ପାଇପ୍‌ଲାଇନରେ ବ୍ୟବସ୍ଥା କରାଯାଉଛି। ଏହା ବ୍ୟତୀତ ରାଜ୍ୟରେ ୬୫୬ଟି ନୂଆ ଚେକ୍‌ଡ୍ୟାମ୍‌ ନିର୍ମାଣ ଏବଂ ୧ ହଜାର ୨୨ଟି ପୁରୁଣା ଚେକ୍‌ଡ୍ୟାମ୍‌ର ନବୀକରଣ କରାଯାଇଛି। ଆସନ୍ତା ଡିସେମ୍ବରରେ କେନ୍ଦୁଝରର ବହୁ ପ୍ରତୀକ୍ଷିତ କାନପୁର ଜଳସେଚନ ପ୍ରକଳ୍ପର ଆନୁଷ୍ଠାନିକ ଉଦ୍‌ଘାଟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଏଥିସହ ମୁଖ୍ୟମନ୍ତ୍ରୀ ଝୁମ୍ପୁରାଠାରେ ୧୭ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଝୁମ୍ପୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠାର ଉଦ୍‌ଘାଟନ କରିଛନ୍ତି। ଏହାସହ ରାଇକଳାଠାରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏକ ନୂତନ ଶାଖାର ଉଦ୍‌ଘାଟନ କରିଥିଲେ। ଏଥିସହ ରାଇକଳା ଓ ସ୍ଥାନୀୟ ଯୁବକ ତଥା ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ରାଇକଳାଠାରେ ୨୪ କୋଟି ଟଙ୍କାର ବ୍ୟୟବରାଦରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ନିର୍ମାଣ ଓ ଅଞ୍ଚଳର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ରୀଛାତ୍ରଙ୍କୁ ଉଚ୍ଚମାନର ଆବାସିକ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ୩୦ କୋଟି ଟଙ୍କାର ବ୍ୟୟରେ ଏକ ଅତ୍ୟାଧୁନିକ ଏସ୍‌ସି, ଏସ୍‌ଟି ଆବାସିକ ବିଦ୍ୟାଳୟ ସ୍ଥାପନ କରାଯିବ ବୋଲି କହିଛନ୍ତି। ରାଇକଳାରେ ବିକାଶ ପାଇଁ ୮ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ୧୦ଟି ତୃଣମୂଳସ୍ତରର ପ୍ରକଳ୍ପ ହାତକୁ ନିଆଯାଇଛି। ଡିଏମ୍‌ଏଫ୍‌ ପାଣ୍ଠିରୁ କରଞ୍ଜିଆପଡ଼ାରେ ୧ କୋଟି ଟଙ୍କା ବ୍ୟୟରେ ମିନି ଷ୍ଟାଡିୟମ, ୨୦ ଲକ୍ଷ ଟଙ୍କା ବ୍ୟୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ରାଇକଳାରେ ୧.୫ କୋଟି ଟଙ୍କାରେ ଧବଳେଶ୍ୱର ମନ୍ଦିର ପରିସର ଉନ୍ନତି, ୬୦ ଲକ୍ଷ ଟଙ୍କାରେ ଗ୍ରାମ୍ୟ ହାଟ, ୧.୫ କୋଟି ଟଙ୍କାରେ ଯୁବଜ୍ୟୋତି କ୍ଲବ୍‌, ୩୦ ଲକ୍ଷ ଟଙ୍କାରେ ଗ୍ରାମ୍ୟଶ୍ରୀ ଠାକୁରାଣୀ ନବୀକରଣ କାର୍ଯ୍ୟ ଜାରି ରହିଥିବା ବେଳେ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ୩୫ ଲକ୍ଷ ଟଙ୍କାରେ ନୂତନ ଜିପି ଭବନ, ୩୦ ଲକ୍ଷ ଟଙ୍କାରେ ମିଶନ ଶକ୍ତି ଜିପିଏଲ୍‌ଏଫ୍‌ ବିଲ୍ଡିଂ ଏବଂ ଡିଏମ୍‌ଏଫ୍‌ ଓ ସିଏମ୍‌ଏସ୍‌ଏ ସହାୟତାରେ ୧.୫ କୋଟି ଟଙ୍କା ବ୍ୟୟରେ ୨.୫ କିଲୋମିଟର ସିସି ରୋଡ୍‌ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। କୃଷକ କଲ୍ୟାଣ ନିମନ୍ତେ ‘ସିଏମ୍‌-କିଷାନ’ ଯୋଜନାରେ କେନ୍ଦୁଝରର ୨ ଲକ୍ଷ ୭ ହଜାର ୩୬୨ ଜଣ ଚାଷୀଙ୍କୁ ୪୧ କୋଟି ୫୩ ଲକ୍ଷ ଟଙ୍କାର ସହାୟତା ଦିଆଯାଇଛି। ୩୫ ହଜାର ୫୦୦ ହେକ୍ଟର ଧାନ ଜମିରେ ଫସଲ ବିବିଧକରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିବା କହିଥିଲେ। ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଇକଳା କେବଳ ମୋର ଜନ୍ମମାଟି ନୁହେଁ, ଏହା ମୋ ପାଇଁ ଏକ ତୀର୍ଥକ୍ଷେତ୍ର ବୋଲି କହିଥିଲେ।
ସମାରୋହରେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡା. ଫକୀର ମୋହନ ନାଏକ, କେନ୍ଦୁଝର ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମମିତା ନାଏକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଜିଲାପାଳ ବିଶାଲ ସିଂହ ସ୍ବାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଶାଦ୍ରବ୍ୟ କାରବାର ମାମଲାରେ ଅଭିଯୁକ୍ତ ଅଟକ, ରହିଛି ପଶ୍ଚିମବଙ୍ଗ ଲିଙ୍କ

ହାଟଡିହୀ/ଛେନାପଦୀ,୮ା୧୧(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):ନିଶାଦ୍ରବ୍ୟ କାରବାର ସମ୍ପର୍କିତ ଏକ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପଶ୍ଚିମବଙ୍ଗ ହୁଗୁଳି ଜିଲା ଅନ୍ତର୍ଗତ ହରିପାଳ ଥାନା ପୁଲିସ ଟିମ କେନ୍ଦୁଝର…

ଏଇ ଭାରତରେ

ଗୁଜରାଟରେ ସବୁଠୁ ଅଧିକ ଜଳାଭାବର ସମ୍ମୁଖୀନ ହେଉଥିବା ଆଦିବାସୀ ଅଧ୍ୟୁଷିତ ଡାଙ୍ଗ, ନର୍ମଦା ଓ ବରୁଚ ଜିଲାରେ ନୀତା ପଟେଲ ଚେକ୍‌ ଡ୍ୟାମ ଓ ଜଳାଶୟର ପୁନରୁଦ୍ଧାର…

ପ୍ରଜ୍ୱଳିତ ପ୍ରଦୀପର ମହାପାର୍ବଣ

ଦୀପାବଳି ହେଉଛି ଶୁଭରାତ୍ରି ଓ ମହାନିଶା। ଦୀପାବଳି ଶବ୍ଦର ଅନେକ ଅର୍ଥ ରହିଥିଲେ ମଧ୍ୟ ଏହାର ଅନ୍ତର୍ନିହିତ ଚିନ୍ତା ଚେତନାଟି ହେଉଛି ଅନ୍ଧକାର ଉପରେ ପ୍ରକାଶ ଏବଂ…

ପତନମୁଖୀ ସାମ୍ରାଜ୍ୟବାଦୀ ନେତୃତ୍ୱ

ବିଶ୍ୱ ନେତୃତ୍ୱ ବହନ କରିଆସିଥିବା ଆମେରିକା ଏବେ ୧୨୦ ବର୍ଷ ପରେ କଠିନ ପରୀକ୍ଷାର ସମ୍ମୁଖୀନ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ନିଜର ଅହଂକାରିତା ଓ…

ସୀମିତ ଅଧିକାର

ପଶ୍ଚିମବଙ୍ଗରେ ଭାଜପା କ୍ଷମତାକୁ ଆସିବା ପରେ ବଙ୍ଗୀୟ ଖ୍ରୀଷ୍ଟିଆନଙ୍କ ଚର୍ଚ୍ଚଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି। ଗତ ସପ୍ତାହରେ କାରୱାନ-ଇ-ମୋହବତ (ପୂର୍ବତନ ଆଇଏଏସ୍‌ ଅଧିକାରୀ ହର୍ଷ ମନ୍ଦରଙ୍କ…

ପାର୍କିଂକୁ ନେଇ ବିଜ୍‌ନେସ୍‌ ଏକ୍‌ଜିକ୍ୟୁଟିଭ୍‌ଙ୍କୁ ଗୁଳିକରି ହତ୍ୟା

ଫରିଦାବାଦ,୮ା୧୧: ପୁତୁରା ବାହାଘର ପାଇଁ ସିଙ୍ଗାପୁରରୁ ହରିୟାଣାର ଫରିଦାବାଦସ୍ଥିତ ଘରକୁ ଫେରିଥିବା ପ୍ରଯୁକ୍ତି ବିଜ୍‌ନେସ ଏକ୍‌ଜିକ୍ୟୁଟିଭ ପରମଜିତ୍‌ଙ୍କୁ ଶୁକ୍ରବାର ରାତିରେ ତାଙ୍କ ପଡ଼ୋଶୀ ଗୁଳିକରି ହତ୍ୟା କରିଛନ୍ତି।…

ପୃଥିବୀର ପ୍ରତିରକ୍ଷା ପ୍ରାଚୀର ଭେଦକଲେ ‘କିଲର ଇଲେକ୍ଟ୍ରୋନ୍‌’

ଟୋକିଓ, ୮ା୧୧ ବିଜ୍ଞାନ ଜଗତରେ ଏକ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ପୃଥିବୀର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ପ୍ରାକୃତିକ ବିକିରଣ ପ୍ରାଚୀର ବା ରେଡିଏଶନ ବ୍ୟାରିଅର…

ଗୋଟିଏ ରାତିରେ ୨ ହତ୍ୟାକାଣ୍ଡ

ଭୁବନେଶ୍ୱର,୮।୧୧(ତ୍ରିନାଥ ମହାନ୍ତି): ବମିଖାଲ କଟକ ରୋଡ ଝାରପଡ଼ା ବ୍ରିଜ୍‌ ନିକଟରେ ଅଭିଯୁକ୍ତମାନେ ଜଣେ ଯୁବକଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ହତ୍ୟା କରିଛନ୍ତି। ମୃତ ଯୁବକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?