ଜଗନ୍ନାଥପ୍ରସାଦରେ ଖୋଲିବ ଜେଏମ୍‌ଏଫ୍‌ସି କୋର୍ଟ

ଭଞ୍ଜନଗର,୨୪।୮(ଡି.ଏନ୍‌.ଏ.): ଜଗନ୍ନାଥପ୍ରସାଦରେ ଜେଏମ୍‌ଏଫସି କୋର୍ଟ ଆସନ୍ତା ୩୧ ତାରିଖରେ ଉଦ୍‌ଘାଟିତ ହେବ। ନିଜସ୍ବ କୋଠା ନିର୍ମାଣ ହୋଇ ନ ଥିବା ଯୋଗୁ ରାଜସ୍ବ ବିଭାଗ ଡାକ ବଙ୍ଗଳାରେ ଏହା ଅସ୍ଥାୟୀ ଭାବେ ଚାଲିବ। ସେହିଦିନ ସେଠାରେ କୋର୍ଟର ସ୍ଥାୟୀ କୋଠା ପାଇଁ ଶିଳାନ୍ୟାସ ହେବ। ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧରନ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଉକ୍ତଦିନ ଭଞ୍ଜନଗର କୋର୍ଟର ନୂତନ କୋଠା ଲାଗି ବାଗଦେବୀ ରୋଡରେ ଶିଳାନ୍ୟାସ ହେବ। ସେଥିରେ ମଧ୍ୟ ମୁଖ୍ୟ ବିଚାରପତି ମୁଖ୍ୟ ଅତିଥି ଭାବେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଏଥିସହ ହାଇକୋର୍ଟର ଗଞ୍ଜାମ ଜିଲା ପ୍ରୋଟୋକଲ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଅତିଥି ଭାବେ ଯୋଗ ଦେବେ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଶାସନ ଏବଂ ଭଞ୍ଜନଗର ବାର ଆସୋସିଏଶନ କର୍ମକର୍ତ୍ତା ଚେଷ୍ଟା ଚଳାଇଛନ୍ତି। ମଙ୍ଗଳବାର ଗଞ୍ଜାମ ଜିଲାଜଜ୍‌ ଆନନ୍ଦ ଚନ୍ଦ୍ର ବେହେରା, ଜିଲା କୋର୍ଟ ରେଜିଷ୍ଟ୍ରାର ସୁଶାନ୍ତ କୁମାର ମିଶ୍ର ଭଞ୍ଜନଗର ଗସ୍ତରେ ଆସି ଶିଳାନ୍ୟାସ ହେବାକୁ ଥିବା ଅଞ୍ଚଳ ବୁଲି ଦେଖିଥିଲେ। ଏହି ସମୟରେ ଭଞ୍ଜନଗର କୋର୍ଟର ସବଜଜ୍‌ ସୋମଲୀନା ମିଶ୍ର, ଏସ୍‌ଡିଜେଏମ ଅମିତ୍‌ କୁମାର, ଜେଏମ୍‌ଏଫ୍‌ସି ପ୍ରଜ୍ଞା ରାଉତ, ବାର ଆସୋସିଏଶନ କର୍ମକର୍ତ୍ତା ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଜିଲାଜଜ୍‌ ଆଲୋଚନା କରିଥିଲେ। ସେହିଭଳି ସୋମବାର ଭଞ୍ଜନଗର ବାର ଆସୋସିଏଶନ କାର୍ଯ୍ୟାଳୟରେ ଏକ ବୈଠକ ହୋଇଥିଲା। ଏଥିରେ ସଭାପତି ସନ୍ତୋଷ ନାୟକ ଅଧ୍ୟକ୍ଷତା କରିଥିଲେ। ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଦିବାକର ନାୟକ, ସମ୍ପାଦକ ଅମରେଶ ମହାପାତ୍ର, ଉପସଭାପତି ଧୀରେନ ସ୍ବାଇଁ, ସହ ସମ୍ପାଦକ ଚନ୍ଦ୍ରମଣି ମହାପାତ୍ର , କୋଷାଧ୍ୟକ୍ଷ ଗିରିଜା ଶଙ୍କର ଭୂୟାଁ, ଆଇନଜୀବୀ ଦଣ୍ଡପାଣି ସ୍ବାଇଁ, ବଟକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଦ୍ୱନ୍ଦ୍ୱରେ ଜିତିଲେ ନିବେଦିତା

ସାକ୍ଷୀଗୋପାଳ,୨୩ା୩(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଭାବରେ ନିବେଦିତା ପାତ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବୁଧବାର ଅନୁଷ୍ଠିତ ନିର୍ବାଚନରେ ନିବେଦିତା ଏକମାତ୍ର ପ୍ରାର୍ଥୀ...

ଶିଳ୍ପ ଲାଗି ଜଳ ବିବାଦ

ଯାଜପୁର ଅଫିସ,୫। ୧୦: କେନ୍ଦ୍ରାପଡ଼ା ଜିଲାରେ ସମ୍ପ୍ରତି ନଦୀଜଳ ବିବାଦ ଉଗ୍ରରୂପ  ପ୍ରଶାସନିକ ଅଧିକାରୀଙ୍କ ଅହେତୁକ କମ୍ପାନୀ ପ୍ରୀତି ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।...

୩୬ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୪ ଗିରଫ

ପୁରୀ ଅଫିସ, ୧୬।୨: ବହୁଦିନ ଧରି ପୁରୀ ସମେତ ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର କାରବାର ଚଳାଉଥିବା ଅଭିଯୋଗ ହୋଇଆସୁଥିଲା। ବାସେଳି ସାହି ଥାନା ପୋଲିସ ଏବଂ...

ଆତ୍ମନିର୍ଭର ଭାରତ ସମ୍ପର୍କିତ ସଚେତନତା

ଫୁଲବାଣୀ ଅଫିସ, ୧ା୬- କନ୍ଧମାଳ ଜିଲାର ସମସ୍ତ ବ୍ୟାଙ୍କ ପରିଚାଳକ ଓ ଉଦ୍ୟୋଗୀମାନଙ୍କୁ ନେଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କ ଆତ୍ମନିର୍ଭର ଭାରତ ଅଭିଯାନ...

ବିରୋଧୀଦଳ ନେତା ହେବା ନେଇ ପ୍ରଦୀପ୍ତଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୧୪।୮(ଡି.ଏନ୍‌.ଏ.): ଭବାନୀପାଟଣା ଭାଜପା ବିଧାୟକ ପ୍ରଦୀପ୍ତ କୁମାର ନାଏକ ବିରୋଧୀ ଦଳର ନେତା ହେବା ପରେ ପ୍ରଥମକରି କଳାହାଣ୍ଡି ଗସ୍ତରେ ଆସିଛନ୍ତି। ଏ ନେଇ କେସିଙ୍ଗା...

ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଉଦ୍ୟମ ମାମଲା: ଫେରାର ୨ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୧୪।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମର ଜିଲା ଭାଜପା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ବାପି ପ୍ରଧାନଙ୍କୁ ହତ୍ୟା ଉଦ୍ୟମ ମାମଲାରେ ସମ୍ପୃକ୍ତ ଥିବା...

ଗ୍ୟାସ ସିଲିଣ୍ଡର ଲିକ୍‌ : ଜଳିଲା ହୋଟେଲ

ରାଉରକେଲା,୧୧।୧୦(ଡି.ଏନ୍‌.ଏ.): ରାଉରକେଲା ରେଲୱେ ଷ୍ଟେଶନ ସମ୍ମୁଖରେ ଥିବା ଏକ ହୋଟେଲରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟଛି। ଏଥିରେ ହୋଟେଲରେ ଥିବା ଆସବାବପତ୍ର ଜଳି ଯାଇଛି। ତେବେ...

ମହିଳାଙ୍କ ବେକରୁ ସୁନାହାର ଝାମ୍ପିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୨ା୬: ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି କରିବାକୁ ଗଞ୍ଜାମ ଜିଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ପକ୍ଷରୁ ପାଟ୍ରୋଲିଂ ବି କରାଯାଉଛି। ଏହାସତ୍ତ୍ୱେ ଦୁର୍ବୃତ୍ତମାନେ ତାଙ୍କ...

Advertisement
Archives

Model This Week