Posted inଫୁରସତ

ବ୍ରାଜିଲ ଆସିଲା ସମ୍ରାଟ ପେଡ୍ରୋଙ୍କ ହୃତ୍‌ପିଣ୍ଡ

ବ୍ରାସିଲିଆ: ପାର୍ତ୍ତୁଗାଲଠାରୁ ବ୍ରାଜିଲ୍‌ ସ୍ବାଧୀନ ହେବାର ୨୦୦ ବର୍ଷ ପୂର୍ତ୍ତି ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆୟୋଜିତ ହେବାକୁ ଥିବା ସମାରୋହରେ ବ୍ରାଜିଲ ସମ୍ରାଟ ଡୋମ୍‌ ପେଡ୍ରୋ ପ୍ରଥମଙ୍କ ହୃତ୍‌ପିଣ୍ଡ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା କରାଯାଇଛି। ପେଡ୍ରୋଙ୍କ ହୃତ୍‌ପିଣ୍ଡ ପର୍ତ୍ତୁଗାଲ୍‌ର ପୋରଟୋରୁ ବ୍ରାଜିଲ ଅଣାଯାଇଥିବାବେଳେ ଏହାକୁ ଏକ ସୁନାର ଅସ୍ଥି କଳସରେ ରଖାଯାଇଛି। ୧୮୩୪ରେ ଯେତେବେଳେ ପେଡ୍ରୋଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା ସେତେବେଳେ ଟିବିରେ ଆକ୍ରାନ୍ତ ହେବା କାରଣରୁ ତାଙ୍କ ମୃତ୍ୟୁ ହୋଇଥିଲା। ପର୍ତ୍ତୁଗାଲ୍‌ର ପୋରଟୋ ଚର୍ଚ୍ଚରେ ତାଙ୍କ ହାର୍ଟ ରଖାଯିବା ପେଟ୍ରୋଙ୍କ ଶେଷ ଇଚ୍ଛା ଥିଲା। ୧୯୭୨ରେ ବ୍ରାଜିଲ ନିଜର ୧୫୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ସମ୍ରାଟ ପେଟ୍ରୋଙ୍କ ଶରୀର ଅବଶେଷ ପର୍ତ୍ତୁଗାଲ୍‌ ସରକାର ବ୍ରାଜିଲ୍‌କୁ ହସ୍ତାନ୍ତର କରିଥିଲେ। ଏହାକୁ ରାସାୟନିକ ପ୍ରଲେପ ଦେଇ ସାଓ ପାଉଲୋରେ ସଂରକ୍ଷିତ ଭାବେ ରଖାଯାଇଛି। ୧୮୨୨ରେ ବ୍ରାଜିଲ୍‌କୁ ପର୍ତ୍ତୁଗାଲଠାରୁ ସ୍ବାଧୀନ ଘୋଷଣା କରିଥିଲେ ସମ୍ରାଟ ପେଡ୍ରୋ।
ତିନି ସପ୍ତାହ ପାଇଁ ଏହି ହାର୍ଟକୁ ପର୍ତ୍ତୁଗାଲ ସରକାର ବ୍ରାଜିଲ୍‌କୁ ହସ୍ତାନ୍ତର କରିଛନ୍ତି। ହୃତ୍‌ପିଣ୍ଡକୁ ଆଣିବା ପାଇଁ ବ୍ରାଜିଲ୍‌ ବାୟୁସେନାର ସ୍ବତନ୍ତ୍ର ଟିମ୍‌ ବ୍ରାସିଲିଆରେ ପହଞ୍ଚିଥିଲା। ସେଠାରେ ପେଡ୍ରୋଙ୍କ ହୃତ୍‌ପିଣ୍ଡକୁ ବ୍ରାଜିଲ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ସେପ୍ଟେମ୍ବର ୭ରେ ବ୍ରାଜିଲ୍‌ ନିଜର ୨୦୦ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଥିବାବେଳେ ରାଷ୍ଟ୍ରୀୟ ସମ୍ମାନ ସାଙ୍ଗକୁ ଗନ୍‌ ସାଲ୍ୟୁଟ ପରେ ଏହାକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
ଫ୍ରେନ୍‌ଚ ସେନାମୁଖ୍ୟ ନେପୋଲିୟନ୍‌ ବୋନାପାର୍ଟ ୧୮୦୭ରେ ଯେତେବେଳେ ପର୍ତ୍ତୁଗାଲ ଉପରେ ଆକ୍ରଣମ କରିଥିଲେ ସେତେବେଳେ ବ୍ରାଜିଲ ସମ୍ରାଟ ପେଡ୍ରୋ ବ୍ରିଟିଶ ନୌସେନା ସାହାଯ୍ୟରେ ପରିବାର ସହ ବ୍ରାଜିଲ ଆସିଥିଲେ। ସେତେବେଳେ ପେଡ୍ରୋଙ୍କୁ ୯ ବର୍ଷ ହୋଇଥିଲା । ବାପା ସମ୍ରାଟ ଜୋଆଓ ଷଷ୍ଠଙ୍କ ଇଚ୍ଛା ବିରୋଧରେ ଯାଇ ପେଡ୍ରୋ ୧୮୨୨ ସେପ୍ଟେମ୍ବର ୭ରେ ବ୍ରାଜିଲକୁ ସ୍ବାଧୀନ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ସେ ପୁଣି ପର୍ତ୍ତୁଗାଲ ଫେରିଥିଲେ। ସାନ ଭାଇ ଓ ପେଡ୍ରୋଙ୍କ ଭିତରେ ରାଜଗାଦିକୁ ନେଇ ସଂଘର୍ଷ ହୋଇଥିବାବେଳେ ଏଥିରେ ପେଡ୍ରୋଙ୍କ ବିଜୟ ହୋଇଥିଲା। ମାତ୍ର ୩୫ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri