Posted inଖେଳ

ନାସ୍କାର ଚାମ୍ପିୟନ ଡ୍ରାଇଭର ଜନ୍‌ସନ୍‌ କରୋନା ପଜିଟିଭ୍‌

ଇଣ୍ଡିଆନାପୋଲିସ୍‌ (ୟୁଏସ୍‌), ୫ା୭ (ଏପି)-ସାତ ଥର ନାସ୍କାର ଚାମ୍ପିୟନ ଜେମି ଜନସନ କରୋନା ଭାଇରସ୍‌ ପଜିଟିଭ୍‌ ବୋଲି ଜଣାପଡ଼ିଛି। ଫଳରେ ସେ ରବିବାର ଇଣ୍ଡିଆନାପୋଲିସ ମୋଟର ସ୍ପିଡ୍‌ଓ୍ବେ ରେସ୍‌ରେ ଭାଗ ନେଇ ପାରିବେ ନାହିଁ। କୌଣସି ନାସ୍କାର ସିରିଜରେ କରୋନା ପଜିଟିଭ୍‌ ହେବାରେ ୪୪ ବର୍ଷୀୟ ଜନସନ ହେଉଛନ୍ତି ପ୍ରଥମ ଡ୍ରାଇଭର। ଏହା ରେସ୍‌କୁ ପ୍ରଭାବିତ କରିବ କି ନା ସେ ସମ୍ପର୍କରେ କୌଣସି ସୂଚନା ନାହିଁ। ଡାକ୍ତର ସୁସ୍ଥ ଘୋଷଣା ନ କରିବା ପର୍ଯ୍ୟନ୍ତ ଜନସନ ରେସ୍‌କୁ ପ୍ରତ୍ୟାବର୍ତ୍ତନ କରିପାରିବେ ନାହିଁ ବୋଲି ହେଣ୍ଡ୍ରିକ୍‌ ମୋଟର ଟ୍ରାନ୍ସପୋର୍ଟସ ପ୍ରକାଶ କରିଛି। ଜନସନଙ୍କ ସ୍ତ୍ରୀ ଚାନିଙ୍କ ନିକଟରେ ଆଲର୍ଜି ଲକ୍ଷଣ ଦେଖା ଦେଇଥିଲା। କୋଭିଡ୍‌-୧୯ ଟେଷ୍ଟରେ ତାଙ୍କର ପଜିଟିଭ୍‌ ଆସିବା ପରେ ଜନସନଙ୍କର ଟେଷ୍ଟ ହୋଇଥିଲା। କିନ୍ତୁ ତାଙ୍କ ନିକଟରେ ରୋଗର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ଜନସନ କହିଛନ୍ତି, ମୋ କପ୍‌ କ୍ୟାରିୟରରେ କେବେ ଏକ ରେସ୍‌ ମିସ୍‌ କରି ନାହିଁ। ପ୍ରତିଯୋଗିତା ବାହାରେ ରହି ରେସ୍‌ ଦେଖିବା ମୋ ପାଇଁ କଷ୍ଟକର ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୋର୍ଗାନ ଯୁଗ ଶେଷ

ଲଣ୍ଡନ,୨୮।୬: ସମସ୍ତ ଚର୍ଚ୍ଚାରେ ଲାଗିଲା ପୂର୍ଣ୍ଣଚ୍ଛେଦ। ଅନ୍ତର୍ଜାତୀୟ କ୍ରିକେଟକୁ ଅଲ୍‌ବିଦା କହିଲେ ଇଂଲଣ୍ଡର ବିଶ୍ୱକପ୍‌ ବିଜେତା ଅଧିନାୟକ ଇଓନ ମୋର୍ଗାନ। ମଙ୍ଗଳବାର ସେ ସମସ୍ତ ଫର୍ମାଟରୁ...

ଦକ୍ଷିଣ ଆଫ୍ରିକାର ଇନିଂସ ବିଜୟ

ସେଞ୍ଚୁରିଅନ, ୩୦ା୧୨- ସ୍ଥାନୀୟ ସୁପର ସ୍ପୋର୍ଟ ପାର୍କଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୧ ଇନିଂସ ଓ ୪୫ ରନରେ...

ଆଇପିଏଲ୍‌ର ନୂଆ ସଂଯୋଗ: ଯାହା ପୂର୍ବରୁ କେବେ ଘଟି ନ ଥିଲା

ନୂଆଦିଲ୍ଲୀ,୩୦।୪: ଆଇପିଏଲ ୨୦୨୧ର ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ବିପକ୍ଷରେ ୧୭୧ ରନ ସଂଗ୍ରହ କରିଥିଲା। ଏହି ସ୍କୋରରେ ଅଜବ କିଛି...

ହରମନପ୍ରୀତ ପ୍ଲେୟର ଅଫ୍‌ ଦି ଇୟର

ନୂଆଦିଲ୍ଲୀ, ୮ା୧୦(ପି.ଟି.): ଭାରତ ଡିଫେଣ୍ଡର ହରମନପ୍ରୀତ ସିଂ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏଫ୍‌ଆଇଏଚ୍‌ (ଅନ୍ତର୍ଜାତୀୟ ହକି ମହାସଂଘ) ଦ୍ୱାରା ପ୍ଲେୟର ଅଫ୍‌ ଦି ଇୟର...

ବଦଳିପାରେ ଓଭରଥ୍ରୋ ନିୟମ

ଲଣ୍ଡନ,୨୦।୭(ପି.ଟି.)- କ୍ରିକେଟ ନିୟମ ପ୍ରସ୍ତୁତକାରୀ ମାରିଲେବୋନ କ୍ରିକେଟ କ୍ଲବ (ଏମ୍‌ସିସି) ଓଭରଥ୍ରୋ ନିୟମରେ ପରିବର୍ତ୍ତନ କରିପାରେ। ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ବିଶ୍ୱକପ୍‌ ଫାଇନାଲରେ ଓଭରଥ୍ରୋ...

ଶୁକ୍ରବାର ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ୍‌: ଜାଣନ୍ତୁ କେବେ ଏବଂ କେଉଁଠି ଦେଖିପାରିବେ..

ସିଡନୀ,୨୬।୧୧: କରୋନା ମହାମାରୀ କାରଣରୁ ଦୀର୍ଘ ୯ ମାସ ଧରି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଦୂରରେ ରହିବା ପରେ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ଖେଳିବେ ଭାରତୀୟ...

୨ ବର୍ଷ ପରେ ସେମିରେ ମରେ

ଆଣ୍ଟରେପ(ବେଲଜିୟମ), ୧୯।୧୦(ଏଏଫ୍‌ପି)- ପୂର୍ବତନ ୧ ନମ୍ବର ଖେଳାଳି ବ୍ରିଟେନ ଆଣ୍ଡି ମରେ ପ୍ରଥମଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୭ ଫ୍ରେଞ୍ଚ୍‌ ଓପନ୍‌ରେ ସେ ଶେଷଥର...

ରାହାନେଙ୍କୁ ଗାଭାସ୍କରଙ୍କ ପ୍ରଶଂସା

ମେଲବୋର୍ନ,୨୭ା୧୨(ପି.ଟି.)-ଅଜିଙ୍କ୍ୟ ରାହାନେଙ୍କ ଫିଲ୍‌ଡିଂ ସଜ୍ଜାକୁ ଉଚ୍ଚ ପ୍ରଶଂସା କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର। ରାହାନେଙ୍କର ଅଧିନାୟକତ୍ୱ ଦକ୍ଷତାକୁ ନେଇ ସେ ଏବେଠାରୁ କୌଣସି...

Advertisement
Archives

Model This Week