Posted inଖେଳ

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ କପିଳ ଦେବ: କ୍ରିକେଟ୍‌ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୮।୧୦: କ୍ରିକେଟ ଜଗତରେ ପାଦ ଥାପିବା ପରଠାରୁ ନିଜ ପ୍ରତିଭାର ଝଲକ ଦେଖାଇ ଆସୁଛନ୍ତି ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ। ବୟସ ମାତ୍ର ୧୫ ବର୍ଷ ହୋଇଥିବା ବେଳେ ଏଜ ଗ୍ରୁପ କ୍ରିକେଟ୍‌ରେ ଅନେକ ରେକର୍ଡ ଭାଙ୍ଗିବା ପରେ ସେ ଟିମ ଇଣ୍ଡିଆର ଅଂଶ ହୋଇଛନ୍ତି। ଟି-୨୦ ଫର୍ମାଟ୍‌ରେ ଡେବ୍ୟୁ କରିବା ପରେ ମଧ୍ୟ ବୈଭବଙ୍କ ପ୍ରଦର୍ଶନ ଚର୍ଚ୍ଚାରେ ରହିଛି।

ତେବେ ବୈଭବ ଆଗାମୀ ଦିନରେ ଜଣେ ମହାନ କ୍ରିକେଟର୍‌ ହେବେ କି? ଏହି ପ୍ରଶ୍ନରେ ଭାରତର ପୂର୍ବତନ ଅଧିନାୟକ କପିଳ ଦେବ ବଡ଼ ବୟାନ ଦେଇଛନ୍ତି। କପିଳଙ୍କ ମତରେ, ଏବେଠାରୁ ବୈଭବଙ୍କ ଭବିଷ୍ୟତ ନେଇ କୌଣସି ନିଷ୍କର୍ଷରେ ପହଞ୍ଚିବା ବୋକାମୀ ହେବ। ତାଙ୍କ ମଧ୍ୟରେ କ୍ଷମତା ନିଶ୍ଚିତ ଭାବେ ରହିଛି। କିନ୍ତୁ କ୍ରିକେଟ୍‌ରେ କେବଳ ପ୍ରତିଭା ଥିଲେ ହିଁ ଦୀର୍ଘ କ୍ୟାରିୟର୍‌ ଗଢ଼ି ଉଠେ ନାହିଁ। କ୍ରିକେଟ୍‌ରେ ଏମିତି ଅନେକ ଖେଳାଳି ଆସିଛନ୍ତି, ଯେଉଁମାନେ ବହୁତ ପ୍ରତିଭା ନେଇ ଆସିଥିଲେ, ପରେ ହଜିଗଲେ।

ଏହି ପ୍ରସଙ୍ଗରେ ସେ ପୂର୍ବତନ ଭାରତୀୟ ବ୍ୟାଟର୍‌ ବିନୋଦ କାମ୍ବଲିଙ୍କ ଉଦାହରଣ ଦେଇଥିଲେ। କାମ୍ବଲିଙ୍କ ଭଳି ପ୍ରତିଭାବାନ ଖେଳାଳି ମଧ୍ୟ ଆଶାନୁରୂପ ଦୀର୍ଘ କ୍ୟାରିୟର୍‌ ଗଢ଼ିପାରି ନ ଥିଲେ ବୋଲି କପିଳ କହିଛନ୍ତି। ବୈଭବ ୧୫ ବର୍ଷର। ତାଙ୍କୁ ଆଉ ୩ ବର୍ଷ ସମୟ ଦିଅନ୍ତୁ, ତା’ପରେ ଆମେ କଥା ହେବା।

କପିଳ ଦେବଙ୍କ ମତରେ, ବୈଭବଙ୍କ ଆଗାମୀ ଦିନର ଜୀବନଶୈଳୀ ଓ ଚିନ୍ତାଧାରା ତାଙ୍କ କ୍ରିକେଟ କ୍ୟାରିୟରରେ ବଡ଼ ଭୂମିକା ନେବ। ବୟସ ବଢ଼ିବା ସହ ତାଙ୍କ ଜୀବନଶୈଳୀ ବଦଳିବ ଏବଂ ତା’ସହ ଚିନ୍ତାଧାରା ମଧ୍ୟ ବଦଳିବ। ଆଗାମୀ ଦୁଇ-ତିନି ବର୍ଷରେ ସେ ନିଜକୁ କିଭଳି ପ୍ରସ୍ତୁତ କରୁଛନ୍ତି, ଚାପକୁ କିଭଳି ସମ୍ଭାଳୁଛନ୍ତି ଏବଂ ନିରନ୍ତର ଭାବେ କିଭଳି ପ୍ରଦର୍ଶନ କରୁଛନ୍ତି, ତାହା ଦେଖିବା ଅଧିକ ଜରୁରୀ।
ବର୍ତ୍ତମାନ ବୈଭବ ଭାରତୀୟ ଟି-୨୦ ଦଳରେ ତୃତୀୟ ଓପନର୍‌ ଭାବେ ରହିଛନ୍ତି। ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ନିୟମିତ ଓପନର୍‌ ଭାବେ ଖେଳୁଥିବାରୁ ସେମାନଙ୍କୁ ବିଶ୍ରାମ ମିଳିଲେ ବୈଭବଙ୍କୁ ସୁଯୋଗ ମିଳୁଛି। ତେବେ ଯେତେବେଳେ ବୈଭବଙ୍କୁ ସୁଯୋଗ ମିଳିଛି, ସେ ନିଜ ପ୍ରତିଭାର ପ୍ରମାଣ ଦେଇଛନ୍ତି। ଏପର୍ଯ୍ୟନ୍ତ ସେ ୮ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ରେ ୩୦.୭୫ ହାରରେ ୨୪୬ ରନ କରିଛନ୍ତି। ଏଥିରେ ତାଙ୍କ ନାମରେ ୨ଟି ଅର୍ଦ୍ଧଶତକ ରହିଛି। ତାଙ୍କ ଷ୍ଟ୍ରାଇକ ରେଟ ମଧ୍ୟ ୧୮୬ରୁ ଅଧିକ ରହିଛି।

କମ ବୟସରେ ଟିମ ଇଣ୍ଡିଆରେ ସ୍ଥାନ ପାଇଥିବା ବୈଭବଙ୍କ ଆଗରେ ଏବେ ନିଜ ପ୍ରତିଭାକୁ ଦୀର୍ଘ ସମୟ ଧରି ବଜାୟ ରଖିବା ଏବଂ ନିରନ୍ତର ପ୍ରଦର୍ଶନ କରିବାର ଚ୍ୟାଲେଞ୍ଜ ରହିଛି। କପିଳ ଦେବଙ୍କ ବୟାନ ମଧ୍ୟ ଏହି କଥାକୁ ହିଁ ସୂଚାଉଛି ଯେ, ପ୍ରତିଭା ସହ ଧୈର୍ଯ୍ୟ, ଶୃଙ୍ଖଳା ଓ ନିରନ୍ତର ପରିଶ୍ରମ ହିଁ ବୈଭବଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ବାତ୍ୟା-ବନ୍ୟା କ୍ଷୟକ୍ଷତି ଦେଖିଲେ ମୁଖ୍ୟମନ୍ତ୍ରୀ, ଫସଲ ନଷ୍ଟର କଲେ ଅନୁଧ୍ୟାନ

ଛତ୍ରପୁର,୨୩।୧୧(ଦିଲୀପ ସାମଲ): ଗଞ୍ଜାମ ଜିଲାରେ ବାତ୍ୟା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବାକୁ ଆଜି ଜିଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ବିବାହ ପୂର୍ବରୁ ଲୁହରେ ଭିଜିଲା ପୂରା ପରିବାର: ଯେଉଁ ବେଦୀରେ ପଡ଼ିଥାନ୍ତା ହାତଗଣ୍ଠି, ସେଇଠି ପଡ଼ି ଚାଲିଗଲା ସଂଗ୍ରାମଙ୍କ ଜୀବନ

ବନ୍ତଳା,୨୩।୧୧(ସୁଶିତ ସାହୁ): ଆସନ୍ତା ୨ ତାରିଖରେ ହୋଇଥାନ୍ତା ବାହାଘର। ବାହାବେଦୀ ତିଆରି ହୋଇଥିଲାବେଳେ ସମସ୍ତ ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ହେଲେ ଅଘଟଣ ଘଟି ଯେଉଁ ବେଦୀରେ…

ପାକିସ୍ତାନ ଖେଳାଳିଙ୍କ ଅଶୋଭନୀୟ ଆଚରଣ: ହର୍ଷିତ ରାଣାଙ୍କ ସହ କ’ଣ କଲେ ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୩।୧୧: ରବିବାର ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନୀ ଖେଳାଳିମାନେ ଅତ୍ୟନ୍ତ ଖରାପ ଆଚରଣ ପ୍ରଦର୍ଶନ କରିଥିଲେ। ‘ଇମର୍ଜିଂ ଟିମ୍ସ ଏସିଆ କପ’ (Emerging Teams Asia Cup)…

ଭାରତ ହାତରୁ ବିଜୟ ଛଡ଼ାଇ ନେଲା ନ୍ୟୁଜିଲ୍ୟାଣ୍ଡ; ପ୍ରଥମ ଟେଷ୍ଟ ମ୍ୟାଚ ଏମିତି ଶେଷ ହେଲା, ଅବ୍ୟାହତ ରହିଲା୧୨ ବର୍ଷର ଅପେକ୍ଷା

ନୂଆଦିଲ୍ଲୀ,୨୩।୧୧: ୱେଲିଂଟନର ବେସିନ ରିଜର୍ଭରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ପଞ୍ଚମ ଦିନରେ (ନଭେମ୍ବର ୨୩) ଡ୍ର’ରେ ଶେଷ ହୋଇଛି। ଏକ…

ବାତ୍ୟା ପ୍ରଭାବିତଙ୍କ ଦୁଃଖ ବୁଝିବାକୁ ଗଞ୍ଜାମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ସ୍ଥିତି ସମୀକ୍ଷା କରି…

ଗଞ୍ଜାମ,୨୩ା୧୧: ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ତଦାରଖ ଓ ସ୍ଥିତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଗଞ୍ଜାମରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ବିମାନ…

୨ କୋଠରିରେ ପ୍ରଥମରୁ ଅଷ୍ଟମ ପିଲାଙ୍କୁ ଶିକ୍ଷାଦାନ, ୧୨ ବର୍ଷ ମଧ୍ୟରେ ଟଙ୍କାଟିଏ ମିଳିନି ଅନୁଦାନ

ଖୁଣ୍ଟୁଣୀ,୨୩।୧୧(ସଚ୍ଚିଦାନନ୍ଦ ପଣ୍ଡା): କଟକ ଜିଲା ଆଠଗଡ଼ ବ୍ଲକ ଖୁଣ୍ଟୁଣୀ ଥାନା ଅଧୀନ ମହାକାଳବସ୍ତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମି ଅବ୍ୟବସ୍ଥା ଲାଗି ରହିଛି। ୧୯୪୮ରେ ସ୍ଥାପିତ…

ବିସଲେରି ପାଣି ନମୁନା ପରୀକ୍ଷାରେ ଫେଲ; ୫ କମ୍ପାନୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ FSSAIର ଅନୁମୋଦନ , ୨କମ୍ପାନୀର ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ,୨୩।୧୧: ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ବିସଲେରି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ ସମେତ ପାଞ୍ଚଟି ଖାଦ୍ୟ ବ୍ୟବସାୟ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଧନୁଯାତ୍ରାରେ ଅଘଟଣ: ମାହୁନ୍ତଙ୍କୁ ଦଳିଦେଲା ହାତୀ

ବଲାଙ୍ଗୀର,୨୩ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗାଁରେ ଚାଲିଥିବା ଧନୁଯାତ୍ରା ମହୋତ୍ସବରେ ଅଘଟଣ ଘଟିଛି। ଧନୁଯାତ୍ରା ମହୋତ୍ସବକୁ ଯେଉଁ ହାତୀକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?