୧୦ ପଜିଟିଭ୍‌ ଭିତରୁ ନାଲ୍‌କୋରୁ ୬

ଅନୁଗୋଳ ଅଫିସ୍‌/ବଅଁରପାଳ,  ୫।୭:  ଅନୁଗୋଳରେ ଶନିବାର ଆଉ ୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨ ଜଣ କ୍ବାରାଣ୍ଟାଇନ୍‌ ସେଣ୍ଟରରୁ ହୋଇଥିବାବେଳେ ଅବଶିଷ୍ଟ ୮ ଜଣ ସ୍ଥାନୀୟ ମାମଲା ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି। ନାଲ୍‌କୋ ଅଞ୍ଚଳରୁ ସର୍ବାଧିକ ୬ ଜଣ ପଜିଟିଭ୍‌ ବାହାରିଛନ୍ତି। ନାଲ୍‌କୋର ଜଣେ ବରିଷ୍ଠ ଅଧିକାରୀଙ୍କ କରୋନାରେ ମୃତ୍ୟୁ ଘଟିବା ପରେ ପ୍ରକଳ୍ପ କର୍ତ୍ତୃପକ୍ଷ ଓ ପ୍ରଶାସନ ପକ୍ଷରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୪୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣ ନାଲ୍‌କୋ କର୍ମଚାରୀ (ପୁରୁଷ), ଜଣେ କର୍ମଚାରୀଙ୍କ ସ୍ତ୍ରୀ ଓ ଜଣେ ଠିକା ଶ୍ରମିକଙ୍କ ରିପୋର୍ଟ ପଜିଟିଭ ଆସିଛି। ସମ୍ପୃକ୍ତ ୬ ଜଣ କେଉଁଆଡେ ଯାଇଛନ୍ତି, କାହାସହ ମିଳାମିଶା କରିଛନ୍ତି ସେ ନେଇ ପ୍ରଶାସନ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି। ସେହିପରି କିଶୋରନଗର ବ୍ଲକ ଅଞ୍ଚଳର ଏକ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରୁ ୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଅନ୍ୟପକ୍ଷରେ କିଶୋରନଗର ଅଞ୍ଚଳରେ ଜଣେ ୩୬ ବର୍ଷୀୟ ସ୍ଥାନୀୟ ଯୁବକ, କଣିହଁାସ୍ଥିତ ଏନ୍‌ଟିପିସି ଶିଳ୍ପାଞ୍ଚଳରୁ ଜଣେ ୭୬ ବର୍ଷୀୟ ବୃଦ୍ଧ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଛନ୍ତି। ତେବେ ସ୍ଥାନୀୟ ବା ଲୋକାଲ୍‌ କେସ୍‌ ବାହାରିବା ପରେ ଜିଲା ପ୍ରଶାସନ ଚିନ୍ତାରେ ପଡିଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସ୍‌ କରାଯିବ। ସେମାନଙ୍କୁ ପର୍ଯ୍ୟାୟକ୍ରମେ ତାଳଚେର କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିବା ଜିଲାପାଳ ସୂଚନା ଦେଇଛନ୍ତି। ଏହି ୧୦ ଜଣଙ୍କୁ ମିଶାଇ ଜିଲାରେ ପଜିଟିଭ ସଂଖ୍ୟା ୧୦୬ରେ ପହଞ୍ଚତ୍ଛି। ଅପରପକ୍ଷେ ଶୁକ୍ରବାର କରୋନା ମୁକ୍ତ ହୋଇଥିବା ୬ଜଣଙ୍କୁ କୋଭିଡ୍‌ କେୟାର ସେଣ୍ଟରରେ ନିରୀକ୍ଷଣ ପାଇଁ ରଖାଯାଇଛି। ଜିଲାରେ ବର୍ତ୍ତମାନ ସୁଦ୍ଧା ୬୦ ଜଣ କରୋନାରୁ ସୁସ୍ଥ ହୋଇଥିବା ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି: ରମ୍ଭାରେ ଇଣ୍ଡିଆ ବ୍ଲକର ଓଡ଼ିଶା ବନ୍ଦ ପ୍ରଭାବ

ରମ୍ଭା, ୮।୧୦ (ବିଦ୍ୟାଧର ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ବ୍ଲକ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଗଞ୍ଜାମ ଜିଲାର ରମ୍ଭା ଅଞ୍ଚଳରେ ଦେଖିବାକୁ…

ଗଛ ମୂଳରେ ପଡ଼ିଛି ଚପଲ, ଉପରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲପଞ୍ଚାୟତର ଜାମୁଟିଆ ଗାଁ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଜବତ ହୋଇଛି।…

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌ ମୁଖ୍ୟ ପ୍ରସଙ୍ଗ ନେଇ କଂଗ୍ରେସର ବନ୍ଦ ଡାକରା

କେନ୍ଦୁଝର,୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌-୨୦୨୬, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା ସମସ୍ୟା ପ୍ରସଙ୍ଗକୁ ନେଇ ବୁଧବାର ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ କେନ୍ଦୁଝରରେ ବନ୍ଦ ପାଳନ…

ବୋରିଆ ସ୍କୁଲରେ ଶିକ୍ଷକ ଅଭାବ: ପାଠପଢ଼ାରେ ବ୍ୟାଘାତ

କେସିଙ୍ଗା, ୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମରେ ଜାତୀୟ ରାଜପଥ-୨୬ କଡ଼ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ…

ଓଡ଼ିଶା ବନ୍ଦ ଡାକରାରେ ଅତାବିରାରେ ଜନଜୀବନ ପ୍ରଭାବିତ

ଅତାବିରା,୮ା୧୦(ଯୁଧିଷ୍ଠିର ମହାପାତ୍ର): କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ବରଗଡ଼ ଜିଲା ଅତାବିରା ଠପ୍‌ ହୋଇପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?