ଦେଶକୁ ଗଲା ଝୁମୁକା

ଦ୍ୱିତୀ ଚନ୍ଦ୍ର ସାହୁ

ଅନେକ ଦିନ ପରେ ଗାଁକୁ ଯାଇଥିଲି। କରୋନା ହେତୁ କିଏ କୁଆଡ଼େ ଯିବା ଆସିବା ଏକ ପ୍ରକାର ବନ୍ଦ। ଘରୁ ବାହାରକୁ ଯାଇ ଥରେ ଆସିଲେ ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ। କରୋନା ଆସିଯାଇନି ତ! ବାହାରେ କାହା ଦେହରେ କରୋନା ନାହିଁ ତ! ତେଣିକି କିଛି ସମୟ ମନ ଭାରାକ୍ରାନ୍ତ। ଶରୀରରେ କିଛି ପ୍ରତିକ୍ରିୟା ଦେଖା ନ ଯିବା ପର୍ଯ୍ୟନ୍ତ ଏକ ପ୍ରକାର ଚିନ୍ତା। ତେବେ ପରିସ୍ଥିତି ସାମାନ୍ୟ ହୋଇଥିବାରୁ ସେତେ ଚିନ୍ତା ନ ଥିଲା ମୁଣ୍ଡରେ। କରୋନା କାଳରେ ଯେଉଁ ଭୟ ଓ ଆତଙ୍କ ସେମିତି ମନରେ ଅବଶ୍ୟ ଆଉ କାହାରି ନାହିଁ। ମୁକ୍ତ ଭାବେ ବୁଲାବୁଲି ଆରମ୍ଭ ହେଲାଣି। ମୁହଁରେ ତୁଣ୍ଡି ନ ବାନ୍ଧି ବି ଲୋକେ ଘୂରିଲେଣି। କରମର୍ଦ୍ଦନ ଓ କୋଳାକୋଳି ଚାଲିଲାଣି। ପାର୍ଟି ପିକ୍‌ନିକରେ ଆଉ ବାଧକ ନାହିଁ। ସମାବେଶ ବି ଆରମ୍ଭ ହେଲାଣି। ଟିକେ ପଛକୁ ଫେରି ଯାଆନ୍ତୁ ଆଉ ମନେ ପକାନ୍ତୁ କ’ଣ ଥିଲା ଆମ ପରିବେଶ। ମଣିଷ ଭିତରେ ମାନବିକତା ହଜି ଯାଇଥିଲା। ଶବର ଲମ୍ବା ଲାଇନ ଲାଗିଥିଲା। ନିଜର ପରିଚିତ ମଣିଷମାନେ ଆଖି ବୁଜିଦେଇ ଆହୁରି ଅଧିକ ଡରାଇବାକୁ ବାଧ୍ୟ କରୁଥିଲେ। ବଞ୍ଚତ୍ବା କି ମରିବା ସେଥିନେଇ ଦ୍ୱନ୍ଦ୍ୱ। ମଣିଷ ମଣିଷ ଭିତରେ ବିଶ୍ୱାସ ତୁଟି ଯାଇଥିଲା। ନିଜ ଘର ଭିତରେ ରହିଥିବା ମଣିଷମାନେ ଯେନତେନ ପ୍ରକାରେ ଚାପିଚୁପି ରହିଗଲେ ା ଥିଲା ଲୋକ ନୂଆ ନୂଆ ରେସିପି କରି ମଉଜ କଲେ। ନ ଥିବା ଲୋକ ବିକାଭଙ୍ଗା ଋଣ କରି ଚଳିଗଲେ। ବାହାରେ ଥିବା ଶ୍ରମିକମାନେ ଅକଥନୀୟ ଦୁଃଖକୁ ଭାଗ୍ୟ ବୋଲି ଧରିନେଲେ। ସରକାର ସେମାନଙ୍କୁ ଆଣିବା ବ୍ୟବସ୍ଥା କରିବା ପରେ ପରିସ୍ଥିତି କିଛି ସୁଧୁରିଲା।
ଏମିତିରେ ସେଦିିନ ହଠାତ୍‌ ରାତିରେ ଫୋନ କଲ ଆସିଲା। ଟ୍ରୁ କଲରରେ ଲେଖାଥିଲା ସୀମାଞ୍ଚଳ। ଉଠାଇବା ପରେ ସେପଟୁ କାକୁତି ମିନତି ହୋଇ ତାକୁ ଉଦ୍ଧାର କରିବା ଲାଗି କହିଲା। ଠିକ୍‌ ପରିଚୟ ପଚାରିବାରୁ ଜଣାଗଲା ପିଲାଦିନର ସାଂଗ ସୀମାଞ୍ଚଳ ସାହୁ ଓରଫ ଝୁମୁକା। କେରଳର କୋଜିକୋଡେ ଜିଲାର ଏକ ଫାର୍ମ ହାଉସରେ କାମ କରୁଥିଲା ଝୁମୁକା। ଅବଶ୍ୟ ମାଲିକ ଖାଇବାକୁ ଦେଇ ରଖିଥିଲା ଝୁମୁକା ସହ ଅନ୍ୟ କିଛି ଦାଦନଙ୍କୁ। କିନ୍ତୁ ଝୁମୁକାର ଇଚ୍ଛା ଯେମିତି ହେଉ ଗାଁକୁ ଫେରିବ। ଅନ୍ତତଃ ମଲାବେଳକୁ ଘରେ ଥିଲେ ପିଲାକୁଟୁମ୍ବକୁ ଦେଖି ମରିହେବ। ତା’ର ନିରାଶପଣ ଭିତରେ ଗୋଟିଏ ବିବଶ ଚେହେରା ଅଦୃଶ୍ୟରେ ଦିଶୁଥିଲା। ମୋ ସାମ୍ବାଦିକ ବଡଭାଇଙ୍କ ହସ୍ତକ୍ଷେପ ପରେ ସ୍ଥାନୀୟ ପ୍ରଶାସନର ସହଯୋଗରେ ଗାଁକୁ ଫେରିଲା ସେ। ଖୁବ୍‌ ଖୁସି ହୋଇଯାଇଥିଲା ସେ ଓ ତା’ର ପରିବାର। ଗାଁକୁ ଫେରିବା ପରେ ଲାଗି ପଡିଥିଲା ଚାଷବାସ କାମରେ। ଧାନ ସାଙ୍ଗକୁ ପରିବା ଚାଷ। ମଝିରେ ମଝିରେ ଫୋନ କରି କୁଶଳବାରତା ପଚାରିବାକ୍ରମରେ ନିଶ୍ଚିତ ହୋଇଗଲି ଯେ ଝୁମୁକା ଆଉ ଦାଦନ ପାଇଁ ବାହାରକୁ ଯିବନି। ଏଇ କଥା ବାସ୍ତବରେ ସନ୍ତୁଷ୍ଟି ଦେଇଥିଲା ମନ ଭିତରେ। ନିଜ ମାଟି ପାଣି ପବନ ଭିତରେ ବଞ୍ଚିବାକୁ ନିଷ୍ପତ୍ତି ନେଇଛି ଝୁମୁକା। ତା’ର କହିବା କଥା ହେଲା ଇଠି ଖଟିକି ପେଜପଖାଳ ଖାଇ ବଞ୍ଚିହେବ ସିନା ବାହାରକୁ ଯାଇ ବିରିଆନି ଖାଇବା ବଡ କଷ୍ଟ। ଏକା ଶ୍ରେଣୀରେ ପଢୁଥିବା ଝୁମୁକା ହୃଷ୍ଟପୁଷ୍ଟ ପିଲା। ସ୍କୁଲ ବଗିଚା କି ହତା ସଫେଇ କାମରେ ଆଗୁଆର ସେ। ପାଠରେ ଟିକେ ପଛରେ। ଦଶମ ଶ୍ରେଣୀକୁ ଯିବା ଆଗରୁ ପାଠ ଛାଡି ଦେଇ ଚାଷକାମରେ ବାପାକୁ ସାହାଯ୍ୟ କରିବା ଆରମ୍ଭ କଲା। ସେମିତି ଆମେ କଲେଜ ପଢିଲାବେଳକୁ ସେ ବିଭା ହୋଇଗଲା। ଗଞ୍ଜାମରୁ ଆସି ଅନେକ ଦିନୁ ରହି ଆସିଥିବା ଝୁମୁକାର ପରିବାର ପରିବା ଚାଷ କରି ବେଶ୍‌ ରୋଜଗାର କରୁଥିଲେ। ତାରି ଭିତରେ ସେ କେବେ ଦାଦନ ଖଟିବାକୁ ଚାଲି ଯାଇଥିଲା ସେ ଖବର ନ ଥିଲା।
ଗାଁକୁ ଯିବା ପରେ ପୈତୃକ ଜମି ଆଡେ ବୁଲି ଯିବାବେଳେ ବାଟରେ ମନେପଡିଗଲା ଝୁମୁକା। ରାସ୍ତାରେ ଅଟକି ତାଙ୍କ ଘରକୁ ଗଲି। ଘର କହିଲେ ଯାହା, ଜମି କହିଲେ ତାହା। ଜମିର ଦାଢକୁ ଲାଗି ଘର। ଘରର ପଛକୁ ପଛ ପରିବା ବାଡ ଓ ଧାନ ଜମି। ବାଉଁଶର ଗେଟ ଖୋଲି ଭିତରକୁ ଗଲାବେଳେ ଘର ଭିତରୁ ଜଣେ ସ୍ତ୍ରୀ ଲୋକ ଓଢଣା ଟାଣି ଆସିଲେ। ମୁହଁ ଦିଶୁ ନ ଥିଲା। ପଚାରିଲି – ‘ଝୁମୁକା କାଇଁ !’ ସେ ଉତ୍ତର ଦେଲେ – ‘ନାଇଁ ଆଜ୍ଞା କେବେଠୁଣୁ କା ଦେଶକୁ ତାଙ୍କେ ପଳେଇଚେ।’ ବୁଝିଗଲି ସହଜରେ। ପୁଣି ଥରେ ଝୁମୁକା ପ୍ରବାସୀ ହୋଇଯାଇଛି। ଆଉ କିଛି ଅଧିକା ନ ପଚାରି ଫେରିଲା ବେଳକୁ ଭେଟ ହେଲା ଝୁମୁକାର ବାପା। ମୁଣ୍ଡିଆଟେ ମାରି ପଚାରିଲି – ‘ମଉସା! ଝୁମୁକା ପୁଣି ଚାଲିଗଲା! କେବେ ଗଲା ସେ!’ ତା’ର ବାପା କହିଲେ- ”ହଇ ବାପା!
ପଇଲା ସେ କେବେ ଠୁ ! ଇଠି କିସଟା କରିବ ସେ? ମୋତେ କା ଚାଷବାସକୁ ଖଟଣି ନିଅଣ୍ଟ। ଇଠି ବସିଲେ କିସ ମିଳିବ ବା! ନାତୁଣୀର ଖଟିବା ବେଳ ହେଇଗଲା। ତା’ର ବିଭାକୁ ଏବେଠୁ ସଜବାଜ ନ କଲେ କ’ଣ ହେବ! ସେଥିଲାଗୁରୁ ମୁଇକା କଇଲି ଯା’ରେ ବାବୁ ଦେଶକୁ ଖଟିବୁ। କରୁନା ଟିକେ ନାକୁ ଛାଡିବାରୁ ସାଙ୍ଗସାଥୀ ହେଇକି ସୁରୁଟ ପଇଲା।“ ଏତିକି ପ୍ରାଞ୍ଜଳ ଭାବେ ବୁଝେଇ କହିବା ପରେ ମୋ ପାଖରେ ପ୍ରଶ୍ନ ନ ଥିଲା। ସଫା ଉତ୍ତର ଥିଲା ଅର୍ଥ ରୋଜଗାର କରିବାର ଆବଶ୍ୟକତା। ଏଠି ହୁଏତ କରିପାରନ୍ତା। କିନ୍ତୁ ଠିକ୍‌ ମାର୍ଗ ତା’ ନଜରରେ ନାହିଁ ବିକଳ୍ପ ରୋଜଗାର କରିବା ଲାଗି। ସେଥିପାଇଁ ସହଜ ବାଟ ହେଉଛି ସୁରଟ୍‌ର ଲୁଗା କଳ, ଆନ୍ଧ୍ରର ଇଟାଭାଟି କି ଚଙ୍ଗୁଡ଼ି କମ୍ପାନୀ ନ ହେଲେ କେରଳର ଫାର୍ମ ହାଉସ। ଏମିତି ଅନେକ ଅନେକ ଲକ୍ଷ୍ୟସ୍ଥଳ, କିଟିକିଟି ଅନ୍ଧାର ଭିତରେ ଦୂରରୁ ଜଳୁଥିବା ନିଆଁ ଝୁଲ ପରି। ସେ ନିଆଁ ହୁତୁ ହୁତୁ ହୋଇ ଜଳୁଛି ନା ମିଞ୍ଜି ମିଞ୍ଜିି ଭାବେ କେବଳ ନିଆଁର ଉପଲକ୍ଷ୍ୟ ହୋଇ ରହିଛି, ନିକଟକୁ ଗଲା ପରେ ହିଁ ସ୍ପଷ୍ଟ ହେବା ଭଳି ଦେଶକୁ ଯାଇ ଖଟିଲା ପରେ ହିଁ ପ୍ରକୃତ ମୂଲ୍ୟ ଜଣାପଡ଼େ ପ୍ରବାସୀଙ୍କୁ। ଝୁମୁକା ଭଳି ହଜାର ହଜାର ପରିବାରଙ୍କ ବିଶ୍ୱାସ ଦେଶକୁ ଗଲେ ଖଟିବାକୁ କାମ ମିଳେ ଆଉ ହାତକୁ ଦି ପଇସା ଲାଗେ। ଏଇ ଦୃଢ଼ ବିଶ୍ୱାସରେ ଦେଶକୁ ଚାଲିଯାଆନ୍ତି ଭିଟାମାଟି ଛାଡ଼ି। ଅନେକେ ପ୍ରତାରିତ ବି ହୁଅନ୍ତି। ଝୁମୁକା ଦେଶକୁ ଗଲା ପରେ ଲାଗିଲା ଏହା ଏକ ମାନସିକତା ନା ବାସ୍ତବରେ ଝୁମୁକା ଭଳି ମଣିଷଙ୍କ ମନରେ ଦୃଢ଼ ବିଶ୍ୱାସ ଓ ଆଶାର ଆଲୋକ ଜନ୍ମାଇବା ପାଇଁ ଏବେ ବି ଆମେ ବହୁ ଦୂରରେ! ଏକଥା ଚିନ୍ତା କରିବାକୁ ଆପଣଙ୍କ ଲାଗିି ଛାଡ଼ି ଦେଉଛି।
ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡ,
ମୋ:୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri