କରୋନା ସଂକ୍ରମିତ ମା’ଙ୍କ ସ୍ତନ୍ୟପାନ

ଡା.ଜ୍ୟୋତିରଞ୍ଜନ ଚମ୍ପତିରାୟ

ବର୍ତ୍ତମାନ ସମୟରେ କରୋନା ଯଦିଓ ତଳ ମୁହଁା ହେଲାଣି ତଥାପି ସାଧାରଣରେ ଲୋକମାନଙ୍କ ଭିତରେ ଭୟ ରହିଛି। ବିଶେଷକରି କରୋନାର ଶିକାର ହୋଇଥିବା ମା’ମାନେ ନିଜ ଶିଶୁଙ୍କୁ ସ୍ତନ୍ୟପାନ ଦେବା ନେଇ ବଡ଼ ଚିନ୍ତାରେ ପଡ଼ୁଛନ୍ତି। ମା’କ୍ଷୀର ଅମୃତ ସମାନ। ନବଜାତ ଶିଶୁର ବିକାଶର ପ୍ରଥମ ପାହାଚ। ଶିଶୁ ଜନ୍ମ ହେବା ପରଠାରୁ ଛଅ ମାସ ବୟସ ପୂରା ହେବା ପର୍ଯ୍ୟନ୍ତ କେବଳ ମା’କ୍ଷୀର ଏବଂ ତା’ ପରେ ପରିପୂରକ ଖାଦ୍ୟ ସହିତ ଦୁଇ ବର୍ଷ ପର୍ଯ୍ୟନ୍ତ ମା’କ୍ଷୀର ଦେବା ନିତାନ୍ତ ଜରୁରୀ। କାରଣ ଏହି ବୟସରେ ଶିଶୁର ୮୫ ପ୍ରତିଶତ ମସ୍ତିଷ୍କ ବିକାଶ ହୋଇଥାଏ। ମା’କ୍ଷୀର ଶିଶୁ ପାଇଁ ଏକ ସମ୍ପୂର୍ଣ୍ଣ ଖାଦ୍ୟ ଏବଂ ଏହା ଶିଶୁର ମାନସିକ, ଶାରୀରିକ ବୃଦ୍ଧି ପାଇଁ ନିହାତି ଆବଶ୍ୟକ। ମା’ ଓ ମା’ କ୍ଷୀରର ବିକଳ୍ପ ନାହିଁ। ବର୍ତ୍ତମାନ କରୋନା ମହାମାରୀର ଭୟ ସମାଜର ପ୍ରତିଟି ମଣିଷକୁ ଗ୍ରାସ କରିଛି। କୌଣସି ମା’ଙ୍କୁ ସାଧାରଣ ଥଣ୍ଡା, କାଶ ହେଲେ ବି ତା’ ମନରେ ପ୍ରଶ୍ନ ଉଠୁଛି। ତା’ ଶିଶୁକୁ ସ୍ତନ୍ୟପାନ କରାଇବା ସୁରକ୍ଷିତ ତ? ଏହି ପ୍ରଶ୍ନର ଉତ୍ତର ଦେବାକୁ ହେଲେ ଆମକୁ କରୋନାରୁ ଶିଶୁମାନଙ୍କୁ ଥିବା ବିପଦ ସହିତ ସ୍ତନ୍ୟପାନ ଓ ମା’ କ୍ଷୀରରୁ ବଞ୍ଚତ୍ତ ହେବା ଦ୍ୱାରା ଅନ୍ୟାନ୍ୟ ରୋଗ ହେବାର ସମ୍ଭାବନାକୁ ତୁଳନା କରିବାକୁ ହେବ। ମାଆର ପ୍ରଥମ କ୍ଷୀର ଯାହାକୁ କଷ କ୍ଷୀର କୁହାଯାଇଥାଏ ତାହା ଶିଶୁ ପାଇଁ ଅମୃତ ସଞ୍ଜୀବନୀ କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ଏଥିରେ ଅନେକ ରୋଗ ପ୍ରତିରୋଧକାରୀ ଶକ୍ତି ରହିଛି। ସେଗୁଡ଼ିକ ହେଉଛି ଇମ୍ୟୁନୋଗ୍ଲୋବୁଲିନ୍‌ସ, ଏପିଡର୍ମାଟ ଗ୍ରୋଥ ଫ୍ୟାକ୍ଟର୍ସ, ଲାକ୍ଟୋଫେରିସ୍‌, ଲାଇସୋଜାଇମ୍‌, ବାଇଲ ସଲ୍ଟ, ଷ୍ଟିମୁଲେଟେଡ ଲାଇପେଜ ମାର୍କୋଫେଜେସ୍‌। ଏଗୁଡ଼ିକ ପିଲାଙ୍କୁ ଅନେକ ସଂକ୍ରମିତ ଏପରି କି ଅଣସଂକ୍ରମିତ ରୋଗରୁ ସେମାନଙ୍କୁ ସୁରକ୍ଷା କବଚ ପରି ଶକ୍ତି ପ୍ରଦାନ କରିଥାଏ।
ଅନେକ ଗବେଷଣାର ତତ୍ତ୍ୱ ଅନୁଯାୟୀ ମାଆର ଏହି କଷ କ୍ଷୀର ଅନେକ ମାତ୍ରାରେ ଗ୍ରହଣ କରିଥିବା ପିଲାମାନଙ୍କ କ୍ଷେତ୍ରରେ ପରବର୍ତ୍ତୀ ସମୟରେ ଉଚ୍ଚରକ୍ତଚାପ, ହୃଦ୍‌ ସମସ୍ୟା, ଡାଇବେଟିସ ଓ ମେଦବହୁଳତା ସମ୍ଭାବନାକୁ କମ୍‌ କରିଦିଏ। ସବୁଠାରୁ ବଡ଼ କଥା ହେଉଛି ମାଆ ଜଣଙ୍କ ନିଜ ପିଲାକୁ ଯଥାର୍ଥ ଭାବରେ ସ୍ତନ୍ୟପାନ କରାଉଥିଲେ ସେମାନେ ନିଜର ସ୍ତନକର୍କଟଜନିତ ସମସ୍ୟା ଓ ସେମାନଙ୍କର ମେଦବହୁଳତା ସମସ୍ୟାକୁ ଦୂରୀଭୂତ କରିଦିଏ। କରୋନା ସଂକ୍ରମିତ ପିଲାମାନଙ୍କ କ୍ଷେତ୍ରରେ ଅନେକ ଲକ୍ଷଣ ବିହୀନ ଓ କେତେକ କ୍ଷେତ୍ରରେ ଅଳ୍ପ ଲକ୍ଷଣଧାରୀ ହୋଇଥାନ୍ତି। ତେଣୁ ମାଆ କ୍ଷୀରର ବିକଳ୍ପ ଭାବେ ଡବା କ୍ଷୀର ଦିଅନ୍ତୁ ନାହିଁ। ମାଆ କ୍ଷୀର ପ୍ରଚୁର ମାତ୍ରାରେ ଖାଉ, ଖାଇ ନ ଥିବା ଶିଶୁମାନଙ୍କ କ୍ଷେତ୍ରରେ ମୃତ୍ୟୁହାର ୧୪ଗୁଣଠାରୁ ଅଧିକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ତଥ୍ୟ ଓ ପରାମର୍ଶ ଅନୁଯାୟୀ ଯଦି ମାଆ କିମ୍ବା ଶିଶୁ କରୋନାରେ ପୀଡ଼ିତ ବା କରୋନାର ଲକ୍ଷଣରେ ଥାଆନ୍ତି ଓ ମାଆର ସ୍ବାସ୍ଥ୍ୟ ସମସ୍ୟା ଗୁରୁତର ନ ଥାଏ ସେ କ୍ଷେତ୍ରରେ ମାଆ ପିଲାଟିକୁ ସ୍ତନ୍ୟପାନ କରାଇବା ଦରକାର। କିନ୍ତୁ ଏହି ସମୟରେ ମାସ୍କ ପିନ୍ଧିବା ସହ ପିଲାଟିକୁ ଛୁଇଁବା ପୂର୍ବରୁ ଭଲ ଭାବରେ ବାରମ୍ବାର ସାବୁନରେ ଧୋଇବା ଓ ଯେଉଁମାନେ ବି ପିଲାଟି ସଂସ୍ପର୍ଶରେ ଆସୁଥାନ୍ତି ସେମାନେ ମଧ୍ୟ କରୋନାର ସମସ୍ତ ସ୍ବାସ୍ଥ୍ୟ ସତର୍କତାକୁ ପାଳନ କରିବା ଜରୁରୀ। ଅନେକ କ୍ଷେତ୍ରରେ ଦେଖାଯାଏ ମାଆଟି ଗୁରୁତର ଭାବେ କରୋନାରେ ସଂକ୍ରମିତ ହୋଇ ପିଲାଟିକୁ ସ୍ତନ୍ୟପାନ କରାଇବାରେ ଅସମର୍ଥ ହୋଇଥାନ୍ତି। ସେ କ୍ଷେତ୍ରରେ ବ୍ରେଷ୍ଟ ପମ୍ପ ଅର୍ଥ ନିଜ ସ୍ତନ୍ୟରୁ କ୍ଷୀର ସଂଗ୍ରହ କରି ପିଲାଟିକୁ ଗିନା ବା ଚାମଚରେ ଦେଇପାରନ୍ତି। ତେବେ ନବଜାତ ଶିଶୁକୁ ଏହି ଏକ୍ସପ୍ରେସ୍‌ଡ ବ୍ରେଷ୍ଟ ମିଲ୍କ ଦେବେ ସେମାନେ ସୁସ୍ଥ ଓ କରୋନା ଲକ୍ଷଣବିହୀନ ହୋଇଥିବା ଜରୁରୀ। କରୋନା ଭୂତାଣୁ ମାଆ ଠାରୁ ଶିଶୁକୁ ମାଆ କ୍ଷୀର ଦ୍ୱାରା ହେବାର ସମ୍ଭାବନା ଖୁବ୍‌ କମ୍‌ ରହିଥାଏ। ସ୍ତନ୍ୟପାନ କରାଇବା ଦ୍ୱାରା ମାଆଙ୍କ ମାନସିକ ଓ ଶିଶୁର ଶାରୀରିକ ଓ ସର୍ବୋପରି ପରିବାରର ଅର୍ଥନୈତିକ କ୍ଷେତ୍ର ସୁରକ୍ଷିତ ହୋଇଥାଏ। କରୋନାକୁ ନେଇ ଭୟଭୀତ ନ ହୋଇ ନିଜ ଶିଶୁକୁ କେବଳ ବର୍ତ୍ତମାନର କରୋନା ସଂକ୍ରମଣ ନୁହଁ ଭବିଷ୍ୟତର ଅନ୍ୟାନ୍ୟ ରୋଗ ପାଇଁ ସୁରକ୍ଷା କବଚ ସାଜୁଥିବା ମାଆର କଷ କ୍ଷୀର ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଶିଶୁ ସ୍ବାସ୍ଥ୍ୟ କ୍ଷେତ୍ରରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ସରକାରୀ ଡାକ୍ତରଖାନାର ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।
ସହଯୋଗୀ ପ୍ରଫେସର, ଶିଶୁରୋଗ ବିଭାଗ, ଶିଶୁଭବନ, କଟକ
ମୋ: ୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri