ଏଇ ଭାରତରେ

କେହି ଯଦି ଆପଣଙ୍କୁ ପଚାରେ କି ଆପଣ ୨୬ ଜାନୁୟାରୀକୁ ଦେଖିଛନ୍ତି! ତା’ହେଲେ ଆପଣଙ୍କୁ ପ୍ରଶ୍ନଟା ହୁଏତ ଅଜବ ମନେ ହୋଇପାରେ। କିନ୍ତୁ ପ୍ରକୃତରେ ଏଇ ଭାରତରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କର ନାଁ ହେଉଛି ୨୬ ଜାନୁୟାରୀ। ମଧ୍ୟପ୍ରଦେଶର ମନ୍ଦସୋର ଜିଲାରେ ଥିବା ଶିକ୍ଷା ଏବଂ ପ୍ରଶିକ୍ଷଣ ସଂସ୍ଥାରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କର ନାଁ ହେଉଛି ୨୬ ଜାନୁୟାରୀ। ଏଭଳି ଅଜବ ନାଁ ଥିବା ବ୍ୟକ୍ତିଙ୍କର ଜନ୍ମ ହୋଇଥିଲା ୧୯୬୬ ମସିହା ଜାନୁୟାରୀ ୨୬ ତାରିଖରେ। ତାଙ୍କ ବାପା ଜଣେ ଆଦର୍ଶ ଶିକ୍ଷକ ଥିଲେ। ତେଣୁ ଦେଶପ୍ରେମରେ ଉଦ୍‌ବୁଦ୍ଧ ହୋଇ ଶିକ୍ଷକ ବାପା ପୁଅର ଏଭଳି ନାଁ ରଖିଥିଲେ। ତେବେ ଉକ୍ତ ନାଁ ପାଇଁ ୨୬ ଜାନୁୟାରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଛୋଟବେଳେ ସାଙ୍ଗମାନେ ତାଙ୍କ ନାଁକୁ ନେଇ ବହୁ ମଜା କରିଛନ୍ତି। ଏହା ସହିତ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ସମୟରେ କିମ୍ବା ଅନ୍ୟ କେତେକ ସ୍ଥାନରେ ବି ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିନ୍ତୁ ବାପାଙ୍କୁ ସମ୍ମାନ ଜଣାଇ ସେ ତାଙ୍କ ନାଁ ପରିବର୍ତ୍ତନ କରି ନ ଥିଲେ। ପରେ ୨୬ ଜାନୁୟାରୀଙ୍କ ଭଦ୍ର ବ୍ୟବହାରରେ ତାଙ୍କର ଆଦର ବଢିଥିଲା। ଭଲ ବ୍ୟବହାର ପାଇଁ ତାଙ୍କୁ ସ୍ଥାନୀୟ କଲେକ୍ଟର ମଧ୍ୟ ପ୍ରଶଂସା କରିଛନ୍ତି। ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ପରେ ୨୬ ଜାନୁୟାରୀଙ୍କ ଜନ୍ମଦିନକୁ ତାଙ୍କ ଅଫିସରେ ଧୁମଧାମର ସହ ପାଳନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫିକା ପଡ଼ିଛି ସୁନା

ବିଶ୍ୱ ଅର୍ଥବ୍ୟବସ୍ଥାର ଇତିହାସରେ ସୁନା ସବୁବେଳେ ଆଶଙ୍କାର ଏକ ସମ୍ବେଦନଶୀଳ ମାପଦଣ୍ଡ ରହିଆସିଥିବା ଯେ କେହି ସ୍ପଷ୍ଟ ଭାବେ ଉପଲବ୍ଧି କରିଥିବେ। ଲୋକଙ୍କ ଆଶଙ୍କା ବା...

ମାନହାନି ଅଡ଼ୁଆ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏମ୍‌ପି ଭାବେ ଅଯୋଗ୍ୟ ଘୋଷଣା କରାଯିବା ପରେ ପାର୍ଲାମେଣ୍ଟରେ ତାଙ୍କ ସଦସ୍ୟ ପଦ ରଦ୍ଦ କରାଯାଇଛି। ଏହି ଘଟଣା ଏବେ...

ଅର୍ଥନୈତିକ ଆହ୍ବାନ

ଡ. ଭରତ ଝୁନ୍‌ଝୁନ୍‌ଓ୍ବାଲା ଅର୍ଥନୀତିରେ ଏବେ ଉପୁଜିଥିବା ନୈରାଶ୍ୟଜନକ ସ୍ଥିତି ଆଡ଼କୁ ବାଟ କଢାଇ ନେଇଥିବା ଅର୍ଥନୀତିଜ୍ଞମାନଙ୍କ କଥା ଯଦି ସରକାର ଶୁଣିବା ଜାରି ରଖନ୍ତି...

ଜଳବାୟୁ ପରିବର୍ତ୍ତନ ଓ ଚାରାରୋପଣ

ଡ. ସଞ୍ଜୟ କୁମାର ସାମନ୍ତରାୟ ଜଳବାୟୁ ପରିବର୍ତ୍ତନ ଆଜି ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରଦୂଷଣ ଏହାର ମୁଖ୍ୟ କାରଣ। ଏହା ମାନବ ସମାଜ ଓ...

ସେଲିବ୍ରେସନ

ହରେକୃଷ୍ଣ ଦାସ ଆମ ସାମାଜିକ, ସାଂସ୍କୃତିକ ଜୀବନରେ ପାଳନ କରାଯାଉଥିବା ବିଭିନ୍ନ ଉତ୍ସବକୁ କଡ଼ା ଟକ୍କର ଦେଇ ଯେଉଁ ଗୁରୁତ୍ୱପୂର୍ଣ୍ଣ ବିଭବଟି ଆମକୁ ଧୀରେ ଧୀରେ...

ଏଇ ଭାରତରେ

ନିଶାସକ୍ତ ଜୀବନର ଅନ୍ଧକାରମୟ ଭବିଷ୍ୟତକୁ ଭଲଭାବେ ନିରୀକ୍ଷଣ କରିଛନ୍ତି ନାଗପୁରର ବିଜୟ ବର୍ଷେ। ସେଥିପାଇଁ ସେ ଅନେକ ହଜାର ବସ୍ତିପିଲାଙ୍କୁ ଫୁଟବଲ ମାଧ୍ୟମରେ ନିଶା କବଳରୁ...

ଗଙ୍ଗାସାଗର ଯାତ୍ରୀ

ଶୈଳେନ୍ଦ୍ର ଦ୍ୱିବେଦୀ ବନ୍ଧୁ କହିଲେ, କେବଳ ପଶ୍ଚିମବଙ୍ଗ ନୁହେଁ, ବରଂ ସାରା ଭାରତରେ ଗଙ୍ଗାସାଗର ଏକ ଅପୂର୍ବ ପର୍ଯ୍ୟଟନ ସ୍ଥଳୀ। ସେ ଯାହା କହିଲେ ସେଥିରେ...

ଏଇ ଭାରତରେ

ଆଜିକାଲି ମଣିଷର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଆବଶ୍ୟକ କରୁଥିବା ବ୍ୟକ୍ତିଠାରେ ପ୍ରତିରୋପଣ କରାଯାଇ ପାରୁଛି। ତେଣୁ ବର୍ତ୍ତମାନ ଚିକିତ୍ସା ବିଜ୍ଞାନରେ ମାନବ ଅଙ୍ଗର ଉପଯୋଗିତା ଖୁବ୍‌...

Advertisement
Archives

Model This Week