ଯୁବକଙ୍କୁ ହତ୍ୟା ଉଦ୍ୟମ କରି ମୁଖ୍ୟ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୪ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମର ଜି.ବଂଶୀ ଦୋରାଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ବି. କାର୍ତ୍ତିିକେଶ୍ୱର ଦୋରାଙ୍କୁ ବୁଧବାର ତଦନ୍ତକାରୀ ଅଧିକାରୀ ଏସ୍‌.ଆଇ ଦୁଷ୍ମନ୍ତ କୁମାର ପ୍ରଧାନଙ୍କୁ କୋର୍ଟ ଚାଲାଣ କରିଛନ୍ତି। ମଙ୍ଗଳବାର ରାତି ସାଢ଼େ ୮ଟାରେ ତାଙ୍କୁ ଗିରଫ କରାଯାଇଥିଲା। କେସ୍‌ ନଂ.୪୭୫/୨୪ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ସୋମବାର ରାତି ପ୍ରାୟ ସାଢ଼େ ୮ ଟାରେ ଜି.ବଂଶୀ ବାଇକ୍‌ ଯୋଗେ ଘରକୁ ଫେରୁଥିବା ବେଳେ ଗ୍ରାମର ହନୁମାନ ମନ୍ଦିର ସମ୍ମୁଖରେ କାର୍ତ୍ତିକଙ୍କ ସମେତ ଅନ୍ୟ ୮ ଜଣ ତାଙ୍କୁ ପୂର୍ବ ଯୋଜନା ପ୍ରକାରେ ବିଭିନ୍ନ ମାରଣାସ୍ତ୍ରରେ ଘାତକ ଆକ୍ରମଣ କରିଥିଲେ। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗ୍ରାମର ଏମ୍‌ଜିଏନ୍‌ଆର୍‌ଜିଏସ୍‌ ଯୋଜନାରେ ରାସ୍ତାକାମକୁ ନେଇ ଘଟଣା ଦିନ ସନ୍ଧ୍ୟାରେ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମର ୨ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିଲା। ପରେ ଗୋଟିଏ ଗୋଷ୍ଠୀ ଗାଁକୁ ଫେରି ବଂଶୀଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ ବୋଲି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏଇ ଆଲୋଚନା ଟେବୁଲରେ ରୁଷିଆ, ୟୁକ୍ରେନ୍‌, ଆମେରିକା ଚାପରେ…

କିଭ୍‌/ମସ୍କୋ,୨୪ା୧: ଆସନ୍ତା ଫେବୃଆରୀରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଥିବାବେଳେ ଏହାର ଅବସାନ ଘଟାଇବା ପାଇଁ ଆମେରିକା ଚାପରେ ଉଭୟ ପକ୍ଷ ଆଲୋଚନା ଟେବୁଲକୁ ଆସିଛନ୍ତି।…

ନେତାଜୀ ବଞ୍ଚିଥିଲେ ଏସ୍‌ଆଇଆର୍‌ ନୋଟିସ ପାଇଥାନ୍ତେ: ମମତା

କୋଲକାତା,୨୪ା୧: ଆଜିର ଦିନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଯଦି ବଞ୍ଚତ୍ଥାଆନ୍ତେ ତେବେ ନିର୍ବାଚନ କମିଶନ (ଇସି) ତାଙ୍କୁ ଛାଡ଼ି ନ ଥାଆନ୍ତେ। ଭୋଟର ତାଲିକାର ସ୍ବତନ୍ତ୍ର…

‘ୟୁନୁସ ଜଣେ ଫାସିବାଦୀ ହତ୍ୟାକାରୀ’: ବଡ଼ କଥା କହିଦେଲେ ହାସିନା, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୨୪ା୧: ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ଜଣେ ଫାସିବାଦୀ ହତ୍ୟାକାରୀ। ସେ କ୍ଷମତାରେ ଥିବା ପର୍ଯ୍ୟନ୍ତ ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ ହୋଇପାରିବ…

ନ୍ୟୁଜିଲାଣ୍ଡକୁ ଧୂଳି ଚଟାଇ ଐତିହାସିକ ବିଜୟ ହାସଲ କଲା ଭାରତ

ରାୟପୁର,୨୪ା୧: ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୩୭ ବଲ୍‌, ୪ ଛକା, ୯ ଚୌକା ୮୨* ରନ୍‌) ଓ ଇଶନ କିଶନ(୩୨ ବଲ୍‌, ୧୧ ଚୌକା, ୪ ଛକା,…

ବସ୍‌ରେ ଯିବା ସମୟରେ ଅପହରଣ କରିନେଇ ନାବାଳିକାଙ୍କୁ ବଳାତ୍କାର: ବନ୍ଧାହେଲେ ଯୁବକ

ଗୋପାଳପୁର,୨୪ା୧(ନବୀନ ରାଜ ଆଚାରୀ): ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗରେ ଗଞ୍ଜାମ ଜିଲା ଗୋପାଳପୁର ଥାନା ପୋଲିସ ଶୁକ୍ରବାର ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ସେ…

ଘର ଆଗରେ ଖେଳୁଥିବା ସମୟରେ ଡାକି ନେଇ ନାବାଳିକାଙ୍କୁ ବଳାତ୍କାର କଲେ ୨ ଯୁବକ, ଖୋଜି ଖୋଜି ପହଞ୍ଚିଗଲେ ମା’

ରଣପୁର, ୨୪ା୧(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଥାନା ଅଞ୍ଚଳରେ ଗୁରୁବାର ଏକ ଲଜ୍ଜାଜନକ ଘଟଣା ଘଟିଯାଇଛି। ଜଣେ ନାବାଳିକାଙ୍କୁ ୨ଜଣ ଦୁଆରୁ ଡାକି ନେଇ…

କେନାଲ କାମରେ ଅନିୟମିତତା: କାମକୁ ସପ୍ତାହେ ପୂରିନି, କେନାଲ କଂକ୍ରିଟ୍‌ରେ ଫାଟ

ଲୋଇସିଂହା,୨୪ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ୍‌ ସାଲେଭାଟ ଅଙ୍ଗ ମୁଖ୍ୟକେନାଲ ଓ ହରଭଙ୍ଗା ମାଇନର କେନାଲର ଉନ୍ନତୀକରଣ କାର୍ଯ୍ୟ ଜାରି ରହିଛି। ହେଲେ କେନାଲ କାମରେ ବ୍ୟାପକ…

ଫଳକରେ ନାମ ନ ରଖିବା ରାଜ୍ୟ ସଭା ପ୍ରତି ଅପମାନ: ଦେବାଶିଷ

କଟକ,୨୪।୧(ଶିଳ୍ପା ପ୍ରିୟଦର୍ଶିନୀ): ନେତାଜୀ ଜୟନ୍ତୀ ଅବସରରେ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟ ପରିସରରେ ପୋଷ୍ଟାଲ ଗ୍ୟାଲେରି ଓ ନିକଟରେ ଥିବା ସଂସ୍କୃତି ଭବନକୁ ଉପରାଷ୍ଟ୍ରପତି ଉଦ୍‌ଘାଟନ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri