Posted inଖେଳ

ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ: ଶୀର୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ

ଶାରଜା,୪।୧୦(ପି.ଟି.): ଅଧିନାୟକ ଶ୍ରେୟାସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ଓ ଓପନର ପୃଥ୍ବୀ ଶ’ଙ୍କ ଦ୍ରୁତ ଅର୍ଦ୍ଧଶତକ ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ ୧୮ ରନରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। ସ୍ଥାନୀୟ ଶାରଜା କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍‌ର ୧୬ତମ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୪ ଉଇକେଟ ବିନିମୟରେ ୨୨୮ ରନ ସଂଗ୍ରହ କରିଥିଲା। ଜବାବରେ କୋଲକାତା ୨୦ ଓଭରରେ ୮ ଉଇକେଟ ହରାଇ ୨୧୦ ରନ କରି ପରାସ୍ତ ହୋଇଛି। ଏଥିସହ ଦିଲ୍ଲୀ ମୋଟ ୬ ପଏଣ୍ଟ ହାସଲ କରି ଉନ୍ନତ ରନ୍‌ ରେଟ୍‌ରେ ତାଲିକାର ଶୀର୍ଷକୁ ଉଠିଛି। ଚଳିତ ସେସନରେ ଦିଲ୍ଲୀ ନିଜର ସର୍ବାଧିକ ସ୍କୋର ହାସଲ କରିଛି ଓ ଏହା କୋଲକାତା ବିପକ୍ଷରେ ସର୍ବାଧିକ ସ୍କୋର ସାବ୍ୟସ୍ତ ହୋଇଛି। ଅପେକ୍ଷାକୃତ ଏହି ଛୋଟ ଗ୍ରାଉଣ୍ଡରେ ଛକା, ଚୌକାର ବୃଷ୍ଟି ହୋଇଥିଲା। ୨୨୯ ରନର କଷ୍ଟସାଧ୍ୟ ଟାର୍ଗେଟର ପିଛା କରି କୋଲକାତା ଅବଶ୍ୟ ସଂଘର୍ଷ କରିଥିଲା। ଦଳ ତରଫରୁ ନୀତୀଶ ରାଣା ୫୮, ଶୁବମନ ଗିଲ୍‌ ୨୮, ଆନ୍ଦ୍ରେ ରସେଲ ୧୩, ଅଧିନାୟକ ଦୀନେଶ କାର୍ତ୍ତିକ ୬, ପ୍ୟାଟ୍‌ କୁମିନ୍ସ ୫, ସୁନୀଲ ନାରିନ ୩, ଇଅନ ମୋର୍ଗାନ ଦ୍ରୁତ ୪୪, ରାହୁଲ ତ୍ରିପାଠୀ ୩୬ ରନକରି ଆଉଟ ହୋଇଥିଲେ। ବୋଲିଂରେ ଦିଲ୍ଲୀ ତରଫରୁ ଅନରିଚ୍‌ ନୋର୍ଜ ୩, ହର୍ଷଲ ପଟେଲ ୨, କାଗିସୋ ରାବାଡା, ମାର୍କସ ଷ୍ଟୋଇନିସ୍‌ ଓ ଅମିତ ମିଶ୍ରା ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ ତରଫରୁ ଦୁଇ ଓପନର ଶିଖର ଧାଓ୍ବନ ଓ ପୃଥ୍ବୀ ଶ ଦ୍ରୁତ ଗତିରେ ରନ ସଂଗ୍ରହ କରି ଭଲ ଆରମ୍ଭ କରିଥିଲେ। ଅଭିଜ୍ଞ ଧାଓ୍ବନ ୧୬ ବଲରୁ ୨ ଚୌକା ଓ ୨ ଛକା ସହ ୨୬ ରନକରି ବରୁନ ଚକ୍ରବର୍ତ୍ତୀଙ୍କ ବଲ୍‌ରେ ସ୍କୋୟାର ଲେଗ୍‌ରେ ଇଅନ ମୋର୍ଗାନଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ଯୁବ ଓପନର ପୃଥ୍ବୀ ୪ ଚୌକା ଓ ୪ ଛକା ସହ ୪୧ ବଲରୁ ୬୬ ରନର ଅର୍ଦ୍ଧଶତକୀୟ ପାଳି ଖେଳି କମଳେଶ ନାଗରକୋଟିଙ୍କ ବଲ୍‌ରେ ଲଙ୍ଗ୍‌ଅନ୍‌ରେ ଶୁବମନ ଗିଲଙ୍କୁ କ୍ୟାଚ୍‌ ଦେଇଥିଲେ। ଉଇକେଟକିପର ରିଷଭ ପନ୍ତ ମଧ୍ୟ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରି ୧୭ ବଲରୁ ୫ ଚୌକା ଓ ୧ ଛକା ସହ ୩୮ ରନ କରିଥିବା ବେଳେ ଆନ୍ଦ୍ରେ ରସେଲଙ୍କ ବଲ୍‌ରେ ଲଙ୍ଗ୍‌ଅନ୍‌ରେ ଶିବମ୍‌ ମାଭିଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ମାର୍କସ ଷ୍ଟୋଇନିସ୍‌ ୧ ରନକରି ରସେଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଶିମରନ ହେଟମେୟର ୭ ରନ କରି ଅପରାଜିତ ରହିଥିଲେ। ପୁରା ଇନିଂସରେ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ମୁଖ୍ୟ ଘଟଣା ଥିଲା। ଆୟାର ମାତ୍ର ୩୮ଟି ବଲର ସମ୍ମୁଖୀନ ହୋଇ ୭ ଚୌକା ଓ ୬ ଛକା ସହ ଦ୍ରୁତ ୮୮ ରନକରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେ ପଡିଆର ଚତୁର୍ଦ୍ଦିଗକୁ ଶଟ୍‌ମାନ ଖେଳିଥିଲେ। ଅନ୍ତିମ ଓଭରରେ ନନ୍‌ ଷ୍ଟ୍ରାଇକର ଏଣ୍ଡ୍‌ରେ ରହିବାରୁ ସେ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ବୋଲିଂରେ କୋଲକାତା ତରଫରୁ ରସେଲ ୨, ବରୁଣ ଚକ୍ରବର୍ତ୍ତୀ ଓ ନାଗରକୋଟି ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୨୨୮/୪
(ଆୟାର- ୮୮*, ପୃଥ୍ବୀ- ୬୬, ପନ୍ତ- ୩୮, ଧାଓ୍ବନ- ୨୬, ରସେଲ- ୨/୨୯, ନାଗରକୋଟି- ୧/୩୫, ବରୁଣ ଚକ୍ରବର୍ତ୍ତୀ-୧/୪୯)।
କୋଲକାତା ନାଇଟ୍‌ ରାଇଡର୍ସ ୨୦ ଓଭରରେ ୨୧୦/୮
(ରାଣା- ୫୮, ମୋର୍ଗାନ- ୪୪, ତ୍ରିପାଠି- ୩୬, ଶୁବମନ- ୨୮, ହର୍ଷଲ- ୨/୩୪, ରାବାଡା- ୧/୫୧, ନୋର୍ଜ- ୩/୩୩, )


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାଡେଜାଙ୍କ ନୂଆ ନାଁ ଦେଲେ ଧୋନୀଙ୍କ ସ୍ତ୍ରୀ

ମୁମ୍ବାଇ,୨୭।୪: ଆଇପିଏଲ ୨୦୨୧ର ୧୯ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର (ଆରସିବି) ବିପକ୍ଷରେ ଚମତ୍କାର ପ୍ରଦର୍ଶନ...

ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରୁଛନ୍ତି ଡେନର୍ବି

ନୂଆଦିଲ୍ଲୀ, ୯।୫:କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ସମୟରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ଫିଟ୍‌ନେସ କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ ୧୭ ବର୍ଷରୁ...

ଚାଇନା ଓପନ୍‌: ପ୍ରଥମ ରାଉଣ୍ଡରୁ ସାଇନା ବିଦା

ଚାଙ୍ଗ୍‌ଝୋ(ଚାଇନା),୧୮।୯: ଅନ୍ୟତମ ଭାରତୀୟ ଶଟ୍‌ଲର ସାଇନା ନେହ୍ବାଲଙ୍କୁ ଏଠାରେ ଚାଲିଥିବା ଚାଇନା ଓପନ୍‌ ଓ୍ବାଲର୍‌ଡ ଟୁର ସୁପର-୧୦୦୦ ଟୁର୍ନାମେଣ୍ଟରେ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରଥମ...

କ୍ରିକେଟ ଷ୍ଟାଡିୟମ୍‌ରେ ଲାଗିଛି ଲଙ୍କା-କଖାରୁ, ରାଗି ଏଭଳି କହିଲେ ଶୋଏବ୍‌ ଅଖତର…

ଲାହୋର,୧୯।୮: ଷ୍ଟାଡିୟମ୍‌ରେ ଖେଳ ହୁଏ। ତେବେ ଏବେ ବହୁଦିନ ଧରି ଷ୍ଟାଡିୟମ୍‌ ଖାଲି ପଡ଼ିବାରୁ ସେଠାରେ ଲଙ୍କା ଏବଂ କଖାରୁ ଗଛ ଉଠି ଫଳ ବି...

ରୋହିତ ଶର୍ମାଙ୍କୁ ର଼୍ୟାଗିଂ କରିଥିଲେ ଏହି ପ୍ରସିଦ୍ଧ ଖେଳାଳି

ଭାରତୀୟ କ୍ରିକେଟ୍‌ ଦଳର ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ଭାରତୀୟ ଦଳରେ ପ୍ରଥମେ ଯୋଗ ଦେବାବେଳେ ର଼୍ୟାଗିଂର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ର଼୍ୟାଗିଂ କରିଥିଲେ ଅଲରାଉଣ୍ଡର ଯୁବରାଜ...

ଧୋନୀଙ୍କ ପାଇଁ ଭାବପ୍ରବଣ ହେଲେ ଅନୁଷ୍କା,ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅଚାନକ ସନ୍ୟାସ ଘୋଷଣା ତାଙ୍କ କ୍ରିକେଟ ପ୍ରଶଂସକଙ୍କ ଚକିତ କରିଦେଇଛି। ରାଜନେତାଙ୍କଠାରୁ ଆରମ୍ଭ କରି...

ସ୍ନୋ ଗେମ୍ସରେ ଭାଗନେବେ ଓଡ଼ିଶାର ରଞ୍ଜିତା

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ତୁଷାରପାତ ବିଶିଷ୍ଟ ରାଜ୍ୟ ଭାବେ ପରିଗଣିତ ହେଉ ନ ଥିଲେ ହେଁ ଓଡ଼ିଶା ସ୍ନୋ ଏବଂ ଆଇସ୍‌ ସ୍ପୋଟର୍‌ସ ପ୍ରତି ଆଗ୍ରହ ଦେଖାଇଛି।...

କୋହଲିଙ୍କ ଖୁଲାସା: ଡିପ୍ରେସନ୍‌କୁ ଚାଲିଯାଇଥିଲି, ଲାଗୁଥିଲା ଯେଭଳି…

ନୂଆଦିଲ୍ଲୀ,୧୯।୨: କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନକୁ ନେଇ ବ୍ୟାଟ୍ସମ୍ୟାନ୍‌ଙ୍କ ଯେତିକି ପ୍ରଶଂସା କରାଯାଏ, ଖରାପ ପ୍ରଦର୍ଶନକୁ ନେଇ ସେମାନଙ୍କୁ ସେତିକି ସମାଲୋଚନା ମଧ୍ୟ କରାଯାଇଥାଏ। ଏହାକୁ ନେଇ...

Advertisement
Ten Cric Info


Archives

Model This Week