Posted inଖେଳ

ଅନୁଷ୍କାଙ୍କୁ ପଡିଆରୁ ଇସାରାରେ ଏମିତି କହିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବଶୀଘ୍ର ପିତା ହେବାକୁ ଯାଉଛନ୍ତି। ସ୍ତ୍ରୀ ଅନୁଷ୍କା ଶର୍ମା ଆସନ୍ତା ବର୍ଷ ଜାନୁଆରୀରେ ନିଜ ପ୍ରଥମ ସନ୍ତାନଙ୍କୁ ଜନ୍ମ ଦେବେ। ବିରାଟ କୋହଲି ଏବେ ୟୁଏଇରେ ଚାଲିଥିବା ଆଇପିଏଲ ୨୦୨୦ରେ ବ୍ୟସ୍ତ ଅଛନ୍ତି। ଅନୁଷ୍କା ମଧ୍ୟ ତାଙ୍କ ସହ ୟୁଏଇରେ ଅଛନ୍ତି ଏବଂ ଷ୍ଟାଡିୟମରେ ଉପସ୍ଥିତ ରହି ବିରାଟଙ୍କ ଉତ୍ସାହ ବଢାଉଥିବା ଦେଖିବାକୁ ମିଳିଛି। ବିରାଟ କ୍ରିକେଟରେ ବ୍ୟସ୍ତ ଥାଇପାରନ୍ତି, କିନ୍ତୁ ଅନୁଷ୍କାଙ୍କ ଯତ୍ନ ନେବାକୁ ଭୁଲିନାହାନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ପଡ଼ିଆରେ ଥାଇ କୋହଲି ଅନୁଷ୍କାଙ୍କୁ ଇସାରାରେ ଖାଦ୍ୟ ଖାଇବା ବିଷୟରେ ପଚାରୁଛନ୍ତି। ଷ୍ଟାଣ୍ଡରେ ଠିଆ ହୋଇଥିବା ଅନୁଷ୍କା ହସୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଭିଡିଓଟି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ବୋଲି ଜଣାପଡିଛି। ଏହି ମ୍ୟାଚ୍‌ରେ ଆରସିବିକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ପ୍ରଥମେ ବ୍ୟାଟିଂ କରି ଆରସିବି ୨୦ ଓଭରରେ ୬ ଉଇକେଟ ହରାଇ୧୪୫ ରନ ସଂଗ୍ରହ କରିଥିଲା, ଏହାର ଜବାବରେ ଚେନ୍ନାଇ ସୁପର କିଙ୍ଗ୍ସ ୮ ଉଇକେଟ୍‌ରେ ବିଜୟ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅରେଞ୍ଜ, ପର୍ପଲ କ୍ୟାପ୍‌ ରେସ୍‌ରେ ଅଛନ୍ତି କେଉଁ ଖେଳାଳି: ଜାଣନ୍ତୁ

ୟୁଏଇ,୨୦।୯: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୧)ର ୧୪ ତମ ସିଜନ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ...

ପୁରୁଣା ଫର୍ମକୁ ଆସିଲେ ଶହେ କ’ଣ, ୩୦୦ରନ୍‌ କରିଦେବେ କୋହଲି: କପିଲ ଦେବ

ନୂଆଦିଲ୍ଲୀ,୧୬।୯: ଦୀର୍ଘ ସମୟ ଧରି ଶତକ ମାରିନାହାନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଇଂଲଣ୍ଡ ଗସ୍ତ ବେଳେ ସେ ଭଲ ବ୍ୟାଟିଂ କରିଥିଲେ ହେଁ ଶତକ...

ଓ୍ବେଷ୍ଟଇଣ୍ଡିଜର ସମସ୍ତ ଖେଳାଳି ଖେଳିବେ

ବାଙ୍ଗାଲୁରୁ,୧୪।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ମେଗା ଅକ୍‌ଶନର ଦିନକ ପରେ ଓ୍ବେଷ୍ଟଇଣ୍ଡିଜର ପ୍ରତ୍ୟେକ ଖେଳାଳି ଆସନ୍ତା ସଂସ୍କରଣରେ ଖେଳିବେ। ଏହା ସ୍ପଷ୍ଟ କରିଛି କ୍ରିକେଟ...

ଶେଷ ହେଉ ନାହିଁ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସର ସମସ୍ୟା

ମୁମ୍ବାଇ,୨୧।୩: ଆଗାମୀ ଆଇପିଏଲରେ ପ୍ରଥମ ଥର ପାଇଁ ଭାଗ ନେବାକୁ ଯାଉଥିବା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଦଳର ସମସ୍ୟା ଶେଷ ହେଉ ନାହିଁ। ଇଂଲଣ୍ଡ ପେସର...

ପୁଣି ବାପା ହେବେ ରାହାଣେ, ଫଟୋ ଶେୟାର କରି ଦେଲେ ସୂଚନା

ନୂଆଦିଲ୍ଲୀ,୨୩।୭: ପୁଣି ବାପା ହେବେ ଭାରତୀୟ କ୍ରିକେଟ୍‌ ଟିମ୍‌ର ବ୍ୟାଟ୍ସମ୍ୟାନ ଆଜିଙ୍କ୍ୟ ରାହାଣେ। ଏହାକୁ ନେଇ ରାହାଣେଙ୍କ ସ୍ତ୍ରୀ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି। ଯେଉଁଥିରେ...

ଓଡ଼ିଆ ହକି ତାରକା ସୁନୀତା ଲାକ୍ରାଙ୍କ ଅବସର

ନୂଆଦିଲ୍ଲୀ, ୨।୧ (ପି.ଟି.)- ଭାରତୀୟ ମହିଳା ହକି ଦଳର ଷ୍ଟାର୍‌ ଖେଳାଳି ତଥା ଓଡ଼ିଆ ଡିଫେଣ୍ଡର୍‌ ସୁନୀତା ଲାକ୍ରା ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା...

କୋହଲି ଏବଂ ବିସିସିଆଇ ବିବାଦକୁ ନେଇ ପାକିସ୍ତାନ କ୍ରିକେଟର୍‌ କହିଲେ…

ଇସଲାମାବାଦ୍‌,୧୬।୧୨:ପାକିସ୍ତାନୀ କ୍ରିକେଟର ସଲମାନ ବଟ ବିରାଟ କୋହଲି ଏବଂ ବିସିସିଆଇ ବିବାଦକୁ ମଧ୍ୟକୁ ଜମ୍ପ୍‌ ମାରିଛନ୍ତି। ସେ କହିଛନ୍ତି ଯେ, ପ୍ରକୃତ କଥା ରୋହିତ ଶର୍ମାଙ୍କୁ...

ସପ୍ତମଥର ବିଶ୍ୱ ଚାମ୍ପିଅନ୍‌ ହେଲା ଅଷ୍ଟ୍ରେଲିଆ

ଖ୍ରୀଷ୍ଟଚର୍ଚ୍ଚ,୩।୪: ମହିଳା ବିଶ୍ୱକପ ୨୦୨୨ର ଫାଇନାଲରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ୭୧ ରନରେ ପରାସ୍ତ କରି ସପ୍ତମ ଥର ପାଇଁ ଟାଇଟଲ ହାସଲ କରିଛି। ପ୍ରଥମେ ବ୍ୟାଟିଂ...

Advertisement
Archives

Model This Week