ନିବେଶକ ହରାଇଲେ ୭ ଲକ୍ଷ କୋଟିରୁ ଅଧିକ, ୩ଦିନରେ କମିଲା ପ୍ରାୟ ୧୧ଲକ୍ଷ କୋଟି

ନୂଆଦିଲ୍ଲୀ,୧୦ା୫: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟୁଛି। ଫଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସ୍‌ଇରେ ପଞ୍ଜୀକୃତ ଷ୍ଟକ୍‌ଗୁଡିକର ଶେୟାର ବଡ ଧରଣର କମିଥିଲାବେଳେ ନିବେଶକମାନେ ଲକ୍ଷାଧିକ ଟଙ୍କାର କ୍ଷତି ସହିଛନ୍ତି। ଏପରିକି ଦିନକରେ ନିବେଶକ ୭(୭,୩୪,୫୧୩.୪୮କୋଟି) ଲକ୍ଷ କୋଟିରୁ ଅଧିକ ଟଙ୍କା ହରାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଷ୍ଟକ୍‌ ବଜାରର ସୂଚନା ଅନୁଯାୟୀ, ଗୁରୁବାର ନିବେଶକମାନେ ପ୍ରାୟ ୭.୩୪ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଥିବାବେଳେ ପୁଞ୍ଜିବଜାରର ମୂଲ୍ୟ ୩,୯୩,୩୪,୮୯୬.୧୪ କୋଟିରେ ପହଞ୍ଚତ୍ଛି। ପୂର୍ବ ଦିନର ବଜାର କାରବାର ଶେଷ ସୁଦ୍ଧା ବଜାର ମୂଲ୍ୟ ୪,୦୮,୪୯,୭୬୭.୯୦ କୋଟିରେ ଥିଲା। ସେହିଭଳି ଗୁରୁବାର ଦଲାଲ ଷ୍ଟ୍ରିଟ୍‌ର କାରବାର ପ୍ରାରମ୍ଭରୁ ତଳମୁହଁା (ହ୍ରାସ) ହୋଇଥିତ୍ଲାବେଳେ କାର୍ଯ୍ୟଦିବସର ଶେଷ ପର୍ଯ୍ୟନ୍ତ ଏହି ଧାରା ଜାରି ରହିଥିଲା।

ଏପରିକି ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୧୦୬୨.୨୨ ପଏଣ୍ଟ ବା ୧.୪୫% କମି ୭୨,୪୦୪.୧୭ ଅଙ୍କରେ ରହିଥିଲାବେଳେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିଫ୍ଟି-୫୦ରେ ମଧ୍ୟ ୩୪୫.୦୦ ପଏଣ୍ଟ ବା ୧.୫୫% ହ୍ରାସ ଘଟି ୨୧.୯୫୭.୫୦ ଅଙ୍କାରେ କାରବାର ବନ୍ଦ ହୋଇଥିଲା। ସେହିପରି ନିଫ୍ଟି ମିଡ୍‌କ୍ୟାପ ୯୨୭.୧୫ ପଏଣ୍ଟ ବା ୧.୮୫% କମି ୪୯,୧୦୯.୧୫ ଅଙ୍କରେ ରହିଥିଲାବେଳେ ନିଫ୍ଟି ସ୍ମଲକ୍ୟାପ ୨୨୮.୮୫ ପଏଣ୍ଟ ବା ୩.୦୦% ହ୍ରାସ ଘଟି ୭୩୯୦.୯୦ ଅଙ୍କରେ ପହଞ୍ଚତ୍ଛି।

ଅପରପକ୍ଷରେ ନିଫ୍ଟି ବ୍ୟାଙ୍କ ୫୩୩.୨୦ ପଏଣ୍ଟ ବା ୧.୧୧% ଖସି ୪୭,୪୮୭.୯୦ ଅଙ୍କରେ ରହିଛି। ସୂଚନାଯୋଗ୍ୟ, ଚଳିତ ସପ୍ତାହର କାରବାର ଅନୁଯାୟୀ ଗତ ୩ ଦିନ ମଧ୍ୟରେ ନିବେଶକ ପ୍ରାୟ ୧୧ଲକ୍ଷ କୋଟି ଟଙ୍କା ହରାଇଥିବା ପୁଞ୍ଜିବଜାର ମୂଲ୍ୟସୂଚୀରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

ଜୟଆଲୁକ୍କାସ ପକ୍ଷରୁ ଜୟୱାଲି ଦିୱାଲି ଉତ୍ସବ

ଭୁବନେଶ୍ୱର, ୧୩ା୧୦: ପାର୍ବଣକୁ ଦୃଷ୍ଟିରେ ରଖି ଜୟଆଲୁକ୍କାସ ପକ୍ଷରୁ ‘ଜୟୱାଲି ଦିୱାଲି’ ଉତ୍ସବ ଆରମ୍ଭ ହୋଇଛି। ଏହି ଅବସରରେ ଅଳଙ୍କାର ମେକିଙ୍ଗ ଚାର୍ଜ ଉପରେ ୫୦% ରିହାତି…

ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର

ବ୍ୟାଙ୍କକ୍‌,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…

୨୨ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ପିଆଜ ଦରରେ ୧୦୮%

ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି…

୨୦୨୪ର ବ୍ୟସ୍ତତା

ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

ବିଶ୍ୱବ୍ୟାଙ୍କ ରିପୋର୍ଟରେ ବଡ଼ ଖୁଲାସା, ଧନୀ ଦେଶର ଗରିବଙ୍କ ଆୟ ବି ଭାରତର ଧନୀଙ୍କଠୁ ଅଧିକ!

ନୂଆଦିଲ୍ଲୀ,୧୩।୧୦: ବିଶ୍ୱର ବିକଶିତ ଓ ଉନ୍ନତ ଆର୍ଥିକ ବ୍ୟବସ୍ଥା ଥିବା ଧନୀ ଦେଶଗୁଡ଼ିକର ସବୁଠାରୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଆୟ ଭାରତର ସବୁଠାରୁ ଧନୀ ୧୦…

ଠକି ପାରିବନି ହସ୍ପିଟାଲ! ଲାଗିବ ରେଟ୍‌ ଚାର୍ଟ

ନୂଆଦିଲ୍ଲୀ,୧୩।୧୦: ସ୍ବଚ୍ଛ, ଉତ୍ତରଦାୟୀ ଏବଂ ରୋଗୀ କୈନ୍ଦ୍ରିକ ସ୍ବାସ୍ଥ୍ୟସେବା ପ୍ରଦାନକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ହସ୍ପିଟାଲଗୁଡ଼ିକରେ ସ୍ବାସ୍ଥ୍ୟସେବା ଦର ସ୍ପଷ୍ଟ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?