ସଂକ୍ରମିତ ଗର୍ଭବତୀ ହୋମ୍‌ ଆଇସୋଲେଶନରେ ରହିପାରିବେ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):କରୋନା ସଂକ୍ରମିତ ଗର୍ଭବତୀ ହୋମ୍‌ ଆଇସୋଲେଶନରେ ରହିପାରିବେ। କିନ୍ତୁ ସେ ପରିବାରର ଅନ୍ୟ କାହା ସହିତ ମିଶିବେ ନାହିଁ ବୋଲି ଏସ୍‌ସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା. ଲୁସି ଦାସ କହିଛନ୍ତି। ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଲେ,  ଜଣେ ଗର୍ଭବତୀ ପଜିଟିଭ୍‌ ଚିହ୍ନଟ ହୋଇଥିଲେ  ପରିବାରର ଅନ୍ୟ ସଦସ୍ୟମାନେ ସତର୍କତା ଅବଲମ୍ବନ କରିବା ଉଚିତ। ତାଙ୍କର ପୂର୍ବରୁ ଶିଶୁଟିଏ ଥିଲେ ମା’ ଓ ଶିଶୁ ମଧ୍ୟରେ ଦୂରତା ରକ୍ଷା କରାଯିବା ଉଚିତ। ଶିଶୁକୁ ପରିବାରର ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତି ଯତ୍ନ ନେବେ। ଗର୍ଭବତୀ ଜଣକ ନିଜର ଯତ୍ନ ନେବେ ଓ ସ୍ବଚ୍ଛ ରହିବା ସହିତ ଭିଟାମିନଯୁକ୍ତ ଖାଦ୍ୟ ଖାଇବେ।

କରୋନା ଓ ସାଧାରଣ ରୋଗୀଙ୍କ ପାଇଁ ହସ୍ପିଟାଲଗୁଡ଼ିକରେ ଭିନ୍ନ ଭିନ୍ନ ବ୍ୟବସ୍ଥା ରହିଛି। ତେଣୁ ଗର୍ଭବତୀମାନେ ଭୟ ନ କରି ସରକାରୀ ହସ୍ପିଟାଲ ଯାଇପାରିବେ। ସେହିପରି ଗର୍ଭବତୀ ହେବାର ପ୍ରଥମ ୩ ମାସ ଓ ଶେଷ ୩ ମାସରେ ମା’ମାନଙ୍କର ଅନେକ ସମସ୍ୟା ହୋଇଥାଏ। ଏହି ସମୟରେ ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍‌ ହସ୍ପିଟାଲ ସହିତ ପରାମର୍ଶ କରାଯିବା ଦରକାର। କୋଭିଡ୍‌ ପଜିଟିଭ ମା’ ସତର୍କତା ଅବଲମ୍ବନ କରି ନିଜ ଶିଶୁଙ୍କୁ କ୍ଷୀର ଖୁଆଇପାରିବେ। ଛୁଆଟି କେବଳ ମା’ଠାରୁ କ୍ଷୀର ଖାଇବା ସମୟରେ ରହିବେ ଓ ପରିବାର ସଦସ୍ୟ ସମସ୍ତ ଯତ୍ନ ନେବେ। କିନ୍ତୁ ଶିଶୁକୁ ମାସ୍କ ପିନ୍ଧାଇ ପାରିବା ନାହିଁ। କାରଣ ଭବିଷ୍ୟତରେ ଅସୁବିଧା ହୋଇପାରେ ବୋଲି ଡା. ଦାସ କହିଛନ୍ତି।

ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ପ୍ରଫେସର ଡା. ସାରଦା ପ୍ରସନ୍ନ ସ୍ବାଇଁ କହିଲେ, କରୋନା ଆକ୍ରାନ୍ତ ହୋମ୍‌ ଆଇସୋଲେଶନରେ ଥିବା ସମୟରେ ଯୋଗ ଓ ପ୍ରାଣାୟାମ କଲେ ଭଲ। ଏହାଦ୍ୱାରା ରୋଗୀ କରୋନାକୁ ଭୁଲି ପାରିବେ। ହୋମ୍‌ ଆଇସୋଲେଶନରେ ଥିବାବେଳେ ମାନସିକ ରୋଗୀଙ୍କ ରୋଗ ଆହୁରି ବଢ଼ିଯିବାର ଆଶଙ୍କା ରହିଛି। ତେଣୁ ସତର୍କତା ଅମ୍ବଲମ୍ବନ କରିବା ସହ  ଡାକ୍ତରଙ୍କ ପରାମର୍ଶ କରି ରୋଗର ମାତ୍ରା କମାଇବାକୁ ପଡ଼ିବ। ମାନସିକ ରୋଗୀ ମଧ୍ୟ ଯୋଗ ଓ ପ୍ରାଣାୟାମ କରିପାରିବେ। କିନ୍ତୁ ଯଦି ସ୍ଥିତି ବିଗିଡ଼ିଯାଏ, ତେବେ ହସ୍ପିଟାଲ ସହ ପରାମର୍ଶ କଲେ ଭଲ। ଯେକୌଣସି ମାନସିକ ରୋଗ ସମ୍ପର୍କରେ କଟକ ଏସ୍‌ସିବିକୁ ଫୋନ କରି ପରାମର୍ଶ ନିଆଯାଇପାରିବ। ଏସ୍‌ସିବିର ମାନସିକ ରୋଗ ପ୍ରତିଷ୍ଠାନକୁ ୧୮୦୦୩୪୫୭୨୮୮କୁ ଫୋନ କଲେ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେବେ। ପୂର୍ବାହ୍ନ ୧୦ରୁ ଅପରାହ୍ନରେ ୫ଟା ମଧ୍ୟରେ ଫୋନ କଲେ ବିଶେଷଜ୍ଞମାନେ ପରାମର୍ଶ ଦେବେ ବୋଲି ଡା. ସ୍ବାଇଁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ୨ ଭାଇଙ୍କୁ କୋର୍ଟ ଚାଲାଣ

ଦେବଗଡ଼,୨୮ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳ ୧୦ ନମ୍ବର ଓ୍ବାର୍ଡ ରଜାମୁଣ୍ଡା ସାହିର ହାଡୁ ନାୟକ (୪୨)ଙ୍କ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମୀର ମୁଖି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

ମହାନଦୀରେ ଆସୁଛି ପୁଣି ବନ୍ୟା: ପ୍ରଭାବିତ ହେବ ଏହି ୫ ଜିଲା

ଭୁବନେଶ୍ୱର,୨୮।୯(ରବିନାରାୟଣ ଜେନା): ଚଳିତବର୍ଷ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ଜୁନ୍‌ରୁ ସେପ୍ଟେମ୍ବର ୨୫ ମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?