ଅଣାୟତ୍ତ ବେଳେ ଖୋଲିଦେଲେ

ପୁରୀ ଅଫିସ, ୨୩।୯:ପୁରୀ ଜିଲାରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ସେପ୍ଟେମ୍ବର ଆରମ୍ଭରୁ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି। ତେବେ ଏଭଳି ସମୟରେ ପର୍ଯ୍ୟଟକଙ୍କ ଆଗମନ ଉପରୁ କଟକଣା ହଟାଇବା ସହ ହୋଟେଲ, ରେଷ୍ଟୁରାଣ୍ଟ, ବେଳାଭୂମି ଆଦି ଖୋଲି ଦିଆଯାଇଛି। ଏଥିଯୋଗୁ ସଂକ୍ରମଣ ହାର ଉଦ୍‌ବେଗଜନକ ଭାବେ ବଢିବାରେ ଲାଗିଛି। ଏପ୍ରିଲ ୩ରେ ଜିଲାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପୂର୍ବରୁ ଦେଶବ୍ୟାପୀ ଲକ୍‌ଡାଉନ ଜାରି ହୋଇଥିଲା। ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ସମେତ ହୋଟେଲ, ରେଷ୍ଟୁରାଣ୍ଟ ଆଦି ବନ୍ଦ ରହିଥିଲା। ଶ୍ରୀମନ୍ଦିର, ବେଳାଭୂମିକୁ ଯିବାରେ କଟକଣା ଥିଲା। ଏହି ସମୟରେ ପୁରୀରୁ ପଜିଟିଭ ସଂଖ୍ୟା କମ୍‌ ରହୁଥିଲା। ମାତ୍ର ଲକ୍‌ଡାଉନ, ଶଟ୍‌ଡାଉନ ସବୁ କଟକଣା କୋହଳ ପରେ ସଂକ୍ରମିତଙ୍କ ସଂଖ୍ୟା ବଢିବାକୁ ଲାଗିଲା। ଅଗଷ୍ଟ ଶେଷ ସୁଦ୍ଧା ୩,୫୦୦ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେପ୍ଟେମ୍ବର ଆରମ୍ଭରୁ ସ୍ଥିତି ଅଣାୟତ୍ତ ହୋଇପଡ଼ିଲା। ଏବେ ମୋଟ ପଜିଟିଭ ସଂଖ୍ୟା ୮,୬୫୨ରେ ପହଞ୍ଚତ୍ଲାଣି। ସବୁଠୁ ଉଦ୍‌ବେଗର ବିଷୟ ହେଉଛି, ଏବେ ପୁରୀକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଥିବା କଟକଣା ହଟାଇ ଦିଆଯାଇଛି। ଜୀବନ ଜୀବିକାକୁ ଆଗକୁ ବଢାଇବା ଲାଗି ହୋଟେଲ, ରେଷ୍ଟୁରାଣ୍ଟ ଆଦି ସମେତ ବ୍ଲୁ ଫ୍ଲାଗ ବିଚ୍‌ ଖୋଲିଦିଆଯାଇଛି। ରାଜ୍ୟ ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନକୁ ମାନି ଏ ସବୁକୁ ପ୍ରଶାସନ ଖୋଲିଦେଇଛି। ଏହା ପରଠାରୁ ଜିଲାର କରୋନାଗ୍ରାଫ୍‌ ଉପରମୁହଁା ହୋଇଛି। ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଦ୍ର୍ରୁତଗତିରେ ବଢୁଛି। ସେପେ୍‌ଟମ୍ବର ୧ରେ ମୃତ୍ୟୁସଂଖ୍ୟା ୧୩ ଥିବାବେଳେ ବର୍ତ୍ତମାନ ୩୮ ଛୁଇଁଲାଣି। ଏପର୍ଯ୍ୟନ୍ତ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ାଯାଉ ନାହିିଁ। ନିକଟ ଭବିଷ୍ୟତରେ ଯଦି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ମିଳେ ତେବେ କରୋନା ସ୍ଥିତି ଆହୁରି ବିଗିଡ଼ି ପାରେ। ସେବାୟତମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଥିବାରୁ ଚିନ୍ତା ବଢିଲାଣି। ଏ ସବୁକୁ ଦୃଷ୍ଟିରେ ରଖି ପୁରୀ ଉପରେ ସ୍ବତନ୍ତ୍ର ଗୁରୁତ୍ୱ ଦିଆଯିବା ଦରକାର ବୋଲି ମହେଶ୍ୱର ବେହେରାଙ୍କ ସମେତ ଅନେକ ବୁଦ୍ଧିଜୀବୀ କହିଛନ୍ତି। ଏ ନେଇ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ପୁରୀର କରୋନା ସ୍ଥିତି ସମ୍ପର୍କରେ ସରକାର ଅବଗତ ଅଛନ୍ତି। ଏ ନେଇ ବ୍ୟବସ୍ଥା କରାଯାଉଛି। ପୁରୀ ଜିଲାରେ ନୂତନ କୋଭିଡ୍‌ ହସ୍ପିଟାଲ ଖୋଲିବା ପାଇଁ ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଅଷ୍ଟଧାତୁ ମୂର୍ତ୍ତି ଜବତ

ସାକ୍ଷୀଗୋପାଳ,୯ା୩(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଠେଇଶ ଗ୍ରାମ ମନ୍ଦିରରୁ ପୋଲିସ ବୁଧବାର ଦୁଇଟି ଅଷ୍ଟଧାତୁ ମୂର୍ତ୍ତି ଜବତ କରିଛି। ତନ୍ମଧ୍ୟରୁ ଗୋଟିଏ କୃଷ୍ଣଙ୍କ...

୪୦ ଲିଟର ମହୁଲି ମଦ ଜବତ, ଦୁଇ ଗିରଫ

ବାଲିଗୁଡା,୨୦।୧୦: ବାଲିଗୁଡା ପୋଲିସ ଚଢାଉ କରି ମହୁଲି ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି। ସେମାନେ ହେଲେ ମହିଳା...

ସିବିଏସ୍‌ଇ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’ ବୃଦ୍ଧି ମାମଲା: ୪ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ସିବିଏସ୍‌ଇକୁ ନିର୍ଦ୍ଦେଶ

କଟକ ଅଫିସ,୧୯ା୧୧: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’ ବୃଦ୍ଧି ମାମଲାର ଶୁଣାଣି ସୋମବାର...

ଗଛ ଜଗୁଆଳି ବିଚିତ୍ରଙ୍କୁ ମିଳୁନି ମଜୁରି

ମହାକାଳପଡ଼ା,୧୩ା୫(ଡି.ଏନ.ଏ.): ପରିବେଶ ପ୍ରଦୂଷଣ ଓ ମୃତ୍ତିକା ଅବକ୍ଷୟକୁ ରୋକିବାକୁ ବୃକ୍ଷ ରୋପଣ ମୁଖ୍ୟ ଭୂମିକା ନିର୍ବାହ କରିଥାଏ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଜଙ୍ଗଲ...

ଟଙ୍କିକିଆ କଏନ୍‌ରେ ମିନିଏଚର ପେଣ୍ଟିଂ

ଭୁବନେଶ୍ୱର,୫-୨(ବ୍ୟୁରୋ):ଭୁବନେଶ୍ୱରର ଗାୟତ୍ରୀ ମାଭୁରୁ ଟଙ୍କିକିଆ କଏନ୍‌ରେ ମିନିଏଚର ପେଣ୍ଟିଂ କରି ଓ୍ବାର୍ଲଡ ରେକର୍ଡସ ଇଣ୍ଡିଆ (ଡବ୍ଲ୍ୟୁଆର୍‌ଆଇ)ରେ ସ୍ଥାନ ପାଇଛନ୍ତି। କଏନ୍‌ରେ ଏକାଧିକ ନିଆରା ତଥା ଭିନ୍ନ...

ଖୁଣ୍ଟୁଣୀ ବନାଞ୍ଚଳରେ ପକ୍ଷୀଗଣନା: ୧୨ ପ୍ରଜାତିର ୩୦୨୧ ପକ୍ଷୀ ଚିହ୍ନଟ

ଖୁଣ୍ଟୁଣୀ,୪।୧(ଡି.ଏନ.ଏ.): ଖୁଣ୍ଟୁଣୀ ବନାଞ୍ଚଳରେ ରବିବାର ପକ୍ଷୀ ଗଣନା କରାଯାଇଥିଲା। ଏଥିରେ ମୋଟ୍‌ ୧୨ ପ୍ରଜାତିର ୩୦୨୧ ପକ୍ଷୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୮୮ ପକ୍ଷୀ ଇଣ୍ଡିଆନ...

ଗଛ କାଟିଲେ ସରପଞ୍ଚ

ବରୀ,୧।୧୨(ଡି.ଏନ.ଏ.): ପରିବେଶ ସୁରକ୍ଷା ଓ ସନ୍ତୁଳନ ରକ୍ଷା ପାଇଁ ଗଛ ହିଁ ଏକମାତ୍ର ମାଧ୍ୟମ। ସେଥିପାଇଁ ବିଭିନ୍ନ ସ୍ଥାନରେ ଚାରା ରୋପଣ ଉପରେ ପରିବେଶବିତ୍‌ ଓ...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀଙ୍କୁ ସ୍ବାସ୍ଥ୍ୟକର୍ମୀ ତାଲିମ, ବ୍ୟାୟାମ, ଯୋଗ ଶିକ୍ଷା: ଗଞ୍ଜାମ ଜିଲା ପ୍ରଶାସନର ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୧୩।୫(ଡି.ଏନ୍‌.ଏ.)-ଗଞ୍ଜାମ ଜ଼ିଲାର କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀ ଶ୍ରମିକମାନଙ୍କୁ କମ୍ୟୁନିଟି ସ୍ବାସ୍ଥ୍ୟକର୍ମୀ ତାଲିମ ପ୍ରଦାନ କରାଯାଉଛି । କ୍ୱାରାଣ୍ଟାଇନ ଅବଧି ସରିବା ପରେ ଉକ୍ତ...

Advertisement
Archives

Model This Week