ଚାଇନାକୁ ୪୦ ହଜାର କୋଟିର ଝଟକା ଦେବେ ବ୍ୟବସାୟୀ

ନୂଆଦିଲ୍ଲୀ :ପାର୍ବଣଋତୁରେ ଚାଇନାକୁ ୪୦ ହଜାର କୋଟି ଟଙ୍କାର ଝଟକା ଦେବା ଲାଗି ଦେଶର ବ୍ୟବସାୟୀମାନେ ପ୍ରକ୍ରିୟା ଜାରି କରିଛନ୍ତି। ଚାଇନାରୁ ଏହି ସମୟରେ ଆମଦାନୀ କମ୍‌ କରିବା ଉପରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ଫୋକସ ରଖିଛି। ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଚାଇନାରୁ ଆମଦାନୀ ୨୭.୬୩% ହ୍ରାସ ହୋଇଥିବା ସରକାର ସଂସଦକୁ ଦେଇଥିବା ଡାଟାରୁ ଜଣାପଡିଛି। ଏହି ପରିପ୍ରେକ୍ଷୀରେ ସିଏଆଇଟିର ଅଧ୍ୟକ୍ଷ ବି.ସି.ଭରତିଆ କହିଛନ୍ତି ଯେ, ଚାଇନାକୁ ପାର୍ବଣରେ ପୁଣି ଥରେ ଝଟକା ଦେବା ଲାଗି ଯୋଜନା ରଖାଯାଇଛି। ପାର୍ବଣ ସମୟରେ ଚାଇନାରୁ ଆମଦାନୀକୁ କମ୍‌ କରିବା ଉପରେ ଏବେ ଧ୍ୟାନ ରଖାଯାଇଛି। ଦୀପାବଳି ସମେତ ଅନ୍ୟ କିଛି ପର୍ବପର୍ବାଣିରେ ଦେଶ ମଧ୍ୟରେ ପ୍ରାୟ ୪୦ ହଜାର କୋଟି ଟଙ୍କାର ଆମଦାନୀ ଭାରତକୁ ହୋଇଥାଏ। ଚଳିତ ବର୍ଷ ଏହାକୁ ବନ୍ଦ କରିବା ଲାଗି ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି।
ସିଏଆଇଟି ପକ୍ଷରୁ ପୁଣି କୁହାଯାଇଛି, ଚାଇନା ସରକାରଙ୍କ ମୁଖପତ୍ର ଭାବେ କାମ କରୁଥିବା ଖବରକାଗଜ ଗ୍ଲୋବାଲ ଟାଇମ୍ସକୁ ଭାରତୀୟମାନେ ଉଚିତ ଜବାବ ଦେଇଛନ୍ତି। ଭାରତ ଚାଇନା ଉପରେ ଏତେ ନିର୍ଭରଶୀଳ ଯେ, ଆମଦାନୀ କମ୍‌ କରିପାରିବ ନାହିଁ ବୋଲି ଗ୍ଲୋବାଲ ଟାଇମ୍ସ ପକ୍ଷରୁ ଏକ ରିପୋର୍ଟରେ ଜୋର ଦିଆଯାଇଥିଲା। ହେଲେ ବର୍ତ୍ତମାନ ହେଉଥିବା ଆମଦାନୀ ହ୍ରାସ ଚାଇନାକୁ କଡା ଜବାବ ବୋଲି କୁହାଯାଉଛି। ଚାଇନା ସାମଗ୍ରୀ ବହିଷ୍କାର କରିବା ଲାଗି ସିଏଆଇଟି ପକ୍ଷରୁ ଜୁନ ୧୦ରୁ ସାରା ଦେଶରେ ଅଭିଯାନ ଆରମ୍ଭ ହୋଇଛି। ଚାଇନାର କାର୍ଯ୍ୟକଳାପରେ ଅତିଷ୍ଟ ହୋଇ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି।
ବିଦେଶୀ ସାମଗ୍ରୀ ବର୍ଜନ କରିବା ସହ ଘରୋଇ ସାମଗ୍ରୀକୁ ପ୍ରାଥମିକତା ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ସରକାର ଲୋକାଲ ଫର୍‌ ଭୋକାଲ ଏବଂ ଆତ୍ମନିର୍ଭର ଭାରତ ଦିଗରେ ବର୍ତ୍ତମାନ ଧ୍ୟାନ ଦେଉଛନ୍ତି। ଲୋକମାନେ ମଧ୍ୟ ବିଦେଶୀ ସାମଗ୍ରୀ ବ୍ୟବହାର ପରିବର୍ତ୍ତେ ଘରୋଇ ବଜାରର ସାମଗ୍ରୀକୁ ପ୍ରାଥମିକତା ଦେବା ଲାଗି ସରକାର ଆହ୍ବାନ ଜଣାଇଛନ୍ତି। ବର୍ତ୍ତମାନ ଚାଇନାରୁ ସାମଗ୍ରୀ ଆମଦାନୀ ୨୭% କମିଥିବା ବେଳେ ଦୀପାବଳିରୁ ଏହାର ପ୍ରଭାବ ଆହୁରି ଦେଖାଯିବ ବୋଲି ସିଏଆଇଟି ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

ଲିଟର ପିଛା ମାତ୍ର ୨୫ ଟଙ୍କାରେ ଚାଲିବ କାର୍‌; ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ, ଅକ୍ଟୋବରରୁ…

ନୂଆଦିଲ୍‌ଲୀ,୨୭।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲକୁ ନେଇ ଏକ ନୂଆ ସ୍ୱପ୍ନ ଦେଖାଇଛନ୍ତି। ତାଙ୍କ କହିବା କଥା ହେଉଛି, ଅକ୍ଟୋବର ମାସରୁ ହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?