କ୍ଷମତା ଲଢ଼େଇରେ ଭାରତ

ସାରଦା ପ୍ରସାଦ କର

 

ପ୍ରକାଶ ପାଇଥିବା ଆଇ.ଏମ୍‌.ଏଫ୍‌.ର ୱାଲର୍‌ଡ ଇକୋନୋମିକ୍‌ ଆଉଟପୁଟ-୨୦୨୦ ରିପୋର୍ଟ ଅନୁସାରେ ଆମେରିକାକୁ ଅତିକ୍ରମ କରି ଚାଇନା ଏବେ ବିଶ୍ୱର ସର୍ବବୃହତ୍‌ ଅର୍ଥନୀତି ହୋଇପାରିଛି। ଆମେରିକା ଅର୍ଥନୀତିର ଆକାର ୨୦.୮ ଲକ୍ଷ କୋଟି ଡଲାର ହୋଇଥିବା ବେଳେ ଚାଇନା ଅର୍ଥନୀତି ୨୪.୨ ଲକ୍ଷ କୋଟି ଡଲାରରେ ପହଞ୍ଚତ୍ଛି। ମହାମାରୀ ଯୋଗୁ ବିଶ୍ୱର ଅନେକ ରାଷ୍ଟ୍ରର ଅର୍ଥନୀତି ମାଟି କାମୁଡ଼ିଛି। କିନ୍ତୁ କରୋନାର ଅନ୍ତୁଡିଶାଳ ଚାଇନା ସର୍ବବୃହତ୍‌ ଅର୍ଥନୀତିର ମୁକୁଟ ପିନ୍ଧି ଆସୁଥିବା ଆମେରିକାକୁ ଏବେ ବହୁପଛରେ ପକାଇଦେଇଛି। ଆମେରିକା ଭଳି କିଛି ଏହାର ମିତ୍ରରାଷ୍ଟ୍ର କଥାଟିକୁ ବିଶ୍ୱାସ କରୁ ନ ଥିଲେ ହେଁ ଖୋଦ୍‌ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ଏହାକୁ ସ୍ବୀକାର କରିଛି।
କୌଣସି ରାଷ୍ଟ୍ରର ଜିଡିପି ଆକାର ମାପିବା ପାଇଁ ଅର୍ଥନୀତିଜ୍ଞମାନେ ପାରମ୍ପରିକ ଭାବେ ବଜାର ବିନିମୟ ହାର (ମାର୍କେଟ୍‌ ଏକ୍ସଚେଞ୍ଜ୍‌ ରେଟ୍‌)କୁ ବ୍ୟବହାର କରିଆସୁଛନ୍ତି। କିନ୍ତୁ ଏମ୍‌.ଇ.ଆର. ବାସ୍ତବ ଚିତ୍ରକୁ ପ୍ରତିଫଳନ କରିବାରେ ଅସମର୍ଥ ଥିବାରୁ ଆଇ.ଏମ୍‌.ଏଫ୍‌. ଏହି ସିଦ୍ଧାନ୍ତରେ ପହଞ୍ଚତ୍ବା ପାଇଁ କ୍ରୟଶକ୍ତି ସମାନତା (ପର୍‌ଚେଜିଙ୍ଗ୍‌ ପାୱାର୍‌ ପୋଟେନ୍‌ସିଆଲ୍‌)କୁ ମାନଦଣ୍ଡ ଭାବେ ଗ୍ରହଣ କରିଥିଲା। ସେହି ଅନୁସାରେ ଆମେରିକା ଓ ଚାଇନା ଅର୍ଥନୀତିକୁ ପରସ୍ପର ସହ ତୁଳନା କରିଥିଲା। ଏମ୍‌.ଇ.ଆର. ଭଳି ପାରମ୍ପରିକ କିନ୍ତୁ ପୁରୁଣା ପଦ୍ଧତିରେ ଜି.ଡି.ପି. ମପାଯିବା ବେଳେ ଏହା ଅଧିକାଂଶ ରାଷ୍ଟ୍ରର ମୁଦ୍ରା କ୍ରୟ କ୍ଷମତାକୁ କମ୍‌ ଭାବେ ଦର୍ଶାଇଥାଏ। ଫଳରେ ଆମେରିକୀୟ ଡଲାର ତୁଳନାରେ ଅନ୍ୟ ଦେଶର ମୁଦ୍ରାଗୁଡ଼ିକର ପ୍ରକୃତ ବିନିମୟ ମୂଲ୍ୟ ହ୍ରାସ ପାଇଯାଏ। ଏବେ ପି.ପି.ପି. ପଦ୍ଧତି ଅବଲମ୍ବନ କରି ଆଇ.ଏମ୍‌.ଏଫ୍‌. ଚାଇନାର ଆର୍ଥିକ ଉପତ୍ାଦନର ଠିକ୍‌ ଅନୁମାନ ଲଗାଇଛି; ଯାହା କି ଆମେରିକାଠାରୁ ଢେର୍‌ ଅଧିକ ହୋଇଛି। ଆଇ.ଏମ୍‌.ଏଫ୍‌. ନିଜ ରିପୋର୍ଟରେ ଦର୍ଶାଇଛି ଯେ, ପି.ପି.ପି. ପଦ୍ଧତି ଅର୍ଥବ୍ୟବସ୍ଥାଗୁଡ଼ିକ ମଧ୍ୟରେ ଥିବା ମୂଲ୍ୟସ୍ତର ସଂକ୍ରାନ୍ତ ପାର୍ଥକ୍ୟକୁ ନିଃଶେଷ କରିଦେଉଛି। ପ୍ରତ୍ୟେକ ରାଷ୍ଟ୍ର ନିଜ ମୁଦ୍ରା ସହ ସେଠାରେ କେତେ ପରିମାଣର କିଣାକିଣି କରିପାରୁଛି ତାହା ପି.ପି.ପି. ତୁଳନା କରିଥାଏ।
ଆଇ.ଏମ୍‌.ଏଫ୍‌.ର ଏଭଳି ଯୁକ୍ତିକୁ ସି.ଆଇ.ଏ. ଗ୍ରହଣ କରିବା ପରେ ଏମ୍‌.ଇ.ଆର୍‌. ପରିବର୍ତ୍ତେ ପି.ପି.ପି. ପଦ୍ଧତିକୁ ଏହାର ଜାତୀୟ ବାର୍ଷିକ ଅର୍ଥନୀତି ମୂଲ୍ୟାୟନରେ ବ୍ୟବହାର ପାଇଁ ନିଷ୍ପତ୍ତି ନେଇଛି। ‘ଦ ଇକୋନୋମିଷ୍ଟ’ ମୁତାବକ ୨୦୧୯ରେ ଚାଇନାର ଶ୍ରମିକମାନେ ୯୯ଲକ୍ଷ କୋଟି ୟୁଆନ୍‌ ମୂଲ୍ୟର ଦ୍ରବ୍ୟ ଓ ସେବା ଉପତ୍ାଦନ କରିଥିଲେ। ଆମେରିକାରେ ତାହା ୨୧.୪ ଲକ୍ଷ କୋଟି ଡଲାର ଥିଲା। ବିଗତ ୩୦ ବର୍ଷ ମଧ୍ୟରେ ଚାଇନାର ଅର୍ଥନୀତିର ଅଭିବୃଦ୍ଧି ପାଖାପାଖି ୧୦% ହାରରେ ବୃଦ୍ଧି ପାଉଛି। ପ୍ରତ୍ୟେକ କ୍ଷେତ୍ରରେ ଚାଇନା ଅଭିବୃଦ୍ଧିର ସାମ୍ନା କରୁଛି। ଆଇ.ଏମ୍‌.ଏଫ୍‌.ର ଆକଳନ ଅନୁସାରେ ଆସନ୍ତା ବର୍ଷ ଚାଇନା ୮.୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ। ତେବେ ଆମେରିକା ଅର୍ଥନୀତିକୁ ଚାଇନା ଅତିକ୍ରମ କରିସାରିଥିଲେ ସୁଦ୍ଧା ଅର୍ଥନୀତିଜ୍ଞମାନେ ଏହାକୁ ନେଇ କାହିଁକି ଚୁପ୍‌ ରହୁଛନ୍ତି ତାହା ଉପରେ ପ୍ରଶ୍ନ ଉଠିଛି।
କୋଭିଡ୍‌-୧୯ ମହାମାରୀରେ ଭାରତ ଅନେକ କିଛି ହରାଇ ଆଉ ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର (ପାୱାର୍‌ ବ୍ଲକ୍‌) ବର୍ଗରେ ନାହିଁ। କ୍ଷମତା ଲଢ଼େଇରେ ଚାଇନାଠାରୁ ବହୁ ପଛରେ ପଡ଼ିଛି । ସେପଟେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପ୍ରଭାବ ବଜାୟ ରଖିବାରେ ଭାରତ ସମର୍ଥ ହୋଇଥିବା କଥାଟି କିଛି ଅର୍ଥନୀତିଜ୍ଞମାନଙ୍କର ଭ୍ରୁକୁଞ୍ଚନ ହୋଇଛି। ଆମେରିକା, ଚାଇନା ଓ ଜାପାନ ପଛକୁ ଭାରତ ଏକ୍ଷେତ୍ରରେ ୪ର୍ଥ କ୍ଷମତାଶାଳୀ ରାଷ୍ଟ୍ର ବିବେଚିତ ହୋଇଛି। ମଧ୍ୟମ କ୍ଷମତାଶାଳୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ସବା ଉପରେ ମାନ୍ୟତା ବଜାୟ ରଖିଛି। ଭାରତ ପଛକୁ ରୁଷ୍‌ ଦ୍ୱିତୀୟ, ଅଷ୍ଟ୍ରେଲିୟା ୩ୟ, ଦକ୍ଷିଣ କୋରିଆ ୪ର୍ଥ, ସିଙ୍ଗାପୁର ୫ମ, ଥାଇଲାଣ୍ଡ ଓ ମାଲେସିଆ ଯଥାକ୍ରମେ ୬ଷ୍ଠ ଓ ସପ୍ତମ ସ୍ଥାନ ଅଧିକାର କରିଛନ୍ତି। ସିଡ୍‌ନୀଭିତ୍ତିକ ଲୋୱି ଇନ୍‌ଷ୍ଟିଚ୍ୟୁଟ୍‌ର ‘ଏସିଆ ପାୱାର୍‌ ଇଣ୍ଡେକ୍ସ-୨୦୨୦’ ରେ ଏହା ଦର୍ଶାଯାଇଛି ଯେ ଭାରତ ଏଥର ପାୱାର ସ୍କୋର୍‌ ୩୯.୭ ପାଇଛି। ଅର୍ଥାତ୍‌ ଆଉ ମାତ୍ର ୦.୩ ସ୍କୋର୍‌ ହାତେଇଥିଲେ ଭାରତ ପ୍ରମୁଖ କ୍ଷମତାଶାଳୀ ‘ମେଜର୍‌ ପାୱାର୍‌’ ରାଷ୍ଟ୍ର ବିବେଚିତ ହୋଇଥାନ୍ତା। ୨୦୧୯ରେ ଦେଶକୁ ୪୧.୦ ସ୍କୋର ମିଳିଥିଲା।
ଏସିଆରେ ଏଥର ଜାପାନ ୪୧ ସ୍କୋର ହାସଲ କରି ଏକାକୀ ପ୍ରମୁଖ କ୍ଷମତାଶାଳୀ ରାଷ୍ଟ୍ର ବିବେଚିତ ହୋଇଛି। ଭାରତ ଏବେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ କ୍ଷମତାସମ୍ପନ୍ନ ମଧ୍ୟମ ଶକ୍ତିଶାଳୀ ରାଷ୍ଟ୍ର ବିବେଚିତ ହୋଇଛି। ତେବେ ଆଗାମୀ କିଛି ବର୍ଷ ମଧ୍ୟରେ ଦେଶ ଏହାର ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର ମାନ୍ୟତା ପୁଣି ଫେରିପାଇବା ସମ୍ଭାବନା ରହିଛି ବୋଲି ଲୋୱି ଇନ୍‌ଷ୍ଟିଚ୍ୟୁଟ୍‌ ରିପୋର୍ଟ ଦର୍ଶେଇ ଥିବାବେଳେ ଏହା କେମିତି ସମ୍ଭବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ତର୍ଜମା କରିପାରିନାହିଁ। କେବଳ ଜନସଂଖ୍ୟା ଦିଗରୁ ଚାଇନାର ସମକକ୍ଷ ହୋଇପାରିବ ଭାରତ କିନ୍ତୁ ଅର୍ଥନୀତି କଥା କହିବାକୁ ଗଲେ ତାହା ଅବାସ୍ତବ। ବର୍ତ୍ତମାନ ସ୍ଥିତିକୁ ଦେଖିଲେ, ଦଶନ୍ଧି ଶେଷ ବେଳକୁ ଚାଇନାର ଅର୍ଥନୈତିକ ଉପତ୍ାଦନର ମାତ୍ର ୪୦ ପ୍ରତିଶତ ଯାଏ ଛୁଇଁବାକୁ ଯୋଗ୍ୟ ହେବ ଭାରତ। ୨୦୧୯ ଏସିଆ ପାୱାର ଇଣ୍ଡେକ୍ସରେ ଏହା ୫୦ ପ୍ରତିଶତ ଛୁଇଁବ ବୋଲି ଆକଳନ କରାଯାଇଥିଲା।
ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୮୧.୬ ସ୍କୋର୍‌ ସହ ଆମେରିକା ସୁପରପାୱାର ମାନ୍ୟତା ବଜାୟ ରଖିଥିବାବେଳେ ଚାଇନା ମଧ୍ୟ ୭୬.୧ ସ୍କୋର ପାଇ ଦ୍ୱିତୀୟ ସ୍ଥାନରେ ମହାଶକ୍ତିଶାଳୀ ଗୌରବ ମଣ୍ଡିତ ହୋଇଛି। ୭୦ ସ୍କୋର ଛୁଇଁଥିବା ରାଷ୍ଟ୍ରକୁ ଏହି ମାନ୍ୟତା ଦିଆଯାଇଥିବା ପରିପ୍ରେକ୍ଷୀରେ ଭାରତ ପାଇଁ ଏହି ଅଖଣ୍ଡ କ୍ଷମତା ଏବେ ଆକାଶ କୁସୁମ ପରି। ସଂକୁଚିତ ହୋଇଆସୁଥିବା ଉପତ୍ାଦନ କ୍ଷେତ୍ର ଆର୍ଥିକ ମାନ୍ଦାବସ୍ଥାର କାରଣ। ଅର୍ଥନୀତିକୁ କୃଷିକ୍ଷେତ୍ରର ସକାରାମତ୍କ ୩ ପ୍ରତିଶତ ଛାଡ଼ିଦେଲେ ଆଉ କୌଣସି କ୍ଷେତ୍ରର ଉନ୍ନତି ପରିଲକ୍ଷିତ ହେଉନାହିଁ। ଭାରତକୁ ନେଇ ଲୋୱି ଇନ୍‌ଷ୍ଟିଚ୍ୟୁଟ୍‌ ଆହୁରି ନକାରାମତ୍କ ଆକଳନ କରିଛି। କରୋନା ପୂର୍ବରୁ ୨୦୩୦ ସୁଦ୍ଧା ଅର୍ଥନୀତି ଚାଇନାକୁ ଟପିଯିବାର ଯେଉଁ ଆକଳନ କରାଯାଇଥିଲା ଏବେ ତାହା ୧୩ ପ୍ରତିଶତ ଭବିଷ୍ୟତର ସମ୍ବଳ ଛୋଟ ହେବା କ୍ଷେତ୍ରରେ ଭାରତର ସ୍କୋର ପାଖାପାଖି ୫ ପଏଣ୍ଟ ତଳକୁ ଖସିଯିବାର ସମ୍ଭାବନା ଉପୁଜିବ।
ଅପରପକ୍ଷରେ ଏସିଆରେ ଭାରତର କୂଟନୈତିକ ପ୍ରଭାବ ଦୃଷ୍ଟିରୁ ଦକ୍ଷିଣ କୋରିଆ ଓ ରୁଷ୍‌କୁ ଭାରତ ପଛରେ ପକେଇଦେଇଛି। ଆମେରିକା ପରେ ଏବେ ଭାରତ ଚତୁର୍ଥ ସ୍ଥାନରେ ରହିଛି। କିନ୍ତୁ ପ୍ରତିରକ୍ଷା ନେଟ୍‌ୱର୍କ ଏବଂ ଅର୍ଥନୈତିକ ସମ୍ପର୍କ କ୍ଷେତ୍ରରେ ଭାରତ ଅତ୍ୟନ୍ତ ଦୁର୍ବଳ ପଡ଼ିଯାଇଛି। ପ୍ରତିରକ୍ଷା ନେଟ୍‌ୱର୍କ କ୍ଷେତ୍ରରେ ଭାରତ ମାତ୍ର ଗୋଟିଏ ସ୍ଥାନ ଉପରକୁ ଉଠିଥିବାବେଳେ ଉଭୟ ପ୍ରତିରକ୍ଷା ନେଟ୍‌ୱର୍କ ଓ ଅର୍ଥନୈତିକ ସମ୍ପର୍କ କ୍ଷେତ୍ରରେ ଭାରତ ସପ୍ତମ ସ୍ଥାନକୁ ଖସିଆସିଛି। ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ସହଯୋଗିତା (ଆର୍‌ସିଇପି)ରୁ ନିଜକୁ ପ୍ରତ୍ୟାହାର କରିନେବା ନିଷ୍ପତ୍ତି ଭାରତର ର଼୍ୟାଙ୍କିଙ୍ଗ୍‌ ହ୍ରାସର କାରଣ ସାଜିଛି।
ମୋ: ୮୨୪୯୮୨୭୧୪୮


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?