ଏହି ଜିଲାରେ ୩ ଦିନ ପରେ ପାଳିତ ହେବ ସ୍ବାଧୀନତା ଦିବସ…

କୋଲକାତା,୧୫।୮: ଭାରତ ସାରା ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଛି। ତେବେ ପଶ୍ଚିମବଙ୍ଗର ନଦିଆ ଜିଲାରେ ୩ ଦିନ ପରେ ଅଗଷ୍ଟ ୧୫ ବଦଳରେ ଅଗଷ୍ଟ ୧୮ରେ ସ୍ବାଧୀନତା ଦିବସ ପାଳିତ ହେବ। ୧୯୪୭ ଅଗଷ୍ଟ ୧୨ରେ ରେଡ଼ିଓରେ ଖବର ପ୍ରସାରିତ ହୋଇଥିଲା ଯେ, ଭାରତକୁ ସ୍ବାଧୀନତା ମିଳିଯାଇଛି। ତେବେ ଖବରରେ କୁହାଯାଇଥିଲା ନଦିଆ ଜିଲାକୁ ପୂର୍ବ ପାକିସ୍ତାନରେ ସାମିଲ୍‌ କରାଯାଇଛି। ଖବର ପ୍ରଚାରିତ ହେବା ପରେ ନଦିଆରେ ଦଙ୍ଗା ଆରମ୍ଭ ହୋଇଯାଇଥିଲା। ଏହାପରେ ନଦିଆ ଜିଲାକୁ ଭାରତରେ ସାମିଲ୍‌ କରାଯାଇ ମାନଚିତ୍ରରେ କେତେକ ପରିବର୍ତ୍ତନ କରାଯାଇଥିଲା। ଏନେଇ ଅଗଷ୍ଟ ୧୭ରେ ଘୋଷଣା କରାଯାଇଥିଲା। ଏହା ପରଦିନ ଏଠାରେ ଭାରତର ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହାପରେ ସ୍ଥାନୀୟ ବାସିନ୍ଦାଙ୍କ ଦାବିକୁ ଦୃଷ୍ଟିରେ ରଖି ଭାରତ ସରକାର ୧୯୯୧ରେ ଏଠାରେ ପ୍ରତିବର୍ଷ ଅଗଷ୍ଟ ୧୮ରେ ସ୍ବାଧୀନତା ଦିବସ ପାଳନ କରାଯିବା ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ଏଠାରେ ଏହି ଧାରା ଏବେ ବି ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଲ୍ୟାବରେ ହେବ କରୋନା ପରୀକ୍ଷା!

ମୁମ୍ବାଇ,୨।୫: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ମୁମ୍ବାଇରେ ସର୍ବାଧିକ ସଂକ୍ରମିତଙ୍କୁ ଏଯାବତ୍‌ ଚିହ୍ନଟ କରାଗଲାଣି। ଏବେ କରୋନା ସଂକ୍ରମଣକୁ କମ୍‌...

ଏକତା ହିଁ ଶକ୍ତି

କୁହାଯାଏ ଏକତା ହିଁ ସବୁୁଠାରୁ ବଡ଼ ଶକ୍ତି। ଏହାଦ୍ୱାରା ବିଭିନ୍ନ ସମସ୍ୟାର ସମାଧାନ ସହଜରେ ହୋଇପାରେ। ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ଦେଶ ଦେଶ ମଧ୍ୟରେ...

ଗ୍ରୁପ କ୍ୟାପଟେନ୍‌ ବରୁଣ ସିଂହଙ୍କୁ ବେଙ୍ଗାଲୁରୁ ନିଆଗଲା

ଚେନ୍ନେଇ,୯।୧୨: ହେଲିକପ୍ଟର ଦୁର୍ଘଟଣାରେ ଜୀବିତ ଉଦ୍ଧାର ହୋଇଥିବା ଗ୍ରୁପ କ୍ୟାପଟେନ୍‌ ବରୁଣ ସିଂହଙ୍କୁ ଓ୍ବେଲିଂଟନ ମିଲିଟାରୀ ହସ୍ପିଟାଲରୁ ଗୁରୁବାର ବେଙ୍ଗାଲୁରୁକୁ ଏୟାରଲିଫ୍ଟ କରାଯାଇଛି। ତାଙ୍କ ଶରୀରର...

କେନ୍ଦ୍ର କଥାରେ ବିଜେଡିର ହଁ

ନୂଆଦିଲ୍ଲୀ,୯।୪: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ପେଟ୍ରୋଲ, ଡିଜେଲ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଆକାଶଛୁଆଁ ଦର...

ଆଜିଠାରୁ ଭାରତରେ କରୋନା ଟିକା ମକ୍‌ ଡ୍ରିଲ , ଜାଣନ୍ତୁ ପ୍ରଥମେ କେଉଁ ରାଜ୍ୟରେ ହେବ ଆରମ୍ଭ

ନୂଆଦିଲ୍ଲୀ,୨୮ା୧୨: ବ୍ରିଟେନ ଓ ଆମେରିକା ସମେତ ଅନ୍ୟ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇସାରିଲାଣି। ଭାରତକୁ କରୋନା ଟିକା ଆସିବା ନେଇ ସମସ୍ତେ ଉତ୍କଣ୍ଠାର ସହ...

ପଞ୍ଜାବରେ ଫେରିଲା ରାତ୍ରିକାଳୀନ କର୍ଫ୍ୟୁ: ମାସ୍କ ନ ପିନ୍ଧିଲେ ହଜାରେ ଟଙ୍କା ଜରିମାନା

ଚଣ୍ଡିଗଡ଼,୨୫।୧୧: ଦିଲ୍ଲୀ-ଏନ୍‌ସିଆରରେ କରୋନାର ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବୁଧବାର ରାଜ୍ୟରେ ନୂଆ କଟକଣା ଜାରି କରିଛନ୍ତି...

କମଲନାଥଙ୍କ ପରେ ଏବେ ଅଭଦ୍ର ଟିପ୍ପଣି ଦେଇ ଚର୍ଚ୍ଚାରେ ଶିବରାଜଙ୍କ ମନ୍ତ୍ରୀ

ଭୋପାଳ,୨୦ ।୧୦: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବୟାନ ପରେ ଏବେ ବିବାଦ ଥମିନାହିଁ । କନ୍ତୁ ଏହାରି ଭିତରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ...

ଭାରତୀୟ ପର୍ବତାରୋହୀଙ୍କ ମୃତ୍ୟୁ

କାଠମାଣ୍ଡୁ,୬।୫: ହିମାଳୟର କାଞ୍ଚନଜଙ୍ଘା ଶୃଙ୍ଗ ନିକଟରେ ଜଣେ ଭାରତୀୟ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି। ଚଳିତ ବର୍ଷ ହିମାଳୟ ଆରୋହଣ ଋତୁରେ ଏହା ତୃତୀୟ ମୃତ୍ୟୁ ଘଟଣା।...

Advertisement
Archives

Model This Week