ଏଇ ଭାରତରେ

ରାସ୍ତା କଡ଼ରେ ବସିଥିବା ବେସାହାରା ଜଣେ ବୃଦ୍ଧଙ୍କୁ ଦେଖିଲେ ମାନସିକ ରୋଗୀ ବୋଲି ଭାବି ଅନେକେ ଚାଲିଯାଆନ୍ତି। କିନ୍ତୁ ସେମାନେ ବି ସାମାନ୍ୟ ଜୀବନର ହକ୍‌ଦାର, ସେମାନଙ୍କର ପରିବାର ଥାଇପାରେ ବୋଲି କେହି ଚିନ୍ତା କରନ୍ତି ନାହିଁ। ତଥାପି ସମାନଙ୍କୁ ସମାଜରେ ଭାଗୀଦାରି କରି ଏକ ଭଲ ଜୀବନ ଜିଇବାର ସୁଯୋଗ ଦେଉଥିବା କ୍ୱଚିତ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ହରିୟାଣା ମାଧରପୁର ଯମୁନାନଗରର ୩୩ ବର୍ଷୀୟ ସର୍ଦ୍ଦାର ଜସକିରତ ସିଂ। କେବଳ ଜସ୍‌କିରତ ନୁହନ୍ତି, ତାଙ୍କ ଦାଦା ସର୍ଦ୍ଦାର ଯୋଗୀନ୍ଦର ସିଂ ଓ ମାତାପିତା ବଲବିନ୍ଦର କୌର ଓ ସର୍ଦ୍ଦାର ଜିତେନ୍ଦର ସିଂଙ୍କ ସହ ପୂରା ପରିବାର ଅସହାୟ ବୃଦ୍ଧମାନଙ୍କ ସେବାରେ ଲାଗିଛନ୍ତି। ଏମାନେ ମିଶି ଏକ ସେଲ୍‌ଟର ହୋମ୍‌ ଚଳାଉଛନ୍ତି। ଘରଛାଡ଼ି ଚାଲି ଆସିଥିବା କିମ୍ବା ଅସହାୟ ଅବସ୍ଥାରେ ରାସ୍ତାକଡ଼ରେ ରହୁଥିବା ବୃଦ୍ଧମାନଙ୍କୁ ଉଦ୍ଧାର କରି ଏଠାରେ ଆଶ୍ରୟ ଦେଉଛନ୍ତି। ୨୦୧୭ରେ ଜସ୍‌କିରତ ଏହି ସେଲ୍‌ଟର ହୋମ୍‌ ଆରମ୍ଭ କରିଥିଲେ। ଆରମ୍ଭରେ ତାଙ୍କ ପାଖରେ ୫ ଜଣ ଥିଲେ ଏବଂ ଏବେ ୧୦୬ ଜଣ ରହୁଛନ୍ତି। ସେମାନଙ୍କ ପାଇଁ ପ୍ରତି ମାସରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏଥିପାଇଁ ବହୁ ଲୋକ ଦାନ କରୁଛନ୍ତି। ବଡ଼ କଥା ହେଉଛି ବୃଦ୍ଧମାନଙ୍କ ସେବା ଯନତ୍ ପରେ ଅନେକଙ୍କୁ ସେମାନଙ୍କ ପରିବାର ନିକଟରେ ପହଞ୍ଚାଉଛନ୍ତି ଏହି ପରିବାର। ଏବେ ସୁଦ୍ଧା ସେମାନେ ୧୭୩ ଲୋକଙ୍କୁ ସେମାନଙ୍କ ପରିବାର ସହ ମିଶାଇବାରେ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?