ଏଇ ଭାରତରେ

ଚିକିତ୍ସାରେ ସୀମିତ ରହିନାହାନ୍ତି ବିହାରର ଡାକ୍ତର ଶଙ୍କର ନାଥ। ସେ ସାମାଜିକ ସ୍ତରରେ ଅତ୍ୟନ୍ତ ପଛୁଆ ମୁଶାହାର ବର୍ଗର ଉତ୍‌ଥାନ ପାଇଁ ଦୁଇ ଦଶନ୍ଧି ହେଲା ନିରବଚ୍ଛିନ୍ନ ଚେଷ୍ଟା ଜାରି ରଖିଛନ୍ତି। ଏହି ବର୍ଗରେ ବାଲ୍ୟବିବାହ ବଳବତ୍ତର ରହିଛି। ଏହା ବ୍ୟତୀତ ଶିକ୍ଷାରେ ଏମାନେ ଅତ୍ୟନ୍ତ ପଛୁଆ। ଡା. ଶଙ୍କର ୨୦୦୭ ମସିହାରୁ ପାଖାପାଖି ୫୦୦୦ ପିଲାଙ୍କୁ ସ୍କୁଲରେ ଶିକ୍ଷା ଦେବାର ବ୍ୟବସ୍ଥା କରିସାରିଲେଣି। ଏହାବାଦ୍‌ ୪୦୭ ପିଲାଙ୍କୁ ଶିଶୁ ଶ୍ରମିକ ଓ ବାଲ୍ୟବିବାହ ଫାଶରୁ ମୁକୁଳାଇବାରେ ସକ୍ଷମ ହୋଇଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ ବିହାରରେ ୨.୫ ଲକ୍ଷ ମୁଶାହାର ଥିଲେ। ଏବେ ଏହି ସଂଖ୍ୟା ଏହାଠାରୁ ନିଶ୍ଚିତ ଭାବେ ଅଧିକ ହେବ। ଏମାନଙ୍କ ପିଲାମାନଙ୍କୁ ସଶକ୍ତ କରିବା ଲାଗି ଡା. ଶଙ୍କରଙ୍କ ପ୍ରଚେଷ୍ଟା ଏକ ବଡ଼ ପରିବର୍ତ୍ତନ ଆଣିଛି। ଏମାନଙ୍କୁ ଏକପ୍ରକାର ସାମାଜିକ ବାସନ୍ଦ ଭଳି ଲୋକେ ଦେଖିଥାନ୍ତି। ଏଭଳି ଏକ ଅସ୍ପୃଶ୍ୟତର ଶିକୁଳିକୁ ଭାଙ୍ଗି ପିଲାମାନଙ୍କ ଶିକ୍ଷା ପାଇଁ ସେ ୮୫ଟି କମ୍ୟୁନିଟି କଲଚର ଏଜୁକେଶନ ସେଣ୍ଟର ଖୋଲିଛନ୍ତି। ଏହି ସେଣ୍ଟରରେ ଏବେ ୫୦୦୦ ପିଲା ପଢ଼ୁଛନ୍ତି ଓ ଶିକ୍ଷାଦାନରେ ୮୦ ଜଣ ସ୍ବେଚ୍ଛାସେବୀ ନିଯୁକ୍ତ ହୋଇଛନ୍ତି। କଲେଜରେ ପଢୁଥିବା ମୁଶାହାର ବର୍ଗର ପିଲାମାନେ ବି ଏବେ ଡା. ଶଙ୍କରଙ୍କୁ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?