ପୁଣି ମେଣ୍ଟ ପ୍ରୟାସ

ସୌଭାଗ୍ୟ ରଞ୍ଜନ ମହାନ୍ତି

 

୨୦୨୪ ସାଧାରଣ ନିର୍ବାଚନ ପାଇଁ ଆଉ ମାତ୍ର ୧୦ମାସରୁ କମ୍‌ ସମୟ ରହିଥିବାରୁ ଦେଶରେ ଶାସକ ଓ ବିରୋଧୀ ଦଳଗୁଡିକ ମଧ୍ୟରୁ ନିର୍ବାଚନ ପ୍ରସ୍ତୁତି ନେଇ ତପତ୍ରତା ପ୍ରକାଶ ପାଇବା ସ୍ବାଭାବିକ। ସାଧାରଣ ନିର୍ବାଚନ ପୂର୍ବରୁ କ୍ୱାର୍ଟର ଫାଇନାଲ କୁହାଯାଇଥିବା କର୍ନାଟକ ବିଧାନସଭା ନିର୍ବାଚନରେ ଭାଜପାକୁ ଧୂଳି ଚଟାଇ କଂଗ୍ରେସ କ୍ଷମତା ଦଖଲ କରିବା ପରେ ଏବେ ଲୋକ ସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକତା ପାଇଁ ବିହାର ମୁଖ୍ୟମନ୍ତ୍ରୀ ତଥା ଅଭିଜ୍ଞ ରାଜନେତା ନୀତୀଶ କୁମାର ପ୍ରୟାସ ଜାରି ରଖିଛନ୍ତି। କଂଗ୍ରେସକୁ ଛାଡ଼ି ଦେଶରେ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ଚାହୁଁଥିବା ଅର୍ଥାତ୍‌ କଂଗ୍ରେସଠାରୁ ଦୂରେଇ ରହିବାକୁ ସର୍ବଦା କହିଆସୁଥିବା ଦଳଗୁଡ଼ିକ ଏବେ ବୃହତ୍‌ ବିରୋଧୀ ମେଣ୍ଟ ପ୍ରତି ଆଗ୍ରହ ପ୍ରକାଶ କଲେଣି। କହିବା ବାହୁଲ୍ୟ, ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି, ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ପାର୍ଟି, ତେଲଙ୍ଗାନାରେ ଶାସକ ଭାରତ ସଂଘର୍ଷ ସମିତି, ଉତ୍ତରପ୍ରଦେଶର ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ଆଦି ଦଳଗୁଡ଼ିକ ଗୋଟିଏ ମଞ୍ଚରେ କଂଗ୍ରେସ ସହ ବସିବାକୁ ବିମୁଖ ଥିବା ଜଣାଶୁଣା। ରାଜନୀତିରେ ସବୁ କିଛି ସମ୍ଭବ ପରି ଦେଶରେ ନିକଟରେ ଅତୀତରେ ସଂଘଠିତ କେତୋଟି ଘଟଣାବଳୀ ଏବେ ପରିସ୍ଥିତିକୁ ବଦଳାଇ ଦେଇଛି ବୋଲି କହିଲେ ହୁଏତ ଅତିରଞ୍ଜିତ ହେବ ନାହିଁ। ଏହି ଘଟଣାବଳୀ ମଧ୍ୟରୁ କେତୋଟି ଉପସ୍ଥାପନ କରିବାର ଆବଶ୍ୟକତା ମନେହୁଏ।
ବିଶେଷକରି କର୍ନାଟକ ନିର୍ବାଚନରେ କଂଗ୍ରେସର ବିଜୟ, ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠର ରାୟକୁ ଅକାମୀ କରି ଦିଲ୍ଲୀରେ ନିର୍ବାଚିତ ସରକାରଙ୍କୁ ପଛରେ ପକାଇ ଅମଲାତନ୍ତ୍ରକୁ ଅଧିକ କ୍ଷମତା ପ୍ରଦାନ ଲାଗି କେନ୍ଦ୍ର ସରକାରଙ୍କ ବିବାଦୀୟ ଅଧ୍ୟାଦେଶ ଜାରି, ବିରୋଧୀ ଦଳର ନେତା, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସିବିଆଇ, ଇଡି ପରି କେନ୍ଦ୍ରୀୟ ସଂସ୍ଥାକୁ ଲଗାଇ ହଇରାଣ ହରକତ କରାଇବା, ନବ ନିର୍ମିତ ସଂସଦ ଭବନକୁ ରାଷ୍ଟ୍ରପତିଙ୍କ ବଦଳରେ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବା ଆଦି ଘଟଣା ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରାଇବାରେ ସହାୟକ ହୋଇଛି ବୋଲି କୁହାଯାଇପାରେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ କେନ୍ଦ୍ରୀୟ ଅଧ୍ୟାଦେଶ ବିରୋଧରେ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରାଇବା ଲାଗି ବହୁ ବିରୋଧୀ ଦଳ ନେତା ଓ ବିରୋଧୀ ଦଳ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ। ଏପରିକି ସେ ଆପ୍‌ର କଡ଼ା ବିରୋଧୀ କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଓ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ନୀତୀଶ କୁମାରଙ୍କ ଉଦ୍ୟମ କ୍ରମେ ୧୨ ତାରିଖରେ ପାଟ୍‌ନାରେ ୧୬ଟି ବିରୋଧୀ ଦଳର ନେତା ଓ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବାର ଥିଲା। ମାତ୍ର ରାହୁଲ ଏବଂ ଖାର୍ଗେ ଯୋଗ ଦେଇ ନ ଥିବାରୁ ବୈଠକକୁ ବାତିଲ କରାଯାଇଥିଲା। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ବିରୋଧୀ ଦଳଗୁଡ଼ିକର ପ୍ରଥମ ବୈଠକ ହେବ। ତେବେ ଭାଜପା ବିରୋଧରେ ଏକ ଦୃଢ଼ ମେଣ୍ଟ ଗଠନ ଏବେ ବି ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ପଦକୁ ନେଇ ସେମାନଙ୍କ ମଧ୍ୟରେ ମତଭେଦ ଏଡ଼ାଇ ଦିଆଯାଇନପାରେ। ଉଲ୍ଲେଖଯୋଗ୍ୟ, ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ଟକ୍କର ରାହୁଲ ହିଁ ଦେଉଛନ୍ତି, ଏପରି ଏକ ଧାରଣା ଏବେ ଦେଶବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମନେହୁଏ। ଏ ନେଇ ନିକଟରେ ପ୍ରକାଶିତ ଲୋକନୀତି-ସିଏସ୍‌ଡିଏସ୍‌ ଦ୍ୱାରା କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବହୁ ଆୟାମ ସର୍ବେକ୍ଷଣର ରିପୋର୍ଟ ଯାହା କହୁଛି, ତାହା ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ। ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ପହଞ୍ଚତ୍ଛି। ସେହିପରି ରାହୁଲଙ୍କ ଲୋକପ୍ରିୟତା ୨୦୧୪ରେ ମାତ୍ର ୧୪% ଥିବାବେଳେ ଏବେ ୨୭%ରେ ପହଞ୍ଚତ୍ଛି। ଗତ ୯ ବର୍ଷରେ ତାଙ୍କର ଲୋକପ୍ରିୟତା ଦୁଇଗୁଣ ବଢିଥିବାବେଳେ ଅନ୍ୟ ଦଳର ନେତାମାନଙ୍କ ଲୋକପ୍ରିୟତା ହ୍ରାସ ପାଇଛି। ଆହୁରି ମଧ୍ୟ ମୋଦି ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟଙ୍କ ସଂଖ୍ୟା ୨୬%ରୁ ୧୭%କୁ ହ୍ରାସ ପାଇଥିବା ବେଳେ ଅସନ୍ତୁଷ୍ଟଙ୍କ ହାର ୧୮ରୁ ୨୧%କୁ ବୃଦ୍ଧି ପାଇଛି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ୨୦୧୯ରେ କଂଗ୍ରେସର ଭୋଟହାର ୧୯.୫% ଥିବାବେଳେ ୨୦୨୪ରେ ତାହା ୩୧.୫%ରେ ପହଞ୍ଚତ୍ପାରେ ବୋଲି ଆକଳନ କରାଯାଇଛି। ଭାଜପାର ଭୋଟହାର ୨୯%ରୁ ୩୭.୫%କୁ ବଢ଼ିଛି। ତେବେ କଂଗ୍ରେସର ଭୋଟହାର ବୃଦ୍ଧି ତୁଳନାମତ୍କ ଭାବେ ଭାଜପାଠାରୁ ବଢ଼ିଥିବା କୁହାଯାଇପାରେ। ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, କଂଗ୍ରେସର ଲୋକପ୍ରିୟତା ଅର୍ଥାତ୍‌ ବ୍ୟକ୍ତିଗତ ଭାବେ ରାହୁଲଙ୍କୁ ଜନସାଧାରଣ, ବୁଦ୍ଧିଜୀବୀଙ୍କ ଗ୍ରହଣୀୟତା ବୃଦ୍ଧି ପାଉଥିବାରୁ କଂଗ୍ରେସ ବିନା ବିରୋଧୀ ଦଳ ମେଣ୍ଟ କଳ୍ପନା କରାଯାଇ ନ ପାରେ। ବିରୋଧୀ ଦଳଙ୍କ ପ୍ରଥମ ବୈଠକ ମେଣ୍ଟ କି ସୂଚନା ଦେଉଛି, ତାହା ୨୩ରେ ଜଣାପଡିବ।
ଗଙ୍ଗୋତ୍ରୀ ନଗର, ଶିଶୁପାଳଗଡ଼
ମୋ: ୯୪୩୭୯୯୪୩୭୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପୋଲିସ ଚାକିରି କରି ସମାଜ ସେବାରେ ସମୟ ଦେଉଛନ୍ତି ପି. କାର୍ତ୍ତିକ। ତାମିଲନାଡୁର ଛେଙ୍ଗଲାପେଟ ଟାଉନ ଥାନାର କନ୍‌ଷ୍ଟେବଲ ଭାବେ ଦାୟିତ୍ୱ ନିର୍ବାହ କରିବା ସହ ସେ…

ଯୁଦ୍ଧ ଓ ପରିବେଶ

ବର୍ତ୍ତମାନ ପୃଥିବୀରେ ଏକ ପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ ଏବଂ ଅନ୍ୟପକ୍ଷରେ ଇରାନ ଯୁଦ୍ଧରେ ବ୍ୟସ୍ତ। ଅନେକ କୋଠା ଧ୍ୱଂସ ପାଉଛି ଏବଂ ଅନେକ ଲୋକ…

ଭିଡ଼ହିଂସା: କାର୍ଯ୍ୟାନୁଷ୍ଠାନ ଜରୁରୀ

ଚଳିତ ମାସରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଇଲାକାରେ ଭିଡ଼ ହଂସାର ଏକ ବୀଭତ୍ସ ଘଟଣା ସାମ୍ନାକୁ ଆସିଛି। ରାସ୍ତାରେ ବାଇକ୍‌ ଯୋଗେ ଯାଉଥିବା ବେଳେ ସ୍କୁଟି…

ସମସ୍ତେ ବେଜିଂ ମୁହାଁ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୧୫ ମେ’ରେ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗଙ୍କ ସହ ଦୁଇ ଦିନିଆ ଆଲୋଚନା ଶେଷ କରି ଫେରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ…

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri