ଏଇ ଭାରତରେ

କୀଟନାଶକ, ରାସାୟନିକ ସାର ଏବଂ ପ୍ଲାଷ୍ଟିିକ୍‌ ପ୍ରଭାବରେ ମୃତ୍ତିକା ପ୍ରଦୂଷିତ ହେବାରେ ଲାଗିଛି। ଏହାର ଉର୍ବରତା ମଧ୍ୟ ହ୍ରାସ ପାଇଚାଲିଛି। କେଉଁ ମୃତ୍ତିକାରେ କି ପ୍ରକାର ଚାଷ କରାଯିବ ତାହା ଚାଷୀ ଜାଣିବାକୁ ସକ୍ଷମ ହୋଇପାରୁ ନ ଥିବାରୁ ଉପତ୍ାଦନ କମିବା ସହ କ୍ଷତି ସହିବାକୁ ପଡ଼ୁଛି। ଏଣୁ ମୃତ୍ତିକା ସମସ୍ୟା ସମାଧନ କରିବା ଲାଗି ଦୁଇ କୃଷି ବିଜ୍ଞାନୀ ଏକ ପରୀକ୍ଷା ଯନ୍ତ୍ର ଉଦ୍ଭାବନ କରିଛନ୍ତି। ଏହାର ନାମ ରଖିଛନ୍ତି ‘ନ୍ୟୁଟ୍ରିସେନ୍ସ’। ଏହା ଏକ ପେପର ବେସ୍‌ଡ ସେନ୍‌ସର। ଦୁଇ ବିଜ୍ଞାନୀ ହେଲେ ଡ. ରାଜୁଲ ପାଟକର ଏବଂ ଡ. ମୁକୁଲ ସିଂ। ସେମାନେ ଉଦ୍ଭାବନ କରିଥିବା ନୂଆ ଯନ୍ତ୍ରରେ ମାତ୍ର ୫ ମିନିଟରେ ମାଟି ପରୀକ୍ଷା ହୋଇପାରୁଛି। ମାଟିରେ କେଉଁ ସାର କେତେ ପରିମାଣରେ ଦିଆଯିବ ତାହା ନିଶ୍ଚିତ କରାଯାଉଛି। ଭାରତରେ ୧୪ କୋଟି କୃଷକଙ୍କ ପାଇଁ ୩,୦୦୦ ମାଟି ପରୀକ୍ଷା କେନ୍ଦ୍ର ଥିବାବେଳେ ଏଭଳି ନୂଆ ପରୀକ୍ଷା ଯନ୍ତ୍ର ସମସ୍ୟା ଦୂର କରିବାରେ ସହାୟକ ହୋଇପାରିବ ବୋଲି କହନ୍ତି ରାଜୁଲ। ସେ ଏକ ଦଶନ୍ଧି ଧରି ଗବେଷଣା କରିବା ପରେ ୨୦୨୨ ପ୍ରାରମ୍ଭରେ ‘ନ୍ୟୁଟ୍ରିସେନ୍ସ’ର ପ୍ରତିକୃତି ପ୍ରସ୍ତୁତ କରିଥିଲେ। ଏବେ ସୁଦ୍ଧା ସେମାନେ ୨୦୦୦ ନ୍ୟୁଟ୍ରିସେନ୍ସ ବିକ୍ରି କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri