ଖନନ ପାଇଁ ୧୨ ବର୍ଷରେ ୧୦.୫୫ କୋଟି ଖର୍ଚ୍ଚ

ପଟ୍ଟାମୁଣ୍ଡାଇ, ୪।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ଚିରସ୍ରୋତା ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡ଼ୁଛି। ଏହି ନଦୀକୁ ପୁନରୁଦ୍ଧାର ପାଇଁ ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ା ବ୍ଲକର ଅଧିବାସୀମାନେ ବାରମ୍ବାର ଦାବି କରିଆସୁଛନ୍ତି। ଲୋକଙ୍କ ଦାବିକୁ ଗୁରୁତ୍ୱ ଦେଇ ପୋତି ହୋଇପଡ଼ିଥିବା ଗୋବରୀ ନଦୀର ପୁନରୁଦ୍ଧାର ପାଇଁ ୨୦୧୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟାମୁଣ୍ଡାଇ ଏମ.ଏନ. ହାଇସ୍କୁଲ ନିକଟରେ ୩ କୋଟି ଟଙ୍କା ବ୍ୟୟ ଅଟକଳରେ ଶିଳାନ୍ୟାସ କରିଥିଲେ। ୧୬ କି.ମି. ବ୍ୟାପୀ ଗୋବରୀ ନଦୀ ପୁନରୁଦ୍ଧାର ପାଇଁ ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରାଯାଇଥିଲା। ହେଲେ ସମ୍ପୃକ୍ତ ଠିକାଦାର ଅଧାରୁ କାମ ଛାଡ଼ି ଚାଲି ଯାଇଥିଲେ। ଏହି କାମ ପାଇଁ ୩ କୋଟି ଟଙ୍କା ବିଲ୍‌ ହୋଇଥିବା କେନ୍ଦ୍ରାପଡ଼ା ଡ୍ରେନେଜକଟ କନିଷ୍ଠଯନ୍ତ୍ରୀ ନୀହାର ରଞ୍ଜନ ରାଉତରାୟ କହିଛନ୍ତି। ଖନନ କାର୍ଯ୍ୟ ଅଧାରୁ ବନ୍ଦ ହେବାରୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଗୋବରୀ ନଦୀ ଜଳସମ୍ପଦ ବିଭାଗ ଅଧୀନରେ ଥିବାବେଳେ ପଟ୍ଟାମୁଣ୍ଡାଇଠାରେ ଏହାର ସବ୍‌ଡିଭିଜନ କାର୍ଯ୍ୟାଳୟ ରହିଛି। ହେଲେ ରାଜ୍ୟ ସରକାର ଏହାର ଖନନ କାର୍ଯ୍ୟର ତଦାରଖ ପାଇଁ ଡ୍ରେନେଜ କଟ ବିଭାଗକୁ ଦାୟିତ୍ୱ ଅର୍ପଣ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଖନନ କାର୍ଯ୍ୟ କରୁଥିବା ଠିକାଦାର ଗୋବରୀ ନଦୀକୂଳରେ ଜେସିବି ମେଶିନ ରଖି ଖନନ କାର୍ଯ୍ୟ ଯେନତେନ ପ୍ରକାର କରି ଚାଲିଯାଇଥିଲେ। ପାଣିର ସ୍ରୋତକୁ ଅଟକାଇବା ପାଇଁ ମଝିରେ ମଝିରେ ନଦୀ ମଧ୍ୟରେ ଆଡ଼ି ବନ୍ଧ ନିର୍ମାଣ କରିଥିଲେ। ଫଳରେ ନଦୀ ଜଳସ୍ରୋତ ବାଧା ପାଇବା ଓ ଏଥିରେ କଟକୀ ଦଳ ଭର୍ତ୍ତି ହୋଇ ରହିବା କାରଣରୁ ଓଲଟି ସମ୍ପୂର୍ଣ୍ଣ ନଦୀଟି ପୂର୍ବାପେକ୍ଷା ଅଧିକ ପୋତି ହୋଇପଡ଼ିଥିଲା। ଦୀର୍ଘବର୍ଷ ବ୍ୟବଧାନ ପରେ ବାରମ୍ବାର ଲୋକମାନଙ୍କ ଦାବି କାରଣରୁ ରାଜ୍ୟ ସରକାର ପୁଣି ୧୬ କି.ମି ବ୍ୟାପୀ ଗୋବରୀ ନଦୀର ଖନନ ପାଇଁ ଡ୍ରେନେଜକଟ୍‌ ବିଭାଗକୁ ଦାୟିତ୍ୱ ଦେଇଥିଲେ। ଡ୍ରେନେଜ କଟ୍‌ ବିଭାଗ ପକ୍ଷରୁ ୨୦୨୧-୨୨ ଆର୍ଥତ୍କ ବର୍ଷରେ ୭.୫୫ କୋଟି ଟଙ୍କା ବ୍ୟୟ ଅଟକଳରେ ଗୋବରୀ ନଦୀ ଖନନ କରାଯିବା କାର୍ଯ୍ୟକୁ ଓଡ଼ିଶା କନ୍‌ଷ୍ଟ୍ରକ୍ସନ କମ୍ପାନୀ(ଓସିସି)କୁ ଦାୟିତ୍ୱ ଦିଆଯାଇଥିଲା। ଓସିସି ୧୬ କିମି ନଦୀ ଖନନ କରିବା ପରିବର୍ତ୍ତେ ମାତ୍ର ୬ କିମି ଖନନ କରି କାମ ବନ୍ଦ କରି ଦେଇଥିଲା। ଏବେ ପୁଣି କଟକୀ ଦଳରେ ନଦୀ ଭର୍ତ୍ତି ହୋଇ ପୂର୍ବାପେକ୍ଷା ଅଧିକ ପୋତି ହୋଇପଡିଛି। ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସମ୍ପର୍କରେ କେନ୍ଦ୍ରାପଡା ଡ୍ରେନେଜ୍‌କଟ୍‌ ନିର୍ବାହୀଯନ୍ତ୍ରୀ ବାଙ୍କ ବିହାରୀ ସାମଲଙ୍କୁ ପଚାରିବାରେ ଗୋବରୀ ନଦୀକୁ ପୁନରୁଦ୍ଧାର କରିବାକୁ ଆଉ ଏକ ଟେଣ୍ଡର ଆହ୍ବାନ କରାଯାଇଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ। ମାତ୍ର ବର୍ଷାଦିନ ଆରମ୍ଭ ହେବାକୁ ଥିବାବେଳେ କିପରି ନଦୀ ଖନନ କାର୍ଯ୍ୟ ହେବ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୋବରୀ ନଦୀ ଖନନ ହେଲେ ହଜାର ହଜାର ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ ବୋଲି ଚାଷୀମାନେ ଆଶା ବାନ୍ଧିଛନ୍ତି। ଅନ୍ୟପକ୍ଷରେ ୩୦ରୁ ଅଧିକ ପାଟ ନାଳି ମଧ୍ୟ ଦେଇ ଚାଷଜମି ଜଳସେଚିତ ହେବ। ଏଥିସହ ଉଦ୍‌ବୃତ୍ତ ବର୍ଷାଜଳ ସହଜରେ ସମୁଦ୍ରକୁ ନିଷ୍କାସିତ ହୋଇପାରିବ। ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲଠାରୁ ୨୦୧୦ରେ ଆରମ୍ଭ ହୋଇଥିବା ଖନନ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଥିବାବେଳେ ପଟ୍ଟାମୁଣ୍ଡାଇ-ବାଙ୍ଗାଳିଦିଆ ବ୍ରାହ୍ମଣୀ ପାଟନାଳିକୁ ସଂଯୋଗ ସ୍ଥଳଠାରୁ ଖନନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ଗୋବରୀ ନଦୀ ପୁନରୁଦ୍ଧାର କରାଗଲେ ଦକ୍ଷିଣଦିଆ, ବେଲତଳ, ତାତନା, ମାଟିଆ, ଅଠରବାଟିଆ, ଆମ୍ବେର, ନଳଢ଼ଳିଆ, ଖଡ଼ଇଣ୍ଟା, ଶିମୁଳିଆ, ନରସିଂହପୁର, ପଛପଡ଼ା, ଡିଆପଡ଼ା, କୁପୁଣୀ, ଗୁଣୁପୁର, ଛେଦରା, ଲୋକନାଥପୁର ପ୍ରଭୃତି ଅଞ୍ଚଳ ସହ କେନ୍ଦ୍ରାପଡ଼ା, ମହାକାଳପଡ଼ା ଅଞ୍ଚଳର ଶତାଧିକ ଗଁାର ଚାଷୀ ଉପକୃତ ହୋଇପାରିବେ। ଅପରପକ୍ଷେ କେନ୍ଦ୍ର ସରକାରଙ୍କ ନଦୀ ସଂଯୋଗୀକରଣ ଯୋଜନାରେ ପୁରୁଣା ଗୋବରୀ ନଦୀକୁ ବ୍ରାହ୍ମଣୀ ସହ ସଂଯୋଗ କରିବାକୁ ପଟ୍ଟାମୁଣ୍ଡାଇର ବୁଦ୍ଧିଜୀବୀମାନେ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲ୍ସା) ନିକଟରେ ଦାବି କରିଛନ୍ତି। ଏହି ଦାବି ପୂରଣ କରାଗଲେ ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ଓ ମହାକାଳପଡ଼ା ଅଞ୍ଚଳର ଚାଷୀ ଉପକୃତ ହେବେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?