ଏଇ ଭାରତରେ

ବହୁ ସମୟରେ ତୃଣମୂଳ ସ୍ତରରେ ଲୋକେ ବୈଜ୍ଞାନିକଙ୍କ ଭଳି କିଛି ଉଦ୍ଭାବନ କରନ୍ତି, ଯାହା ସେମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥାଏ। ଏଭଳି ପରିଚୟ ଆଣିପାରିଛନ୍ତି ତାମିଲନାଡ଼ୁର ଚାଷୀ ପି.ଏମ୍‌. ମୁରୁଗେସାନ। ସେ ଏକ ମେଶିନ ଉଦ୍ଭାବନ କରିଛନ୍ତି, ଯେଉଁଥିରେ କଦଳୀ ବର୍ଜ୍ୟରୁ ଦଉଡ଼ି ତିଆରି କରି ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି। ସେ ଅଧାରୁ ପାଠ ଛାଡ଼ି ଚାଷରେ ତାଙ୍କ ବାପାଙ୍କୁ ସାହାଯ୍ୟ କରିବା ସମୟରେ କିଛି ନୂତନତ୍ୱ ଆଣିବା ଲାଗି ଚିନ୍ତା କରିଥିଲେ। ସେତେବେଳେ ସେ ଅନେକ ଟନ୍‌ କଦଳୀ ବର୍ଜ୍ୟ ପୋଡ଼ି ଦେଉଥିଲେ। ଏଣୁ ଏହାର ସଦୁପଯୋଗ କରିବା ଲାଗି ଚିନ୍ତା କରି ସେଥିରୁ ଦଉଡ଼ି ତିଆରି କରିବାର ଯୋଜନା ଆରମ୍ଭ କରିଥିଲେ ୨୦୦୮ରେ। ପରେ ୧.୫ ଲକ୍ଷ ଟଙ୍କା ବ୍ୟୟରେ ଏକ ମେଶିନ ନିର୍ମାଣ କରି ତାହାକୁ ପାଣ୍ଟେଟ କରିଥିଲେ। ଏବେ ଗୋଟିଏ ମେଶିନ୍‌ରେ ଦିନକୁ ୧୫ ହଜାର ମିଟର ଦଉଡ଼ି ତିଆରି ହୋଇପାରୁଛି। ଅଧିକ ମେଶିନ ନିର୍ମାଣ କରି ଏବେ ଉକ୍ତ କାର୍ଯ୍ୟରେ ୩୫୦ ଜଣ ଲୋକଙ୍କୁ ନିଯୁକ୍ତ କରିଛନ୍ତି। ମଦୁରାଇରେ ପ୍ରତିଷ୍ଠା କରିଥିବା ଏମ୍‌ଏସ୍‌ ରୋପ୍ସ ପ୍ରଡକ୍‌ସନ ସେଣ୍ଟର କରି ବର୍ଷକୁ ପାଖାପାଖି ୫୦୦ ଟନ୍‌ କଦଳୀ ବର୍ଜ୍ୟ ପ୍ରୋସେସିଂ କରି ସେଥିରୁ ୧.୫ କୋଟି ଟଙ୍କା ରୋଜଗାର କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ବୟସ

ଘାସିରାମ ପଣ୍ଡା ଗତ ବଜେଟ (୨୦୨୦-୨୧) ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଝିଅଙ୍କ ବିବାହ ବୟସ ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ। ଏନେଇ ଏକ କମିଟି ଗଠନ...

ହାତୀ ପାଇଁ ହାତଟିଏ

ଡ. ବିଜୟ କେତନ ପଟ୍ଟନାୟକ ବିଡ଼ମ୍ବନାର ବିଷୟ ଯେ, ଭାରତରେ ତଥା ଓଡ଼ିଶାରେ ଦିନକୁ ଦିନ ହାତୀ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବିଭିନ୍ନ କାରଣରୁ...

ଏଇ ଭାରତରେ

ଜଣେ ଆଦିବାସୀ ମହିଳାଙ୍କ ଚାଷ ପଦ୍ଧତି ଏବେ ବହୁ ଚାଷୀଙ୍କୁ ବାଟ ଦେଖାଉଛି। କର୍ନାଟକର ମହୀଶୂର ଜିଲା ଅନ୍ତର୍ଗତ ଏଚ୍‌ଡି କୋଟେ ବ୍ଲକ୍‌ ନିବାସୀ ପ୍ରେମା...

ପ୍ରତିବାଦକୁ ମାରିଦେବା

ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାର ଟିକୁନିଆରେ ୩ ଅକ୍ଟୋବରରେ ଚାଷୀଙ୍କ ଉପରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ସହ ତିନୋଟି...

ଶିକ୍ଷା ବ୍ୟବସ୍ଥା ଚାରିଚକିଆ ଯାନ

ବୈକୁଣ୍ଠନାଥ ମିଶ୍ର ଆଜିର ଶିକ୍ଷା ବ୍ୟବସ୍ଥା ବିଶେଷକରି ସରକାରୀ ଶିକ୍ଷାନୁଷ୍ଠାନ ଉପରେ ନଜର ପକାଇଲେ ଯେ କେହି ସ୍ବାଭାବିକ ଭାବେ ଉଦ୍‌ବେଗ ପ୍ରକାଶ କରିବ ଯେ...

ଅର୍ଥନୀତିରେ ବିବିଧତା ସମସ୍ୟା

ଡ୍ୟାନି ରୋର୍ଡିକ ଯୋଶେଫ ଇ.ଷ୍ଟିଗ୍‌ଲାଇଜ୍‌ ଜଣେ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ। ତାଙ୍କ କ୍ୟାରିୟର୍‌ ଆରମ୍ଭରେ ସେ କେନିଆରେ ଅଧିକ ଦିନ ରହିଥିଲେ। ସେଠାରେ ସ୍ଥାନୀୟ ଅର୍ଥ ବ୍ୟବସ୍ଥାର...

ସଂକ୍ରାମକ ରୋଗ ଓ ଆଣ୍ଟିବାୟୋଟିକ୍‌

ଡା. କାନ୍ତୀ ନାୟକ ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ଭାରତରେ ଟିକାଦାନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ତେବେ ଏହି ସମୟରେ ସଂକ୍ରମିତ ରୋଗରୁ ଆରୋଗ୍ୟ...

ଏଇ ଭାରତରେ

ଲୋକମାନେ ଖୁସି ହେଲେ ନାଚିଥାନ୍ତି। କିନ୍ତୁ ବର୍ଷାର ପ୍ରଥମ ଅସରା ମାଟିରେ ପଡିବା ପରେ ଚାଷୀଭାଇ ନାଚି ଉତ୍ସବ ପାଳିବା ନିଆରା ନିଶ୍ଚୟ। ଦୀର୍ଘ ୪...

Advertisement
Archives

Model This Week