୩ ଦିନ ପରେ ବି ନାବାଳକ ଛାତ୍ରଙ୍କ ପତ୍ତା ମିଳୁନି, ସନ୍ଦେହଘେରକୁ ଆସିଲା ପାଲଟଣା ଭ୍ୟାନ

ନୟାଗଡ଼ ଅଫିସ/ଓଡ଼ଗାଁ, ୧୮ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ କୁରାଳ ସୁବୁଦ୍ଧି ସାହିର ୭ମ ଶ୍ରେଣୀର ଛାତ୍ର ଅମ୍ରିତ ପାତ୍ର(୧୨) ନିଖୋଜ ହେବାର ଆଜିକୁ ୩ ଦିନ ବିତିବାକୁ ବସିଛି। ହେଲେ ତାଙ୍କର ଟେର ମିଳୁନି। ଘର ନିକଟ ବାଉଁଶବୁଦା ମୂଳରୁ ତାଙ୍କ ସାଇକେଲକୁ ପୋଲିସ ଜବତ କରିବା ଓ ଏକ ପାଲଟଣା ଭ୍ୟାନ ସନ୍ଧ୍ୟାରେ ଗାଁରେ ପଇଁନ୍ତରା ମାରିବା ଅପହରଣ ସନ୍ଦେହକୁ ବଢ଼ାଇଛି। ଏହି ଘଟଣାର ତଦନ୍ତ ପାଇଁ ଶନିବାର ଡଗ୍‌ ସ୍କ୍ବାଡ୍‌ କୁରାଳରେ ପହଞ୍ଚି ଅନୁସନ୍ଧାନ କରିଥିଲା। ତେବେ କୌଣସି ଟେର ପାଇନାହିଁ। ସେହିଭଳି ନୟାଗଡ଼ ଏସ୍‌ପି ଅଲେଖଚନ୍ଦ୍ର ପହି, ଶରଣକୁଳ ଏସ୍‌ଡିପିଓ କିରଣ ହେମ୍ବ୍ରମ ଘଟଣାସ୍ଥଳକୁ ଯାଇ ଛାତ୍ର ନିଖୋଜ ଅଥବା ଅପହରଣ ଘଟଣାର ତଦନ୍ତ କରି ଫେରିବା ପରେ ପୋଲିସ ପ୍ରଶାସନର ଟେନସନ ବଢ଼ିଛି।

ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ୭ମ ଶ୍ରେଣୀର ଛାତ୍ର ଅମ୍ରିତ ବେଙ୍ଗେଇସାହିକୁ ଟ୍ୟୁଶନ ଯାଇଥିଲେ। ରାତି ସାଢେ ୭ଟାରେ ଏକୁଟିଆ ଘରକୁ ଫେରୁଥିଲେ। ହେଲେ ବାଉଁଶବୁଦା ମୂଳରୁ କୁଆଡେ ଉଭାନ ହୋଇଯାଇଥିଲେ। ଘରକୁ ନ ଫେରିବାରୁ ଖୋଜଖୋଜି ଚାଲିଲା। ହେଲେ ଅମ୍ରିତଙ୍କ ପତ୍ତା ମିଳିଲାନି। ରାତି ପ୍ରାୟ ୧୨ଟାରେ ବାଉଁଶ ବୁଦାମୂଳରୁ ତାଙ୍କ ସାଇକେଲ ମିଳିଥିଲା। ପୁଣି କେତେଜଣ ଲୋକ ବାଉଁଶ ବୂଦାମୂଳରେ ଏକ ପାଲଟଣା ଭ୍ୟାନକୁ ଦେଖିବାକୁ ପାଇଥିଲେ। ଭ୍ୟାନଟି ଗାଁରେ ୩ରୁ ୪ଦିନ ହେଲା ବୁଲୁଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ତେବେ ସେହି ପାଲଟଣା ଭ୍ୟାନ ନେଇ କୌଣସି ସୁରାକ ମିଳୁନି। ପାଲଟଣା ଭ୍ୟାନଟି କୁରାଳଠାରୁ ଗୋଡିପଲ୍ଲୀ ଓ ଓଡ଼ଗାଁ ଦେଇ ଯାଇଥିବା କେତେଜଣ ଲୋକ ଦେଖିଛନ୍ତି। ସଂପୃକ୍ତ ଭ୍ୟାନରେ ଅମ୍ରିତଙ୍କୁ ଅପହରଣ କରି ନିଆଯାଇଥିବା କୁହାଯାଉଛି। ଅନ୍ୟପକ୍ଷେ ଛାତ୍ର ନିଖୋଜ ସମୟରେ ଏକ ପାଲଟଣା ଭ୍ୟାନ ଆସିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି, ଯାହା ତଦନ୍ତସାପେକ୍ଷ ବୋଲି ଅମ୍ରିତଙ୍କ ପରିବାର ଲୋକେ କହିଛନ୍ତି। ଏହି ଘଟଣାରେ ଅମ୍ରିତଙ୍କ ସମ୍ପର୍କୀୟମାନଙ୍କ ହାତ ରହିଛି ବୋଲି ପୋଲିସ ସନ୍ଦେହ କରୁଛି। ଜମିବାଡ଼ି ବିବାଦ କିମ୍ବା ପାରିବାରିକ ଶତ୍ରୁତା ଯୋଗୁ ଏପରି ଘଟଣା ଘଟିଥାଇପାରେ ବୋଲି ପୋଲିସ କହିଛି। ଏଥିପାଇଁ କେତେଜଣ ସମ୍ପର୍କୀୟଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?