ଏଇ ଭାରତରେ

ଘରଚଟିଆ ବଂଶ ଲୋପ ପାଇ ଆସୁଥିବାବେଳେ ସେମାନଙ୍କୁ ସୁରକ୍ଷା ଦେବାରେ ଉତ୍ତରପ୍ରଦେଶର ନରେନ୍ଦ୍ର ସିଂ ଯାଦବଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ। ଉତ୍ତରପ୍ରଦେଶ ସରକାରଙ୍କ ଡିଭିଜନାଲ ଜଏଣ୍ଟ ଡେଭଲପ୍‌ମେଣ୍ଟ କମିଶନର ଭାବେ ଅବସର ନେବା ପରେ ଦିଲ୍ଲୀରେ ରହି ସେ ଘରଚଟିଆ ବଂଶ ରକ୍ଷାରେ ଲାଗିଛନ୍ତି। ୬୨ ବର୍ଷୀୟ ନରେନ୍ଦ୍ର ମଧ୍ୟ ଏହି ପକ୍ଷୀଙ୍କୁ ସୁରକ୍ଷା ଦେବାରେ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବା ସହ ଏଯାବତ୍‌ ୬,୦୦୦ ବସା ମାଗଣାରେ ବାଣ୍ଟି ୧.୨ ଲକ୍ଷ ଘରଚଟିଆଙ୍କୁ ସୁରକ୍ଷା ଦେଇପାରିଛନ୍ତି। ୨୦୧୩ରୁ ସେ ଏ ବାବଦରେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି, ଏପରି କିି ଚାକିରିରେ ଥିବା ସମୟରେ ବି ଦରମାର ୧୦% ଏଥି ଲାଗି ଦେଉଥିଲେ। ଉକ୍ତ କାର୍ଯ୍ୟରେ ନରେନ୍ଦ୍ରଙ୍କ ସ୍ତ୍ରୀ ଓ ଦୁଇ ଝିଅ ତାଙ୍କୁ ସହଯୋଗ କରୁଛନ୍ତି। କାନପୁରରେ ଥିବା ସମୟରେ ଘରଚଟିଆଙ୍କ ପାଇଁ ବସା ତିଆରି କରୁଥିବା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସି.ଏଲ୍‌. ଖାନ୍ନାଙ୍କଠାରୁ ପ୍ରଥମେ ଗୋଟିଏ ଓ ପରେ ୫ଟି ବସା ଆଣି ଘରଚଟିଆଙ୍କୁ ରଖିଥିଲେ ଏବଂ ସେଠାରୁ ହିଁ ତାଙ୍କ ଯାତ୍ରା ଆରମ୍ଭ ହୋଇଥିଲା। ୨୦୧୩ରେ କ୍ୟାନ୍‌ସରରେ ପୀଡ଼ିତ ହେବା ପରେ ସୁସ୍ଥ ହୋଇ ଦିଲ୍ଲୀରେ ଘରଚଟିଆ ବଂଶ ରକ୍ଷା କରି ବେଶ୍‌ ଖୁସି ଅନୁଭବ କରୁଛନ୍ତି ବୋଲି କୁହନ୍ତି ନରେନ୍ଦ୍ର। ଏବେ ସେ ନିଜେ ବସା ତିଆରି କରି ଲୋକମାନଙ୍କୁ ବାଣ୍ଟୁଛନ୍ତି ଓ ଏହାକୁ କିପରି, କେଉଁଠାରେ ଲଗାଯିବ ସେ ସମ୍ପର୍କରେ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri